ଆନ୍ଧ୍ର ନିର୍ବାଚନରେ ଭାଗ ନେବେ ନାରାୟଣପାଟଣାର ୫ ସୀମାନ୍ତ ଗ୍ରାମର ବାସିନ୍ଦା

ନାରାୟଣପାଟଣା/କୋରାପୁଟ, ୮ା୨: କୋରାପୁଟ ଜିଲା କୋଟିଆକୁ ନେଇ ଏବେ ଚର୍ଚ୍ଚା ଥମି ନ ଥିବା ବେଳେ ଜିଲାର ନାରାୟଣପାଟଣା ବ୍ଲକର ଆନ୍ଧ୍ର ସୀମାନ୍ତ ୫ଟି ଗ୍ରାମର ଗ୍ରାମବାସୀ ଏବେ ଆନ୍ଧ୍ରମୁହାଁ ହୋଇଛନ୍ତି। ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେଉଥିବା ପଞ୍ଚାୟତ ନିର୍ବାଚନରେ ସେମାନେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୩ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ନାରାୟଣପାଟଣା ବ୍ଲକ ଲଙ୍ଗଳବେଡା ପଞ୍ଚାୟତର ଚିନ୍ତନୱାଲସା, ତେନ୍ତୁଳିଗୁଡା, କେସି ଭାଦ୍ରା ସହ ଅନ୍ୟ ୨ଟି ଗ୍ରାମ ସହ ୫ଟି ଗ୍ରାମର ଗ୍ରାମବାସୀ ଭୋଟ ଦେବାକୁ ଯାଉଥିବା ଗ୍ରାମର ଲାସୁ ମାଣ୍ଡଙ୍ଗି, ମେଲକା ବୁଚାମା, ହିନ୍ଦୁ ମେଲକା, ମେଲକା ଜୁଙ୍ଗୁ, ମାଣ୍ଡିଙ୍ଗି ନାରସମା କହିଛନ୍ତି। ଆନ୍ଧ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ରାଶନ, ପେନସନ, ସ୍ବାସ୍ଥ୍ୟସେବା ଆଦି ମିଳୁଛି। ଏଣୁ ନିର୍ବାଚନରେ ସାମିଲ ହୋଇ ମତଦାନ କରିବେ ବୋଲି ସେମାନେ ପ୍ରକାଶ କରିଛନ୍ତି। ଆନ୍ଧ୍ରର ଏହି ପଞ୍ଚାୟତ ନିର୍ବାଚନରେ ତାଙ୍କ ଅଞ୍ଚଳର କିଏ ପ୍ରାର୍ଥୀ ହୋଇଛି କି ବୋଲି ସେମାନଙ୍କୁ ପଚାରିବାରୁ ସେମାନେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ସୂଚନାଯୋଗ୍ୟ, ଗତବର୍ଷ ନାରାୟଣପାଟଣା ବ୍ଲକର ଉପରୋକ୍ତ ଗ୍ରାମଗୁଡିକରେ ଆନ୍ଧ୍ର ପକ୍ଷରୁ ଜମି ମାଡି ବସିବାକୁ କେନ୍ଦ୍ରକରି କୋରାପୁଟ ଜିଲା ପ୍ରଶାସନ ଏହାର ସର୍ଭେ କରି ଆନ୍ଧ୍ର ସରକାରଙ୍କ କାର୍ଯ୍ୟକୁ ଦୃଢ ବିରୋଧ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ

ଯାଜପୁର,୨୬ା୭(ହର୍ଷବର୍ଦ୍ଧନ ବେହେରା): ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିପାଇଁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପୁରୀରେ ଆଜି ଅତି ପ୍ରବଳ ବର୍ଷା, ଆଲର୍ଟ ଜାରି…

ଭୁବନେଶ୍ୱର,୨୬ା୭(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପର ରୂପ ନେଇଛି। ଶନିବାର ସକାଳ…

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

୩ ବର୍ଷ ପାଇଁ ଏଚ୍‌-୧ବି ଭିଜା ବନ୍ଦ ଲାଗି ଆମେରିକା ସିନେଟ୍‌ରେ ବିଲ୍‌ ଆଗତ

ଓ୍ୱାଶିଂଟନ,୨୬ା୭: ଆମେରିକା ସିନେଟ୍‌ରେ ଏକ ନୂଆ ବିଧେୟକ ଆସିଛି। ଏହି ବିଲ୍‌ ଅନୁଯାୟୀ ଆଗାମୀ ୩ବର୍ଷ ପାଇଁ ନୂତନ ଏଚ୍‌-୧ବି ଭିଜା ସେବା ବନ୍ଦ ରଖିବାକୁ ଏବଂ…

ସିଏମ୍‌ଓରୁ ଫାଇଲ ଚୋରି ଘଟଣା: ବିଦେଶରେ ଥିବାରୁ ଥାନାରେ ହାଜର ହେଲେନି ପାଣ୍ଡିଆନ

ଭୁବନେଶ୍ୱର,୨୬ା୭(ତ୍ରିନାଥ ମହାନ୍ତି): ସିଏମଓରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର କମିଶନ ଫାଇଲ୍‌ ଓ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ପରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିଯିବା ଘଟଣାରେ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ବୟାନ, ରାଜ୍ୟ ରାଜନୀତିରେ ଚହଳ!

ଭୁବନେଶ୍ୱର,୨୬।୭ (ସୁନିତ୍‌ ମିଶ୍ର) ଏନ୍‌ଇଇଟି ପ୍ରଶ୍ନପତ୍ର ବିଭ୍ରାଟ ଓ ତାହାକୁ ନେଇ ଉପୁଜିଥିବା ଆନ୍ଦୋଳନ ଜୋରଦାର ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ…

ଦୁଇ ଦିନ ପୂର୍ବରୁ ହିଁ ନିଶ୍ଚିତ ହୋଇ ସାରିଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା! ଜାଣନ୍ତୁ କିଭଳି ଲେଖାଯାଇଥିଲା…

ନୂଆଦିଲ୍ଲୀ,୨୫।୭: NEET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସରକାରଙ୍କ ସହ ଆଲୋଚନା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ‘କକ୍ରୋଚ୍ ଜନତା ପାର୍ଟି’ (CJP)…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri