ଅବସର ନେଉଛନ୍ତି, ନିଯୁକ୍ତି ହେଉନି

ଲୋଇସିଂହା,୨।୭(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପଞ୍ଚାୟତ ହାଇସ୍କୁଲରେ ଶିକ୍ଷକ ଅଭାବଜନିତ ସମସ୍ୟା ଦେଖାଦେଇଛି। ଚଳିତବର୍ଷ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଅବସର ଗ୍ରହଣ କରିଛନ୍ତି। ଗତ ୬ ବର୍ଷରେ ୬ ଜଣ ଶିକ୍ଷକ ଅବସର ନେଇଛନ୍ତି। ୨୦୦୪ରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା। ବିଦ୍ୟାଳୟରେ ୮ ଶିକ୍ଷକ ଆବଶ୍ୟକସ୍ଥଳେ ଏବେ ଜଣେ ମାତ୍ର ଶିକ୍ଷକ ଅବସ୍ଥାପିତ ଅଛନ୍ତି। ମୃତ୍ୟୁ ଓ ଅବସର ଗ୍ରହଣ ପରେ ନୂତନ ନିଯୁକ୍ତି ମିଳୁନି। ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦୂରେ ଥାଉ ଡେପୁଟେଶନର ବ୍ୟବସ୍ଥା କରାଯାଇନାହିଁ। ଏହି ସ୍ଥିତିରେ ୫ଟିରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ୧୦୨ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଥିବା ଅଭିଭାବକ ମହଲରେ ମତପ୍ରକାଶ ପାଇଛି।
୧୫ ଜୁଲାଇ ୧୯୮୪ରେ ଗ୍ରାମବାସୀଙ୍କ ଉଦ୍ୟମକ୍ରମେ ଉକ୍ତ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ୧୯୯୪ରେ ବିଦ୍ୟାଳୟ ଅନୁଦାନ ଯୋଗ୍ୟ ବିବେଚିତ ହୋଇଥିଲା। ୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ବିଦ୍ୟାଳୟରେ ୮ ଜଣ ଶିକ୍ଷକ ଥିଲେ। କାଳକ୍ରମେ ଶିକ୍ଷକଙ୍କ ମୃତ୍ୟୁ ଓ ଅବସର ଗ୍ରହଣ ପରେ ଶିକ୍ଷକଙ୍କ ସଂଖ୍ୟା କମି ଚାଲିଛି। ବିଦ୍ୟାଳୟରେ ଏବେ ଜଣେ ମାତ୍ର ଗଣିତ ଶିକ୍ଷକ ଅଛନ୍ତି। ନବମରେ ୪୯ ଓ ଦଶମରେ ୫୩ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଜୁନ ୩୦ତାରିଖରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅବସରଗ୍ରହଣ କରିଛନ୍ତି। ଏହାର ମାସକ ପୂର୍ବରୁ ମେ ୩୧ତାରିଖରେ ଟିଜିଟି ବିଜ୍ଞାନ(ସିବିଜେଡ) ଶିକ୍ଷକ ଅବସର ନେଇଥିଲେ। ଏହାପୂର୍ବରୁ ୧ ଜୁନ ୨୦୨୨ରେ ହିନ୍ଦୀ ଶିକ୍ଷକ ,୧ ସେପ୍ଟେମ୍ବର ୨୦୨୧ରେ ଟିଜିଟି କଳା ଶିକ୍ଷକ, ୧ ମେ ୨୦୧୯ରେ କ୍ରୀଡା ଶିକ୍ଷକ, ୧ ଏପ୍ରିଲ ୨୦୧୭ରେ ପ୍ରଧାନ ଶିକ୍ଷକ ଅବସର ଗ୍ରହଣ କରିଥିଲେ। ୧୨ ଜୁଲାଇ ୨୦୦୪ରେ ସଂସ୍କୃତ ଶିକ୍ଷକଙ୍କ ଅକାଳ ବିୟୋଗ ଘଟିଥିଲା। ଶିକ୍ଷକଙ୍କ ମୃତ୍ୟୁ ଓ ଅବସର ଗ୍ରହଣ ପରେ ଏହି ସବୁ ପଦବୀ ଖାଲି ପଡିଛି। କେବଳ ଶିକ୍ଷକ ନୁହନ୍ତି କେତେକ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଖାଲି ପଡିଛି। ୨୦୧୩ରେ କାର୍ଯ୍ୟରତ ବିଦ୍ୟାଳୟର ରାତ୍ର ଜଗୁଆଳି ଏକାଦଶିଆ ବାରିକଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ଥଇଥାନ ସ୍କିମରେ ପରିବାର ପକ୍ଷରୁ ଆବେଦନ କରାଯାଇଛି। ହେଲେ ବିଡମ୍ବନାର ବିଷୟ ଯେ, ୧୦ବର୍ଷ ବିତିଥିଲେ ବି ତାଙ୍କର କୌଣସି ସମ୍ପର୍କୀୟ ଥଇଥାନ ହୋଇପାରିନାହାନ୍ତି।
୨୦୧୯ପରଠାରୁ ବିଦ୍ୟାଳୟରେ ପିଲାଙ୍କ ନାମ ଲେଖା ସଂଖ୍ୟା କମି ଯାଇଛି। ଶିକ୍ଷକ ଅଭାବରୁ ଏଠାରେ ପିଲାଙ୍କ ନାମ ଲେଖାଇବାକୁ ଅଭିବାବକମାନେ ଉଚିତ ମଣୁନାହାନ୍ତି। ଅପରପକ୍ଷେ ଚଳିତ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟର ଶତପ୍ରତିଶତ ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ବିଗତ ୫ବର୍ଷ ହେଲା ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟରେ ୯୫ ପ୍ରତିଶତରୁ ଅଧିକ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ଘରୋଇ ଟ୍ୟୁସନ କିମ୍ବା ନିଜସ୍ବ ଉଦ୍ୟମରେ ପିଲାମାନେ ଏହିପରି ସଫଳତା ହାସଲ କରି ଆସୁଛନ୍ତି। ଏହାସତ୍ତ୍ୱେ ଉକ୍ତ ବିଦ୍ୟାଳୟ ପ୍ରତି ଶିକ୍ଷା ବିଭାଗ ଅଣଦେଖା କରୁଛି। ବିଦ୍ୟାଳୟ ଓ ପରିଚାଳନା କମିଟି ତରଫରୁ ଶିକ୍ଷକ ସମସ୍ୟାକୁ ନେଇ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି ା ହେଲେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ଶିକ୍ଷକ ନିଯୁକ୍ତ ନକରି ବିଦ୍ୟାଳୟକୁ ୫ଟିରେ ରୂପାନ୍ତରଣ କାହା ସ୍ବାର୍ଥରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରୁ କୋରାପୁଟକୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍‌, ନୋଟସ ଜାରି କରି ପୂର୍ବତଟ ରେଳ ବିଭାଗ କହିଲା ଆସନ୍ତା…

କୋରାପୁଟ,୪ା୭(ଅମିତାଭ ବେହେରା): ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟାଇ ଆସନ୍ତା ୬ ଜୁଲାଇରେ ପୁରୀ-କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସର ଉଦ୍‌ଘାଟନୀ ଯାତ୍ରା ଆରମ୍ଭ ହେବ। ଏହି ଅବସରରେ ୦୮୪୦୯ ପୁରୀ-କୋରାପୁଟ…

କାନଝରୀ ଡ୍ୟାମରୁ ଛଡାଗଲା ପ୍ରଥମ ବନ୍ୟାଜଳ

କେନ୍ଦୁଝର,୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ କାନଝରୀ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇବାରୁ ଶୁକ୍ରବାର ସନ୍ଧ୍ୟା ସାଢେ ୬ଟାରେ ଗୋଟିଏ ଗେଟ୍‌ ଖୋଲାଯାଇ ଚଳିତ…

IND vs ENG T20 : ଟସ୍‌ ଜିତିଲା ଭାରତ: ସଞ୍ଜୁ ସାମସନ ଆଉଟ୍‌, ବୈଭବ କରିବେ ଓପନିଂ

ମ୍ୟାଞ୍ଚେଷ୍ଟର,୪।୭:ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆଜି ଓଲ୍ଡ ଟ୍ରାଫୋର୍ଡ, ମ୍ୟାଞ୍ଚେଷ୍ଟରଠାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ୍…

ଡାକ୍ତର ଆନ୍ଦୋଳନ: ଚିକିତ୍ସା ଅଭାବରୁ ପ୍ରସୂତିଙ୍କ ମୃତ୍ୟୁ

ଖଡ଼ିଆଳ,୪ା୭ (ସୁଜିତ କୁମାର ପ୍ରଧାନ)- ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ଠିକ୍‌ ସମୟରେ ଚିକିତ୍ସା ନ ପାଇ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ…

କୋର୍ଟ ପରିସରରେ ସବୁଜ ପରିବେଶ ସୃଷ୍ଟିକଲେ ବିଚାରପତି

ଝରିଗାଁ,୪ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ କୋର୍ଟ ପରିସରରେ ଶନିବାର ୭୭ତମ ବନ ମହୋତ୍ସବ ସପ୍ତାହ ଅବସରରେ ଝରିଗାଁ କୋର୍ଟ ପରିସରରେ ସବୁଜ ପରିବେଶ ସୃଷ୍ଟି…

ବାହାଘର ଶୋଭାଯାତ୍ରାରେ ପୋଲିସ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏକ ବିବାହ ଶୋଭାଯାତ୍ରା ରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ କନଷ୍ଟେବଳ…

ବିଧାୟକଙ୍କ ନାଁରେ ଠକେଇ, ଥାନାରେ ଅଭିଯୋଗ…

ବାସୁଦେବପୁର,୪ା୭(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ତଥା ବିରୋଧି ଦଳର ଉପନେତା ଅଶୋକ କୁମାର ଦାସଙ୍କ ଫୋନ ନମ୍ବରକୁ ସାଇବର ଠକ ହ୍ୟାକ କରି…

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା: ଭୋକ ଉପାସରେ ପରିବାର, କ୍ଷୋବ ପ୍ରକାଶ କରି…

ଛତ୍ରପୁର, ୪।୭ (ଦିଲ୍ଲୀପି ସାମଲ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆଗାମୀ ଜୁଲାଇ ୫ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଲଘୁଚାପ ଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri