କାନାଡ଼ା ସରକାରଙ୍କୁ ମୁହଁତୋଡ଼ ଜବାବ ଦେଳେ ମୋଦି: ହିନ୍ଦୁ ମନ୍ଦିର ଆକ୍ରମଣକୁ କଡ଼ା ନିନ୍ଦା

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୪ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍‌ଟନ୍‌ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି ଆକ୍ରମଣର ପ୍ରତିବାଦରେ ହିନ୍ଦୁମାନେ ବିକ୍ଷୋଭ କରୁଥିବାବେଳେ କାନାଡା ପୋଲିସ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଭାରତୀୟ ପତାକା ଧରି ମନ୍ଦିର ଯାଉଥିବା ଲୋକମାନଙ୍କୁ ପୋଲିସ ଆକ୍ରମଣ କରୁଥିବା ଭିଡିଓରୁ ଦେଖିବାକୁ ମିଳିଛି। କାନାଡାର ଜଣେ ଖବରଦାତା ଉକ୍ତ ଭିଡିଓ ଶେୟାର କରିଛନ୍ତି।
କାନାଡାର ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖିଛନ୍ତି। ସୋମବାର ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, କାନାଡାର ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ସୁଚିନ୍ତିତ ଆକ୍ରମଣକୁ ମୁଁ ଦୃଢ ନିନ୍ଦା କରୁଛି। ଆମର କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର ପ୍ରୟାସ ମଧ୍ୟ ସମାନ ଭାବରେ ଭୟଭୀତ। ଏଭଳି ହିଂସା କାର୍ଯ୍ୟ ଭାରତର ସଂକଳ୍ପକୁ କଦାପି ଦୁର୍ବଳ କରିବ ନାହିଁ। ଆମେ ଆଶା କରୁଛୁ କାନାଡା ସରକାର ନ୍ୟାୟ ସୁନିଶ୍ଚିତ କରିବେ ଏବଂ ଆଇନର ନିୟମକୁ ସମର୍ଥନ କରିବେ।

କାନାଡାରେ ହିନ୍ଦୁମାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଭାରତ ସୋମବାର ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଉପାସନା ସ୍ଥଳୀଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବାକୁ ନୂଆଦିଲ୍ଲୀ କାନାଡା ସରକାରଙ୍କୁ କହିଛି। ଯେଉଁମାନେ ହିଂସା ସହ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆଶା କରୁଛୁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। ଖଲିସ୍ତାନୀ ପତାକା ଧରିଥିବା ବିକ୍ଷୋଭକାରୀମାନେ ହିନ୍ଦୁସଭା ମନ୍ଦିରରେ ପ୍ରବେଶ କରି ଆକ୍ରମଣ କରିଥିଲେ। ଓଟ୍ଟାଓ୍ବାରେ ଥିବା ଭାରତୀୟ ହାଇକମିଶନ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି।
କାନାଡା ଏମ୍‌ପି ଚନ୍ଦ୍ର ଆର୍ଯ୍ୟ ମଧ୍ୟ ମନ୍ଦିର ଆକ୍ରମଣକୁ ନିନ୍ଦା କରିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀମାନେ ସବୁ ସୀମା ଅତିକ୍ରମ କରିଯାଇଥିବା ସେ କହିଛନ୍ତି। ମନ୍ଦିର ଆକ୍ରମଣକୁ କାନାଡାର ବିରୋଧୀ ଦଳ ନେତା ପିଏରେ ପୋଇଲେଭ୍ରେ, ଟରଣ୍ଟୋ ଏମ୍‌ପି କେଭିନ୍‌ ଭୁଓଙ୍ଗଙ୍କ ସମେତ ବହୁ ନେତା ନିନ୍ଦା କରିଛନ୍ତି। ହିନ୍ଦୁମାନଙ୍କୁ ସୁରକ୍ଷା ଦେବାରେ ଆମ ନେତାମାନେ ବିଫଳ ହୋଇଥିବା ଟରଣ୍ଟୋ ଏମ୍‌ପି କହିଛନ୍ତି। ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଚିନ୍ତାଜନକ ବୋଲି ବିଶ୍ୱ ହିନ୍ଦୁ ପରିଷଦ କହିଛି। ସୁରକ୍ଷା ପ୍ରଦାନ ପାଇଁ ଭାରତୀୟ କନ୍‌ସୁଲେଟ୍‌ ବହୁ ପୂର୍ବରୁ କାନାଡା ପ୍ରଶାସନକୁ ନିବେଦନ କରିଥିଲେ ମଧ୍ୟ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ଅଣଦେଖା କରିଥିଲେ ବୋଲି ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି।
ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ନିନ୍ଦା କରିଛନ୍ତି। ହିନ୍ଦୁ ସଭା ମନ୍ଦିରରେ ଯେଉଁ ଆକ୍ରମଣ ଘଟିଲା, ତାହା ଗ୍ରହଣୀୟ ନୁହେଁ। କାନାଡାର ପ୍ରତ୍ୟେକ ନାଗରିକ ସ୍ବାଧୀନ ଏବଂ ସୁରକ୍ଷିତ ଭାବେ ପୂଜାର୍ଚ୍ଚନା କରିବା ଅଧିକାର ରହିଥିବା ଟ୍ରୁଡୋ କହିଛନ୍ତି।

ପିଲ୍‌ ରିଜିଓନାଲ ପୋଲିସ କହିବା ଅନୁଯାୟୀ, ବ୍ରାମ୍ପ୍‌ଟନସ୍ଥିତ ହିନ୍ଦୁ ମନ୍ଦିରରେ ବିକ୍ଷୋଭ ବେଳେ ବିକ୍ଷୋଭକାରୀମାନେ ଖଲିସ୍ତାନ ସମର୍ଥନରେ ବ୍ୟାନର ଧରିଥିବା ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରୁ ଦେଖିବାକୁ ମିଳିଛି। ହିନ୍ଦୁସଭା ମନ୍ଦିର ନିକଟରେ ଲୋକମାନେ ମୁଥ ମରାମରି ହେବା ସହ ଲାଠିରେ ଆକ୍ରମଣ କରିଥିଲେ ବୋଲି ଭିଡିଓରେ ଦେଖାଯାଇଥିବା କାନାଡା ବ୍ରଡ୍‌କାଷ୍ଟିଂ କର୍ପୋରେଶନ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri