Posted inଜାତୀୟ

ପ୍ରତିଶୋଧ ପାଇଁ କଲେଜ ଛାତ୍ରଙ୍କ ମୁଣ୍ଡକାଟି ଦେଲେ

ଚେନ୍ନାଇ,୧୬।୯: ତାମିଲନାଡୁର କାଞ୍ଚତ୍ପୁରମ୍‌ ଜିଲାରେ ଜଣେ ୨୧ ବର୍ଷୀୟ କଲେଜ ଛାତ୍ରଙ୍କ ମୁଣ୍ଡକାଟି ହତ୍ୟା କରାଯାଇଛି। କଟାମୁଣ୍ଡକୁ ଏରୁମାଇୟୁର ଚର୍ଚ୍ଚ ସମ୍ମୁଖରେ ରଖାଯିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ମୃତ ଛାତ୍ର ଜି. ଭେଟ୍ରଭେଲ୍‌ଙ୍କ ଗଣ୍ଡିକୁ ଅନ୍ୟତ୍ର ଫିଙ୍ଗି ଦିଆଯାଇଛି। ଗତବର୍ଷ ଅକ୍ଟୋବର ୩୦ରେ ଅଭିଷେକ ନାମକ ଅନ୍ୟ ଜଣେ କଲେଜ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ହତ୍ୟାକାଣ୍ଡ ଘଟାଇଥିବା ଗ୍ୟାଙ୍ଗ୍‌ରେ ଭେଟ୍ରିଭେଲ୍‌ ସମ୍ପୃକ୍ତ ଥିଲେ। ଅଭିଷେକ ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଏରୁମାଇୟୁର ଚର୍ଚ୍ଚରୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ମଙ୍ଗଳବାର ରାତିରେ ସେହି ଚର୍ଚ୍ଚ ଆଗରେ ଭେଟ୍ରିଭେଲ୍‌ଙ୍କ କଟାମୁଣ୍ଡ ରଖାଯାଇଥିଲା। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଭେଟ୍ରଭେଲ୍‌ ତାଙ୍କ ସାଙ୍ଗ ଘରୁ ବାଇକ୍‌ରେ ଫେରୁଥିବା ବେଳେ ଏକ ୪ ଜଣିଆ ଗ୍ୟାଙ୍ଗ୍‌ ତାଙ୍କୁ ଅଟକାଇ ମୁଣ୍ଡକାଟି ହତ୍ୟା କରିଥିବା ପୋଲିସ କହିଛି। ଧରକାଷ୍ଟ ରୋଡ୍‌ ନିକଟରୁ ବୁଧବାର ସକାଳେ ଭେଟ୍ରଭେଲ୍‌ଙ୍କ ଗଣ୍ଡି ମିଳିଥିଲା। ପୋଲିସ ମାମଲା ରୁଜୁ କରିବା ସହ ହତ୍ୟାକାରୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହେ ହେଲା କର୍ଲିପାର୍ଟ ଜଳ ଯୋଗାଣ ପ୍ରକଳ୍ପ ଅଚଳ: ପିଇବା ପାଣି ପାଇଁ ହନ୍ତସନ୍ତ

ଲୋଇସିଂହା,୨୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ନବଗଠିତ ଏନଏସି ଅଧୀନ କର୍ଲିପାର୍ଟ ଜଳ ଯୋଗାଣ ପ୍ରକଳ୍ପ ଗୋଟିଏ ସପ୍ତାହ ହେଲା ଅଚଳ ହୋଇପଡ଼ିଛି। ପ୍ରକଳ୍ପର କେବୁଲକୁ କେହି ଦୁର୍ବୃତ୍ତ…

ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ: ସ୍ଥାୟୀ ସମାଧାନ ଦାବି

ପଦ୍ମପୁର,୨୪ା୪ (ପ୍ରଦୀପ୍ତ ଦାଶ):ପଦ୍ମପୁରରେ ଚିରାଚରିତ ସମସ୍ୟାରେ ପରିଣତ ହୋଇସାରିଛି ପାନୀୟ ଜଳ ସମସ୍ୟା। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ଏହାର ସ୍ଥାୟୀ…

ଘରେ କେହି ନଥିବା ସୁଯୋଗ ନେଇ ଲୁଟିନେଲେ ଦୁର୍ବୃତ୍ତ, ୩ ଲକ୍ଷ ସହ ସୁନା ଗହଣା…

କଲ୍ୟାଣସିଂହପୁର,୨୪।୪(ଦୀପକ କୁମାର ପରିଡା): ରାୟଗଡା ଜିଲାରେ ଦିନକୁ ଦିନ ଚୋରି ଓ ଲୁଟ୍ ଘଟଣା ବୃଦ୍ଧି ପାଉଛି । କଲ୍ୟାଣସିଂହପୁର ବ୍ଲକର ଦାନୁ ସାହିରେ ଘରେ କେହି…

ଯୌତୁକ ପାଇଁ ହତ୍ୟା, ସ୍ତ୍ରୀର ପେଟକୁ ଗୋଇଠା ମାରି ଜୀବନ ନେଇଗଲେ ସ୍ବାମୀ

ମୋରଡ଼ା,୨୪।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଯୌତୁକ ଦାବିରେ ସ୍ତ୍ରୀଙ୍କ ପେଟକୁ ଗୋଇଠା ମାରି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସ୍‌ରେ କ୍ରିୟାଂଶ ପାତ୍ର: ଛୁଟୁଛି ଶୁଭେଚ୍ଛାର ସୁଅ

କୃଷ୍ଣପ୍ରସାଦ,୨୪ା୪(କୈଳାସ ଚନ୍ଦ୍ର ପଟ୍ଟନାୟକ):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦଗଡ଼ର ୨ ବର୍ଷ ୪ ମାସର କ୍ରିୟାଂଶ ପାତ୍ର ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି।…

ବର୍ବରତା…ମାଆର ମୁଣ୍ଡ କାଟିଲେ; ବାପା-ଭଉଣୀଙ୍କୁ ଆକ୍ରମଣ କଲେ ଝିଅ, କଟା ମୁଣ୍ଡ ପାଖରେ ରାତିସାରା ଜଗି ବସିଲେ

ନୂଆଦିଲ୍ଲୀ,୨୪ା୪: ଆସାମର ପଶ୍ଚିମ କାର୍ବି ଆଙ୍ଗଲଙ୍ଗ ଜିଲାର ଡେରାମୁଖ ଲାଲୁଙ୍ଗ ଗାଁରୁ ଏକ ବିଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଏଠାରେ ଜଣେ ୧୯ ବର୍ଷୀୟା ଯୁବତୀ…

ଚଳିତ ଶିକ୍ଷାବର୍ଷରେ ଏତିକି ଦିନ ସ୍କୁଲ ଖୋଲା, ଜାଣନ୍ତୁ କେଉଁ ମାସରେ କେତେ ଦିନ…

ଭୁବନେଶ୍ବର,୨୪ା୪(ସୁଚିସ୍ମିତା ସାହୁ):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର…

ଗାଁ ଓଡ଼ିଶାରେ, ଭୋଟ ଦେଲେ ପଶ୍ଚିମବଙ୍ଗରେ: ଜାଣନ୍ତୁ କେମିତି…

ଭୋଗରାଇ,୨୪ା୪(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ସୀମାକୁ ଲାଗିଥିବା ପଡ଼ୋଶୀ ପଶ୍ଚିମବଙ୍ଗର ୧୬ ଜିଲାରେ ୧୫୨ ବିଧାନସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଡ଼ା ନିରାପତ୍ତା ମଧ୍ୟରେ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri