ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ସବୁ ଜିଲାରେ ଖୋଲିବ ପୋକ୍‌ସୋ କୋର୍ଟ

ଭୁବନେଶ୍ୱର,୩୦।୧୧(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ନାବାଳକ ପିଲାମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା ଦେବା ପାଇଁ ପ୍ରୋଟେକ୍‌ଶନ ଅଫ୍‌ ଚିଲ୍‌ଡ୍ରେନ୍‌ ଫର୍‌ ସେକ୍ସୁଆଲ ଅଫେନ୍ସ (ପୋକ୍‌ସୋ) ଆକ୍ଟ ଜରିଆରେ ଆଉ ୧୫ଟି ସ୍ବତନ୍ତ୍ର ଅଦାଲତ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାନସଭାରେ ସଦସ୍ୟ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଆସନ୍ତା ଆର୍ଥତ୍କ ବର୍ଷ ଏହି କୋର୍ଟ ଖୋଲିବା ଲାଗି ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟିକୁ ଏକ ପ୍ରସ୍ତାବ ଦେବେ। ବାଲେଶ୍ୱର, ଭଦ୍ରକ, କଟକ, ବ୍ରହ୍ମପୁର, ଯାଜପୁର, କେନ୍ଦୁଝର, ଭୁବନେଶ୍ୱର, ବାରିପଦା, ଫୁଲବାଣୀ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ମାଲକାନାଗିରି ଓ ସୋନପୁରରେ ଏହି କୋର୍ଟ ଖୋଲିବ।

ମନ୍ତ୍ରୀ ହରିଚନ୍ଦନ ଆହୁରି କହିଛନ୍ତି, ଉଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନକ୍ରମେ ରାଜ୍ୟର ବିଭିନ୍ନବ୍ଲକ୍‌ରେ ଗୋଟିଏ ଲେଖା ସିଭିଲ ଜଜ୍‌-କମ୍‌-ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ଉଚ୍ଚ ନ୍ୟାୟାଳୟ ନୟାଗଡ଼ ଜିଲାର ଖଣ୍ଡପଡ଼ାଠାରେ ଗୋଟିଏ ଅତିରିକ୍ତ ଜିଲା ଓ ସେସନ୍‌ ଜଜ୍‌ କୋର୍ଟ ଖୋଲିବାକୁ ଅନୁମୋଦନ ଦେଇସାରିଛନ୍ତି। ସେହିପରି ବରଗଡ଼ର ଅତାବିରା, ଭଦ୍ରକର ଭଣ୍ଡାରିପୋଖରୀ, ବାଲେଶ୍ୱରର ରେମୁଣା, ବଲାଙ୍ଗୀରର ଦେଓଗାଁ ଏବଂ ପୁଇଁତଳା, ଦେବଗଡ଼ର ନଈକୂଳ, ଢେଙ୍କାନାଳର ଓଡ଼ାପଡ଼ା, ଗଞ୍ଜାମର ରଙ୍ଗେଇଲୁଣ୍ଡା, ଜଗତ୍‌ସିଂହପୁରର ବିରିଡ଼ି, ରଘୁନାଥପୁର, ଯାଜପୁରର ଦଶରଥପୁର, କେନ୍ଦ୍ରାପଡ଼ାର ଡେରାବିଶ, ମାଲକାନଗିରିର କୋରକୁଣ୍ଡା, ମୟୂରଭଞ୍ଜର ସାମାଖୁଣ୍ଟା ଓ କୁଳିଅଣା, ନବରଙ୍ଗପୁରର ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ଓ ପାପଡ଼ାହାଣ୍ଡି, ନୟାଗଡ଼ର ନୂଆଗାଁ, ପୁରୀର ବ୍ରହ୍ମଗିରି, ସମ୍ବଲପୁରର ଧନକୋଉଡ଼ା ଓ ମାନେଶ୍ୱର ଏବଂ ସୁନ୍ଦରଗଡ଼ର ସବ୍‌ଡେଗା ଓ ଟାଙ୍ଗରପାଲିଠାରେ ସିଭିଲ ଜଜ୍‌-କମ୍‌-ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବ। ସେହିପରି ଖାଲିଥିବା ବିଚାରପତି ପଦବୀଗୁଡିକ ପୂରଣ ଲାଗି ଉଚ୍ଚ ନ୍ୟାୟାଳୟ ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ହରିଚନ୍ଦନ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri