ବିଦେଶୀ ମିଡ଼ିଆକୁ ଜବାବ୍‌: ୭ ଗୁଣା ନୁହେଁ କରୋନା ମୃତ୍ୟୁ ସଂଖ୍ୟା, କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହା ସରକାରୀ ରିପୋର୍ଟଠାରୁ ୭ ଗୁଣା ଅଧିକ ବୋଲି ବିଦେଶୀ ମିଡ଼ିଆ ଦ ଇକୋନମିଷ୍ଟ୍‌ରେ ଏକ ଆର୍ଟିକିଲ୍‌ ପ୍ରକାଶ ପାଇଥିଲା। ତେବେ ଏହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କୌଣସି ମିଡ଼ିଆର ନାମ ନ ନେଇ କହିଛନ୍ତି ଯେ, ଏଭଳି ତଥ୍ୟ ସମ୍ପୂର୍ଣ୍ଣ କପୋଳକଳ୍ପିତ। ଏଥିରେ ସତ୍ୟତା ହିଁ ନାହିଁ। ମହାମାରୀର ବୈଜ୍ଞାନିକ ଆଧାରରେ ରିପୋର୍ଟରେ ତଥ୍ୟ ପ୍ରଦାନ କରାଯାଇ ନ ଥିବା ସେ କହିଛନ୍ତି। ପ୍ରକାଶିତ ରିପୋର୍ଟ କେଉଁ ପଦ୍ଧତି ଆଧାରରେ ପ୍ରକାଶିତ ହୋଇଛି ତାହା ଉଲ୍ଲେଖ କରାଯାଇ ନ ଥିବା ହର୍ଷ ବର୍ଦ୍ଧନ କହିଛନ୍ତି। ସେହିପରି ଏଥିରେ ତେଲଙ୍ଗାନା ବୀମା କ୍ଲେମ୍‌କୁ ଆଧାର ଭାବେ ଗ୍ରହଣ କରାଯାଇଛି। ଯାହାକି କୌଣସି ବୈଜ୍ଞାନିକ ଆଧାର ନୁହେଁ ବୋଲି ସେ କହିଛନ୍ତି। ନିର୍ବାଚନ ସର୍ଭେ କରୁଥିବା ସି-ଭୋଟର ସଂସ୍ଥାର ତଥ୍ୟକୁ ଗ୍ରହଣ କରାଯାଇଛି। ଏଭଳି ସଂସ୍ଥାର ସ୍ବାସ୍ଥ୍ୟ କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ। ସେହିପରି ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୭ଗୁଣା ହୋଇଥିବା ନେଇ ଅନୁମାନ କରାଯାଇଥିବା ଉଲ୍ଲେଖ କରାଯାଇଛି। ତେଣୁ ଏହି ରିପୋର୍ଟ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ଏହା ଲୋକଙ୍କୁ ଭ୍ରମିତ କରିବା ଲକ୍ଷ୍ୟ ନେଇ କରାଯାଇଥିବା l ଭାରତ ସରକାର ଆଇସିଏମ୍‌ଆର୍‌ ଏବଂ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ମାର୍ଗଦର୍ଶିକା ପାଳନ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଥରସ ଗଣବଳାତ୍କାର ଘଟଣା: ଆସିଲା ମେଡିକାଲ ରିପୋର୍ଟ, ହୋଇନି ବଳାତ୍କାର, ଜାଣନ୍ତୁ କ’ଣ ରହିଛି କାରଣ

ଲକ୍ଷ୍ନୌ,୧ା୧୦: ହାଥରସ ଯୁବତୀ ବଳାତ୍କାର ଘଟଣାର ମେଡିକାଲ ରିପୋର୍ଟ ଆସିଛି। ଏହି ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଆସିଛି। ରିପୋର୍ଟରେ ଯୁବତୀଙ୍କୁ ଗଣବଳାତ୍କାର ହୋଇ...

‘ଅଚିନ୍ତାରେ ଶୋଇଛନ୍ତି ପ୍ରଧାନମନ୍ତ୍ରୀ’

ନୂଆଦିଲ୍ଲୀ,୨୦।୭: ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭଳି ଲଜ୍ଜାଜନକ ଘଟଣାକୁ ବିରୋଧୀ ସଂସଦରେ ଜୋରଦାର ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ମଣିପୁର ହିଂସାକୁ ନେଇ...

କେନ୍ଦ୍ରାପଡ଼ାରେ ୪ ନୂଆ ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଛୁଇଁଲା

କେନ୍ଦ୍ରାପଡା ଅଫିସ/ମାର୍ଶାଘାଇ/ମହାକାଳପଡା, ୧୬।୫(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୧ ତାରିଖ ସୁଦ୍ଧା ଜିଲାରେ ୯ଜଣ କରୋନା ପଜିଟିଭ ଚିହ୍ନଟ...

ଜାମିନ ଆବେଦନ କଲେ ମନୀଷ ସିସୋଡିଆ,ଶନିବାର ଶୁଣାଣି

ନୂଆଦିଲ୍ଲୀ,୩।୩: ଆମ ଆଦମୀ ପାର୍ଟି (ଏଏପି)ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ରୋଜ ଏଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କ...

ଜର୍ମାନୀରୁ ଭାରତ ମଗାଇବ ୨୩ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ

ନୂଆଦିଲ୍ଲୀ,୨୩।୪: ପ୍ରତିରକ୍ଷା ମନ୍ତ୍ରଣାଳୟ ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ (ଉଦ୍ଭିଦ) ମଗାଇବାକୁ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ପ୍ଲାଣ୍ଟ ମିନିଟ୍‌ ପିଛା ୪୦ ଲିଟର...

କଂଗ୍ରେସର ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରେ ଭାଗ ନେଲେ ନାହିଁ ସୋନିଆ, ରାହୁଲ

ନୂଆଦିଲ୍ଲୀ,୧୦।୮: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଶନିବାର ଅଧ୍ୟକ୍ଷ ପଦକୁ ନେଇ କିଛି ସମାଧାନ ଆସିବ ବୋଲି ଅନୁମାନ କରାଯାଉଥିଲା। ହେଲେ ବୈଠକରେ ଯୋଗ ଦେବା...

ଯେଉଁଠି ପିଲାମାନେ ଦେଶ ସୀମା ପାର ହୋଇ ଯାଆନ୍ତି ସ୍କୁଲ

ଏମିତି ଏକ ଦେଶ ରହିଛି, ଯେଉଁଠାରେ ପ୍ରତିଦିନ ପିଲାଙ୍କୁ ପଢ଼ିବାକୁ ଯିବାକୁ ଏବଂ ସେଠାରୁ ଫେରିବାକୁ ଇଣ୍ଟରନ୍ୟାସନାଲ୍‌ ବର୍ଡର୍‌ କ୍ରସ୍‌ କରିବାକୁ ପଡ଼େ। ଏହି ସ୍କୁଲ୍‌...

ମୋଦିଙ୍କ ବିଜୟ ଖୁସି: ହୋଟେଲରେ ୩ ଘଣ୍ଟା ମିଳିଲା ମାଗଣା ଜଳଖିଆ

ବିଳାସପୁର,୨୫।୫: ଛତିଶଗଡ଼ ବିଳାସପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟରେ ଆନନ୍ଦିତ ହୋଇ ଜଣେ ଭାଜପା କର୍ମକର୍ତ୍ତା ଏକ ଜଳଖିଆ ଦୋକାନରେ ୩ ଘଣ୍ଟା ଖାଦ୍ୟ ସାମଗ୍ରୀ...

Advertisement
Archives

Model This Week