ପ୍ରତିଶୋଧାତ୍ମକ ପଦକ୍ଷେପ

ଗତ ମାସରେ ଏସିଆରୁ ପାକିସ୍ତାନ ଓ ଇରାକ ସହିତ ଭାରତ ଜାତିସଂଘ ମାନବାଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)କୁ ନିର୍ବାଚିତ ହୋଇଥିଲା। ୟୁଏନ୍‌ଏଚ୍‌ଆର୍‌ସି କହେ, ସାରା ବିଶ୍ୱରେ ମାନବାଧିକାରର ପ୍ରୋତ୍ସାହନ ଓ ସୁରକ୍ଷାକୁ ସୁଦୃଢ଼ କରିବା ଏହାର ଦାୟିତ୍ୱ। ୟୁଏନ୍‌ଏଚ୍‌ଆର୍‌ସିକୁ ନିର୍ବାଚିତ ହେବା ପାଇଁ ଭାରତ ସରକାର ବହୁ କିଛି କରିଥିଲେ। ଆହୁରି କୁହାଯାଇଛି, ଏହି ନିର୍ବାଚନ ମାନବ ଅଧିକାର ଏବଂ ମୌଳିକ ସ୍ବାଧୀନତା ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ମୁଁ ଏକ ନିର୍ଦ୍ଦିଷ୍ଟ ଘଟଣା ଉପରେ ଆଲୋକପାତ କରିବାକୁ ଚାହେଁ, ଯାହା ଭାରତରେ ମାନବାଧିକାର ସ୍ଥିତିକୁ ଦର୍ଶାଇବ। ଏହି କ୍ଷେତ୍ରରେ ଯେଉଁମାନଙ୍କ ଅଧିକାରକୁ ଜାଣିଶୁଣି ଉଲ୍ଲଂଘନ କରାଯାଇଛି, ସେମାନଙ୍କ ପ୍ରତି ଭାରତର ଦୃଷ୍ଟିଭଙ୍ଗୀକୁ ବିଚାର କରାଯିବା ଉଚିତ। ୨୨ ନଭେମ୍ବର ୨୦୨୫ରେ ବିନା ବିଚାରରେ ଖୁରାମ ପର୍‌ଭେଜ ୪ ବର୍ଷ ବନ୍ଦୀ ଜୀବନ ପୂରଣ କରିଛନ୍ତି। ସେ ଦିଲ୍ଲୀ ରୋହିଣୀ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ତାଙ୍କ ସ୍ତ୍ରୀ ଏବଂ ଦୁଇ ଛୋଟ ପିଲା କଶ୍ମୀରରେ ଏକ ନ୍ୟାୟିକ ବିଚାର ପାଇଁ ଅପେକ୍ଷା କରିଥିଲେ ବି ତାହାକୁ ସ୍ଥାନାନ୍ତର କରାଯିବାକୁ ମନାକରାଯାଇଛି। ଭାରତର ଆତଙ୍କବାଦ ବିରୋଧୀ ଆଇନଭାବେ ଜଣାଶୁଣା ବେଆଇନ କାର୍ଯ୍ୟକଳାପ (ପ୍ରତିକାର) ଆଇନ ବା ୟୁଏପିଏକୁ ମାନବାଧିକାର ସୁରକ୍ଷାକାରୀଙ୍କ ମୁହଁ ବନ୍ଦକରିବା ପାଇଁ ବ୍ୟବହାର କରାଯିବାରେ ତାଙ୍କ ଜେଲଦଣ୍ଡ ଏକ ବଡ଼ ତଥା ପ୍ରତୀକାତ୍ମକ ଉଦାହରଣ। ଏପରିକି ନୂତନ ଭାରତରେ ଜମ୍ମୁ ଏବଂ କଶ୍ମୀର ଅବୈଧ ହତ୍ୟା, ଦଣ୍ଡମୂଳକ ଘର ଭାଙ୍ଗିବା, ମନମୁଖି ଗିରଫଦାରି, ବେଆଇନ ନଜରବନ୍ଦୀ ଏବଂ ଯାତ୍ରା ପ୍ରତିବନ୍ଧକର ପ୍ରତ୍ୟକ୍ଷ ସାକ୍ଷୀ ସାଜିଛି। ଏଠାରେ ଏକ ନିର୍ବାଚିତ ସରକାରଙ୍କୁ କେନ୍ଦ୍ର ସରକାର କ୍ଷମତା ଶୂନ୍ୟ କରିଦେଇଛନ୍ତି, ଯାହା ଚଳିତ ସପ୍ତାହରେ ଜଣେ ସାମ୍ବାଦିକଙ୍କ ଘର ଭାଙ୍ଗିବା ଘଟଣାରୁ ଜାଣିପାରିବା। ଏହିସବୁ କାରଣରୁ ଖୁରାମ ପର୍‌ଭେଜ ସେଠାକାର ନିର୍ଯାତନାକୁ ଲିପିବଦ୍ଧ କରିବା ଆବଶ୍ୟକତା ଥିଲା, ଅପରିହାର୍ଯ୍ୟ ମଧ୍ୟ। ୨ ଦଶନ୍ଧି ଧରି ପର୍‌ଭେଜ କଶ୍ମୀରର ଜଣେ ସମ୍ମାନିତ ଏବଂ ଜଣାଶୁଣା ମାନବାଧିକାର ସ୍ବର ଥିଲେ ବୋଲି ମୁଁ ଏହା ନିଶ୍ଚିତକରି କହିପାରେ। କାରଣ ମୁଁ ଯେଉଁ ବିଶ୍ୱସ୍ତରୀୟ ପ୍ୟାନେଲରେ ଅଛି ସେଠାରେ ତାଙ୍କ ଜେଲଦଣ୍ଡ ବିଷୟରେ ଗମ୍ଭୀର ଆଲୋଚନା କରାଯାଇଛି।
ଜମ୍ମୁ-କଶ୍ମୀର କୋଆଲିସନ ଅଫ୍‌ ସିଭିଲ ସୋସାଇଟି (ଜେକେସିସିଏସ୍‌)ର କାର୍ଯ୍ୟକ୍ରମ ସଂଯୋଜକ ଭାବେ ପରଭେଜ ଏକ ସବୁଠୁ ବିଶ୍ୱସନୀୟ ମାନବାଧିକାର ଗୋଷ୍ଠୀ ଗଠନ କରିବାରେ ସାହାଯ୍ୟ କରିଥିଲେ। ନିର୍ଯାତନା, ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକ ଏବଂ ନିଖୋଜ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାରେ ଜେକେସିସିଏସ୍‌ କାର୍ଯ୍ୟ କରିଥିଲା। ଫଳରେ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ଏ ସଂକ୍ରାନ୍ତୀୟ କଶ୍ମୀରର ୨୦୧୮ ଏବଂ ୨୦୧୯ ରିପୋର୍ଟ ଉପରେ ଅଧିକ ନିର୍ଭର କରିଥିଲେ। ଏହା ସ୍ପଷ୍ଟ ଯେ, ଏହି କାର୍ଯ୍ୟ ପାଇଁ ପର୍‌ଭେଜଙ୍କୁ ଟାର୍ଗେଟ କରାଯାଇଥିଲା। ୨୧ ନଭେମ୍ବର ୨୦୨୧ରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ତାଙ୍କୁ ଆତଙ୍କବାଦୀ ପାଣ୍ଠି ସଂଗ୍ରହ କରିବା, ଷଡ଼ଯନ୍ତ୍ର ଏବଂ ରାଷ୍ଟ୍ର ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ଗିରଫ କରିଥିଲା। ହେଲେ ୪ବର୍ଷ ପରେ ତାଙ୍କ ମାମଲାର ବିଚାର ଆରମ୍ଭ ହୋଇନାହିଁ। ପର୍‌ଭେଜ ଏବେ ଜେଲରେ ଅଛନ୍ତି ଏବଂ କେବେ ଓ କେତେବେଳେ ତାଙ୍କୁ କୋର୍ଟ ରୁମ୍‌ରେ ଦେଖିବାକୁ ମିଳିବ ତାହା କହିହେଉନାହିଁ। ସେ ଏକା ନୁହନ୍ତି, ମାର୍ଚ୍ଚ ୨୦୨୩ରେ ଜେକେସିସିଏସ୍‌ ସହ ଜଡ଼ିତ ସାମ୍ବାଦିକ ଇର୍‌ଫାନ ମେହରାଜଙ୍କୁ ମଧ୍ୟ ସେହି ମାମଲାରେ ଗିରଫ କରାଯାଇଥିଲା। ସେହି ବର୍ଷ ଅଗଷ୍ଟରେ ଜେକେସିସିଏସ୍‌ ପ୍ରତିଷ୍ଠାତା ପର୍‌ଭେଜ ଇମ୍‌ରୋଜ୍‌ଙ୍କ ଘରେ ଏନ୍‌ଆଇଏ ଚଢ଼ାଉକରି ପଚରାଉଚରା ପାଇଁ ତାଙ୍କୁ ଦିଲ୍ଲୀ ଡକାଇଥିଲା। ଆଇନର ଆଧାର ନ ଥାଇ ଚଢ଼ାଉ ଏବଂ ସମନ ଜାରି କରିବା ବାସ୍ତବରେ ସଙ୍ଗଠନ ଏବଂ ଅଭିବ୍ୟକ୍ତି ସ୍ବାଧୀନତାର ବାଧକ।
ଅନ୍ତର୍ଜାତୀୟ ମାନବାଧିକାର ସଙ୍ଗଠନଗୁଡ଼ିକ ଏ ସମ୍ପର୍କରେ ବାରମ୍ବାର ଚିନ୍ତା ପ୍ରକଟ କରିଛନ୍ତି। ଜୁନ୍‌ ୨୦୨୩ରେ ମନମୁଖି ଅଟକ ଉପରେ କାର୍ଯ୍ୟକରୁଥିବା ଜାତିସଂଘର ଓ୍ବାକିଂଗ୍ରୁପ୍‌ ପର୍‌ଭେଜଙ୍କ ଅଟକକୁ ମନମୁଖି କହିବା ସହ ତାଙ୍କୁ ମୁକ୍ତ କରିବାକୁ ଦାବି କରିଥିଲା। ହେଲେ ଆଜି ପର୍ଯ୍ୟନ୍ତ ଭାରତୀୟ କର୍ତ୍ତୃପକ୍ଷ ଓ୍ବାକିଂଗ୍ରୁପ୍‌ର ନିର୍ଦ୍ଦେଶ ପାଳନ କରିନାହାନ୍ତି କିମ୍ବା ଏବକାର ସ୍ଥିତି ବିଷୟରେ କିଛି ବି ଜଣାଇନାହାନ୍ତି। ପର୍‌ଭେଜ ଜାତିସଂଘ ସହ ଜଡ଼ିତ ହୋଇ ପ୍ରତିଶୋଧର ସମ୍ମୁଖୀନ ହେବା ପ୍ରଥମ ଘଟଣା ନୁହେଁ। ସେପ୍ଟେମ୍ବର ୨୦୧୬ରେ ମାନବାଧିକାର ପରିଷଦ ଅଧିବେଶନରେ ଯୋଗଦେବା ପାଇଁ ତାଙ୍କ ଜେନେଭା ଗସ୍ତକୁ ରୋକାଯାଇ ୭୬ ଦିନ ଅଟକ ରଖାଯାଇଥିଲା। ବିଭିନ୍ନ ପ୍ରତିଶୋଧାତ୍ମକ ପଦକ୍ଷେପ ସମ୍ପର୍କିତ ଜାତିସଂଘ ମହାସଚିବଙ୍କ ବାର୍ଷିକ ରିପୋର୍ଟରେ ୨୦୧୮ରୁ ପ୍ରତିବର୍ଷ ପର୍‌ଭେଜଙ୍କ ମାମଲା ଅନ୍ତର୍ଭୁକ୍ତ କରାଯାଇଆସିଛି। ୟୁଏପିଏରେ ବିଚାର ପୂର୍ବରୁ ୧୮୦ ଦିନ ଅଟକ ଅବଧି ଏବଂ ଏହାର ବୃଦ୍ଧିକୁ ନେଇ ଅକ୍ଟୋବର ୨୦୨୩ରେ ଜାତିସଂଘର ମାନବାଧିକାର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଥିଲେ। ଏହା ଅତ୍ୟଧିକ ବୋଲି ସେମାନେ କହିଥିଲେ ଏବଂ ଭାରତକୁ ଅନ୍ତର୍ଜାତୀୟ ମାନବାଧିକାର ମାନଦଣ୍ଡ ଅନୁଯାୟୀ ଏହି ଆଇନରେ ସଂସ୍କାର ଆଣିବାକୁ ଅନୁରୋଧ କରିଥିଲେ।
ପ୍ରାୟ ୨ ଦଶନ୍ଧି ଧରି ଅନେକ ଲକ୍ଷ କଶ୍ମୀରୀ ସମ୍ମୁଖୀନ ହେଉଥିବା ମାନବାଧିକାର ଉଲ୍ଲଂଘନକୁ ପର୍‌ଭେଜ ଏବଂ ଜେକେସିସିଏସ୍‌ ସାମ୍ନାକୁ ଆଣିଥିଲେ। ଏବେ ଭାରତରେ ଆତଙ୍କବାଦ ନିରୋଧୀ ଆଇନର ଅପବ୍ୟବହାରରେ ସର୍ବାଧିକ ଶିକାର ହୋଇଛନ୍ତି ପର୍‌ଭେଜ। ତାଙ୍କ ମାମଲା ଦର୍ଶାଏ, ସବୁଠି ମାନବାଧିକାର ସୁରକ୍ଷା କର୍ମୀ ବିପଦର ସମ୍ମୁଖୀନ ହେଉଛନ୍ତି। ସେମାନେ କ୍ଷମତାକୁ ଚ୍ୟାଲେଞ୍ଜ କରି ଦେଶର ଶତ୍ରୁ ପାଲଟିଛନ୍ତି। ଭାରତରେ ଆଇନର ଅପବ୍ୟବହାର ବିଷୟରେ ଯେଉଁମାନେ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରନ୍ତି କିମ୍ବା କୁହନ୍ତି ସେମାନଙ୍କୁ ପ୍ରତିଶୋଧାତ୍ମକ ପଦକ୍ଷେପର ସାମ୍ନା କରିବାକୁ ପଡ଼ୁଛି। ଏଣୁ ଭାରତ ନିଜକୁ ଆଇନର ଶାସନ ଦ୍ୱାରା ପରିଚାଳିତ ଏକ ଦେଶ ବୋଲି ଦାବି କରିପାରିବ ନାହିଁ। ଖୁରାମ ପର୍‌ଭେଜଙ୍କୁ ଗିରଫ କରାଯିବା ଉଚିତ ନୁହେଁ। ଜଣେ ମାନବାଧିକାର ସୁରକ୍ଷା କର୍ମୀଙ୍କୁ ଗୋଟିଏ ଦିନ ଅଟକ ରଖିବା ଅନ୍ୟାୟ। ତଥାପି ସେ ୪ବର୍ଷରୁ ଅଧିକ ସମୟ ଜେଲରେ ବିତାଇସାରିଲେଣି। ମାନବ ଅଧିକାର ଉପରେ ଭାରତ ଯେଉଁ ଗଳାଫଟେଇ କହୁଛି ଏହା ତାହାର ବିପରୀତ ସ୍ଥିତିକୁ ଦର୍ଶାଉଛି। ଏହା ସହ ଜାତିସଂଘ ମାନବାଧିକାର ପରିଷଦରେ ନିଜର ସ୍ଥାନ ହାସଲକରି ସାରା ବିଶ୍ୱରେ ମାନବାଧିକାର ପ୍ରଚାର ଏବଂ ସୁରକ୍ଷାକୁ ମଜଭୁତ କରୁଛି ବୋଲି ଯାହା ଦର୍ଶାଉଛି ତାହା କେବଳ ଏକ ଛଳନା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri