‘ମନିଟରିଂ ପାଇଁ ଅବସରପ୍ରାପ୍ତ ବିଚାରପତି ଜେ.ପି. ଦାସଙ୍କୁ ହାଇକୋର୍ଟ ମନୋନୀତ କରିଛନ୍ତି’

ବଲାଙ୍ଗୀର ଅଫିସ, ୨୮ା୩:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ମନିଟରିଂ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜେ.ପି. ଦାସଙ୍କୁ ହାଇକୋର୍ଟ ମୁଖ୍ୟ ବିଚାରପତି ମନୋନୀତ କରିଛନ୍ତି। ସୂଚନା ଅଧିକାର ଆଇନ ଯୋଗେ ଓଡ଼ିଶା ହାଇକୋର୍ଟଙ୍କ ଜନସୂଚନା ଅଧିକାରୀ ତଥା ଆଡିସନାଲ ଡେପୁଟି ରେଜିଷ୍ଟ୍ରାର(ଜେ ଆଣ୍ଡ ଇ) ନିର୍ମଳେନ୍ଦୁଜୀ ଏ ସଂକ୍ରାନ୍ତୀୟ ତଥ୍ୟ ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ପ୍ରଦାନ କରଛନ୍ତି। ପଣ୍ଡା କହିଛନ୍ତି, ରାଜ୍ୟ ସରକାରଙ୍କ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଗତ ଜାନୁୟାରୀ ୩୦ରେ ଚିଠି ନଂ. ୭୬/ସି ମାଧ୍ୟମରେ ହାଇକୋର୍ଟଙ୍କୁ ଚିଠି ଲେଖି ଜଣେ କାର୍ଯ୍ୟରତ, ଅବସରପ୍ରାପ୍ତ ବିଚାରପତି କିମ୍ବା ଜିଲା ଓ ସେସନ୍ସ ଜଜ୍‌ଙ୍କୁ ନବ ଦାସଙ୍କ ହତ୍ୟାକାଣ୍ଡ ତଦନ୍ତକୁ ତଦାରଖ କରିବା ପାଇଁ ନିବେଦନ କରିଥିଲେ। ଏହି ଚିଠିକୁ ଭିତ୍ତିକରି ହାଇକୋର୍ଟ ମୁଖ୍ୟ ବିଚାରପତି ଘଟଣାର ତଦନ୍ତକୁ ମନିଟରିଂ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜେ.ପି.ଦାସଙ୍କୁ ମନୋନୀତ କରିଥିବା କଥା ଫେବୃୟାରୀ ୧ତାରିଖରେ ଚିଠି ନମ୍ବର ୦୩/ଆର୍‌ଜି ମାଧ୍ୟମରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଜଣାଇଦେଇଥିଲେ।
ନବ ଦାସଙ୍କୁ ଗତ ଜାନୁୟାରୀ ୨୯ରେ ଜଣେ ପୋଲିସ କର୍ମଚାରୀ ଗୁଳିକରି ହତ୍ୟା କରିଥିଲେ। ତା’ପରଦିନ ଅର୍ଥାତ୍‌ ୩୦ତାରିଖରେ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅନୁରୋଧ ପତ୍ର ଦେଇଛନ୍ତି ଓ ଫେବୃୟାରୀ ୧ରେ ଅବସରପ୍ରାପ୍ତ ବିଚାରପତି ଦାସଙ୍କୁ ମନୋନୀତ କରି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ପକ୍ଷରୁ ଜଣାଇ ଦିଆଯାଇଛି। ତେଣୁ ତଦନ୍ତକୁ ହାଇକୋର୍ଟ ମନିଟର୍ଡ କରିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ପ୍ରଶ୍ନ କରାଯାଇ ନ ପାରେ ବୋଲି ପଣ୍ଡା କହିଛନ୍ତି। ପୂର୍ବରୁ ନୟାଗଡ଼ ଯଦୁପୁରର କୋମଳମତି ଶିଶୁ ପରୀ ହତ୍ୟାକଣ୍ଡର ତଦନ୍ତକୁ ହାଇକୋର୍ଟ ମନିଟର୍ଡ ବୋଲି ମିଛ ପ୍ରଚାର କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ନିବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଥିବା କଥା ସୂଚନା ଅଧିକାର କର୍ମୀ ପଣ୍ଡା ପ୍ରଥମେ ଗଣମାଧ୍ୟମରେ ତଥ୍ୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri