ଆଜି ବି ରେବତୀ ବଞ୍ଚିଛି

ବ୍ୟାସକବି ଫକୀର ମୋହନଙ୍କ କାଳଜୟୀ ରଚନାଗୁଡ଼ିକ ମଧ୍ୟରୁ ‘ରେବତୀ‘ ଉପନ୍ୟାସଟି ସ୍ବତନ୍ତ୍ର। ଉକ୍ତ ଉପନ୍ୟାସର ମୂଳ ଆଧାର ନାରୀ ଶିକ୍ଷା ଉପରେ ପର୍ଯ୍ୟବସିତ। କିପରି ଶିକ୍ଷା ଅଭାବରୁ ଅନ୍ୟ ଜଣଙ୍କ ଶିକ୍ଷାକୁ ଅନ୍ଧବିଶ୍ୱାସ ତଥା କୁସଂସ୍କାର ରୂପେ ଗ୍ରହଣ କରୁଛନ୍ତି, ତାହାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ରେବତୀର ଶିକ୍ଷା ପ୍ରତି ଅହେତୁକ ମନୋଭାବକୁ କାଳ ସଦୃଶ ବିବେଚନା କରି ତା’ର ଜେଜେମା’ ତାକୁ ମାନସିକ ପୀଡ଼ା ଦେଇଛନ୍ତି। ଆଜିର ସମାଜରେ ଯଦିଓ ନାରୀ ଶିକ୍ଷାକୁ ସେପରି ଅନ୍ଧବିଶ୍ୱାସ ରୂପେ ଗ୍ରହଣ କରାଯାଉ ନାହିଁ, ତଥାପି ନାରୀମାନଙ୍କ ଶିକ୍ଷା ପ୍ରତି ବିତୃଷ୍ଣାଭାବ ରହୁଛି। ତେବେ ପ୍ରଶ୍ନ ଉଠେ, ସତରେ କ’ଣ ରେବତୀର ଜେଜେମା’ ପରି ଚରିତ୍ର ବଞ୍ଚତ୍ଛନ୍ତି ରେବତୀମାନଙ୍କ ଭବିଷ୍ୟତ ନଷ୍ଟ କରିବାକୁ? ପ୍ରତିଦିନ ନାରୀମାନଙ୍କ ସୁରକ୍ଷା ଉପରେ ବିଭିନ୍ନ ଆନ୍ଦୋଳନ ହେଉଛି। ଅନେକ ବୁଦ୍ଧିଜୀବୀ ଏହା ଉପରେ ମତ ଓ ମନ୍ତବ୍ୟ ଦେଉଛନ୍ତି, ହେଲେ ଏହା ବୋଧହୁଏ କେବଳ ସେହି ଆନ୍ଦୋଳନ ଭିତରେ ସୀମିତ ରହୁଛି। ରୋଗ ସଭିଏଁ ଜାଣିଛନ୍ତି, ହେଲେ ଏହାର ନିଦାନ ବାହାର କରିବାକୁ କେହି ପ୍ରସ୍ତୁତ ନାହାନ୍ତି। ଏବେ କିନ୍ତୁ ସଚେତନ ସହ ମାନସିକତାରେ ପରିବର୍ତ୍ତନ କରିବାର ସମୟ ଉପନୀତ।
ନାରୀ ପ୍ରଗତିରେ ରାଷ୍ଟ୍ରର ଉନ୍ନତି ବୋଲି କୁହାଯାଏ। ହେଲେ ଯେଉଁଠି ଲିଙ୍ଗଗତ ପ୍ରଭେଦ ଅଧିକ, ସେଠାରେ ରାଷ୍ଟ୍ରର ବିକାଶ ହେବା ଅନିଶ୍ଚିତ। ହେଲେ ଭୂମିଷ୍ଠ ହେବା ପରେ ନିଷ୍ପତ୍ତି ନିଆଯାଉଛି ଝିଅ କେଉଁ ଶିକ୍ଷା ଗ୍ରହଣ କରିବ ଏବଂ ପୁଅ କେଉଁ ପ୍ରକାର ଶିକ୍ଷାଲାଭ କରିବ। ଏପରି ତୁଳନାମତ୍କ କାର୍ଯ୍ୟଦ୍ୱାରା ଅନେକ ରେବତୀଙ୍କ ଭାଗ୍ୟ ଶିକ୍ଷା ବିନା ଅଜ୍ଞାନର ଅନ୍ଧାରରେ ଶ୍ୱାସରୁଦ୍ଧ ହୋଇଯାଉଛି। ନାରୀଶିକ୍ଷା ପାଇଁ ଆନ୍ଦୋଳନ ଅପେକ୍ଷା କିପରି ଝିଅମାନଙ୍କୁ ଉଚିତ୍‌ ଶିକ୍ଷା ମିଳିପାରିବ, ସେଥିପାଇଁ ଯତ୍ନବାନ ହେବା ଉଚିତ୍‌।
ନାରୀ ଶିକ୍ଷାର ମୂଳଦୁଆ ମୁଖ୍ୟତଃ ପରିବାର ସ୍ତରରୁ ଆରମ୍ଭ ହେବା ଉଚିତ୍‌। ଯେଉଁ ପରିବାରରେ ନାରୀ ଶିକ୍ଷିତା, ସେଠାରେ ଜନ୍ମ ନେଉଥିବା ପ୍ରତ୍ୟେକ ସନ୍ତାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବା ସହ ପରିବାରବର୍ଗଙ୍କ ଉନ୍ନତି ହୋଇଥାଏ। ତତ୍‌ସହିତ ସେମାନେ ଆର୍ଥତ୍କ ଶାରୀରିକ ତଥା ମାନସିକ ରୂପେ ମଧ୍ୟ ସହାୟକ ହୋଇଥାଆନ୍ତି ଏବଂ ସୁ-ପଥ ପ୍ରଦର୍ଶକ ହୋଇ ପରିବାର ମଙ୍ଗଳ କାମନା କରନ୍ତି। କିନ୍ତୁ ନାରୀମାନଙ୍କୁ ଅବହେଳିତ କରାଯାଇ ସେମାନଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯିବ, ତେବେ ପରିବାର ଏବଂ ଦେଶର ପ୍ରଗତି ହେବାରେ ବାଧା ସୃଷ୍ଟି ହେବ। ତେଣୁ ପ୍ରତ୍ୟେକ ପରିବାର ଏଥିପ୍ରତି ଯତ୍ନବାନ୍‌ ହେଲେ ବୋଧହୁଏ ଲିଙ୍ଗଗତ ସମସ୍ୟାର ମୂଳୋପତ୍ାଟନ ହେବା ସହ ସମୃଦ୍ଧଶାଳୀ ରାଷ୍ଟ୍ରଗଠନ ହୋଇପାରିବ ବୋଲି ଆଶା କରିପାରିବା। ତେବେ ଯାଇ ଏକ ନୂତନ ରାଷ୍ଟ୍ରର ଅଭ୍ୟୁଦୟ ହେବ।
ସାମ୍ପ୍ରତିକ ସମାଜରେ ନାରୀ ଶିକ୍ଷା ବା ନାରୀ ପ୍ରଗତିରେ ମୁଖ୍ୟ ବାଧକ ସାଜିଛି ଅସୁରକ୍ଷିତ ସମାଜ। ସଭ୍ୟତାର ଶିଖରକୁ ଛୁଇଁଥିବା ମାନବ ସମାଜରେ ଯଦି ନାରୀଟିଏ ସୁରକ୍ଷିତ ନୁହେଁ, ତାହା ଆମ ଶିକ୍ଷିତପଣିଆକୁ ତାଚ୍ଛଲ୍ୟ କରୁନାହିଁ କି? ଦେଶରେ ଲିଙ୍ଗଗତ ସମାନତାର ପ୍ରଚାର ହେଉଥିବା ବେଳେ ସାକ୍ଷରତା ହାରରେ ପୁରୁଷମାନଙ୍କ ସଂଖ୍ୟା ନାରୀମାନଙ୍କଠାରୁ ଯଥେଷ୍ଟ ଆଗରେ। ପ୍ରତ୍ୟେକ ସ୍ତରରେ ନାରୀମାନଙ୍କ ପାଇଁ ସ୍ବଳ୍ପ ସ୍ଥାନ ସଂରକ୍ଷିତ ରଖାଯାଉଥିବା ବେଳେ ପୁରୁଷଙ୍କ ପାଇଁ ଅଧିକ ରଖାଯାଉଛି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଏବେ ମଧ୍ୟ ନାରୀ ଲିଙ୍ଗଗତ ପ୍ରଭେଦର ଶିକାର ହେଉଛି। ତେଣୁ ଏ ପ୍ରଚାର ବଦଳରେ କିପରି କାର୍ଯ୍ୟକାରୀ ହୋଇପାରିବ ତା’ର ଉଚିତ ପଦକ୍ଷେପ ନେବା ଆବଶ୍ୟକ।ଝିଅମାନଙ୍କ ପ୍ରତି ସରକାର ନେଉଥିବା ପଦକ୍ଷେପ ଯଦିଓ ସ୍ବାଗତଯୋଗ୍ୟ, ତଥାପି କିଛି ଜନସାଧାରଣଙ୍କ ଅବିକଶିତ ଚିନ୍ତାଧାରା ଯୋଗୁ ଆଜିବି ନାରୀଟିଏ ଅବହେଳିତା। ତେଣୁ ସରକାରଙ୍କ ସଚେତନତା ବାର୍ତ୍ତାକୁ ଯଦିଓ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ନାରୀମାନଙ୍କୁ ଦିଆଯାଉଥିବା ନିର୍ଯାତନା ପାଇଁ ଆଇନାନୁଯାୟୀ କଠୋର ଦଣ୍ଡ ବିଧାନକୁ ତୁରନ୍ତ କାର୍ଯ୍ୟକାରୀ କରାଯାଆନ୍ତା, ତେବେ ଅସୁରକ୍ଷିତ ମନୋଭାବର ଦୂରୀକରଣ କରାଯାଇପାରନ୍ତା।
କିଛିଦିନ ପୂର୍ବରୁ ଗଣମାଧ୍ୟମରେ ଦେଖିଥିଲେ ବା ପଢ଼ିଥିଲେ ଝିଅଟି ଟ୍ୟୁଶନ୍‌ ଯାଇ ଘରକୁ ଫେରି ନଥିଲା। ଅନେକ ଖୋଜାଖୋଜି ପରେ ସେ ମିଳି ନ ଥିଲା। ପରଦିନ ଗଁା ନିକଟସ୍ଥ ପୋଖରୀରେ ତା’ର ମୃତଦେହ ମିଳିଥିଲା। ଘଟଣାରୁ ଜଣାପଡ଼ିଲା ଯେ, କିଛି ଅସାମାଜିକ ପିଲାଙ୍କ ମୁହଁରେ ଜବାବ ଦେଇଥିବାରୁ ସେମାନେ ତାକୁ ମାରି ପୋଖରୀରେ ଫୋପାଡ଼ି ଦେଇଥିଲେ। ଉକ୍ତ ଘଟଣା ଝିଅମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଥିଲା। ଅନ୍ୟ ଘଟଣାଟି ଏହିପରି ଯେ, ଝିଅଟି ପାଠ ପଢ଼ିବାକୁ ଜିଦ୍‌ କରିବାରୁ ମା’ବାପାଙ୍କ ଆକଟ ତା’ ପ୍ରତି କଠୋର ହେଉଥିଲା। ଗୋଟେପଟେ ଉଚ୍ଚଶିକ୍ଷା ଲାଭ କରିବାର ଆଶା, ଅନ୍ୟପଟେ ପାଠ ପଢ଼ିବା ପାଇଁ ଦିଆଯାଉଥିବା ନିର୍ଯାତନା। ଧୀରେ ଧୀରେ ତା’ ପାଠ ପଢ଼ିବାର ଆଶା ଟିକକ ମଉଳିଗଲା, ଯେବେ ଚଉଦ ବର୍ଷ ବୟସରେ ତା’ର ବିବାହ ସ୍ଥିର କରାଗଲା। ତା’ କୋମଳ ମନରେ ମା’ବାପା ଏପରିକି ନିଜ ଜୀବନ ପ୍ରତି ବିତୃଷ୍ଣା ମନୋଭାବ ଆସିଗଲା ଓ ଆମତ୍ହତ୍ୟା କରିଦେଲା। ଦୁଇ ଦୃଷ୍ଟାନ୍ତରେ ପ୍ରଥମଟିରେ ଶିକ୍ଷାଲାଭର ସୁଯୋଗ ମିଳିଥିବା ସତ୍ତ୍ୱେ ଅସୁରକ୍ଷିତ ପରିବେଶ ପାଇଁ ଜୀବନ ହାନି ହେଲା ଏବଂ ଅନ୍ୟଟିରେ ଶିକ୍ଷା ପ୍ରତି ପରିବାରବର୍ଗଙ୍କ ବିତୃଷ୍ଣାଭାବ ଝିଅଟିର ଜୀବନ ନେଇଗଲା। ଏହିପରି ଅନେକ ରେବତୀଙ୍କ ପ୍ରାଣ ଅକାଳରେ ଝଡ଼ିଯାଉଛି କିଛି ଆମ ଜ୍ଞାତ ଭିତରେ ଆଉ କିଛି ଆମ ଅଜ୍ଞାତ ବାହାରେ। ତେଣୁ ରେବତୀମାନଙ୍କୁ ମୌଳିକ ଅଧିକାର ଦେବା ସହ ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ପ୍ରଦାନ କରିବା ଆମର ମୁଖ୍ୟ ଦାୟିତ୍ୱ ହେବା ଉଚିତ୍‌।

  • ଉତ୍କଳିକା ଦାଶ
    ଠାକୁରପାଟଣା, ଆଳି, କେନ୍ଦ୍ରାପଡ଼ା
    ମୋ : ୭୦୦୮୫୫୯୬୯୩

Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri