ଦୁର୍ଗନ୍ଧରେ ଅଣନିଃଶ୍ୱାସୀ ଅଞ୍ଚଳବାସୀ

ଭୁବନେଶ୍ୱର,୨୯।୮(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱର ଏବେ ଆବର୍ଜନା ସିଟିରେ ପରିଣତ ହୋଇଛି। ଯୁଆଡେ ଚାହିଁବ ଅଳିଆ ଆବର୍ଜନା ଦେଖିବାକୁ ମିଳୁଛି। ଦାରୁଠେଙ୍ଗ ଗ୍ରାମବାସୀଙ୍କ ନାଲିଆଖି ଓ ବିରୋଧ ଯୋଗୁ ୨୦ ଦିନରୁ ଊର୍ଦ୍ଧ୍ୱ ହେବ ଭୁଆସୁଣୀ ଡମ୍ପିଂୟାର୍ଡକୁ ଅଳିଆ ଯାଇ ପାରୁନାହିଁ। ବିଏମ୍‌ସି ଦାବି ପୂରଣ କରୁନି କି ଦାରୁଠେଙ୍ଗବାସୀ ନିଜ ଜିଦ୍‌ରୁ ଓହରୁ ନାହାନ୍ତି। ଫଳରେ ସେବେଠାରୁ ସହରର ସବୁ ଅଳିଆ ସୈନିକ ସ୍କୁଲ ନିକଟ ଟେମ୍ପୋରାରି ଟ୍ରାଞ୍ଜିଟ୍‌ ଷ୍ଟେଶନ (ଟିଟିଏସ୍‌) ବା ଅସ୍ଥାୟୀ ଡମ୍ପିଂୟାର୍ଡରେ ଜମା ହେଉଛି। କିନ୍ତୁ ତାହା ସ୍ଥାନାନ୍ତର ହୋଇପାରୁ ନ ଥିବାରୁ ଟିଟିଏସ୍‌ ଏବେ ଉଛୁଳି ପଡିଛି। ଏହାସତ୍ତ୍ୱେ ତା’ଉପରେ ଅଳିଆ ଗଦା ଚାଲିଛି। ପୁଣି ଅଳିଆ ପକାଇବାକୁ ଜାଗା ନ ଥିବାରୁ ଓ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିବାରୁ ଆଖପାଖ ଖାଲି ସ୍ଥାନରେ ଅଳିଆ ପକାଯାଉଥିବା ଦେଖିବାକୁ ମିଳୁଛି। ଫଳରେ ସୈନିକ ସ୍କୁଲ ଆଖପାଖ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଛି। ଛାତ୍ରୀଛାତ୍ର ଓ ସ୍ଥାନୀୟ ଲୋକେ ଏପରି ଅସ୍ବାସ୍ଥ୍ୟକର ପରିବେଶରେ ଅଣନିଃଶ୍ୱାସୀ ହୋଇପଡିବା ସହ ଅଭିଶପ୍ତ ଜୀବନ ବିତାଉଛନ୍ତି।

‘ଡମ୍ପିଂୟାର୍ଡ ସମସ୍ୟା ୨ଦିନରେ ସମାଧାନ କର’

ଡମ୍ପିଂୟାର୍ଡ ବିବାଦରୁ ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ବିଏମ୍‌ସି ମେୟର ଓ କମିଶନର କେବଳ ଆଲୋଚନା ମଧ୍ୟରେ ସୀମିତ ରହିଥିବାବେଳେ ସମାଧାନର ବାଟ ଫିଟି ପାରୁନି। ଏଭଳିସ୍ଥଳେ ରାଜଧାନୀବାସୀଙ୍କ ସମସ୍ୟା ଦିଗରେ ଉଦ୍ୟମ କରିଛନ୍ତି ଏମ୍‌ପି ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱରରେ ଡମ୍ଫିୟାର୍ଡ ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ ସେ ମେୟର ସୁଲୋଚନା ଦାସଙ୍କୁ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ସେ ଲେଖିଛନ୍ତି ଯେ, ଦିନ ପରେ ଦିନ ବିତି ଚାଲିଥିଲେ ବି ପରିମଳ ବ୍ୟବସ୍ଥାରେ ଉନ୍ନତି ଆସି ପାରୁନାହିଁ। ଗଳିକନ୍ଦିଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ଗଦା ହୋଇ ରହିଛି। ଫଳରେ ସ୍ମାର୍ଟସିଟିର ଛବି ମଳିନ ହେଉଛି। ଏଥିସହ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏହାର ସମାଧାନ କରାଯାଉ। ନ ହେଲେ ସେପ୍ଟେମ୍ବର ୨ ଅପରାହ୍ନ ୫ଟାରେ ବିଏମ୍‌ସି ଅଫିସରେ ପହଞ୍ଚତ୍ ମେୟରଙ୍କ ସହ ଏ ନେଇ ଆଲୋଚନା କରିବେ ବୋଲି ଅପରାଜିତା ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, କେତେବେଳେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ତ ଆଉକେବେ ଡମ୍ଫିଂୟାର୍ଡ ସମସ୍ୟା ପାଇଁ ସହରବାସୀ ନାହିଁ ନଥିବା ହଇରାଣ ହେଉଛନ୍ତି। ବିଏମ୍‌ସିର ଅପାରଗତା ଦର୍ଶାଇ ୨୬ ତାରିଖରେ ଭୁବନେଶ୍ୱର ଜିଲା ଭାଜପା ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଅପରପକ୍ଷେ ଶନିବାର ଦାରୁଠେଙ୍ଗ ଗ୍ରାମବାସୀ ଏବଂ ବିଏମ୍‌ସି ମଧ୍ୟରେ ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ତେବେ ଏହି ଆଲୋଚନା ସହରବାସୀଙ୍କ ପାଇଁ ଶୁଭଫଳ ଆଣିବ ନା ଅପରାଜିତାଙ୍କ ସମ୍ପୃକ୍ତି ପରେ ବାଟ ଫିଟିବ ତାହା ଖୁବ୍‌ଶୀଘ୍ର ଜଣାପଡ଼ିବ।

ଲୋକେ ରୋଗାକ୍ରାନ୍ତ ହୋଇପଡ଼ିବେ
ବର୍ଷାଦିନ ଆସିଲେ ଆମର ଚିନ୍ତା ବଢ଼ୁଛି। ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଅସ୍ଥାୟୀ ଡମ୍ପିଂୟାର୍ଡରେ ଏବେ ପାହାଡ ଭଳି ଅଳିଆ ଗଦା ହୋଇଗଲାଣି। ଏହା ପାଖରେ ୨ଟି ସ୍କୁଲ ରହିଥିବାବେଳେ ପିଲାମାନେ ଦୁର୍ଗନ୍ଧ ପାଇଁ ସେଠାକୁ ଯିବାକୁ ରାଜି ହେଉ ନାହାନ୍ତି। ବିଏମ୍‌ସିର ଅଳିଆ ଗାଡ଼ି ଦିନକୁ ୪୦/୫୦ ଥର ଯିବା ଆସିବା କରୁଛି। ଫଳରେ ସେହି ସମୟରେ ରାସ୍ତାରେ ଗାଡ଼ି ଜାମ୍‌ ହେଉଛି। ପୁଣି ଗାଡ଼ିରୁ ପଚା ପାଣି ପଡି ରାସ୍ତା ଦୁର୍ଗନ୍ଧମୟ ହୋଇପଡୁଛି। ଛୋଟପିଲାଙ୍କଠାରୁ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ହଟହଟା ହେଉଛନ୍ତି। ଏପରିସ୍ଥିତି ଲାଗି ରହିଲେ ଲୋକେ ରୋଗାକ୍ରାନ୍ତ ହୋଇ ପଡିବେ। ଏଥିପାଇଁ ବିଏମ୍‌ସି ଦାୟୀ ରହିବ।
-ସଞ୍ଜୟ କୁମାର ସ୍ବାଇଁ,
ସ୍ଥାନୀୟ ବାସିନ୍ଦା
ପେଟରୁ ଭାତ ବାହାରିବା ଭଳି ଅବସ୍ଥା, ଛାତ୍ରୀଛାତ୍ର ପଢ଼ିପାରୁ ନାହାନ୍ତି
ଟିଟିଏସ୍‌ ପାଖଦେଇ ଯିବାଆସିବା କରିବାବେଳେ ପେଟରୁ ଭାତ ବାହାରି ଆସିବା ଭଳି ଅବସ୍ଥା ହେଉଛି। ଏଥିପାଇଁ ଭିଏସ୍‌ଏସ୍‌ ନଗର, ରେଲ୍‌ଓ୍ବେ କଲୋନୀ, ଚକେଇସିଆଣି ଅଞ୍ଚଳର ଲୋକେ ହନ୍ତସନ୍ତ ହେଉଛନ୍ତି। ନିକଟରେ ସୈନିକ ସ୍କୁଲ ଏବଂ ଅନ୍ୟ ସ୍କୁଲ ରହିଥିବାରୁ ଛାତ୍ରୀଛାତ୍ର ପୁତ୍ତିଗନ୍ଧମୟ ପରିବେଶରେ ଠିକ୍‌ ଭାବେ ପାଠ ପଢିପାରୁ ନାହାନ୍ତି। ଆମଭଳି ବରିଷ୍ଠ ନାଗରିକଙ୍କ ପାଇଁ ଏଭଳି ପରିବେଶ ବହୁ କ୍ଷତିକାର। ଦୁର୍ଗନ୍ଧରୁ ବର୍ତ୍ତିବା ପାଇଁ ଆମକୁ ରେଲଓ୍ବେ ଓ୍ବ୍‌ାର୍କଶପ୍‌ ବାଟେ ବୁଲିକି ଯିବାକୁ ପଡୁଛି। ସହରର ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ହେଉନାହିଁ। ବିଏମ୍‌ସି ତୁରନ୍ତ ଏହା ଉପରେ ପଦକ୍ଷେପ ନିଅନ୍ତୁ।
-ଭ୍ରମରବର ପ୍ରଧାନ,
ସ୍ଥାନୀୟ ବରିଷ୍ଠ ନାଗରିକ
ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି
ସହରର ବିଭିନ୍ନ ସ୍ଥାନରୁ ଅଳିଆ ଆସି ସୈନିକ ସ୍କୁଲ ନିକଟ ଟିଟିଏସ୍‌ରେ ପଡେ। ପରେ ଏଠାରୁ ଭୂଆଶୁଣି ଡମ୍ପିଂୟାର୍ଡକୁ ଯାଏ। ମାତ୍ର ଗତ କିଛିଦିନ ହେବ ଡମ୍ଫିଂୟାର୍ଡକୁ ଅଳିଆ ନ ଯାଇ ଏଠାରେ ଗଦା ହେଉଛି। ଫଳରେ ଏହାର ଖଣ୍ଡମଣ୍ଡଳ ଅଳିଆ ଓ ଦୁର୍ଗନ୍ଧରେ ପୋତି ହୋଇପଡିଲାଣି। ଗୋଟେ ଅଳିଆ ଗାଡ଼ି ଗଲେ ଅଧଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଯାଇ ହେଉନାହିଁ। ସମ୍ପୂର୍ଣ୍ଣ ଭୁବନେଶ୍ୱର ପାଇଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଡେଙ୍ଗୁ ଜ୍ୱରର ଉତ୍ପତ୍ତି ସ୍ଥଳ ପାଲଟିଛି। ଯଦି ଦାରୁଠେଙ୍ଗରେ ଅଳିଆ ପକାଯାଇ ନ ପାରୁଛି ତେବେ ବିଏମ୍‌ସି କମିଶନର ଓ ମେୟର ଅନ୍ୟ କେଉଁଠି ସ୍ଥାନ ଚିହ୍ନଟ କରି ତୁରନ୍ତ ସମସ୍ୟା ସମାଧାନ କରନ୍ତୁ।
-ଶୀତଳ ଚନ୍ଦ୍ର ମହାନ୍ତି,
ସ୍ଥାନୀୟ ଅଞ୍ଚଳ ବାସିନ୍ଦା
କଲୋନୀ ଭିତରକୁ ଦୁର୍ଗନ୍ଧ ଆସୁଛି, ବିଏମ୍‌ସି ତୁରନ୍ତ ଅଳିଆ ଉଠାଉ
ବାଣୀବିହାରର ୩ ନମ୍ବର ଗେଟ ବନ୍ଦ କରିବା ପରେ ଭିଏସ୍‌ଏସ୍‌ ନଗରବାସୀ ରସୁଲଗଡ଼ ଛକ ଓ ସୈନିକ ସ୍କୁଲ ନିକଟ ଅଳିଆଗଦା ପାଖ ରାସ୍ତାରେ ଯାତାୟାତ କରୁଛନ୍ତି। ଟିଟିଏସ୍‌ରୁ ଅଳିଆ ଉଠୁ ନ ଥିବାରୁ ଏହି ରାସ୍ତାରେ ଯାଇ ହେଉନାହିଁ। ରାସ୍ତା ଉପରେ ଅଳିଆ ବୋଝେଇ ଗାଡ଼ି ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହୁଛି। ଦୁର୍ଗନ୍ଧରେ ନାକ ଫାଟି ପଡୁଥିଲେ ବି ଅଞ୍ଚଳବାସୀ ନିରୁପାୟ। ପବନ ବହିଲେ କଲୋନୀ ଭିତରକୁ ଦୁର୍ଗନ୍ଧ ଆସୁଛି। ଏଠାରୁ ଅତିଶୀଘ୍ର ଅଳିଆ ଉଠାଇବା ସହିତ ଆଉ ଅଳିଆ ନ ପାଇବା ପାଇଁ ବିଏମ୍‌ସିକୁ ଅନୁରୋଧ କରୁଛୁ।
-ଦିଲୀପ ଦାଶଶର୍ମା,
ସ୍ଥାନୀୟ ଅଞ୍ଚଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri