Posted inଖେଳ

ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ସାମୁଏଲ୍ସଙ୍କ ଅବସର

କିଙ୍ଗଷ୍ଟନ,୫।୧୧(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମାର୍ଲନ ସାମୁଏଲ୍ସ ସବୁ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଓ୍ବେଷ୍ଟଇଣ୍ଡିଜର ଦୁଇଟି ଟି୨୦ ବିଶ୍ୱକପ୍‌ ଫାଇନାଲ ବିଜୟରେ ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଥିବା ସାମୁଏଲ୍ସଙ୍କ କ୍ୟାରିୟର ବିବାଦରେ ଛନ୍ଦି ହୋଇପଡିଥିଲା। ଦୁର୍ନୀତି ଅଭିଯୋଗରେ ସେ କ୍ରିକେଟରୁ ଦୁଇବର୍ଷ ବାସନ୍ଦ ମଧ୍ୟ ହୋଇଥିଲେ। ତାଙ୍କ ଅବସର ନେଇ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଜନୀ ଗେଭ୍‌ ସ୍ପଷ୍ଟ କରିଛନ୍ତି।
୩୯ ବର୍ଷୀୟ ସାମୁଏଲ୍ସ ୭୧ ଟେଷ୍ଟ, ୨ ୦୭ ଦିନିକିଆ ଓ ୬୭ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ମୋଟ ଉପରେ ସେ ୧୧,୦୦୦ ଅନ୍ତର୍ଜାତୀୟ ରନ୍‌ ସଂଗ୍ରହ କରିବା ସହ ୧୫୦ରୁ ଊର୍ଦ୍ଧ୍ୱ ଉଇକେଟ ହାସଲ କରିଛନ୍ତି। ତାଙ୍କର ହାରାହାରି ରନ୍‌ ସଂଗ୍ରହ ସେତେଟା ଆକର୍ଷଣୀୟ ନ ଥିଲେ ମଧ୍ୟ ବଡ଼ବଡ଼ ମ୍ୟାଚ୍‌ରେ ଉପଯୋଗୀ ପ୍ରଦର୍ଶନ କରି ଦଳକୁ ସେ ବହୁବାର ଜିତାଇବାର ଗୌରବ ବହନ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜର ୨୦୧୨ ଓ ୨୦୧୭ ଟି୨୦ ବିଶ୍ୱକପ୍‌ ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରି ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ୨୦୧୨ ବିଶ୍ୱକପ୍‌ ଫାଇନାଲରେ ସେ ୫୬ ବଲରୁ ୭୮ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ। ସେହିପରି ୨୦୧୭ ବିଶ୍ୱକପ୍‌ ଫାଇନାଲରେ ସେ ୬୬ଟି ବଲର ସମ୍ମୁଖୀନ ହୋଇ ୮୫ ରନକରି ଦଳକୁ ଇଂଲଣ୍ଡ ବିପକ୍ଷରେ ବିଜୟୀ କରାଇଥିଲେ। ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ସେ ଦୁଇଟି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟୁର୍ନାମେଣ୍ଟ ଫାଇନାଲରେ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ୨୦୦୦ରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଗତ ଦୁଇ ଦଶନ୍ଧିଧରି ସେ ବିଶ୍ୱର ବିଭିନ୍ନ ଟି୨୦ ଲିଗ୍‌ରେ ଅଂଶଗ୍ରହଣ କରି ବେଶ୍‌ ପ୍ରଭାବି ପ୍ରଦର୍ଶନ କରିଛନ୍ତି। ସେ ପୁଣେ ଓ୍ବାରିୟର୍ସ, ଦିଲ୍ଲୀ ଡେୟାରଡେଭିଲ୍ସ, ମେଲବୋର୍ନ ରେନେଗାଡ୍ସ ଓ ପେଶାଓ୍ବାର ଜାଲମି ତରଫରୁ ପ୍ରତିନିଧିତ୍ୱ କରି ବିଭିନ୍ନ ଟି୨୦ ଲିଗ୍‌ ଖେଳିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୧୫ଟି ମ୍ୟାଚ୍‌ ଖେଳି ୧୬୧ ରନ ସ୍କୋର କରିବା ସହ ୯ ଉଇକେଟ ଅକ୍ତିଆର କରିଛନ୍ତି।
ପଡିଆ ବାହାରେ ସେ ବିଭିନ୍ନ କାରଣ ପାଇଁ ବିବାଦୀୟ ହୋଇପଡିଥିଲେ। ୨୦୦୮ରେ ସେ ଲାଞ୍ଚନେବା ଅଭିଯୋଗରେ ଆଇସିସି ଦ୍ୱାରା ବାସନ୍ଦ ହୋଇଥିଲେ। ଏହାର ୬ ବର୍ଷ ପୂର୍ବରୁ ସେ ଭାରତରେ ଏକ ଟିମ୍‌ କର୍ଫ୍ୟୁ ନ ମାନି ବିବାଦ ସୃଷ୍ଟି କରିଥିଲେ। ଏଥିପାଇଁ ସେ ସ୍ବଦେଶ ଫେରିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ୨୦୧୫ରେ ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନ କାରଣରୁ ତାଙ୍କ ବୋଲିଂ କରିବାରୁ ଗୋଟିଏ ବର୍ଷ ବାରଣ କରାଯାଇଥିଲା। କିଛି ଦିନ ତଳେ ସେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ସହ ଅନ୍‌ଲାଇନ୍‌ରେ ଏକ ବିବାଦ ସୃଷ୍ଟି କରିଥିଲେ। ପୁଣି ୨୦୧୪ରେ ଭାରତ ଗସ୍ତ ଅଧାରେ ଅଧିନାୟକ ଡ୍ବେନ ବ୍ରାଭୋଙ୍କ ଓହରିବା ନିଷ୍ପତ୍ତିକୁ ମଧ୍ୟ ସେ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା: ଭାଗ ନେବ ଓଡ଼ିଶା

ଭୁବନେଶ୍ୱର,୨୯ା୩: ବିହାର ରାଜ୍ୟ ଅଧୀନ ବେଗୁସରାଇଠାରେ ମାର୍ଚ୍ଚ ୩୧ରୁ ୫୨ତମ ଜାତୀୟ ସିନିୟର ପୁରୁଷ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ଏକ ୧୮...

ଟ୍ରୋଲିଂକୁ ନେଇ ରାଗରେ ନିଆଁବାଣ ହେଲେ ସୋନୁ, କହିଲେ ‘ସେ ଆମ ହିରୋ’

ବମ୍ବେ,୨୯।୩: ଆରମ୍ଭରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ତମ ସିଜନ ଚର୍ଚ୍ଚାରେ ରହିଆସୁଛି। ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ...

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri