ଦୁର୍ଦ୍ଦଶାରେ ପଶ୍ଚିମବାର୍ଡ ପଞ୍ଚାୟତବାସୀ

ଜଳେଶ୍ୱର,୨୬ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ୨୮ ପଞ୍ଚାୟତର ୧୪୯ ଗାଁ ଜଳବନ୍ଦୀ ହୋଇଥିବା ବେଳେ ପଶ୍ଚିମବାର୍ଡ ପଞ୍ଚାୟତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ହଜାର ହଜାର ହେକ୍ଟର ଜମିର ଚାଷ ଉଜୁଡିଥିବା ବେଳେ ୪୦ ପରିବାରର ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ୩ଦିନ ଆଶ୍ରୟ କେନ୍ଦ୍ରରେ ରହି ଗୁରୁବାର ଘରକୁ ଫେରିଥିବା କ୍ଷତିଗ୍ରସ୍ତ ପରିବାରକୁ ଖଣ୍ଡେ ପଲିଥିନ କିମ୍ବା ରିଲିଫ ମିଳି ନ ଥିବାରୁ କ୍ଷୋଭ ପ୍ରକାଶ ପାଇଛି।
ବନ୍ୟା ଟଳିଯାଇଛି ସତ ଲୋକଙ୍କ ଦୁର୍ଦ୍ଦଶା ବଢିଛି। ପଶ୍ଚିମବାର୍ଡ ପଞ୍ଚାୟତର ଲୋକସଂଖ୍ୟା ପ୍ରାୟ ୬ହଜାର ହୋଇଥିବା ବେଳେ ଅଧିକ ଲୋକେ ଅନୁସୂଚିତ ଜାତି ଶ୍ରେଣୀର। ଦେବକୁମାରର ଦଳେଇସାହି, ତାରାପୁର ସାହି, ଉତ୍ତର ଦଳେଇ ସାହି, ଦଣ୍ଡପାଟ ସାହି, ସାତଘରିଆ ସାହି, ମଙ୍ଗଳାମାତା ସାହି, ତେଲି ସାହି, ବେହେରା ସାହି, ମଝିଜେନାସାହି, ପାଟଣାସାହି, ମୁଖିସାହି, ନାୟକ ସାହି, ଗାଣ ସାହି, ପ୍ରମାଣିକ ସାହି, ମଲ୍ଲିକ ସାହି, ବରିଖାଡିସାହି, ସିମିଳାପୋଖରୀ ଆଡିସାହି, ପତାବଣସାହି ଲୋକଙ୍କ ଦୁର୍ଦ୍ଦଶା କହିଲେ ନ ସରେ। ବିଭିନ୍ନ ଆଶ୍ରୟ କେନ୍ଦ୍ରରୁ ସେମାନେ ଫେରି ଏବେ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି। ସନ୍ତସନ୍ତିଆ ପରିବେଶ, ଧୋଇଯାଇଥିବା ଗାଁ ଦାଣ୍ଡ, ଘର ଚତୁଃପାର୍ଶ୍ୱରେ ସାଲୁବାଲୁ ପୋକ ସହିତ ୪୦ ପରିବାରର ଘର ଭାଙ୍ଗିଥିବାରୁ ସେମାନେ ଅତି କଷ୍ଟରେ ଦିନ କାଟିଛନ୍ତି। ଆଶ୍ରୟସ୍ଥଳରେ ୩ ଦିନର ରନ୍ଧାଖାଦ୍ୟ ଦେବାପରେ ଏବେ ଖାଦ୍ୟର ଘୋର ଅଭାବ ଦେଖାଦେଇଛି। ଘରେ ଥିବା ଧାନ, ଚାଉଳ, ଆସବାବପତ୍ର ଓଦା ହୋଇଥିବା ବେଳେ କଚ୍ଚା କାନ୍ଥ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ସେମାନଙ୍କୁ ଅଦ୍ୟାବଧି ପଲିଥିନ କିମ୍ବା ରିଲିଫ ମିଳିନାହିଁ।
ସୁବର୍ଣ୍ଣରେଖା ନଦୀର ଅପରପାର୍ଶ୍ୱରେ ରହୁଥିବା କେତେକ ଗ୍ରାମବାସୀଙ୍କ ଘରେ ବନ୍ୟାପାଣି ପଶିବା ସହିତ ଗୋରୁ ଉପବାସରେ ରହିଛନ୍ତି। କୁନା ଦଳେଇ, ମାହ୍ଲୁ ଦଳେଇ, ମୃତ୍ୟୁଞ୍ଜୟ ମୁଖି, ଚକ୍ରଧର ଜେନା, ବୈଦ ଦଳେଇ ଓ ବିଦ୍ୟାଧର ପଣ୍ଡାଙ୍କ ଘର ଭାଙ୍ଗିଥିବା ସରପଞ୍ଚ ଶମ୍ଭୁନାଥ ଜେନା ପ୍ରକାଶ କରିଛନ୍ତି। ବାଇଗଣବାଡିଆ ପଞ୍ଚାୟତର କଣ୍ଟାପାଳ ଗାଁ ନଦୀବନ୍ଧ ନିକଟରେ ଥିବା ପ୍ରଫୁଲ୍ଲ ରାଉଳ, ଚନ୍ଦନ ରାଉଳ, ହେମନ୍ତ ନାୟକ, ପୁଷ୍ପକ ରାଉଳ, ସୀତାରାମ ବେହେରା ଓ ବଳରାମ ରାଉତ, ଅଘୁରୀ ବାବାଙ୍କ ଘରେ ପାଣି ପଶି ବ୍ୟାପକ କ୍ଷତି ଘଟିଛି। ସେମାନେ ଆଶ୍ରୟସ୍ଥଳରୁ ଫେରିଥିବା ବେଳେ ନଦୀବନ୍ଧରେ ଅସ୍ଥାୟୀ ଚୁଲି କରି ରୋଷେଇ କରୁଥିବା ଦେଖିବାକୁ ମିଳିଥିଲା। ଏବେବି ଗାଁ ଦାଣ୍ଡରେ ପାଣିଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସରପଞ୍ଚ ବିଷ୍ଣୁପଦ ପାତ୍ର କହିଛନ୍ତି। ଜମିରୁ ପାଣି କମିଥିଲେ ମଧ୍ୟ ସଦ୍ୟ ରୁଆଯାଇଥିବା ଧାନ ଗଛ ଓ ପନିପରିବା ଗଛ ପଚି ନଷ୍ଟ ହୋଇଛି। ଗଡସାହି ବାଲିଆପାଳ ପଞ୍ଚାୟତ ବିଶେଷ କ୍ଷତିଗ୍ରସ୍ତ ହୋଇଥିବାରୁ ସେଠାରେ ଅବିଳମ୍ବେ ରିଲିଫ ଯୋଗାଇ ଦେବାକୁ ଦାବି ହୋଇଛି। ଏବେ ପୁଣି ବର୍ଷା କିମ୍ବା ବନ୍ୟା ଦେଖା ଦେଲେ ପରିସ୍ଥିତି ଅଣାୟତ୍ତ ହେବାର ସମ୍ଭାବନା ରହିଛି। ୧୨ହଜାର ଗୋରୁଙ୍କ ଲାଗି ମିଳିଛି ମାତ୍ର ୨୫୦ କୁଇଣ୍ଟାଲ ଗୋଖାଦ୍ୟ। ଯାହାକି ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri