ଗୁରୁଦାୟିତ୍ୱ

Dillip Cherian

ଚଳିତ ଆର୍ଥିକବର୍ଷ ବଜେଟ ଉପସ୍ଥାପିତ ହୋଇଯାଇଛି। ବାସ୍ତବରେ ଏହାର ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଜଟିଳତା ଥିଲେ ମଧ୍ୟ ଏହା ଏବେ ଆରମ୍ଭ ହେଉଛି। ଦେଖିବାକୁ ଗଲେ ବିନିବେଶ କ୍ଷେତ୍ରରେ ବହୁ କିଛି କରିବାର ଆବଶ୍ୟକତା ରହିଛି। ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ୍‌ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜ୍‌ମେଣ୍ଟ ବା ନିବେଶ ଏବଂ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗ (ଡିଆଇପିଏଏମ୍‌) ସଚିବ ତୁହିନ କାନ୍ତ ପାଣ୍ଡେ ଏହା ଉପରେ ସଚେତନ ରହିଛନ୍ତି। ଏଣୁ ବିନିବେଶ ପ୍ରକ୍ରିୟା ଶୀଘ୍ର ତ୍ୱରାନ୍ବିତ ହେବା ଦରକାର। ସରକାର ଚଳିତ ଆର୍ଥିକବର୍ଷରେ ବିନିବେଶ କ୍ଷେତ୍ରରେ ୭୮,୦୦୦ କୋଟି ଟଙ୍କାର ସଂଶୋଧିତ ବଜେଟ ଆଣିଛନ୍ତି, ଯାହା ଗତ ବର୍ଷ ବଜେଟ ଏଷ୍ଟିମେଟ ୧.୭୫ ଲକ୍ଷ କୋଟି ଟଙ୍କାରୁ ଯଥେଷ୍ଟ କମ୍‌ ଏବଂ ହ୍ରାସ ହାର ୫୫ ପ୍ରତିଶତରୁ ଅଧିକ । ତେବେ ସରକାର ୨୦୨୨-୨୩ ପାଇଁ ଟାର୍ଗେଟ ୬୫,୦୦୦ କୋଟି ଟଙ୍କା ରଖିଛନ୍ତି। ଗତ ବର୍ଷର ଟାର୍ଗେଟ କେବଳ ଏଲ୍‌ଆଇସିରେ ୫ ପ୍ରତିଶତ ଶେୟାର ଦ୍ୱାରା ହିଁ ପୂରଣ ହୋଇପାରିବ। ବିନିବେଶ ପ୍ରକ୍ରିୟାରେ ରହିଛିି ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌), ପଓ୍ବନ ହଂସ ଆଣ୍ଡ୍‌ ରାଷ୍ଟ୍ରୀୟ ଇସ୍ପାତ୍‌ ନିଗମ ଲିମିଟେଡ୍‌ (ଆର୍‌ଆଇଏନ୍‌ଏଲ୍‌)। ଏହାର ବିନିବେଶ ପାଇଁ ପାଣ୍ଡେ ଓ ତାଙ୍କ ଟିମ୍‌ ଉପରେ ଗୁରୁ ଦାୟିତ୍ୱ ରହିଛି। ପୁନଶ୍ଚ ଏହି ଦୁଇ କର୍ପୋରେଶନର ଅଂଶଧନ ବିକ୍ରି ଓ ବଜେଟ ମଧ୍ୟରେ ବଡ଼ ଅନ୍ତର ରହିବ। ସମ୍ଭବତଃ, ବିନିବେଶ ଟାର୍ଗେଟର ମଧ୍ୟମ ଏଷ୍ଟିମେଟରୁ ଜଣାପଡ଼ୁଛି ଯେ ସେମାନେ ଦୁଇ କର୍ପୋରେଶନର ବିନିବେଶରୁ ସଫଳତା ପାଇବା ଲାଗି ଉଚ୍ଚାକାଂକ୍ଷୀ ଥିଲେ।
ଲାଟେରାଲ ଏଣ୍ଟ୍ରିରେ ତପତ୍ରତା
ସରକାର ପ୍ରାଇଭେଟ୍‌ ସେକ୍ଟର୍‌ରୁ ବିଶେଷଜ୍ଞମାନଙ୍କୁ ଆଣି ବିଭିନ୍ନ ମନ୍ତ୍ରଣାଳୟରେ ନିଯୁକ୍ତି (ଲାଟେରାଲ ଏଣ୍ଟ୍ରି )ଦେଉଛନ୍ତି। ୨୦୧୯ରେ ସରକାର ପ୍ରଥମେ ଲାଟେରାଲ ଏଣ୍ଟ୍ରି ଧାରା ଆରମ୍ଭ କରିଥିଲେ। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଅନୁଯାୟୀ, ଲାଟେରାଲ ନିଯୁକ୍ତି ଆଧାରରେ ନିର୍ଦ୍ଦେଶକ ପଦବୀ ଲାଗି ୧୯ରୁ ଅଧିକ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା। ସେମାନେ ଏବେ ବିଭିନ୍ନ ପଦବୀରେ କାର୍ଯ୍ୟ କରୁଛନ୍ତି। ତେବେ ୨୦୧୯ରେ ପ୍ରଥମ ପର୍ଯ୍ୟାୟ ଲାଟେରାଲ ନିଯୁକ୍ତି ନୈରାଶ୍ୟଜନକ ରହିଥିଲା। ସେତେବେଳେ ୯ ଜଣଙ୍କ ମଧ୍ୟରୁ ଦୁଇଜଣ ଶୀଘ୍ର ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ଚଳିତ ବର୍ଷ ସରକାର ଲାଟେରାଲ ଏଣ୍ଟ୍ରି ପ୍ରୋଗ୍ରାମରେ ବିଭିନ୍ନ ମନ୍ତ୍ରଣାଳୟ ପାଇଁ ୩୧ ଜଣଙ୍କୁ ସୁପାରିସ କରିଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଅର୍ଥ ମନ୍ତ୍ରଣାଳୟ ଲାଗି ସୁପାରିସ କରାଯାଇଛି। ଏମାନଙ୍କ ମଧ୍ୟରେ ପ୍ରମୁଖ ତିନିଜଣ ହେଉଛନ୍ତି ଡିପାର୍ଟମେଣ୍ଟ ଅଫ୍‌ ଇକୋନୋମିକ ଆଫେୟାର୍ସରେ ରାଜୀବ ସକ୍‌ସେନା, ଡିପାର୍ଟମେଣ୍ଟ ଅଫ୍‌ ଫାଇନାନ୍ସ ସର୍ଭିସରେ ସୌରଭ ମିଶ୍ର ଏବଂ ଡିପାର୍ଟମେଣ୍ଟ ଅଫ୍‌ ରେଭିନ୍ୟୁରେ ବାଲ୍‌ସୁବ୍ରମଣ୍ୟମ କ୍ରିଷ୍ଣମୂର୍ତ୍ତି । ଯୁଗ୍ମ ସଚିବ ପଦବୀ ପାଇଁ ସାମୁଏଲ ପ୍ରବୀଣ କୁମାର ( କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ),ମନୀଶ ଚଢା(ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ), ଅମର ଦୁବେ (ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ)ଏବଂ ଦିନେଶ ଦୟାନନ୍ଦ ଜଗଦଲେ (ନୂତନ ଓ ପାରମ୍ପରିକ ଶକ୍ତି ମନ୍ତ୍ରଣାଳୟ)ଙ୍କୁ ସୁପାରିସ କରାଯାଇଛି । ପ୍ରାଇଭେଟ ସେକ୍ଟରୁ ଆସିଥିବା ବିଶେଷଜ୍ଞମାନଙ୍କୁ ଚୁକ୍ତି ଆଧାରରେ ନିଯୁକ୍ତି ଦିଆଯାଇଥିବାବେଳେ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଡେପୁଟେଶନରେ ନିଯୁକ୍ତି ଦିଆଯାଇଛି।
ପୁନର୍ବାର ବିବାଦରେ
କେରଳର ଆଇଏଏସ୍‌ ଅଧିକାରୀ ଏମ୍‌ ଶିବଶଙ୍କର ଆମତ୍କଥାକୁ ନେଇ ଏକ ପୁସ୍ତକ ରଚନା କରିଛନ୍ତି। ସେ ଚୋରା ସୁନା କାରବାରରେ ଛନ୍ଦି ହୋଇ ନିଲମ୍ବିତ ହୋଇଥିଲା ଓ ଗତ ମାସରେ ତାଙ୍କୁ ପୁଣି ଚାକିରିକୁ ଫେରାଇ ଅଣାଯାଇଥିଲା। ସରକାରଙ୍କ ଏଭଳି ନିଷ୍ପତ୍ତି ଭୁଲ୍‌ ଓ ଏହା ଗ୍ରହଣୀୟ ନୁହେଁ ବୋଲି ଅନେକ କହୁଛନ୍ତି। ସାରକଥା ହେଉଛି ଶିବଶଙ୍କରଙ୍କ ମାମଲା ଏବେ ବି ଚର୍ଚ୍ଚାରେ ରହିଛି। ଏହି ବାବୁ ଜଣକ ସରକାରଙ୍କ ସନ୍ଦେହ ଘେରରେ ରହିଥିବା ଅନୁମାନ କରାଯାଏ। ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି ଏବଂ ଶିବଶଙ୍କର ଆମତ୍କଥା ଲେଖିବାକୁ ପୂର୍ବରୁ ବିଧିବଦ୍ଧ ଭାବେ ମଞ୍ଜୁରୀ ମାଗି ନ ଥିଲେ ବୋଲି ଅଭିଯୋଗ ଉଠୁଛି। ଏବେ ତାଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ପୁସ୍ତକରେ ବିଚାରାଧୀନ ମାମଲା ଉପରେ କିଛି ଉଲ୍ଲେଖ କରାଯାଇନାହଁି ବୋଲି ପ୍ରକାଶ କରିବା ସହ ତାଙ୍କ ବିରୋଧରେ ଉଠୁଥିବା ଅଭିଯୋଗର ଦୃଢ ପ୍ରତିବାଦ କରିଛନ୍ତି । ଏହା ବ୍ୟତୀତ ତାଙ୍କୁ ଚୋରା ସୁନା କାରବାର ମାମଲା ସହ ଯୋଡିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି। କିନ୍ତୁ ଏବକାର ଘଟଣାକୁ ନେଇ ରାଜ୍ୟ ସରକାର ଶିବଶଙ୍କରଙ୍କ ଦାବିକୁ ମାନିନେବା ସମ୍ଭାବନା ନାହଁି। ସ୍କାଣ୍ଡାଲ ପ୍ରକାଶ ପାଇବାବେଳେ ଯେହେତୁ ଏହି ବାବୁ ଜଣକ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ , ସେଥିପାଇଁ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି। ଏବେ ଯାହା ଜଣାପଡ଼ୁଛି ଶିବଶଙ୍କରଙ୍କ ଲିଖିତ ଆମତ୍କଥାକୁ ପିନାରୟୀ ସମର୍ଥନ କରୁଛନ୍ତି। କିନ୍ତୁ ଯଦି କେରଳରେ ବାବୁ କରିଡରରେ ଏହି ମାମଲା ଲାଗି ରହେ ତେବେ ଏଭଳି ଦୃଷ୍ଟିକୋଣରେ ଶୀଘ୍ର ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?