ପ୍ରତିଶୋଧାତ୍ମକ ପଦକ୍ଷେପ

ଗତ ମାସରେ ଏସିଆରୁ ପାକିସ୍ତାନ ଓ ଇରାକ ସହିତ ଭାରତ ଜାତିସଂଘ ମାନବାଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)କୁ ନିର୍ବାଚିତ ହୋଇଥିଲା। ୟୁଏନ୍‌ଏଚ୍‌ଆର୍‌ସି କହେ, ସାରା ବିଶ୍ୱରେ ମାନବାଧିକାରର ପ୍ରୋତ୍ସାହନ ଓ ସୁରକ୍ଷାକୁ ସୁଦୃଢ଼ କରିବା ଏହାର ଦାୟିତ୍ୱ। ୟୁଏନ୍‌ଏଚ୍‌ଆର୍‌ସିକୁ ନିର୍ବାଚିତ ହେବା ପାଇଁ ଭାରତ ସରକାର ବହୁ କିଛି କରିଥିଲେ। ଆହୁରି କୁହାଯାଇଛି, ଏହି ନିର୍ବାଚନ ମାନବ ଅଧିକାର ଏବଂ ମୌଳିକ ସ୍ବାଧୀନତା ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ମୁଁ ଏକ ନିର୍ଦ୍ଦିଷ୍ଟ ଘଟଣା ଉପରେ ଆଲୋକପାତ କରିବାକୁ ଚାହେଁ, ଯାହା ଭାରତରେ ମାନବାଧିକାର ସ୍ଥିତିକୁ ଦର୍ଶାଇବ। ଏହି କ୍ଷେତ୍ରରେ ଯେଉଁମାନଙ୍କ ଅଧିକାରକୁ ଜାଣିଶୁଣି ଉଲ୍ଲଂଘନ କରାଯାଇଛି, ସେମାନଙ୍କ ପ୍ରତି ଭାରତର ଦୃଷ୍ଟିଭଙ୍ଗୀକୁ ବିଚାର କରାଯିବା ଉଚିତ। ୨୨ ନଭେମ୍ବର ୨୦୨୫ରେ ବିନା ବିଚାରରେ ଖୁରାମ ପର୍‌ଭେଜ ୪ ବର୍ଷ ବନ୍ଦୀ ଜୀବନ ପୂରଣ କରିଛନ୍ତି। ସେ ଦିଲ୍ଲୀ ରୋହିଣୀ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ତାଙ୍କ ସ୍ତ୍ରୀ ଏବଂ ଦୁଇ ଛୋଟ ପିଲା କଶ୍ମୀରରେ ଏକ ନ୍ୟାୟିକ ବିଚାର ପାଇଁ ଅପେକ୍ଷା କରିଥିଲେ ବି ତାହାକୁ ସ୍ଥାନାନ୍ତର କରାଯିବାକୁ ମନାକରାଯାଇଛି। ଭାରତର ଆତଙ୍କବାଦ ବିରୋଧୀ ଆଇନଭାବେ ଜଣାଶୁଣା ବେଆଇନ କାର୍ଯ୍ୟକଳାପ (ପ୍ରତିକାର) ଆଇନ ବା ୟୁଏପିଏକୁ ମାନବାଧିକାର ସୁରକ୍ଷାକାରୀଙ୍କ ମୁହଁ ବନ୍ଦକରିବା ପାଇଁ ବ୍ୟବହାର କରାଯିବାରେ ତାଙ୍କ ଜେଲଦଣ୍ଡ ଏକ ବଡ଼ ତଥା ପ୍ରତୀକାତ୍ମକ ଉଦାହରଣ। ଏପରିକି ନୂତନ ଭାରତରେ ଜମ୍ମୁ ଏବଂ କଶ୍ମୀର ଅବୈଧ ହତ୍ୟା, ଦଣ୍ଡମୂଳକ ଘର ଭାଙ୍ଗିବା, ମନମୁଖି ଗିରଫଦାରି, ବେଆଇନ ନଜରବନ୍ଦୀ ଏବଂ ଯାତ୍ରା ପ୍ରତିବନ୍ଧକର ପ୍ରତ୍ୟକ୍ଷ ସାକ୍ଷୀ ସାଜିଛି। ଏଠାରେ ଏକ ନିର୍ବାଚିତ ସରକାରଙ୍କୁ କେନ୍ଦ୍ର ସରକାର କ୍ଷମତା ଶୂନ୍ୟ କରିଦେଇଛନ୍ତି, ଯାହା ଚଳିତ ସପ୍ତାହରେ ଜଣେ ସାମ୍ବାଦିକଙ୍କ ଘର ଭାଙ୍ଗିବା ଘଟଣାରୁ ଜାଣିପାରିବା। ଏହିସବୁ କାରଣରୁ ଖୁରାମ ପର୍‌ଭେଜ ସେଠାକାର ନିର୍ଯାତନାକୁ ଲିପିବଦ୍ଧ କରିବା ଆବଶ୍ୟକତା ଥିଲା, ଅପରିହାର୍ଯ୍ୟ ମଧ୍ୟ। ୨ ଦଶନ୍ଧି ଧରି ପର୍‌ଭେଜ କଶ୍ମୀରର ଜଣେ ସମ୍ମାନିତ ଏବଂ ଜଣାଶୁଣା ମାନବାଧିକାର ସ୍ବର ଥିଲେ ବୋଲି ମୁଁ ଏହା ନିଶ୍ଚିତକରି କହିପାରେ। କାରଣ ମୁଁ ଯେଉଁ ବିଶ୍ୱସ୍ତରୀୟ ପ୍ୟାନେଲରେ ଅଛି ସେଠାରେ ତାଙ୍କ ଜେଲଦଣ୍ଡ ବିଷୟରେ ଗମ୍ଭୀର ଆଲୋଚନା କରାଯାଇଛି।
ଜମ୍ମୁ-କଶ୍ମୀର କୋଆଲିସନ ଅଫ୍‌ ସିଭିଲ ସୋସାଇଟି (ଜେକେସିସିଏସ୍‌)ର କାର୍ଯ୍ୟକ୍ରମ ସଂଯୋଜକ ଭାବେ ପରଭେଜ ଏକ ସବୁଠୁ ବିଶ୍ୱସନୀୟ ମାନବାଧିକାର ଗୋଷ୍ଠୀ ଗଠନ କରିବାରେ ସାହାଯ୍ୟ କରିଥିଲେ। ନିର୍ଯାତନା, ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକ ଏବଂ ନିଖୋଜ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାରେ ଜେକେସିସିଏସ୍‌ କାର୍ଯ୍ୟ କରିଥିଲା। ଫଳରେ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ଏ ସଂକ୍ରାନ୍ତୀୟ କଶ୍ମୀରର ୨୦୧୮ ଏବଂ ୨୦୧୯ ରିପୋର୍ଟ ଉପରେ ଅଧିକ ନିର୍ଭର କରିଥିଲେ। ଏହା ସ୍ପଷ୍ଟ ଯେ, ଏହି କାର୍ଯ୍ୟ ପାଇଁ ପର୍‌ଭେଜଙ୍କୁ ଟାର୍ଗେଟ କରାଯାଇଥିଲା। ୨୧ ନଭେମ୍ବର ୨୦୨୧ରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ତାଙ୍କୁ ଆତଙ୍କବାଦୀ ପାଣ୍ଠି ସଂଗ୍ରହ କରିବା, ଷଡ଼ଯନ୍ତ୍ର ଏବଂ ରାଷ୍ଟ୍ର ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ଗିରଫ କରିଥିଲା। ହେଲେ ୪ବର୍ଷ ପରେ ତାଙ୍କ ମାମଲାର ବିଚାର ଆରମ୍ଭ ହୋଇନାହିଁ। ପର୍‌ଭେଜ ଏବେ ଜେଲରେ ଅଛନ୍ତି ଏବଂ କେବେ ଓ କେତେବେଳେ ତାଙ୍କୁ କୋର୍ଟ ରୁମ୍‌ରେ ଦେଖିବାକୁ ମିଳିବ ତାହା କହିହେଉନାହିଁ। ସେ ଏକା ନୁହନ୍ତି, ମାର୍ଚ୍ଚ ୨୦୨୩ରେ ଜେକେସିସିଏସ୍‌ ସହ ଜଡ଼ିତ ସାମ୍ବାଦିକ ଇର୍‌ଫାନ ମେହରାଜଙ୍କୁ ମଧ୍ୟ ସେହି ମାମଲାରେ ଗିରଫ କରାଯାଇଥିଲା। ସେହି ବର୍ଷ ଅଗଷ୍ଟରେ ଜେକେସିସିଏସ୍‌ ପ୍ରତିଷ୍ଠାତା ପର୍‌ଭେଜ ଇମ୍‌ରୋଜ୍‌ଙ୍କ ଘରେ ଏନ୍‌ଆଇଏ ଚଢ଼ାଉକରି ପଚରାଉଚରା ପାଇଁ ତାଙ୍କୁ ଦିଲ୍ଲୀ ଡକାଇଥିଲା। ଆଇନର ଆଧାର ନ ଥାଇ ଚଢ଼ାଉ ଏବଂ ସମନ ଜାରି କରିବା ବାସ୍ତବରେ ସଙ୍ଗଠନ ଏବଂ ଅଭିବ୍ୟକ୍ତି ସ୍ବାଧୀନତାର ବାଧକ।
ଅନ୍ତର୍ଜାତୀୟ ମାନବାଧିକାର ସଙ୍ଗଠନଗୁଡ଼ିକ ଏ ସମ୍ପର୍କରେ ବାରମ୍ବାର ଚିନ୍ତା ପ୍ରକଟ କରିଛନ୍ତି। ଜୁନ୍‌ ୨୦୨୩ରେ ମନମୁଖି ଅଟକ ଉପରେ କାର୍ଯ୍ୟକରୁଥିବା ଜାତିସଂଘର ଓ୍ବାକିଂଗ୍ରୁପ୍‌ ପର୍‌ଭେଜଙ୍କ ଅଟକକୁ ମନମୁଖି କହିବା ସହ ତାଙ୍କୁ ମୁକ୍ତ କରିବାକୁ ଦାବି କରିଥିଲା। ହେଲେ ଆଜି ପର୍ଯ୍ୟନ୍ତ ଭାରତୀୟ କର୍ତ୍ତୃପକ୍ଷ ଓ୍ବାକିଂଗ୍ରୁପ୍‌ର ନିର୍ଦ୍ଦେଶ ପାଳନ କରିନାହାନ୍ତି କିମ୍ବା ଏବକାର ସ୍ଥିତି ବିଷୟରେ କିଛି ବି ଜଣାଇନାହାନ୍ତି। ପର୍‌ଭେଜ ଜାତିସଂଘ ସହ ଜଡ଼ିତ ହୋଇ ପ୍ରତିଶୋଧର ସମ୍ମୁଖୀନ ହେବା ପ୍ରଥମ ଘଟଣା ନୁହେଁ। ସେପ୍ଟେମ୍ବର ୨୦୧୬ରେ ମାନବାଧିକାର ପରିଷଦ ଅଧିବେଶନରେ ଯୋଗଦେବା ପାଇଁ ତାଙ୍କ ଜେନେଭା ଗସ୍ତକୁ ରୋକାଯାଇ ୭୬ ଦିନ ଅଟକ ରଖାଯାଇଥିଲା। ବିଭିନ୍ନ ପ୍ରତିଶୋଧାତ୍ମକ ପଦକ୍ଷେପ ସମ୍ପର୍କିତ ଜାତିସଂଘ ମହାସଚିବଙ୍କ ବାର୍ଷିକ ରିପୋର୍ଟରେ ୨୦୧୮ରୁ ପ୍ରତିବର୍ଷ ପର୍‌ଭେଜଙ୍କ ମାମଲା ଅନ୍ତର୍ଭୁକ୍ତ କରାଯାଇଆସିଛି। ୟୁଏପିଏରେ ବିଚାର ପୂର୍ବରୁ ୧୮୦ ଦିନ ଅଟକ ଅବଧି ଏବଂ ଏହାର ବୃଦ୍ଧିକୁ ନେଇ ଅକ୍ଟୋବର ୨୦୨୩ରେ ଜାତିସଂଘର ମାନବାଧିକାର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଥିଲେ। ଏହା ଅତ୍ୟଧିକ ବୋଲି ସେମାନେ କହିଥିଲେ ଏବଂ ଭାରତକୁ ଅନ୍ତର୍ଜାତୀୟ ମାନବାଧିକାର ମାନଦଣ୍ଡ ଅନୁଯାୟୀ ଏହି ଆଇନରେ ସଂସ୍କାର ଆଣିବାକୁ ଅନୁରୋଧ କରିଥିଲେ।
ପ୍ରାୟ ୨ ଦଶନ୍ଧି ଧରି ଅନେକ ଲକ୍ଷ କଶ୍ମୀରୀ ସମ୍ମୁଖୀନ ହେଉଥିବା ମାନବାଧିକାର ଉଲ୍ଲଂଘନକୁ ପର୍‌ଭେଜ ଏବଂ ଜେକେସିସିଏସ୍‌ ସାମ୍ନାକୁ ଆଣିଥିଲେ। ଏବେ ଭାରତରେ ଆତଙ୍କବାଦ ନିରୋଧୀ ଆଇନର ଅପବ୍ୟବହାରରେ ସର୍ବାଧିକ ଶିକାର ହୋଇଛନ୍ତି ପର୍‌ଭେଜ। ତାଙ୍କ ମାମଲା ଦର୍ଶାଏ, ସବୁଠି ମାନବାଧିକାର ସୁରକ୍ଷା କର୍ମୀ ବିପଦର ସମ୍ମୁଖୀନ ହେଉଛନ୍ତି। ସେମାନେ କ୍ଷମତାକୁ ଚ୍ୟାଲେଞ୍ଜ କରି ଦେଶର ଶତ୍ରୁ ପାଲଟିଛନ୍ତି। ଭାରତରେ ଆଇନର ଅପବ୍ୟବହାର ବିଷୟରେ ଯେଉଁମାନେ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରନ୍ତି କିମ୍ବା କୁହନ୍ତି ସେମାନଙ୍କୁ ପ୍ରତିଶୋଧାତ୍ମକ ପଦକ୍ଷେପର ସାମ୍ନା କରିବାକୁ ପଡ଼ୁଛି। ଏଣୁ ଭାରତ ନିଜକୁ ଆଇନର ଶାସନ ଦ୍ୱାରା ପରିଚାଳିତ ଏକ ଦେଶ ବୋଲି ଦାବି କରିପାରିବ ନାହିଁ। ଖୁରାମ ପର୍‌ଭେଜଙ୍କୁ ଗିରଫ କରାଯିବା ଉଚିତ ନୁହେଁ। ଜଣେ ମାନବାଧିକାର ସୁରକ୍ଷା କର୍ମୀଙ୍କୁ ଗୋଟିଏ ଦିନ ଅଟକ ରଖିବା ଅନ୍ୟାୟ। ତଥାପି ସେ ୪ବର୍ଷରୁ ଅଧିକ ସମୟ ଜେଲରେ ବିତାଇସାରିଲେଣି। ମାନବ ଅଧିକାର ଉପରେ ଭାରତ ଯେଉଁ ଗଳାଫଟେଇ କହୁଛି ଏହା ତାହାର ବିପରୀତ ସ୍ଥିତିକୁ ଦର୍ଶାଉଛି। ଏହା ସହ ଜାତିସଂଘ ମାନବାଧିକାର ପରିଷଦରେ ନିଜର ସ୍ଥାନ ହାସଲକରି ସାରା ବିଶ୍ୱରେ ମାନବାଧିକାର ପ୍ରଚାର ଏବଂ ସୁରକ୍ଷାକୁ ମଜଭୁତ କରୁଛି ବୋଲି ଯାହା ଦର୍ଶାଉଛି ତାହା କେବଳ ଏକ ଛଳନା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ତେନ୍ଦୁଲକରଙ୍କ ୩୭ ବର୍ଷର ରେକର୍ଡ, ସ୍କୁଲ ଯିବା ବୟସରେ ଟିମ ଇଣ୍ଡିଆରେ ଡେବ୍ୟୁକଲେ ବୈଭବ!

ନୂଆଦିଲ୍ଲୀ,୬।୬: ଆଜି ଅର୍ଥାତ୍‌ ଜୁନ ୬ ଶନିବାର ଭାରତୀୟ କ୍ରିକେଟ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ମାତ୍ର ୧୫ ବର୍ଷ ବୟସର ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଗାମୀ…

ବିହାରରେ ସୁରକ୍ଷାକୁ ନେଇ ରାଜନୈତିକ ବିବାଦ: ଲାଲୁ-ରାବ୍ରିଙ୍କ ପାଇଁ Z+ ସୁରକ୍ଷା ପ୍ରତ୍ୟାହାର କରିବା ପରେ ଏମିତି କଲେ ତେଜସ୍ବୀ

ପାଟନା,୬।୬: ବିହାର ରାଜନୀତିରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ…

ITDA ଯନ୍ତ୍ରୀଙ୍କ ଧର୍ମଶାଳା ଘରେ ଚାଲିଛି ରେଡ୍‌, ମୋଟ୍‌ ୯ଟି ସ୍ଥାନରେ ରହିଛି…

ଧର୍ମଶାଳା,୬ା୬(ଶିବ ପ୍ରସାଦ ମହାନ୍ତି): ITDA ବାଲିଗୁଡ଼ା ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ…

ଜଙ୍ଗଲରୁ ହାତୀ ଶାବକର ମୃତଦେହ ଜବତ

ରିଆମାଳ,୬ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଶନିବାର ଏକ ଅଣ୍ଡିରା ଶିଶୁ ଶାବକ ହାତୀର ମୃତଦେହ ଜବତ…

ଭିନ୍ନ ଏକ ରେବତୀ: ବାପା ଦିନ ମଜୁରିଆ, ଝିଅ ହେଲେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଟପ୍ପର, କହିଲେ-ଆଗକୁ ମୁଁ…

ବଲାଙ୍ଗୀର, ୬।୬ (ବୀରେନ୍ଦ୍ର କୁମାର ଝାଙ୍କର/ସୁନୀଲ କୁମାର ମହାନ୍ତି): ବ୍ୟାସକବି ଫକୀର ମୋହନ ଗଳ୍ପ ସେନାପତିଙ୍କ କାଳଜୟୀ ‘ରେବତୀ’କୁ ନେଇ ଓଡ଼ିଆ ସାହିତ୍ୟ ଜଗତ ମୁଖରିତ। ନାରୀ…

ଫାୟାରିଂ ମାମଲାରେ ସରେଣ୍ଡର କଲେ ଖାନ୍‌ ସାର, ଏବେ ଆଗକୁ…

ପାଟନା,୬।୬: ବିହାରର ଜଣାଶୁଣା ଶିକ୍ଷକ ତଥା ‘ଖାନ ଗ୍ଲୋବାଲ ଷ୍ଟଡିଜ’ର ପ୍ରତିଷ୍ଠାତା ଖାନ ସାର୍‌ କୋଚିଂ ସଂସ୍ଥାନରେ ହୋଇଥିବା ହିଂସା ଏବଂ ଗୁଳିଚାଳନା (ଫାୟାରିଂ) ମାମଲାରେ ଆତ୍ମସମର୍ପଣ…

ପୂର୍ବତନ ବାର୍‌ ଆସୋସିଏଶନ ସଭାପତିଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ବିଧାୟକ

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ପୂର୍ବତନ ସଭାପତି ବଂଶୀଧର ପ୍ରଧାନ(୭୭) ଶୁକ୍ରବାର ରାତିରେ ପରଲୋକ ଗମନ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ…

ଭୟଙ୍କର ଦୁର୍ଘଟଣା, ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗୋଟିଏ ଗାଁର ୫ ଯୁବକ ମୃତ

ଅହମଦାବାଦ,୬।୬: ମୋର୍ବି-ହାଲଭାଡ ରାଜପଥର ଚରଦ୍ବା ଗ୍ରାମ ଉପକଣ୍ଠରେ ଗତକାଲି ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ରଣଛୋଡଗଡ଼ ଗ୍ରାମର ପାଞ୍ଚ ଜଣ ଯୁବକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri