ଦିବ୍ୟାଙ୍ଗ, ବୟସ୍କ, କରୋନା ଆକ୍ରାନ୍ତଙ୍କ ଭୋଟିଂକୁ ନେଇ ସମୀକ୍ଷା

ଭୁବନେଶ୍ୱର,୯।୧୦(ବ୍ୟୁରୋ): ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ୮୦ରୁ ଅଧିକ ବୟସ୍କ, ଦିବ୍ୟାଙ୍ଗ ଏବଂ କରୋନାରେ ଆକ୍ରାନ୍ତ କିପରି ଭୋଟ ଦେବେ ସେନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏହି ଭୋଟରମାନେ ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ସୁରୁଖୁରୁରେ ମତଦାନ କରିପାରିବେ। ସେନେଇ ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ବାଲେଶ୍ବର ଏବଂ ଜଗତ୍‌ସିଂହପୁର ଜିଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି। ନାମାଙ୍କନ ଦାଖଲର ପ୍ରଥମରୁ ୫ଦିନ ପର୍ଯ୍ୟନ୍ତ ଅର୍ଥାତ୍‌ ଅକ୍ଟୋବର ୧୪ ସୁଦ୍ଧା ଉପରୋକ୍ତ ୩ ଶ୍ରେଣୀର ଭୋଟର ପୋଷ୍ଟାଲ ବାଲାଟ ପାଇଁ ଫର୍ମ ୧୨ (ଘ) ଜରିଆରେ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରିବେ। ଅକ୍ଟୋବର ୨୧ରୁ ନଭେମ୍ବର ୧ ପର୍ଯ୍ୟନ୍ତ ସ୍ବତନ୍ତ୍ରଭାବେ ନିଯୁକ୍ତ ପୋଲିଂ ଅଧିକାରୀଙ୍କ ଦ୍ବାରା ଘରକୁ ଘର ଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରଦତ୍ତ ଠିକଣାରେ ପୋଷ୍ଟାଲ ବାଲାଟଗୁଡ଼ିକୁ ଯୋଗାଇ ଦିଆଯିବ। ସମ୍ପୂର୍ଣ୍ଣ ଗୋପନୀୟତା ମଧ୍ୟରେ ସମ୍ପୃକ୍ତ ଭୋଟର ପୋଷ୍ଟାଲ ବାଲାଟରେ ମତଦାନ କରିସାରିବା ପରେ ମୁଦା ଲଫାପାରେ ତାହାକୁ ପୁଣିଥରେ ପୋଲିଂ ଅଧିକାରୀଙ୍କୁ ଫେରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବହୁ ପଛରେ ପକାଇଲା ଭାରତ, ରଖିଛି ଏତିକିଟିି ଏସିଆ କପ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୫।୯: ଏସିଆ କପରେ ଭାରତର ଆଧିପତ୍ୟ କେବଳ ପୁରୁଷ ଦଳ ମଧ୍ୟରେ ସୀମିତ ନୁହେଁ। ମହିଳା ଦଳ ମଧ୍ୟ କ୍ରମାଗତ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ କରି ୨୦୨୬…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

ବରୁଣ-ସଞ୍ଜୁ OUT, ବୈଭବ IN? ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ପାଇଁ ଭାରତର ପ୍ଲେଇଂ ଇଲେଭେନ…

ନୂଆଦିଲ୍ଲୀ,୧୫।୯: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ସେପ୍ଟେମ୍ବର ୧୫ (ମଙ୍ଗଳବାର) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ…

ଦାରିଙ୍ଗବାଡ଼ିର ଦୁର୍ଗମ ପାହାଡ଼ରୁ ମେଡିକାଲ କଲେଜ: ୩ ବର୍ଷରେ NEET କ୍ଲିୟର କଲେ ୮ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ଏକ ବୃହତ ବ୍ଲକ ଭାବେ ପରିଚିତ । ଏଠାରେ ବଣ, ଜଙ୍ଗଲ ଘେରା ଦୁର୍ଗମ ପାହାଡ଼ ଉପରେ…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

ଖୁସି ଖବର: UPI ପେମେଣ୍ଟ ଉପରେ ଲାଗିବ ନାହିଁ କୌଣସି ଶୁଳ୍କ ! RuPay ଡେବିଟ କାର୍ଡ କାରବାର ମଧ୍ୟ ରହିବ ମାଗଣା

ନୂଆଦିଲ୍ଲୀ,୧୫।୯: ଯଦି ଆପଣ UPI କିମ୍ବା RuPay ଡେବିଟ କାର୍ଡ ବ୍ୟବହାର କରି ଦେୟ ପ୍ରଦାନ କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି।…

ଦ୍ରୁତଗତିରେ ତରଳୁଛି ହିମାଳୟର ବରଫ: ବିପଦରେ ଭାରତର….

ହଂକଂ,୧୫।୯: ବିଶ୍ୱର ସର୍ବୋଚ୍ଚ ପର୍ବତମାଳା ହିମାଳୟ ଏବେ ଏକ ବଡ଼ ପରିବେଶ ସଙ୍କଟ ଆଡ଼କୁ ଗତିକରୁଛି । ଚଳିତ ମାସରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?