Posted inଖେଳ

ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ସାମୁଏଲ୍ସଙ୍କ ଅବସର

କିଙ୍ଗଷ୍ଟନ,୫।୧୧(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମାର୍ଲନ ସାମୁଏଲ୍ସ ସବୁ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଓ୍ବେଷ୍ଟଇଣ୍ଡିଜର ଦୁଇଟି ଟି୨୦ ବିଶ୍ୱକପ୍‌ ଫାଇନାଲ ବିଜୟରେ ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଥିବା ସାମୁଏଲ୍ସଙ୍କ କ୍ୟାରିୟର ବିବାଦରେ ଛନ୍ଦି ହୋଇପଡିଥିଲା। ଦୁର୍ନୀତି ଅଭିଯୋଗରେ ସେ କ୍ରିକେଟରୁ ଦୁଇବର୍ଷ ବାସନ୍ଦ ମଧ୍ୟ ହୋଇଥିଲେ। ତାଙ୍କ ଅବସର ନେଇ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଜନୀ ଗେଭ୍‌ ସ୍ପଷ୍ଟ କରିଛନ୍ତି।
୩୯ ବର୍ଷୀୟ ସାମୁଏଲ୍ସ ୭୧ ଟେଷ୍ଟ, ୨ ୦୭ ଦିନିକିଆ ଓ ୬୭ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ମୋଟ ଉପରେ ସେ ୧୧,୦୦୦ ଅନ୍ତର୍ଜାତୀୟ ରନ୍‌ ସଂଗ୍ରହ କରିବା ସହ ୧୫୦ରୁ ଊର୍ଦ୍ଧ୍ୱ ଉଇକେଟ ହାସଲ କରିଛନ୍ତି। ତାଙ୍କର ହାରାହାରି ରନ୍‌ ସଂଗ୍ରହ ସେତେଟା ଆକର୍ଷଣୀୟ ନ ଥିଲେ ମଧ୍ୟ ବଡ଼ବଡ଼ ମ୍ୟାଚ୍‌ରେ ଉପଯୋଗୀ ପ୍ରଦର୍ଶନ କରି ଦଳକୁ ସେ ବହୁବାର ଜିତାଇବାର ଗୌରବ ବହନ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜର ୨୦୧୨ ଓ ୨୦୧୭ ଟି୨୦ ବିଶ୍ୱକପ୍‌ ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରି ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ୨୦୧୨ ବିଶ୍ୱକପ୍‌ ଫାଇନାଲରେ ସେ ୫୬ ବଲରୁ ୭୮ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ। ସେହିପରି ୨୦୧୭ ବିଶ୍ୱକପ୍‌ ଫାଇନାଲରେ ସେ ୬୬ଟି ବଲର ସମ୍ମୁଖୀନ ହୋଇ ୮୫ ରନକରି ଦଳକୁ ଇଂଲଣ୍ଡ ବିପକ୍ଷରେ ବିଜୟୀ କରାଇଥିଲେ। ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ସେ ଦୁଇଟି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟୁର୍ନାମେଣ୍ଟ ଫାଇନାଲରେ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ୨୦୦୦ରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଗତ ଦୁଇ ଦଶନ୍ଧିଧରି ସେ ବିଶ୍ୱର ବିଭିନ୍ନ ଟି୨୦ ଲିଗ୍‌ରେ ଅଂଶଗ୍ରହଣ କରି ବେଶ୍‌ ପ୍ରଭାବି ପ୍ରଦର୍ଶନ କରିଛନ୍ତି। ସେ ପୁଣେ ଓ୍ବାରିୟର୍ସ, ଦିଲ୍ଲୀ ଡେୟାରଡେଭିଲ୍ସ, ମେଲବୋର୍ନ ରେନେଗାଡ୍ସ ଓ ପେଶାଓ୍ବାର ଜାଲମି ତରଫରୁ ପ୍ରତିନିଧିତ୍ୱ କରି ବିଭିନ୍ନ ଟି୨୦ ଲିଗ୍‌ ଖେଳିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୧୫ଟି ମ୍ୟାଚ୍‌ ଖେଳି ୧୬୧ ରନ ସ୍କୋର କରିବା ସହ ୯ ଉଇକେଟ ଅକ୍ତିଆର କରିଛନ୍ତି।
ପଡିଆ ବାହାରେ ସେ ବିଭିନ୍ନ କାରଣ ପାଇଁ ବିବାଦୀୟ ହୋଇପଡିଥିଲେ। ୨୦୦୮ରେ ସେ ଲାଞ୍ଚନେବା ଅଭିଯୋଗରେ ଆଇସିସି ଦ୍ୱାରା ବାସନ୍ଦ ହୋଇଥିଲେ। ଏହାର ୬ ବର୍ଷ ପୂର୍ବରୁ ସେ ଭାରତରେ ଏକ ଟିମ୍‌ କର୍ଫ୍ୟୁ ନ ମାନି ବିବାଦ ସୃଷ୍ଟି କରିଥିଲେ। ଏଥିପାଇଁ ସେ ସ୍ବଦେଶ ଫେରିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ୨୦୧୫ରେ ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନ କାରଣରୁ ତାଙ୍କ ବୋଲିଂ କରିବାରୁ ଗୋଟିଏ ବର୍ଷ ବାରଣ କରାଯାଇଥିଲା। କିଛି ଦିନ ତଳେ ସେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ସହ ଅନ୍‌ଲାଇନ୍‌ରେ ଏକ ବିବାଦ ସୃଷ୍ଟି କରିଥିଲେ। ପୁଣି ୨୦୧୪ରେ ଭାରତ ଗସ୍ତ ଅଧାରେ ଅଧିନାୟକ ଡ୍ବେନ ବ୍ରାଭୋଙ୍କ ଓହରିବା ନିଷ୍ପତ୍ତିକୁ ମଧ୍ୟ ସେ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?