ସୋନପୁର,୨୩।୨(ନି.ପ୍ର.)
ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ଅଧିକାର ଦିଆଯାଇଛି। ଯେଉଁଠି ଜାତି, ଧର୍ମ, ବର୍ଣ୍ଣ ବା ଲିଙ୍ଗର କୌଣସି ପ୍ରଭେଦ ନଥାଏ। କିନ୍ତୁ ନାରୀମାନଙ୍କ ପ୍ରତି ଏବେ ବି ଅଣଦେଖା କରାଯାଉଛି । ସେମାନେ ନିର୍ଯାତନାର ଶିକାର ହେଉଛନ୍ତି। ଏଣୁ ନାରୀମାନଙ୍କୁ ସମ୍ମାନ ଦେବା, ସେମାନଙ୍କୁ ସବୁ କାର୍ଯ୍ୟରେ ଯୋଗଦାନ କରିବାର ଅଧିକାର ଦେବା ଆମ ସମାଜର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ ବୋଲି ଓଡିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡକ୍ଟର ମିନତି ବେହେରା ମତପ୍ରକାଶ କରିଛନ୍ତି। ରାଜ୍ୟ ମହିଳା ଆୟୋଗଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ସହଯୋଗରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆଇନ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୋଗର ଅଧ୍ୟକ୍ଷା ଡ. ବେହେରା ଯୋଗଦେଇ ଗୋଟିଏ ମା ଶିକ୍ଷିତା ହେଲେ, ପରିବାର ଶିକ୍ଷିତା ହୁଏ। ମାଆଟିଏ ପରିବାରକୁ ଶୃଙ୍ଖଳିତ କରି ଗଢେ ବୋଲି କହିଥିଲେ।
ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ସମାଜରେ ମହିଳାମାନଙ୍କର ସୁରକ୍ଷା ଓ ନିରାପତ୍ତା ଏକ ସୁସ୍ଥ ଓ ବିକାଶଶୀଳ ରାଷ୍ଟ୍ରର ପ୍ରତୀକ ବୋଲି ମତପ୍ରକାଶ କରିଥିଲେ। ଜିଲାପାଳ ମୋନିଷା ବାନାର୍ଜି ତାଙ୍କ ବକ୍ତବ୍ୟରେ ଶିକ୍ଷା ସଭ୍ୟତା ଆଗକୁ ବଢିବା ସହିତ ନାରୀମାନେ ବେଶ ଦକ୍ଷତାର ସହିତ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ସାରିଲେଣି ବୋଲି କହିଥିଲେ। ଏସ୍ପି ସୀତାରାମ ଶତପଥୀ କହିଥିଲେ, କୌଣସି ନା କୌଣସି କ୍ଷେତ୍ରରେ ନାରୀ ନିର୍ଯାତନାର ଶିକାର ହେଉଛି। ନାରୀ ଆଇନ ବିଷୟରେ ସଚେତନ ହେବା ସହିତ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆୟୋଗର ସଦସ୍ୟା ଜଲିନା ପ୍ରିୟଦର୍ଶନୀ ମହିଳାମାନଙ୍କର ସଶକ୍ତୀକରଣ, ସୁରକ୍ଷା ଓ ନିରାପତ୍ତା ଉପରେ ଗୁରୁତ୍ୱ ଦେଇଥିଲେ। ଜିଲା ସମାଜ ମଙ୍ଗଳ ଅଧିକାରୀ ଅସ୍ତେରିଆ କେର୍କେଟା ସ୍ବାଗତ ଭାଷଣ କରିଥିଲେ । ବୈଷୟିକ ପର୍ଯ୍ୟାୟରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ନିର୍ଯାତନା, ହିନ୍ଦୁ ବିବାହ ଆଇନ, ସାଇବର ଅପରାଧ, ପାରିବାରିକ ହିଂସା, ଯୌତୁକ ନିର୍ଯାତନା ନିରୋଧ ଆଇନ, କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା ଓ ନାରୀ ସମ୍ବନ୍ଧୀୟ ଅଧିକାରର ଉଲ୍ଲଘଂନ ହେଲେ ନ୍ୟାୟ ପ୍ରଦାନ ଓ ଆୟୋଗର କାର୍ଯ୍ୟ ସମ୍ପର୍କରେ ଏକ୍ସନ ଏଡ୍ର ଘାସିରାମ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ ବରଓ୍ବା, ଡ. ମିନତି ବେହେରା, ସ୍ନେହାଞ୍ଜଳି ମହାନ୍ତି ଓ ଜଲିନା ପ୍ରିୟଦର୍ଶନୀ ଉପସ୍ଥିତ ମହିଳାମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ୧୨ଜଣ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା।
Posted inରାଜ୍ୟ, ସୁବର୍ଣ୍ଣପୁର View All

ଡିଜିଟାଇଜେଶନ ହେଉଛି ଓଡ଼ିଶୀ ଅଭିଲେଖାଗାର
ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ରାଜ୍ୟର ଦିବଂଗତ ଓଡ଼ିଶୀ ନୃତ୍ୟଗୁରୁଙ୍କ ନୃତ୍ୟ ଓ ସଙ୍ଗୀତକୁ ଉଜ୍ଜୀବିତ କରିବାକୁ ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ...

୨୮ବର୍ଷ ବିତିଲା, ହେଲାନି କଂସରଝରଣ ଜଳଭଣ୍ଡାର
ସମ୍ବଲପୁର,୨୭ା୫(ବ୍ୟୁରୋ): ୧୯୯୪ ମସିହା ଏପ୍ରିଲ ୩୦ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଗସ୍ତରେ ଆସି କୟାକୁଦ ପଞ୍ଚାୟତ ଅଫିସ...

ବକେୟା ୨ ହଜାର ଟଙ୍କା ନ ଦେବାରୁ ଠିକାଦାରଙ୍କୁ ହତ୍ୟା
କବିସୂର୍ଯ୍ୟନଗର,୧୬ା୪: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଧୀନ ଏ. ବରିଡ଼ା ଗାଁ ଦାଣ୍ଡରେ ଶୁକ୍ରବାର ଜଣେ ଠିକାଦାରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଠିକାଦାର ବକେୟା...

ବିଦ୍ୟୁତ୍ ବିଲ୍ ନାହିଁ: ଆବାସ ତାଲିକାରୁ ନାମ ବାଦ୍
ରଘୁନାଥପୁର,୧ା୧୦(ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ ପୁରଣାବସନ୍ତ ପଞ୍ଚାୟତର ବହୁ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇନାହାନ୍ତି। ଏଥିସହ ତାଲିକାରେ ସାମିଲ ହୋଇଥିବା...

ହଜିଗଲା ମାନବିକତା: କୁଷ୍ଠ ରୋଗୀ ବୋଲି ମିଳିଲାନି କାନ୍ଧ, ସାଇକେଲରେ ବୁହା ହେଲା ମୃତଦେହ
ପର୍ଲା,(ଡି.ଏନ୍.ଏ.),୧୮।୧- ଆଜିର ଅତ୍ୟାଧୁନିକ ସମାଜରେ ମଧ୍ୟ ଅନେକେ ଅନ୍ଧବିଶ୍ୱାସ ଭଳି ସାମାଜିକ ବ୍ୟାଧିଗ୍ରସ୍ତ। ଏପରିକି ସମାଜରେ ମାନବିକତା ଧୀରେ ଧୀରେ ହଜିବାକୁ ବସୁଛି। ଏଭଳି ଅଭାବନୀୟ...

କଙ୍କଡ଼ାରେ ନୃସିଂହ ଅବତାର ଚର୍ଚ୍ଚା
ପୁରୀ ଅଫିସ, ୨୨।୯: ପୁରୀ ସମୁଦ୍ରରୁ ମିଳିଛି ଏକ ଭିନ୍ନ ପ୍ରଜାତିର କଙ୍କଡ଼ା। ପୂର୍ବରୁ ଏମିତି କଙ୍କଡ଼ା ଦେଖି ନ ଥିବା ମତ୍ସ୍ୟଜୀବୀମାନେ କହିଛନ୍ତି। କଙ୍କଡ଼ାରେ...

ବାରିପଦାରେ କରୋନା ନିର୍ଦ୍ଦେଶକୁ ଅଣଦେଖା: ଏଟିଏମ୍ କାଉଣ୍ଟରରେ ନାହିଁ ସାନିଟାଇଜର ବ୍ୟବସ୍ଥା, ବାଲ୍ଟିରେ ରଖାଯାଉଛି ପାଣି
ବାରିପଦା ଅଫିସ, ୭ା୪- ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ଖେଳାଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ...

୧ରୁ ପୂର୍ବାହ୍ନ ୯ରୁ ସନ୍ଧ୍ୟା ୫ ଯାଏ କ୍ୟାପିଟାଲ ହସ୍ପିଟାଲ ଓପିଡି ଖୋଲା
ଭୁବନେଶ୍ୱର, ୩୦।୧୧(ବ୍ୟୁରୋ): ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ (ଓପିଡି) ସମୟ ପରିବର୍ତ୍ତନ ହୋଇଛି। ଡିସେମ୍ବର ୧ରୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା...