ଦୁର୍ଦ୍ଦଶାରେ ପଶ୍ଚିମବାର୍ଡ ପଞ୍ଚାୟତବାସୀ

ଜଳେଶ୍ୱର,୨୬ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ୨୮ ପଞ୍ଚାୟତର ୧୪୯ ଗାଁ ଜଳବନ୍ଦୀ ହୋଇଥିବା ବେଳେ ପଶ୍ଚିମବାର୍ଡ ପଞ୍ଚାୟତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ହଜାର ହଜାର ହେକ୍ଟର ଜମିର ଚାଷ ଉଜୁଡିଥିବା ବେଳେ ୪୦ ପରିବାରର ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ୩ଦିନ ଆଶ୍ରୟ କେନ୍ଦ୍ରରେ ରହି ଗୁରୁବାର ଘରକୁ ଫେରିଥିବା କ୍ଷତିଗ୍ରସ୍ତ ପରିବାରକୁ ଖଣ୍ଡେ ପଲିଥିନ କିମ୍ବା ରିଲିଫ ମିଳି ନ ଥିବାରୁ କ୍ଷୋଭ ପ୍ରକାଶ ପାଇଛି।
ବନ୍ୟା ଟଳିଯାଇଛି ସତ ଲୋକଙ୍କ ଦୁର୍ଦ୍ଦଶା ବଢିଛି। ପଶ୍ଚିମବାର୍ଡ ପଞ୍ଚାୟତର ଲୋକସଂଖ୍ୟା ପ୍ରାୟ ୬ହଜାର ହୋଇଥିବା ବେଳେ ଅଧିକ ଲୋକେ ଅନୁସୂଚିତ ଜାତି ଶ୍ରେଣୀର। ଦେବକୁମାରର ଦଳେଇସାହି, ତାରାପୁର ସାହି, ଉତ୍ତର ଦଳେଇ ସାହି, ଦଣ୍ଡପାଟ ସାହି, ସାତଘରିଆ ସାହି, ମଙ୍ଗଳାମାତା ସାହି, ତେଲି ସାହି, ବେହେରା ସାହି, ମଝିଜେନାସାହି, ପାଟଣାସାହି, ମୁଖିସାହି, ନାୟକ ସାହି, ଗାଣ ସାହି, ପ୍ରମାଣିକ ସାହି, ମଲ୍ଲିକ ସାହି, ବରିଖାଡିସାହି, ସିମିଳାପୋଖରୀ ଆଡିସାହି, ପତାବଣସାହି ଲୋକଙ୍କ ଦୁର୍ଦ୍ଦଶା କହିଲେ ନ ସରେ। ବିଭିନ୍ନ ଆଶ୍ରୟ କେନ୍ଦ୍ରରୁ ସେମାନେ ଫେରି ଏବେ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି। ସନ୍ତସନ୍ତିଆ ପରିବେଶ, ଧୋଇଯାଇଥିବା ଗାଁ ଦାଣ୍ଡ, ଘର ଚତୁଃପାର୍ଶ୍ୱରେ ସାଲୁବାଲୁ ପୋକ ସହିତ ୪୦ ପରିବାରର ଘର ଭାଙ୍ଗିଥିବାରୁ ସେମାନେ ଅତି କଷ୍ଟରେ ଦିନ କାଟିଛନ୍ତି। ଆଶ୍ରୟସ୍ଥଳରେ ୩ ଦିନର ରନ୍ଧାଖାଦ୍ୟ ଦେବାପରେ ଏବେ ଖାଦ୍ୟର ଘୋର ଅଭାବ ଦେଖାଦେଇଛି। ଘରେ ଥିବା ଧାନ, ଚାଉଳ, ଆସବାବପତ୍ର ଓଦା ହୋଇଥିବା ବେଳେ କଚ୍ଚା କାନ୍ଥ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ସେମାନଙ୍କୁ ଅଦ୍ୟାବଧି ପଲିଥିନ କିମ୍ବା ରିଲିଫ ମିଳିନାହିଁ।
ସୁବର୍ଣ୍ଣରେଖା ନଦୀର ଅପରପାର୍ଶ୍ୱରେ ରହୁଥିବା କେତେକ ଗ୍ରାମବାସୀଙ୍କ ଘରେ ବନ୍ୟାପାଣି ପଶିବା ସହିତ ଗୋରୁ ଉପବାସରେ ରହିଛନ୍ତି। କୁନା ଦଳେଇ, ମାହ୍ଲୁ ଦଳେଇ, ମୃତ୍ୟୁଞ୍ଜୟ ମୁଖି, ଚକ୍ରଧର ଜେନା, ବୈଦ ଦଳେଇ ଓ ବିଦ୍ୟାଧର ପଣ୍ଡାଙ୍କ ଘର ଭାଙ୍ଗିଥିବା ସରପଞ୍ଚ ଶମ୍ଭୁନାଥ ଜେନା ପ୍ରକାଶ କରିଛନ୍ତି। ବାଇଗଣବାଡିଆ ପଞ୍ଚାୟତର କଣ୍ଟାପାଳ ଗାଁ ନଦୀବନ୍ଧ ନିକଟରେ ଥିବା ପ୍ରଫୁଲ୍ଲ ରାଉଳ, ଚନ୍ଦନ ରାଉଳ, ହେମନ୍ତ ନାୟକ, ପୁଷ୍ପକ ରାଉଳ, ସୀତାରାମ ବେହେରା ଓ ବଳରାମ ରାଉତ, ଅଘୁରୀ ବାବାଙ୍କ ଘରେ ପାଣି ପଶି ବ୍ୟାପକ କ୍ଷତି ଘଟିଛି। ସେମାନେ ଆଶ୍ରୟସ୍ଥଳରୁ ଫେରିଥିବା ବେଳେ ନଦୀବନ୍ଧରେ ଅସ୍ଥାୟୀ ଚୁଲି କରି ରୋଷେଇ କରୁଥିବା ଦେଖିବାକୁ ମିଳିଥିଲା। ଏବେବି ଗାଁ ଦାଣ୍ଡରେ ପାଣିଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସରପଞ୍ଚ ବିଷ୍ଣୁପଦ ପାତ୍ର କହିଛନ୍ତି। ଜମିରୁ ପାଣି କମିଥିଲେ ମଧ୍ୟ ସଦ୍ୟ ରୁଆଯାଇଥିବା ଧାନ ଗଛ ଓ ପନିପରିବା ଗଛ ପଚି ନଷ୍ଟ ହୋଇଛି। ଗଡସାହି ବାଲିଆପାଳ ପଞ୍ଚାୟତ ବିଶେଷ କ୍ଷତିଗ୍ରସ୍ତ ହୋଇଥିବାରୁ ସେଠାରେ ଅବିଳମ୍ବେ ରିଲିଫ ଯୋଗାଇ ଦେବାକୁ ଦାବି ହୋଇଛି। ଏବେ ପୁଣି ବର୍ଷା କିମ୍ବା ବନ୍ୟା ଦେଖା ଦେଲେ ପରିସ୍ଥିତି ଅଣାୟତ୍ତ ହେବାର ସମ୍ଭାବନା ରହିଛି। ୧୨ହଜାର ଗୋରୁଙ୍କ ଲାଗି ମିଳିଛି ମାତ୍ର ୨୫୦ କୁଇଣ୍ଟାଲ ଗୋଖାଦ୍ୟ। ଯାହାକି ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri