ନାରୀଙ୍କୁ ସମ୍ମାନ ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ

ସୋନପୁର,୨୩।୨(ନି.ପ୍ର.)
ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ଅଧିକାର ଦିଆଯାଇଛି। ଯେଉଁଠି ଜାତି, ଧର୍ମ, ବର୍ଣ୍ଣ ବା ଲିଙ୍ଗର କୌଣସି ପ୍ରଭେଦ ନଥାଏ। କିନ୍ତୁ ନାରୀମାନଙ୍କ ପ୍ରତି ଏବେ ବି ଅଣଦେଖା କରାଯାଉଛି । ସେମାନେ ନିର୍ଯାତନାର ଶିକାର ହେଉଛନ୍ତି। ଏଣୁ ନାରୀମାନଙ୍କୁ ସମ୍ମାନ ଦେବା, ସେମାନଙ୍କୁ ସବୁ କାର୍ଯ୍ୟରେ ଯୋଗଦାନ କରିବାର ଅଧିକାର ଦେବା ଆମ ସମାଜର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ ବୋଲି ଓଡିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡକ୍ଟର ମିନତି ବେହେରା ମତପ୍ରକାଶ କରିଛନ୍ତି। ରାଜ୍ୟ ମହିଳା ଆୟୋଗଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ସହଯୋଗରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆଇନ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୋଗର ଅଧ୍ୟକ୍ଷା ଡ. ବେହେରା ଯୋଗଦେଇ ଗୋଟିଏ ମା ଶିକ୍ଷିତା ହେଲେ, ପରିବାର ଶିକ୍ଷିତା ହୁଏ। ମାଆଟିଏ ପରିବାରକୁ ଶୃଙ୍ଖଳିତ କରି ଗଢେ ବୋଲି କହିଥିଲେ।
ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ସମାଜରେ ମହିଳାମାନଙ୍କର ସୁରକ୍ଷା ଓ ନିରାପତ୍ତା ଏକ ସୁସ୍ଥ ଓ ବିକାଶଶୀଳ ରାଷ୍ଟ୍ରର ପ୍ରତୀକ ବୋଲି ମତପ୍ରକାଶ କରିଥିଲେ। ଜିଲାପାଳ ମୋନିଷା ବାନାର୍ଜି ତାଙ୍କ ବକ୍ତବ୍ୟରେ ଶିକ୍ଷା ସଭ୍ୟତା ଆଗକୁ ବଢିବା ସହିତ ନାରୀମାନେ ବେଶ ଦକ୍ଷତାର ସହିତ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ସାରିଲେଣି ବୋଲି କହିଥିଲେ। ଏସ୍‌ପି ସୀତାରାମ ଶତପଥୀ କହିଥିଲେ, କୌଣସି ନା କୌଣସି କ୍ଷେତ୍ରରେ ନାରୀ ନିର୍ଯାତନାର ଶିକାର ହେଉଛି। ନାରୀ ଆଇନ ବିଷୟରେ ସଚେତନ ହେବା ସହିତ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆୟୋଗର ସଦସ୍ୟା ଜଲିନା ପ୍ରିୟଦର୍ଶନୀ ମହିଳାମାନଙ୍କର ସଶକ୍ତୀକରଣ, ସୁରକ୍ଷା ଓ ନିରାପତ୍ତା ଉପରେ ଗୁରୁତ୍ୱ ଦେଇଥିଲେ। ଜିଲା ସମାଜ ମଙ୍ଗଳ ଅଧିକାରୀ ଅସ୍ତେରିଆ କେର୍କେଟା ସ୍ବାଗତ ଭାଷଣ କରିଥିଲେ । ବୈଷୟିକ ପର୍ଯ୍ୟାୟରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ନିର୍ଯାତନା, ହିନ୍ଦୁ ବିବାହ ଆଇନ, ସାଇବର ଅପରାଧ, ପାରିବାରିକ ହିଂସା, ଯୌତୁକ ନିର୍ଯାତନା ନିରୋଧ ଆଇନ, କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା ଓ ନାରୀ ସମ୍ବନ୍ଧୀୟ ଅଧିକାରର ଉଲ୍ଲଘଂନ ହେଲେ ନ୍ୟାୟ ପ୍ରଦାନ ଓ ଆୟୋଗର କାର୍ଯ୍ୟ ସମ୍ପର୍କରେ ଏକ୍ସନ ଏଡ୍‌ର ଘାସିରାମ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ ବରଓ୍ବା, ଡ. ମିନତି ବେହେରା, ସ୍ନେହାଞ୍ଜଳି ମହାନ୍ତି ଓ ଜଲିନା ପ୍ରିୟଦର୍ଶନୀ ଉପସ୍ଥିତ ମହିଳାମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ୧୨ଜଣ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri