Odisha Elections 2024

ଜେଟିପିଙ୍କୁ ତଦାରଖ ଦାୟିତ୍ୱ

ପୁରୀ,୧୪ା୧୦(ଅଜିତ ମହାନ୍ତି): ଆଗାମୀ ନୂଆବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଅଶାଳୀନ ପୋଷାକ ପରିଧାନ କଲେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ହେବ। ଭକ୍ତଙ୍କ ପୋଷାକକୁ ଜଗନ୍ନାଥ ଟେମ୍ପୁଲ ପୋଲିସ (ଜେଟିପି) ତଦାରଖ କରିବ। ତେଣୁ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଶୁକ୍ରବାର ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିବାବେଳେ ସୁରକ୍ଷା ପ୍ରଶାସକ, କମାଣ୍ଡର ଓ ଜେଟିପିମାନେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିରରେ ଭକ୍ତଙ୍କ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ପ୍ରକ୍ରିୟା ଏବେ ତ୍ୱରାନ୍ବିତ ହୋଇଛି। ଶାଳୀନତାପୂର୍ଣ୍ଣ ପୋଷକ ପରିଧାନ ନେଇ ସମସ୍ତ ନିଯୋଗ ଏବଂ ହୋଟେଲ ଆସୋସିଏଶନ୍‌ର ସହଯୋଗ କାମନା ପରେ ଜେଟିପିମାନଙ୍କୁ ତାଲିମ ଦିଆଯାଇଛି। ସେମାନେ ଯାତ୍ରୀ ତଥା ପର୍ଯ୍ୟଟକଙ୍କୁ ଯେଭଳି ଉଚିତ ବ୍ୟବହାର ପ୍ରଦର୍ଶନ କରି ସଚେତନ କରାଇବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ଦେଶରେ ବିଭିନ୍ନ ଧାର୍ମିକ ସ୍ଥଳୀ, ମନ୍ଦିର ସମେତ ବିଭିନ୍ନ ଧର୍ମରେ ଉପାସନା ସମୟରେ ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ଚାରିଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ଶ୍ରୀମନ୍ଦିରରେ ମଧ୍ୟ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ସମ୍ପର୍କରେ ସେମାନେ ଯାତ୍ରୀ ତଥା ପର୍ଯ୍ୟଟକଙ୍କୁ ସଚେତନ କରାଇବେ। ଆଚାରଣ, ଉଚ୍ଚାରଣ ଓ ବ୍ୟବହାର ଠିକ୍‌ ରଖିବା ସହ କାହାକୁ ଜବରଦସ୍ତ କରିବେ ନାହିଁ ବୋଲି କୁହାଯାଇଛି। ସମସ୍ତେ ସଚେତନ ହେଲେ ଏହି ପ୍ରକ୍ରିୟା ଫଳପ୍ରଦ ହୋଇପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାସ କହିଛନ୍ତି। ତେବେ ଭକ୍ତଙ୍କ ପାଇଁ ଚେଞ୍ଜିଙ୍ଗ୍‌ ରୁମ୍‌ ବ୍ୟବସ୍ଥା ନେଇ ଦଇତାପତି ନିଯୋଗର ପ୍ରସ୍ତାବକୁ ମୁଖ୍ୟ ପ୍ରଶାସକ ପ୍ରତ୍ୟାଖ୍ୟାନ କରିଛନ୍ତି। ଶାଳୀନତା ପୋଷାକ ନିୟମ ଲାଗୁ କରିବା ପୂର୍ବରୁ ପୂର୍ବ ଦ୍ୱାରରେ ଚେଞ୍ଜିଙ୍ଗ୍‌ ରୁମ୍‌ର ଆବଶ୍ୟକତା ଥିବା ଦଇତାପତି ନିଯୋଗ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ଖବରଦାତା ସମ୍ମିଳନୀ ମାଧ୍ୟମରେ ଅନୁରୋଧ କରିଥିଲା। ତେବେ ଏହି ପ୍ରସଙ୍ଗକୁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱର ସହ ନେଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

 ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧।୫(ସୁନିତ୍‌ ମିଶ୍ର): ନବୀନବାବୁ ଓଡ଼ିଆ ଅସ୍ମିତାର କଣ୍ଠରୋଧ କରିବାକୁ ପ୍ରୟାସ କରୁଛନ୍ତି। ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ। ଓଡ଼ିଶାର ଶାସନ ଭାର...

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ନା ବିଜୁ ବାବୁ କରିଥିଲେ, ନା ନବୀନ କରିବେ; ଜାଣନ୍ତୁ ଏଭଳି କାହିଁକି କହିଲେ ପାଣ୍ଡିଆନ…

ଭୁବନେଶ୍ୱର,୨୧।୫: ଚଳିତ ନିର୍ବାଚନରେ ବିଜେଡିର ପ୍ରଚାର ମଙ୍ଗ ଏକପ୍ରକାର ସମ୍ଭାଳିଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିଲାଗି ବିରୋଧୀ ଦଳ ପକ୍ଷରୁ ତାଙ୍କୁ ପ୍ରାୟତଃ...

ପାଗ ବିଗାଡିବ ନିର୍ବାଚନ: ୨୪ ଘଣ୍ଟାରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ, ଏହି ଜିଲାରେ ଛେଚିବ

ଭୁବନେଶ୍ୱର,୨୧।୫: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବୁଧବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।...

ପାଣ୍ଡିଆନ କହିଲେ ଭିତିରି କଥା! ମେଣ୍ଟ ପାଇଁ ଭାଜପା-ବିଜେଡି ମଧ୍ୟରେ କୌଣସି ବୈଠକ ହୋଇ ନ ଥିଲା, କେବଳ ଦୁଇ ଜଣ ନେତା…

ଭୁବନେଶ୍ୱର,୨୧।୫: ଓଡ଼ିଶାରେ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପା ପରସ୍ପରକୁ କଟାକ୍ଷ କରୁଥିବା ଦେଖିବାକୁ ମିଳୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri