ମନ୍ତ୍ରୀଙ୍କ ବଡ଼ ବୟାନ: ଅଯୋଗ୍ୟ କଟିବାରୁ ୨୧୦ କୋଟି ବଞ୍ଚିଛି

ଭୁବନେଶ୍ୱର,୩୦ା୧୧(ସୁନିତ୍‌ ମିଶ୍ର): ମୁଲତବୀ ପ୍ରସ୍ତାବରେ ବିରୋଧୀ ଆଣିଥିବା ଅଭିଯୋଗକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଖଣ୍ଡନ କରିଛନ୍ତି। ସେ ଏହାର ଜବାବରେ କହିଛନ୍ତି, ଇ-କଓ୍ବୋଇସି ସର୍ଭେ ଆଳରେ ଗତ ଜୁନ୍‌ଠାରୁ ଜଣେ ହେଲେ ଯୋଗ୍ୟ ବ୍ୟକ୍ତିଙ୍କ ରାଶନକାର୍ଡ କଟାଯାଇନାହିଁ। ଗତ ଜୁନ୍‌ରୁ ଅଦ୍ୟାବଧି ଏନ୍‌ଏଫ୍‌ଏସ୍‌(ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା) ୨୦୧୩ ଆଇନ ଅନୁଯାୟୀ ୯୯ ଲକ୍ଷ ୫୨ ହଜାର ୧୫୩ ପରିବାରର ୩ କୋଟି ୨୭ ଲକ୍ଷ ୮୭ ହଜାର ୨୬୩ ଜଣଙ୍କୁ ଚାଉଳ ବଣ୍ଟନ କରାଯାଉଛି।

ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କିଛି ନୂଆ କଥା ନୁହେଁ। ୨୦୧୫ରୁ ୨୦୨୪ ମଧ୍ୟରେ ଏହି ପ୍ରକ୍ରିୟା ଗତ ସରକାର କରିଥିଲେ। ସେଥିରେ ୧୦ ଲକ୍ଷରୁ ଅଧିକ ପରିବାରର ୩୦ ଲକ୍ଷ ହିତାଧିକାରୀଙ୍କ କାର୍ଡ କଟାଯାଇଥିଲା। କେବଳ ସେତିକି ନୁହେଁ, ଲୋକଙ୍କୁ ଅକଥନୀୟ ଅତ୍ୟାଚାର କରାଯିବା ସହ ମହିଳାଙ୍କୁ ମଧ୍ୟ ଛଡ଼ାଯାଇ ନ ଥିଲା, ଜେଲରେ ପୂରାଯାଇଥିଲା। ଏହାସହ ଲୋକଙ୍କୁ ଅର୍ଥଦଣ୍ଡ ମଧ୍ୟ ଦେଇ ଭୟର ବାତାବରଣ ସୃଷ୍ଟି କରାଯାଇଥିଲା। ୬ ଲକ୍ଷ ୯୫ ହଜାର ୫୩୦ ମୃତ ହିତାଧିକାରୀ ଚିହ୍ନଟ କରାଯାଇ ସେମାନଙ୍କ କାର୍ଡ କଟାଯାଇଛି, ଯେଉଁମାନଙ୍କୁ ଭୂତ ହିତାଧିକାରୀ କୁହାଯାଉଛି। ୭୫,୦୩୦ ସରକାରୀ ଚାକିରିଆ କାର୍ଡ ହାତେଇଥିଲେ, ସେମାନଙ୍କ କାର୍ଡ କଟାଯାଇଛି। ଇନ୍‌କମ୍‌ ଟ୍ୟାକ୍ସ ଦେଉଥିବା ୪୫ ହଜାର ୪୯୬ ଜଣଙ୍କ କାର୍ଡ କଟାଯାଇଛି। ଏହିପରି ମୋଟ୍‌ ୮ ଲକ୍ଷ ୧୬ ହଜାର ୦୫୬ ଜଣଙ୍କ ରାଶନ କାର୍ଡ କଟାଯାଇଛି। ଏହାଦ୍ୱାରା ବର୍ଷରେ ସରକାରଙ୍କ ରାଜକୋଷରେ ୨୧୦ କୋଟି ଟଙ୍କା ବଞ୍ଚିଛି ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ଇ-କଓ୍ବୋଇସି ଦ୍ୱାରା ବାହାର ରାଜ୍ୟରେ ମଧ୍ୟ ଲୋକଙ୍କୁ ଚାଉଳ ମିଳିପାରୁଛି। ବିରୋଧୀ ଅଭିଯୋଗ କରୁଥିଲେ ଅନ୍ୟ ରାଜ୍ୟରେ ଏ ବ୍ୟବସ୍ଥା ନାହିଁ। ହେଲେ ତାମିଲନାଡୁ, କର୍ନାଟକ ଏବଂ କେରଳରେ ଇ-କଓ୍ବୋଇସି ହେଉଛି। ପୂର୍ବ ସରକାର ସମୟରେ ପୋର୍ଟାଲ ବନ୍ଦ କରିଦିଆଯାଇଥିଲା। ଫଳରେ ହିତାଧିକାରୀ ଆବେଦନ କରିପାରୁ ନ ଥିଲେ। ହେଲେ ଭାଜପା ସରକାର ଆସିବା ପରେ ପୋର୍ଟାଲ ଖୋଲିଲା ଏବଂ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷ ଲୋକ ଆବେଦନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୩୯ ହଜାର ୮୨୭ ଜଣଙ୍କୁ ଇନ୍‌କ୍ୱାରି କରି କାର୍ଡ ଦିଆଯାଇସାରିଛି। ସହରାଞ୍ଚଳରେ ଦେଢ ଲକ୍ଷ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ଲାଗି କୁହାଯାଇଛି। ସେହିପରି ଗ୍ରାମାଞ୍ଚଳରେ ୧୩ ଲକ୍ଷ ୫୦ ହଜାର ନୂଆ ହିତାଧିକାରୀଙ୍କୁ ଯୋଡ଼ିବାକୁ କୁହାଯାଇଛି। ପୂର୍ବ ସରକାର ସମୟରେ ରାଜନୈତିକ ଉଦ୍ଦେଶ୍ୟ ରଖି ଯେଉଁମାନଙ୍କୁ ଭାଜପାର କହି କାଟିଦିଆଯାଉଥିଲା ସେମାନେ ଆଉ ଆବେଦନ କରିପାରୁ ନ ଥିଲେ। ହେଲେ ଏ ସରକାର ସେ ବ୍ୟବସ୍ଥା ବନ୍ଦ କରିଛନ୍ତି।

ବିରୋଧୀ ଅଭିଯୋଗ କରୁଥିଲେ ଯିଏ ଲୋନ୍‌ ପାଇଁ ଆବେଦନ କରୁଛନ୍ତି ସେମାନଙ୍କ କାର୍ଡ କଟାଯାଉଛି, ଏହା ସମ୍ପୂର୍ଣ୍ଣ ଭୁଲ୍‌ କଥା। ଗତ ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବରରେ ହିତାଧିକାରୀଙ୍କୁ ମାଗଣାରେ ୫ କେଜି ଲେଖା ଚାଉଳ ଦିଆଯାଇଛି। ୧୭ ମାସ ଭିତରେ ଜଣେ ହେଲେ ଚାଷୀ ଆତ୍ମହତ୍ୟା କରିନାହାନ୍ତି, ବରଂ ସେମାନେ ସୁନାଦୋକାନ ଯାଇ ଏବେ ଆର୍ଥିକ ସ୍ବଚ୍ଛଳ ହୋଇପାରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri