ଅବସର ନେଉଛନ୍ତି, ନିଯୁକ୍ତି ହେଉନି

ଲୋଇସିଂହା,୨।୭(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପଞ୍ଚାୟତ ହାଇସ୍କୁଲରେ ଶିକ୍ଷକ ଅଭାବଜନିତ ସମସ୍ୟା ଦେଖାଦେଇଛି। ଚଳିତବର୍ଷ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଅବସର ଗ୍ରହଣ କରିଛନ୍ତି। ଗତ ୬ ବର୍ଷରେ ୬ ଜଣ ଶିକ୍ଷକ ଅବସର ନେଇଛନ୍ତି। ୨୦୦୪ରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା। ବିଦ୍ୟାଳୟରେ ୮ ଶିକ୍ଷକ ଆବଶ୍ୟକସ୍ଥଳେ ଏବେ ଜଣେ ମାତ୍ର ଶିକ୍ଷକ ଅବସ୍ଥାପିତ ଅଛନ୍ତି। ମୃତ୍ୟୁ ଓ ଅବସର ଗ୍ରହଣ ପରେ ନୂତନ ନିଯୁକ୍ତି ମିଳୁନି। ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦୂରେ ଥାଉ ଡେପୁଟେଶନର ବ୍ୟବସ୍ଥା କରାଯାଇନାହିଁ। ଏହି ସ୍ଥିତିରେ ୫ଟିରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ୧୦୨ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଥିବା ଅଭିଭାବକ ମହଲରେ ମତପ୍ରକାଶ ପାଇଛି।
୧୫ ଜୁଲାଇ ୧୯୮୪ରେ ଗ୍ରାମବାସୀଙ୍କ ଉଦ୍ୟମକ୍ରମେ ଉକ୍ତ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ୧୯୯୪ରେ ବିଦ୍ୟାଳୟ ଅନୁଦାନ ଯୋଗ୍ୟ ବିବେଚିତ ହୋଇଥିଲା। ୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ବିଦ୍ୟାଳୟରେ ୮ ଜଣ ଶିକ୍ଷକ ଥିଲେ। କାଳକ୍ରମେ ଶିକ୍ଷକଙ୍କ ମୃତ୍ୟୁ ଓ ଅବସର ଗ୍ରହଣ ପରେ ଶିକ୍ଷକଙ୍କ ସଂଖ୍ୟା କମି ଚାଲିଛି। ବିଦ୍ୟାଳୟରେ ଏବେ ଜଣେ ମାତ୍ର ଗଣିତ ଶିକ୍ଷକ ଅଛନ୍ତି। ନବମରେ ୪୯ ଓ ଦଶମରେ ୫୩ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଜୁନ ୩୦ତାରିଖରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅବସରଗ୍ରହଣ କରିଛନ୍ତି। ଏହାର ମାସକ ପୂର୍ବରୁ ମେ ୩୧ତାରିଖରେ ଟିଜିଟି ବିଜ୍ଞାନ(ସିବିଜେଡ) ଶିକ୍ଷକ ଅବସର ନେଇଥିଲେ। ଏହାପୂର୍ବରୁ ୧ ଜୁନ ୨୦୨୨ରେ ହିନ୍ଦୀ ଶିକ୍ଷକ ,୧ ସେପ୍ଟେମ୍ବର ୨୦୨୧ରେ ଟିଜିଟି କଳା ଶିକ୍ଷକ, ୧ ମେ ୨୦୧୯ରେ କ୍ରୀଡା ଶିକ୍ଷକ, ୧ ଏପ୍ରିଲ ୨୦୧୭ରେ ପ୍ରଧାନ ଶିକ୍ଷକ ଅବସର ଗ୍ରହଣ କରିଥିଲେ। ୧୨ ଜୁଲାଇ ୨୦୦୪ରେ ସଂସ୍କୃତ ଶିକ୍ଷକଙ୍କ ଅକାଳ ବିୟୋଗ ଘଟିଥିଲା। ଶିକ୍ଷକଙ୍କ ମୃତ୍ୟୁ ଓ ଅବସର ଗ୍ରହଣ ପରେ ଏହି ସବୁ ପଦବୀ ଖାଲି ପଡିଛି। କେବଳ ଶିକ୍ଷକ ନୁହନ୍ତି କେତେକ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଖାଲି ପଡିଛି। ୨୦୧୩ରେ କାର୍ଯ୍ୟରତ ବିଦ୍ୟାଳୟର ରାତ୍ର ଜଗୁଆଳି ଏକାଦଶିଆ ବାରିକଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ଥଇଥାନ ସ୍କିମରେ ପରିବାର ପକ୍ଷରୁ ଆବେଦନ କରାଯାଇଛି। ହେଲେ ବିଡମ୍ବନାର ବିଷୟ ଯେ, ୧୦ବର୍ଷ ବିତିଥିଲେ ବି ତାଙ୍କର କୌଣସି ସମ୍ପର୍କୀୟ ଥଇଥାନ ହୋଇପାରିନାହାନ୍ତି।
୨୦୧୯ପରଠାରୁ ବିଦ୍ୟାଳୟରେ ପିଲାଙ୍କ ନାମ ଲେଖା ସଂଖ୍ୟା କମି ଯାଇଛି। ଶିକ୍ଷକ ଅଭାବରୁ ଏଠାରେ ପିଲାଙ୍କ ନାମ ଲେଖାଇବାକୁ ଅଭିବାବକମାନେ ଉଚିତ ମଣୁନାହାନ୍ତି। ଅପରପକ୍ଷେ ଚଳିତ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟର ଶତପ୍ରତିଶତ ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ବିଗତ ୫ବର୍ଷ ହେଲା ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟରେ ୯୫ ପ୍ରତିଶତରୁ ଅଧିକ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ଘରୋଇ ଟ୍ୟୁସନ କିମ୍ବା ନିଜସ୍ବ ଉଦ୍ୟମରେ ପିଲାମାନେ ଏହିପରି ସଫଳତା ହାସଲ କରି ଆସୁଛନ୍ତି। ଏହାସତ୍ତ୍ୱେ ଉକ୍ତ ବିଦ୍ୟାଳୟ ପ୍ରତି ଶିକ୍ଷା ବିଭାଗ ଅଣଦେଖା କରୁଛି। ବିଦ୍ୟାଳୟ ଓ ପରିଚାଳନା କମିଟି ତରଫରୁ ଶିକ୍ଷକ ସମସ୍ୟାକୁ ନେଇ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି ା ହେଲେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ଶିକ୍ଷକ ନିଯୁକ୍ତ ନକରି ବିଦ୍ୟାଳୟକୁ ୫ଟିରେ ରୂପାନ୍ତରଣ କାହା ସ୍ବାର୍ଥରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?