ଜୀବନ ସହ ସଂଘର୍ଷ କରୁଛନ୍ତି ଯଦୁମଣି

ବାଣପୁର,୧୩ା୬(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଆୟତପୁର ପଞ୍ଚାୟତର ପାତ୍ରପୁର ଗ୍ରାମର ଯଦୁମଣି ନାୟକ(୪୫)। ସ୍ତ୍ରୀ ସୁକୁମାରୀ, ଗୋଟିଏ ଝିଅ ଓ ପୁଅ ଏବଂ ବିଧବା ମା’ଙ୍କୁ ନେଇ ତାଙ୍କ ପରିବାର। ବାହାର ରାଜ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ଚଳାଇଥାନ୍ତି। ହଠାତ୍‌ ତାଙ୍କ ଶରୀର ଅସୁସ୍ଥ ହେବାରୁ ଗଁାକୁ ଫେରି ଆସିଥିଲେ। ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ମଧ୍ୟ ରୋଗ ସମ୍ପର୍କରେ ଜାଣିପାରି ନ ଥିଲେ। ପରେ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲରେ ଦେଖାଇବା ପରେ ତାଙ୍କ ପେଟରେ ଏକ ଟ୍ୟୁମର ଥିବା ଜଣାପଡ଼ିଥିଲା। ଘର ବନ୍ଧା ପକାଇବା ସହ ରଖିଥିବା ସଞ୍ଚିତ ଟଙ୍କା ଯଦୁମଣିଙ୍କ ଚିକିତ୍ସାରେ ଖର୍ଚ୍ଚ ସାରିଲେଣି। ଘରର ଏକମାତ୍ର ରୋଜଗାରିଆ ଯଦୁମଣି ପ୍ରାୟ ୫ବର୍ଷ ହେବ ଜୀବନ ସହ ସଂଘର୍ଷ କରୁଛନ୍ତି। ଫଳରେ ପରିବାର ଚଳିବା କଷ୍ଟକର ହୋଇପଡିଛି। ଭୋକ ଉପାସରେ ସ୍ବାମୀର ଚିକିତ୍ସା ପାଇଁ ସ୍ତ୍ରୀ ସୁକୁମାରୀ ଏ ମେଡିକାଲରୁ ସେ ମେଡିକାଲକୁ ଦୌଡୁଛନ୍ତି। ଟ୍ୟୁମରର ଅପରେଶନ ପାଇଁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ ମଧ୍ୟ ମିଳିଲା ନାହିଁ। ଅର୍ଥାଭାବ ତାଙ୍କ ଚିକିତ୍ସାରେ ବାଧକ ସାଜିଛି। ଅନ୍ୟପଟେ ଆର୍ଥିକ ଅନଟନ ଯୋଗୁୁ ପିଲାଙ୍କ ପାଠପଢ଼ାରେ ଡୋରି ବନ୍ଧା ହେବାକୁ ବସିଲାଣି। ଓଳିଏ ଖାଇଲେ ଓଳିିଏ ଉପବାସ ରହିବାକୁ ପଡୁଛି। ଫଳରେ ପରିବାର ଲୋକେ ଭାଗ୍ୟକୁ ଆଦରି ରହିଛନ୍ତି। ସରକାରୀ, ସାମାଜିକ ଅନୁଷ୍ଠାନ କିମ୍ବା ସହୃଦୟ ବ୍ୟକ୍ତି ସହାୟତା କଲେ ତାଙ୍କର ଅପରେଶନ ହୋଇପାରିବ ବୋଲି ଯଦୁମଣି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଗଲେ ହିନ୍ଦୋଳ ଏସ୍‌ଡିପିଓ

ଢେଙ୍କାନାଳ ଅଫିସ,୨।୬: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ୩୦ହଜାର ଟଙ୍କା ଲାଞ୍ଚ ନେଇ ବୁଧବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଢେଙ୍କାନାଳ ଜିଲା ହିନ୍ଦୋଳ ଏସ୍‌ଡିପିଓ...

ବିଜୁ କନ୍ୟାରତ୍ନ ଯୋଜନା ବାଟବଣା; କମୁଛନ୍ତି ଶିଶୁ କନ୍ୟା

ଅନୁଗୋଳ ଅଫିସ, ୩୦।୯: ଗଞ୍ଜାମ, ନୟାଗଡ ସମେତ ଅନୁଗୋଳରେ ଶିଶୁ କନ୍ୟା ହାର କମିବାରୁ ରାଜ୍ୟ ସରକାର ୨୦୧୬ରେ ଏହି ଜିଲାରେ ଆରମ୍ଭ କରିଥିଲେ ବିଜୁ କନ୍ୟା...

ବଡ଼ସାହିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ଶୋ

ବଡ଼ସାହି/ବତନଟୀ, ୨୫ା୪(ସ୍ବ.ପ୍ର.)-ବଡ଼ସାହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ପାଇଁ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ବସ୍‌ ଯୋଗେ ରୋଡ଼ ଶୋରେ ମାରାଥନ ପ୍ରଚାର...

ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାର ଶୁଣାଣି ସମାପ୍ତ

ପୁରୀ ଅଫିସ,୨୨।୯: ସୁପ୍ରିମକୋର୍ଟରେ ପୁରୀ-କୋଣାର୍କ ବେଳାଭୂମି ନିକଟରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ହଜାର ହଜାର ଏକର ଜମି ଅଧିଗ୍ରହଣକୁ ନେଇ ହୋଇଥିବା ମାମଲାର...

ବିବାଦ ସମାଧାନ ପାଇଁ ଚାଲିଥିଲା ବୈଠକ, ହେଲେ ଫୁଟିଲା ବୋମା

ବ୍ରହ୍ମଗିରି,୭।୧୧(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ସାତପଡ଼ା ନାଥପୁରରେ ବୋମାମାଡ ହୋଇଛି । ଜମି ଜବରଦଖଲକୁ ୨ ସାହି ମଧ୍ୟରେ ଗଣ୍ଡଗୋଳକୁ ନେଇ ବୋମାମାଡ଼ ହୋଇଥିବା...

ଡମ୍ପର ଧକ୍କାରେ ଉପୁଡିଲା ବିଦ୍ୟୁତ୍‌ ଖୁଣ୍ଟ: ଡ୍ରାଇଭର ଅଟକ, ଟ୍ରକ୍‌ ଜବତ

ଯୋଡ଼ା,୧୭।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମ୍ମୁଖରେ ସୋମବାର ରାତିରେ ଏକ ଡମ୍ପର ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇଥିଲ।...

ସେବା ସମବାୟ ସମିତିରେ ୫-ଟିକୁ ନାପସନ୍ଦ

ଯାଜପୁର ଅଫିସ,୩ା୨: ରାଜ୍ୟ ସରକାର ୫-ଟି କାର୍ଯ୍ୟକାରୀ କରିଛନ୍ତି। ଏହି ଆଇନ ଅନୁଯାୟୀ ସବୁ କ୍ଷେତ୍ରରେ ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ...

ଭାରତ ବନ୍ଦ: ଜାତୀୟ ରାଜପଥ ଅବରୋଧ କଲା ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା

ଛତ୍ରପୁର,୩୦।୪(ଡିଏନଏ ): ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି ) ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଦାବି ନେଇ ରବିବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ...

Advertisement
Archives

Model This Week