ଉଚ୍ଛେଦ ଆଗରୁ ଥଇଥାନ କର: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍‌ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି ଉଚ୍ଛେଦ ଚାଲିଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ଅନ୍ୟପଟେ ଉଚ୍ଛେଦରେ ପ୍ରଭାବିତ ହେଉଥିବା ଲୋକଙ୍କୁ ଥଇଥାନ କରାଯାଉ ନାହିଁ। ନିକଟ ଭବିଷ୍ୟତରେ ସେମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରଭାବିତ ଲୋକଙ୍କୁ ପ୍ରଶାସନିକ ଅଧିକାରୀମାନେ ଆଶ୍ୱାସନା ଦେଉଛନ୍ତି। ମାତ୍ର ପ୍ରଭାବିତ ଲୋକେ ତାକୁ ସହଜରେ ବିଶ୍ୱାସକୁ ନେଉ ନାହାନ୍ତି ଏବଂ ଉଚ୍ଛେଦ ପୂର୍ବରୁ ଥଇଥାନ କରିବାକୁ ଦାବି କରିଛନ୍ତି। ଏଭଳି ଦାବି ନେଇ ଗୁରୁବାର ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧୪ ଅଧୀନ କେନାଲ ପଡ଼ାର ଶତାଧିକ ମହିଳା, ପୁରୁଷ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଥିଲେ ଏବଂ ଉଚ୍ଛେଦ ପୂର୍ବରୁ ସେମାନଙ୍କୁ ଥଇଥାନ କରିବା ପାଇଁ ଗୁହାରି କରିଥିଲେ।
ସୂଚନା ଅନୁଯାୟୀ, କେନାଲ ପଡ଼ାରେ ଜବରଦଖଲ ଉଚ୍ଛେଦ ହେବା ନେଇ ଗୁରୁବାର ସ୍ଥାନୀୟ ପୌର ପରିଷଦ ଗୁରୁବାର ଡାକବାଜି ଯନ୍ତ୍ରରେ ସୂଚନା ଦେଇଥିଲା। ୫ଦିନ ମଧ୍ୟରେ ଜବରଦଖଲରେ ଘରଦ୍ୱାର କରିଥିବା ଲୋକଙ୍କୁ ସେସବୁ ଖାଲି କରିବା ପାଇଁ ସୂଚନା ଦିଆଯାଇଥିଲା। ଏହି ସୂଚନା ପାଇବା ପରେ ପଡ଼ାବାସୀ ଚିନ୍ତିତ ହୋଇ ପଡ଼ିଛନ୍ତି। ଉକ୍ତ ପଡ଼ାରେ ରହୁଥିବା ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ କୁଲି, ମଜୁରି କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି। ସେଠାରେ ଦୀର୍ଘବର୍ଷ ପୂର୍ବରୁ ଘରଦ୍ୱାର କରି ନିଜ ପିଲାଛୁଆଙ୍କୁ ସ୍ଥାନୀୟ ସ୍କୁଲ, କଲେଜରେ ପଢ଼ାଉ ଥିବାବେଳେ ପ୍ରତି ନିର୍ବାଚନରେ ଭାଗ ନେଇ ମତାଧିକାର ମଧ୍ୟ ସାବ୍ୟସ୍ତ କରି ଆସୁଛନ୍ତି। ସେହିପରି ପରିବାରରେ ଅନେକ ବୃଦ୍ଧାବୃଦ୍ଧ ମଧ୍ୟ ରହିଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ଉଚ୍ଛେଦ କରାଗଲେ ସେମାନେ ନିଜର ପଢୁଆ ପିଲା, ଶିଶୁ ଏବଂ ପରିବାରର ବୃଦ୍ଧାବୃଦ୍ଧଙ୍କୁ ନେଇ କେଉଁଠି ଆଶ୍ରୟ ନେବେ ବୋଲି ପଡ଼ାବାସୀ ପ୍ରଶ୍ନ କରିଛନ୍ତି।
ଅପରପକ୍ଷେ ସହର ମଧ୍ୟରେ ରହିଥିବା ଭଟଲି ଛକ ଏବଂ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ଲମ୍ବା ବିଲ୍‌ଡିଂ ଦେଇ ଅମ୍ବାପାଲିକୁ ସଂଯୋଗ କରୁଥିବା ରାସ୍ତାରେ ଦୀର୍ଘଦିନରୁ ଟ୍ରାଫିକ ସମସ୍ୟା ଲାଗି ରହିଥିବାବେଳେ ସେଠାକାର ଜବରଦଖଲକୁ ଏପର୍ଯ୍ୟନ୍ତ ଉଚ୍ଛେଦ କରାଯାଇ ପାରି ନାହିଁ। ଏହାକୁ ନେଇ ଉଚ୍ଛେଦ ପ୍ରକ୍ରିୟାରେ ପାତରଅନ୍ତର ନୀତି ଅବଲମ୍ବନ କରାଯାଉଥିବା ଲୋକେ ଅଭିଯୋଗ କରୁଛନ୍ତି। ପ୍ରକାଶଥାଉ କି, ଲେଙ୍ଗୁ ମିଶ୍ର ଛକଠାରୁ ଲମ୍ବା ବିଲ୍‌ଡିଂ ଦେଇ ଅମ୍ବାପାଲିକୁ ସଂଯୋଗ କରୁଥିବା ରାସ୍ତା ଜବରଦଖଲ ଉଚ୍ଛେଦ ମାମଲା ନ୍ୟାୟାଳୟରେ ବିଚାରାଧୀନ ରହିଛି। ତେବେ ପୂର୍ବରୁ ଏହି ସ୍ଥାନରେ ଜବରଦଖଲ ଉଚ୍ଛେଦ ସପକ୍ଷରେ ପୂର୍ବରୁ ନ୍ୟାୟାଳୟ ରାୟ ଦେଇଥିଲେ। ମାତ୍ର ଉଚ୍ଛେଦ ପ୍ରକ୍ରିୟାକୁ ନାନା ଆଳରେ ବିଳମ୍ବ କରାଯିବାରୁ ପ୍ରଭାବିତ ଲୋକେ ପୁଣି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଫଳରେ ଏହି ସ୍ଥାନରେ ଉଚ୍ଛେଦ ଅଟକି ରହିଥିବାବେଳେ ବିଚାର ପ୍ରକ୍ରିୟା ସରି ନ ଥିବାରୁ ସମୟ ଗଡ଼ି ଚାଲିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?