Posted inଜାତୀୟ

ମହାରାଷ୍ଟ୍ରରେ ରାହୁଲଙ୍କୁ ଅଧ୍ୟକ୍ଷ ପ୍ରସ୍ତାବକୁ ସମର୍ଥନ

ନୂଆଦିଲ୍ଲୀ,୧୯।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ବୋଲି ପ୍ରଶ୍ନ ଉଠୁଛି। ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରିବା ପାଇଁ ଦାବି ପୁଣି ଜୋର ଧରିଛି। ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭାବେ ମନୋନୀତ କରିବା ପାଇଁ ଅନେକ ରାଜ୍ୟ ପ୍ରସ୍ତାବ ପାରିତ କରିଛନ୍ତି। ଇତିମଧ୍ୟରେ ମହାରାଷ୍ଟ୍ରରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷ ପ୍ରସ୍ତାବକୁ ସମର୍ଥନ କରାଯାଇଛି। ମହାରାଷ୍ଟ୍ର କଂଗ୍ରେସର ବୈଠକରେ ସୋମବାର ଦୁଇଟି ସଂକଳ୍ପ ପାରିତ ହୋଇଛି। ପ୍ରଥମ ସଂକଳ୍ପ ହେଉଛି, କଂଗ୍ରେସ ଅଧ୍ୟକ୍ଷଙ୍କୁ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ତଥା ରାଜ୍ୟ କାର୍ଯ୍ୟକାରିଣୀ ନିଷ୍ପତ୍ତି ନେବାର ଅଧିକାର ରହିବ। ଦ୍ୱିତୀୟଟି ହେଉଛି, ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ଉଚିତ୍‌। ସୂଚନାଯୋଗ୍ୟ, ଏହାପୂର୍ବରୁ ଗୁଜୁରାଟ, ଛତିଶଗଡ ଏବଂ ରାଜସ୍ଥାନରେ ରାହୁଲଙ୍କୁ ଦଳର ମୁଖ୍ୟ ଭାବେ ଗ୍ରହଣ କରିବାକୁ ସମର୍ଥନ କରି ଏକ ପ୍ରସ୍ତାବ ପାରିତ କରାଯାଇଥିଲା। ଏଥିସହ ଜମ୍ମୁ-କଶ୍ମୀର, ମହାରାଷ୍ଟ୍ର, ତାମିଲନାଡୁର କଂଗ୍ରେସ ୟୁନିଟରେ ମଧ୍ୟ ସମାନ ନିଷ୍ପତ୍ତି ନିଆଯାଇଛି। ସୋମବାର ଜମ୍ମୁ-କଶ୍ମୀର ପ୍ରଦେଶ କଂଗ୍ରେସ କମିଟିର ସଭାପତି ୱାକର ରସୁଲଙ୍କୁ ରାହୁଲ ଗାନ୍ଧୀଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ କରିବା ପାଇଁ ଏକ ପ୍ରସ୍ତାବ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନୀଲ ସେଟ୍ଟୀଙ୍କ ବିଲ୍ଡିଂ ସିଲ୍‌

ମୁମ୍ବାଇ,୧୨।୭: ପୁଣି ଥରେ ମୁମ୍ବାଇରେ କରୋନା କାୟା ମେଲାଇଲାଣି। ଗତ କିଛି ଦିନ ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଗତ ସପ୍ତାହରୁ ପୁଣି...

ପଞ୍ଜାବ, ହରିୟାଣାରେ ପ୍ରବଳ ବର୍ଷା: ନେଲାଣି ୫ ଜୀବନ

ଚଣ୍ଡିଗଡ଼,୧୧।୬: ପଞ୍ଜାବ ଏବଂ ହରିୟାଣାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଏଭଳିସ୍ଥିତିରେ ପଞ୍ଜାବର ପଟିଆଲା ଜିଲାରେ ଗୋଟିଏ ପରିବାରର ୪ ଜଣ ଏବଂ...

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,୨୭।୯: କୃଷକ ତଥା ବିଭିନ୍ନ ରାଜନୈତିକ ଦଳର ବିରୋଧ ମଧ୍ୟରେ ରବିବାର କୃଷି ବିଲ୍‌ ସମେତ ୩ଟି ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ଲଗାଇଛନ୍ତି।...

ଆସାମରେ ରାହୁଲ ଗାନ୍ଧୀଙ୍କ ନାମରେ ହଜାରେ ଅଭିଯୋଗ

ଗୁଆହାଟି,୧୫।୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ‘ଭାରତର ଆତ୍ମା’ ଟୁଇଟ୍‌ ବିରୋଧରେ ଶହ ଶହ ଅଭିଯୋଗ ରୁଜୁ କରିଛନ୍ତି ଆସାମ ଭାଜପା ଓ ଏହାର ବିଭିନ୍ନ...

ତୈଳ ରାଜନୀତି, ଭାଜପା ଶାସିତ ରାଜ୍ୟରେ କମିଲା ପେଟ୍ରୋଲ-ଡିଜେଲ ଦାମ…

ନୂଆଦିଲ୍ଲୀ,୪।୧୧: ଦେଶରେ ଏବେ ଆରମ୍ଭ ହୋଇଛି ତୈଳ ରାଜନୀତି। ଦେଶର ଭାଜପା ଶାସିତ ୧୦ ରାଜ୍ୟରେ ପେଟ୍ରୋଲ-ଡିଜେଲ ଦାମ୍‌ କମିଛି। ଆସାମ, ତ୍ରିପୁରା, ମଣିପୁର, କର୍ନାଟକ,...

କଂଗ୍ରେସକୁ ଟକ୍କର ଦେବାକୁ ସଜ ହେଉଛନ୍ତି ଅମରିନ୍ଦର, ଉଦଘାଟନ କଲେ କାର୍ଯ୍ୟାଳୟ

ଚଣ୍ଡିଗଡ଼,୭।୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ବସ୍ତୁତ ହେଉଛନ୍ତି। ୨୦୨୨ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ପଞ୍ଜାବ ଲୋକ...

‘ପିଡି’ ସହ ଏବେ ସମୟ ବିତାଉଛନ୍ତି ରାହୁଲ

ନୂଆଦିଲ୍ଲୀ, ୨୯।୫: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆଠାରୁ ନିଜକୁ ଯଥେଷ୍ଟ ଦୂରେଇ ରଖୁଛନ୍ତି କଂଗ୍ରେସ ଅଧ୍ୟକ୍ଷ...

ବିଦ୍ୟାସାଗର ସୋନକର କିଏ? ଯାହାଙ୍କୁ ନେଇ ୟୁପି ରାଜନୀତିରେ ବଢ଼ୁଛି ଚର୍ଚ୍ଚା…

ଲକ୍ଷ୍ନୌ,୧୫।୪: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଏବଂ ବିଧାନ ପରିଷଦ ନିର୍ବାଚନରେ ଐତିହାସକ ବିଜୟ ହାସଲ କରିଛି ଭାଜପା। ଏବେ ଦଳର ନଜର ୨୦୨୪ରେ ହେବାକୁ ଥିବା...

Advertisement
Archives

Model This Week