Posted inଖେଳ

କାମେରନ ହ୍ବାଇଟ୍‌ଙ୍କ ଅବସର

ମେଲବୋର୍ନ,୨୨।୮(ପି.ଟି.): ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡର କାମେରନ ହ୍ବାଇଟ୍‌ ଶୁକ୍ରବାର ପେସାଦାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫଳରେ ଦୀର୍ଘ ଦୁଇ ଦଶନ୍ଧିର ତାଙ୍କ ଉଜ୍ଜ୍ୱଳମୟ କ୍ୟାରିୟରର ଅନ୍ତ ଘଟିଛି। ୩୭ବର୍ଷୀୟ ହ୍ବାଇଟ୍‌ ଅଷ୍ଟ୍ରେଲିଆ ତରଫରୁ ୪ ଟେଷ୍ଟ, ୯୧ ଦିନିକିଆ ଓ ୪୭ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସୀମିତ ଓଭର କ୍ରିକେଟରେ ସେ ୭ଥର ଦଳର ନେତୃତ୍ୱ ନେଇଛନ୍ତି। ଏବେ କୋଚିଂ ଉପରେ ଫୋକସ କରିବେ ବୋଲି ହ୍ବାଇଟ୍‌ କହିଛନ୍ତି। ମୋର ଖେଳ ଶେଷ ହୋଇଛି ଓ ଏହା ନିଶ୍ଚିତ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆଡିଲେଡ୍‌ ଷ୍ଟ୍ରାଇକର ପାଇଁ ଖେଳିବାକୁ ଗୋଟିଏ ବର୍ଷ ଚୁକ୍ତି କରିଥିଲି। ଗତବର୍ଷ କେତୋଟି ମ୍ୟାଚ୍‌ ମଧ୍ୟ ଖେଳିଥିଲି। ପରେ ଅବସର ନେବାର ଏହା ପ୍ରକୃତ ସମୟ ବୋଲି ଉପଲବ୍ଧି କରିଛି। ଏବେ କୋଚିଂ ଦେବାକୁ ପ୍ରସ୍ତୁତି କରୁଛି। ଗତ ଗ୍ରୀଷ୍ମରେ ହ୍ବାଇଟ୍‌ ଆଡିଲେଡ ଷ୍ଟ୍ରାଇକର ପାଇଁ ୬ଟି ମ୍ୟାଚ୍‌ ଖେଳିଥିଲେ। ଘରୋଇ କ୍ରିକେଟ୍‌ରେ ମଧ୍ୟ ତାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ସେ ମୋଟ ଉପରେ ଅଷ୍ଟ୍ରେଲିଆର ୧୦ଟି ଡୋମେଷ୍ଟିକ୍‌ ଟାଇଟଲ ହାସଲ କରିଛନ୍ତି। ସେ ୬ଟି ସେଫିଲ୍ଡ ସିଲ୍ଡ, ଏକ ଘରୋଇ ଦିନିକିଆ ଟାଇଟଲ, ଓଲ୍ଡ ଷ୍ଟେଟ୍‌ର ୩ଟି ଟି୨୦ ଲିଗ୍‌ ଓ ଗୋଟିଏ ବିଗ୍‌ ବାଶ୍‌ ଲିଗ୍‌ ଟ୍ରଫି ଜିତିଛନ୍ତି। ୧୯ ବର୍ଷରୁ କମ୍‌ ଭିକ୍ଟୋରିଆ ଦଳ ପାଇଁ ମେଣ୍ଟର ଭାବେ ସେ ଏବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri