Posted inଖେଳ

ନାଗାଲାଣ୍ଡର ସମ୍ମାନଜନକ ସ୍କୋର

ଭୁବନେଶ୍ୱର,୪।୧(କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ମଙ୍ଗଳବାର ଆରମ୍ଭ ହୋଇଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ନାଗାଲାଣ୍ଡ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର ହୋଇଛି। ଚଳିତ ସିଜନରେ ୫ଟି ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ନାଗାଲାଣ୍ଡ ଉପରେ ଓଡ଼ିଶା ବୋଲରମାନେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛନ୍ତି। ପ୍ରଥମ ଦିବସ ଖେଳ ଶେଷ ବେଳକୁ ଏହି ଦଳ ୬ ଉଇକେଟ ହରାଇ ୨୯୧ ରନ ସଂଗ୍ରହ କରିଛି। ଅର୍ଥାତ୍‌ କେବଳ ଦ୍ୱିତୀୟ ଥରପାଇଁ ନାଗାଲାଣ୍ଡ ଚଳିତ ସିଜନରେ ୩୦୦ ରନ ଅତିକ୍ରମ କରିବା ଦ୍ୱାରରେ ପହଞ୍ଚତ୍ ଯାଇଛି। ଉତ୍ତରାଖଣ୍ଡ ବିପକ୍ଷ ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଏହି ଦଳ ୩୮୯ ରନ କରିଥିଲା। ତେବେ ଦ୍ୱିତୀୟ ଇନିଂସରେ ମାତ୍ର ୨୫ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା। ସେହିପରି ଉତ୍ତର ପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସରେ ୧୩୬ ରନରେ ସୀମିତ ରହି ଫଲୋଅନ ଡାକରା ପାଇବା ପରେ ଦ୍ୱିତୀୟ ଇନିଂସରେ ମାତ୍ର ୧୮୫ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା। ତୃତୀୟ ମ୍ୟାଚରେ ବେଙ୍ଗଲ ବିପକ୍ଷରେ ମଧ୍ୟ ଦଳ ଅନୁରୂପ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ି ୨ଟି ଇନିଂସରେ ଯଥାକ୍ରମେ ୧୬୬ ଓ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା। ଅର୍ଥାତ୍‌ ଶେଷ ୫ଟି ଇନିଂସରେ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଏହି ଦଳ ୩ଟି ଯାକ ମ୍ୟାଚରେ ଶୋଚନୀୟ ପରାଜିତ ହୋଇଥିଲା। ମାତ୍ର ଓଡ଼ିଶା ବୋଲରମାନେ ନାଗାଲାଣ୍ଡର ସେପରି ବ୍ୟାଟିଂ ବିପର୍ଯ୍ୟୟ ଘଟାଇ ପାରି ନାହାନ୍ତି।
ଝିମୋମି-ବିସ୍ତଙ୍କ ଶତକୀୟ ଭାଗୀଦାରି
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଓଡ଼ିଶା। ଓପନର ଜୋସୁଆ ଓଜୁକମ୍‌ (୭), ଯୁଗନ୍ଦର ସିଂ (୨୦) ଏବଂ ଅଧିନାୟକ ରୋଙ୍ଗସେନ ଜୋନାଥନ (୨୪)ଙ୍କ ଉଇକେଟ ଶୀଘ୍ର ପତନ ହୋଇଥିଲେ ହେଁ ଶ୍ରୀକାନ୍ତ ମୁଣ୍ଡେ, ଚେତନ ବିସ୍ତ ଓ ହୋକାଇତୋ ଝିମୋମିଙ୍କ ଦୃଢ଼ ବ୍ୟାଟିଂ ସହାୟତାରେ ନାଗାଲାଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ବିଶେଷ କରି ୪ର୍ଥ ଉଇକେଟରେ ମୁଣ୍ଡେ-ବିସ୍ତଙ୍କ ଭାଗୀଦାରିରେ ୭୧ ଏବଂ ଝିମୋମି-ବିସ୍ତଙ୍କ ୫ମ ଉଇକେଟ ଯୋଡ଼ିରେ ୧୨୮ ରନର ପାର୍ଟନରଶିପ୍‌ ଓଡ଼ିଶା ବୋଲରଙ୍କୁ ନିରାଶ କରିଥିଲା। ମୁଣ୍ଡେ ୧୦୩ ବଲ୍‌ରୁ ୬୬ ଓ ଝିମୋମି ୧୪୪ ବଲ୍‌ରୁ ୫୯ ରନକରି ଆଉଟ ହୋଇଥିବାବେଳେ ବିସ୍ତ ୯୪ (୧୫୩ ବଲ, ୧୧ ଚୌକା, ୧ ଛକା) ରନରେ ଅପରାଜିତ ରହି ଶତକର ନିକଟତର ହୋଇଛନ୍ତି। ମହାରାଷ୍ଟ୍ରର ମୁଣ୍ଡେ ଓ ବିସ୍ତ ଚଳିତ ସିଜନରେ ନାଗାଲାଣ୍ଡ ପକ୍ଷରୁ ଖେଳୁଛନ୍ତି। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ପ୍ରଧାନ ଭଲ ଫର୍ମ ବଜାୟ ରଖି ୩ଟି ଏବଂ ତାରିଣୀ ସ’ ୩ଟି ଉଇକେଟ ନେଇଛନ୍ତି। ଅନ୍ୟ ବୋଲରମାନେ ପ୍ରଭାବୀହୀନ ରହିଛନ୍ତି।
ସଂକ୍ଷିପ୍ତ ସ୍କୋର
ନାଗାଲାଣ୍ଡ ପ୍ରଥମ ଇନିଂସ: ୨୯୧/୬ (ଚେତନ ବିସ୍ତ-୯୪*, ଶ୍ରୀକାନ୍ତ ମୁଣ୍ଡେ-୬୬, ହୋକାଇତୋ ଝିମୋମି-୫୯, ସୂର୍ଯ୍ୟକାନ୍ତ ପ୍ରଧାନ-୩/୬୯, ତାରିଣୀ ସ’-୩/୫୫)।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri