୫ ପୋଷ୍ଟମାଷ୍ଟରଙ୍କ ଇସ୍ତଫା

ଭବାନୀପାଟଣା,୨୬।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଡ଼ାକମଣ୍ଡଳ ଅଧୀନରେ ଥିବା ବିଭିନ୍ନ ପୋଷ୍ଟ ଅଫିସ୍‌ର ୫ଜଣ ପୋଷ୍ଟ ମାଷ୍ଟର କିଛିଦିନ ମଧ୍ୟରେ ଚାକିରିରୁ ଇସ୍ତଫା ଘଟଣା ସାମ୍‌ନାକୁ ଆସିଛି। ସେମାନେ ହେଲେ ଗୋଲାମୁଣ୍ଡା ବ୍ଲକ ବୋରଗୁଡ଼ାରେ କାର୍ଯ୍ୟରତ ଥିବା ଗ୍ରାମୀଣ ଡାକ ସେବକ (ପୋଷ୍ଟମାଷ୍ଟର) ସୁନୀତା ସାହୁ, ଜୁନାଗଡ଼ ବ୍ଲକ ଚକୁଳିରେ କାର୍ଯ୍ୟରତ କୋଟିଲିଙ୍ଗ ଭେଙ୍କଟେଶ, ଦେଦରରେ ଥିବା ନାରାୟଣ ମାଝି, କଲେଇ ଗଁାରେ ଥିବା ଚିନ୍ମୟ ରଞ୍ଜନ ଭୋଇ ଏବଂ ଛୋରିଆଗଡ଼ରେ ସହକାରୀ ଡାକ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟରତ ନୀଳାଞ୍ଚଳ ନାୟକ। ତେବେ ୯ ମାସ ଧରି କାର୍ଯ୍ୟରତ ଏହି ୫ ପୋଷ୍ଟମାଷ୍ଟର ହଠାତ୍‌ କାହିଁକି ଚାକିରିରୁ ଇସ୍ତଫା ଦେଲେ ତାକୁ ନେଇ ଏବେ ନାନା ସନ୍ଦେହ ପ୍ରକାଶ ପାଇଛି। ଗତ କିଛିଦିନ ତଳେ କଳାହାଣ୍ଡି ଜିଲା କୁଣ୍ଡାବନ୍ଦ ଗ୍ରାମର ରୁଦ୍ରମଣି ମିଶ୍ର ଜାଲ୍‌ ସାର୍ଟଫିକେଟ ଦେଇ ପୋଷ୍ଟମାଷ୍ଟର ଭାବେ ନିଯୁକ୍ତି ପାଇଥିଲେ। ସାର୍ଟିଫିକେଟ ଯାଞ୍ଚ ସମୟରେ ଜାଲିଆତି ଜଣାପଡ଼ିବା ପରେ ସେ ଫେରାର ହୋଇଯାଇଥିଲେ। ବଲାଙ୍ଗୀର ଡାକ ମଣ୍ଡଳରେ ଜାଲ୍‌ ସାର୍ଟିଫିକେଟ ଫର୍ଦ୍ଦାଫାଶ ପରେ ରାଜ୍ୟ ସାରା ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହାର ଚେର କଳାହାଣ୍ଡିକୁ ଲମ୍ବିଥିବା ଜଣାପଡ଼ିଥିଲା। ଜିଲାରେ ଡାକ ବିଭାଗରେ ୧୦୫ ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୭୮ଜଣ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ୨୭ ଜଣ ଅନୁପସ୍ଥିତ ରହିଥିଲେ। ସମ୍ପୃକ୍ତ ୨୭ ଜଣ ଜାଲ ସାର୍ଟିଫିକେଟ ଦେଇ ଆବେଦନ କରିଥିବାରୁ ଧରାପଡ଼ିଯିବା ଭୟରେ ସେମାନେ ଆସି ନ ଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ପୋଷ୍ଟମାଷ୍ଟର ଇସ୍ତଫା ଦେବା ପଛରେ ଜାଲ୍‌ ସାର୍ଟିଫେକଟ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି। ତେବେ ସାର୍ଟିଫିକେଟ୍‌ ଯାଞ୍ଚ କରାଗଲେ ଏହାର ସତ୍ୟତା ଜଣାପଡ଼ନ୍ତା ବୋଲି ଆଲୋଚନା ହେଉଛି। ଏ ନେଇ ଧର୍ମଗଡ଼ ଡାକ ନିରୀକ୍ଷକ ଅନନ୍ତ ଚରଣ ସାହୁଙ୍କୁ ପଚାରିବାରୁ ୫ ଜଣ ପୋଷ୍ଟ ମାଷ୍ଟର ଇସ୍ତଫା ଦେବା କଥାକୁ ସେ ସ୍ବୀକାର କରିଛନ୍ତି ଏବଂ ଇସ୍ତଫାର କାରଣ ସମ୍ପର୍କରେ ଜାଣି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri