ନଗଦକୁ ଫେର

ଭାରତ ଦିନକୁଦିନ ପ୍ରଯୁକ୍ତି କ୍ଷେତ୍ରରେ ଉନ୍ନତି କରୁଛି ଓ ‘ଡିଜିଟାଲ ଇଣ୍ଡିଆ’ ଦେଶକୁ ନୂଆ ଦିଶା ଦେଖାଇଛି ବୋଲି କେନ୍ଦ୍ର ସରକାର କହି ବୁଲୁଛନ୍ତି। କିନ୍ତୁ ବାସ୍ତବ ଭାରତରେ ଅନେକ ହଜାର ଲୋକ ଦୈନିକ ଅନ୍‌ଲାଇନ ଠକାମିର ଶିକାର ହେଉଛନ୍ତି। ମାଇକ୍ରୋସଫ୍ଟ ୨୦୨୧ ଗ୍ଲୋବାଲ ଟେକ୍‌ ସପୋର୍ଟ ସ୍କାମ୍‌ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ଭାରତରେ ୬୯ ପ୍ରତିଶତ ଉପଭୋକ୍ତା ଅନ୍‌ଲାଇନ ଠକେଇର ଶିକାର ହେଉଛନ୍ତି। ସେଥିମଧ୍ୟରୁ ୩୧ ପ୍ରତିଶତ ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ଅର୍ଥ ହରାଇଥାଆନ୍ତି। ଅନ୍‌ସଲିସିଟେଡ୍‌ ବା ଅଯାଚିତ କଲ୍‌ ପାଇ ଠକେଇର ଶିକାର ହେବା ୨୦୧୮ରୁ ୨୦୨୧ ମଧ୍ୟରେ ୨୩ରୁ ୩୧ ପ୍ରତିଶତ ବଢ଼ିଥିବା ଉକ୍ତ ରିପୋର୍ଟରେ କୁହାଯାଇଛି। ସେହିପରି ବୟସ୍କ ବ୍ୟକ୍ତିମାନଙ୍କ ଉପରେ ମନସ୍ତାତ୍ତ୍ୱିକ କୌଶଳ ପ୍ରୟୋଗ କରାଯାଇ ଅର୍ଥ ଠକି ନିଆଯାଉଥିବାର ଖବର ବାରମ୍ବାର ଶୁଣିବାକୁ ମିଳୁଛି। ସଦ୍ୟ ଘଟଣା ଦେଖିଲେ ଗତ ସପ୍ତାହରେ ମୁମ୍ବାଇ ଓ ଗୁରୁଗ୍ରାମରେ ଦୁଇ ଜଣ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଠକମାନେ ଯଥାକ୍ରମେ ୧୧ ଲକ୍ଷ ଓ ୧୬ ଲକ୍ଷ ଟଙ୍କା ଉଠାଇ ନେଇଯାଇଛନ୍ତି। ୧୫ ଜାନୁୟାରୀରେ ମୁମ୍ବାଇ ମହିଳା ପିଜା ଓ ଡ୍ରାଏ ଫ୍ରୁଟ୍ସ ଅର୍ଡର ଦେଇ ତାହା ନ ପାଇବାରୁ ଅର୍ଥ ଫେରିପାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଠକାମିରେ ପଡ଼ିଥିଲେ। ପରେ ତାଙ୍କ ଆକାଉଣ୍ଟରୁ ୧୧ ଲକ୍ଷ ଟଙ୍କା ଉଠାଇ ନିଆଯାଇଥିବା ସେ ଜାଣିଥିଲେ। ଅନୁରୂପ ଭାବେ ଗୁରୁଗ୍ରାମର ଜଣେ ମହିଳା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦେଖାଦେଇଥିବା ସମସ୍ୟା ବିଷୟରେ ବୁଝିବାକୁ ଯାଇ ଅନ୍ୟତମ ବୃହତ୍‌ ଘରୋଇ ବ୍ୟାଙ୍କର କଷ୍ଟମର କେୟାରକୁ ଫୋନ୍‌ କରିଥିଲେ। ସେପଟୁ ଫୋନ୍‌ ଧରିଥିବା ବ୍ୟକ୍ତି ନିଜକୁ ବ୍ୟାଙ୍କ ପ୍ରତିନିଧି କହି ସମ୍ପୃକ୍ତ ମହିଳାଙ୍କ ସହ କଥା ହେବା ବେଳେ ସବୁ ତଥ୍ୟ ସଂଗ୍ରହ କରି ତାଙ୍କ ଆକାଉଣ୍ଟରୁ ୧୬ ଲକ୍ଷ ଟଙ୍କା ଉଠାଇ ନେଇଥିବା ବିଷୟ ୧୬ ଜାନୁୟାରୀରେ ଜଣାପଡ଼ିଛି। ଏହିଭଳି ଅନେକ ଘଟଣା ପ୍ରତିଦିନ ଭାରତରେ ଘଟିଚାଲୁଛି। କେତେକ କ୍ଷେତ୍ରରେ ଲୋକେ ନିଜ ବୋକାମିର ପରିଚୟ ଲୁଚାଇବାକୁ ଯାଇ ଅନ୍‌ଲାଇନ୍‌ ଠକାମିର ଶିକାର ହେଉଥିଲେ ମଧ୍ୟ ସାଧାରଣରେ ପ୍ରକାଶ କରୁ ନ ଥିବା ଦେଖିବାକୁ ମିଳୁଛି। ଯେତେଗୁଡ଼ିଏ ଅଭିଯୋଗ ଆସୁଛି, ତାହାକୁ ଭିତ୍ତିକରି ତଦନ୍ତ କରାଯାଉଛି।
ସୂଚନା ପ୍ରଯୁକ୍ତି (ଆଇଟି) କ୍ଷେତ୍ରରେ ଭାରତର ବହୁ ପ୍ରତିଭାସମ୍ପନ୍ନ ବ୍ୟକ୍ତି ବିଦେଶରେ ନାମ ଅର୍ଜନ କରିଛନ୍ତି। ହେଲେ ଆମ ଦେଶର ସାଇବର ସୁରକ୍ଷା ପ୍ରଶ୍ନବାଚୀରେ ରହିଯାଇଛି। ପ୍ରାୟ ୧୪୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଦେଶରେ ଅନେକେ ଡିଜିଟାଲ ଦୃଷ୍ଟିରୁ ସାକ୍ଷର ହୋଇପାରି ନାହାନ୍ତି। ସେମାନଙ୍କୁ ଏ ବିଷୟରେ ସଚେତନ କରାଯିବା ଅପେକ୍ଷା ସରକାର ‘ଡିଜିଟାଲ ଇଣ୍ଡିଆ’ ପୋଷ୍ଟର ମାରି ବାହାବା ନେବାକୁ ଚାହୁଁଛନ୍ତି। ଏମିତି ଦେଖିଲେ ୮ ନଭେମ୍ବର ୨୦୧୬ରେ ଦେଶରେ ଡିମନିଟାଇଜେଶନ ବା ବିମୁଦ୍ରୀକରଣ ହେବା ଦିନୁ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ଗରିବଗୁରୁବା ଓ ଅପାଠୁଆ ଲୋକେ ଜୀବନ ସାରା ଘରେ ସାଇତି ରଖିଥିବା କିଛି ବଡ଼ କାଗଜ ଟଙ୍କାକୁ ବଦଳାଇବାରେ ସକ୍ଷମ ନ ହେବାରୁ ତାହା ସେମାନେ ହରାଇ ବସିଥିଲେ। କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀ ଦୈନିକ ସଂସ୍ଥା ଚଳାଇବା ସକାଶେ ଯେଉଁ ଅର୍ଥ ପାଖରେ ରଖିଥିଲେ, ସରକାରଙ୍କ ନିୟମାବଳୀ ଅନୁଯାୟୀ ସେହି କଥିତ ବଡ଼ ନୋଟ୍‌ ବଦଳାଇ ନ ପାରିବାରୁ କ୍ଷତି ସହିଲେ। ଏଭଳି ସ୍ଥଳେ ସରକାର ଅନ୍‌ଲାଇନ କାରବାରକୁ ମଧ୍ୟ ଗୁରୁତ୍ୱ ଦେଲେ।
ଅତ୍ୟାଧୁନିକ ଯୁଗରେ କାର୍ଯ୍ୟକୁ ସହଜ କରିବା ଲାଗି ଇଣ୍ଟରନେଟ୍‌ ମାଧ୍ୟମରେ ଅନଲାଇନ୍‌ କାରବାରକୁ ପ୍ରୋତ୍ସାହନ ଦିଆଯିବା ଏକ ଉତ୍ତମ ପଦକ୍ଷେପ। କିନ୍ତୁ ସେହିଭଳି ଭିତ୍ତିଭୂମି ସୃଷ୍ଟି କରାଯିବାର ଜରୁରୀ ଆବଶ୍ୟକତା ରହିଛି, ଯାହା ପ୍ରତି ସରକାର ଓ ବିଶେଷକରି ବ୍ୟାଙ୍କଗୁଡ଼ିକ ତରଫରୁ କୌଣସି ଧ୍ୟାନ ଦିଆଯାଉଥିବା ଭଳି ମନେହେଉ ନାହିଁ। ପ୍ରତ୍ୟେକ ଦିନ ଠକେଇ ଘଟଣାର ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରତିକାର କରାଯାଉନାହିଁ। ବ୍ୟାଙ୍କ ଯାଉଥିବା ଗ୍ରାହକ ନିଶ୍ଚିତ ଭାବେ ବହୁଥର ‘ଲିଙ୍କ୍‌ ଫେଲ୍ୟୁଅର୍‌’ ସମସ୍ୟାର ସମ୍ମୁଖୀନ ହେଉଥିବେ। ଆପଣମାନେ ଯଦି ଏଟିଏମ୍‌କୁ ଯାଇଥିବେ ବହୁ ସମୟରେ ବୈଷୟିକ ତ୍ରୁଟିଜନିତ କାରଣରୁ ଆକାଉଣ୍ଟରୁ ଅର୍ଥ କଟିଯାଇଥିବ, କିନ୍ତୁ ତାହା ଫେରିପାଇବା ସହଜ ହୋଇ ନ ଥିବା ଅନୁଭବ କରିଥିବେ। କଷ୍ଟମର କେୟାରଠାରୁ ଆରମ୍ଭକରି ବାରପିଣ୍ଡାରେ ଅଧିଆ ପଡ଼ିବାକୁ ବାଧ୍ୟ ହେଉଥିବେ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସୂଚନା ପ୍ରଯୁକ୍ତି (ଆଇଟି) ବ୍ୟବସ୍ଥାରେ ତ୍ରୁଟି ରହୁଥିବାରୁ ଲୋକେ ହଇରାଣହରକତ ହେଉଛନ୍ତି। ପ୍ରଯୁକ୍ତି ଦ୍ୱାରା ନିୟନ୍ତ୍ରିତ ଅନ୍‌ଲାଇନ୍‌ କାରବାରରୁ ଫାଇଦା ଉଠାଇବା ପାଇଁ ଧୂର୍ତ୍ତମାନେ ଅନାଇ ବସିଥିବା ଭଳି ମନେହେଉଛି। ଯାହା ଧାରା ଦେଖାଯାଉଛି ଦିନକୁ ଦିନ ଏହିଭଳି ଠକେଇ ସଂଖ୍ୟା ବଢ଼ିଚାଲିଛି। ପ୍ରଯୁକ୍ତି ଭିତ୍ତିଭୂମି ଉପରେ ଭରସା କରିପାରୁ ନ ଥିବା ବ୍ୟକ୍ତିମାନେ ନଗଦ ଅର୍ଥ କାରବାର ଭଲ ବୋଲି କହିବା ଆରମ୍ଭ କଲେଣି। ଏହା ଦ୍ୱାରା ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ଠକେଇବା କଷ୍ଟକର ହୋଇଥାଏ। ସମୟ ଆସିଲାଣି ନଗଦକୁ ଫେରିବା ଦରକାର। ଏହି ଅନ୍ତରାଳେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିବ। ଦେଖିବାକୁ ଗଲେ ପ୍ରାୟ ପ୍ରତ୍ୟେକ ସପ୍ତାହରେ ଭାରତ ସରକାର କ୍ରିପ୍ଟୋକରେନ୍ସି ସମ୍ପର୍କିତ ନୂଆ ଆଇନ ଜାରି କରୁଛନ୍ତି। ଏହାଦ୍ୱାରା ଭାରତୀୟ ଟଙ୍କାକୁ ମୂଲ୍ୟହୀନ କରିଦିଆଯାଇପାରିବ। ସାଧାରଣ ଗରିବ ଓ ମଧ୍ୟବିତ୍ତ ଲୋକ ଏହି କ୍ରିପ୍ଟୋ ମୁଦ୍ରାର ଜଟିଳତାକୁ ବୁଝିବା କଷ୍ଟକର ହୋଇଥିବାରୁ ସେହି ଦୁଇବର୍ଗ ଏଥିରୁ ବାଦ୍‌ ପଡ଼ିଯିବେ। ଫଳସ୍ବରୂପ, କେବଳ ଅତ୍ୟଧିକ ଧନୀ ଓ ପ୍ରଚୁର କଳାଧନ ରଖିଥିବା ରାଜନୈତିକ ଦଳଗୁଡ଼ିକ ଏହାଦ୍ୱାରା ଲାଭବାନ ହେବେ। ସେଥିପାଇଁ ନଗଦ ଟଙ୍କା ବ୍ୟବହାର କଲେ ଭବିଷ୍ୟତରେ ଭାରତୀୟମାନେ ସୁରକ୍ଷିତ ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri