ନିଯୁକ୍ତି ଦାବିରେ ଧାରଣାରେ ବସିଲେ ୩ ପଞ୍ଚାୟତ ବାସିନ୍ଦା

କେନ୍ଦୁଝର,୧ା୧୦(ସ୍ବ.ପ୍ର.): ସଦର ବ୍ଲକ ପଳାଶପଙ୍ଗାସ୍ଥିତ ଓଡ଼ିଶା ସ୍ପଞ୍ଜ ଲୁହା କାରଖାନା ସମ୍ମୁଖରେ ଶନିବାର ସ୍ଥାନୀୟ କ୍ଷତିଗ୍ରସ୍ତ ୩ଟି ପଞ୍ଚାୟତ- ପଳାଶପଙ୍ଗା, ରାଇକଳା ଓ କଣ୍ଡରାପଶିର ଗ୍ରାମବାସୀ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି। ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ୪ ନମ୍ବର ଜୋନର ଜିଲା ପରିଷଦ ସଭ୍ୟା ଲୀଳାବତୀ ମହାନ୍ତ, ପଳାଶପଙ୍ଗା ସରପଞ୍ଚ ବାସନ୍ତୀ ନାଏକ ଓ ସମିତି ସଭ୍ୟ ସଞ୍ଜୟ ନାୟକ, ରାଇକଳା ସରପଞ୍ଚ ପ୍ରମୋଦ ନାଏକ ଓ ସମିତି ସଭ୍ୟା ଦ୍ରୌପଦୀ ମହାନ୍ତ, କଣ୍ଡରାପଶି ସରପଞ୍ଚ ସାବିତ୍ରୀ ନାଏକ ଓ ସମିତିଭ୍ୟା ଲଛମନ ମୁଣ୍ଡା ଏବଂ ଝୁମ୍ପୁରା ସରପଞ୍ଚ ରେବତୀ ବିରୁଆ ସାମିଲ ହୋଇଛନ୍ତି।

ଏନେଇ କାରଖାନାରର ମୁଖ୍ୟ ପରିଚାଳନା ଅଧିକାରୀ କବଲଦୀପ ସାହାଣି ଆସି ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରିଥିଲେ। ଶିକ୍ଷାଗତ ଯୋଗ୍ୟତା ଆଧାରରେ ସ୍ଥାନୀୟ ଯୁବକମାନଙ୍କ ନିଯୁକ୍ତି ଏବଂ ସ୍ଥାନୀୟ ଲୋକଙ୍କ ଠିକାକାମ ଦେବା ପାଇଁ ସହମତି ହୋଇଥିଲେ ହେଁ କାରଖାନାର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ ଆଲୋଚନା ପରେ କୌଣସି ପ୍ରତିଶ୍ରୁତି ଦେଇ ପାରିବେ ବୋଲି କହିଥିଲେ।

ତେବେ ଏହାକୁ ନେଇ ଆନ୍ଦୋଳନକାରୀମାନେ ଅସନ୍ତୋଷ ବ୍ୟକ୍ତ କରି ଧାରଣା ଜାରି ରଖିଛନ୍ତି। ନିଯୁକ୍ତି ଓ କାମ ଦେବା ନେଇ ଲିଖିତ ପ୍ରତିଶ୍ରୁତି ନ ପାଇବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଆଇନଶୃଙ୍ଖଳା ରକ୍ଷା ପାଇଁ ଆନ୍ଦୋଳନସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି।

ପ୍ରକାଶ ଯେ, ଏହି କାରଖାନା ଉକ୍ତ ଅଞ୍ଚଳର ଲୋକଙ୍କ ଜୀବନଜୀବିକା ହୋଇ ରହିଥିଲା। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଲୋକମାନେ କାମଧନ୍ଦା କରି ଚଳୁଥିଲେ। ପ୍ରାୟ ୮ ବର୍ଷ ତଳେ ଏହି କାରଖାନା ବନ୍ଦ ହୋଇଯିବାରୁ ଲୋକମାନେ ବହୁ ଅସୁବିଧା ମଧ୍ୟରେ ରହୁଥିଲେ। ତେବେ ମାସକ ତଳେ ଏହି କାରଖାନା ପୁନଃ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି କ୍ଷେତ୍ରରେ ଉପେକ୍ଷା କରିଆସୁଛି। ବାଧ୍ୟ ହୋଇ ଗ୍ରାମବାସୀ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

ଖୋର୍ଦ୍ଧା ଅଫିସ,୩ା୮: ଖୋର୍ଦ୍ଧା ଜିଲା ବାଣପୁର ବ୍ଲକର ତଳବୋରେଇ ସରକାରୀ ଆଶ୍ରମ ବିଦ୍ୟାଳୟରେ ମିଥ୍ୟା ବିଲ୍‌ ଦେଇ ମଧ୍ୟାହ୍ନ ଭୋଜନ ଯୋଜନା (ଏମ୍‌ଡିଏମ୍‌)ରେ ଅର୍ଥ ହେରଫେର...

ଅନ୍ତ୍ୟୋଦୟ କାର୍ଡ ବଣ୍ଟନରେ ଅନିୟମିତତା ଅଭିଯୋଗ

କପ୍ତିପଦା,୧୩ା୬(ଡି.ଏନ.ଏ)- କପ୍ତିପଦା ବ୍ଲକ୍‌ରେ ଅନ୍ତ୍ୟୋଦୟ କାର୍ଡ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀ ଏହି କାର୍ଡ ପାଇବାରୁ ବଞ୍ଚିତ ହେଉଥିବା ବେଳେ...

ଛତିଶା ନିଯୋଗ ବୈଠକ ଆରମ୍ଭ: କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ନେଇ ଆଲୋଚନା

ପୁରୀ ଅଫିସ,୪।୧୦: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶୁକ୍ରବାର ଛତିଶା ନିଯୋଗ ବୈଠକ ଆରମ୍ଭ ହୋଇଛି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି...

ନବଜାତ ଶିଶୁ, ମହିଳାଙ୍କୁ ଛତିଶଗଡ଼ ପଠାଇଲା ପ୍ରଶାସନ

ବଲାଙ୍ଗୀର ଅଫିସ/ଟିଟିଲାଗଡ, ୨୭ା୫ (ଡି.ଏନ.ଏ.) – ଗତ ୨୪ ତାରିଖ ଦିନ ତେଲେଙ୍ଗାନାର କାଜିପେଟରୁ ବଲାଙ୍ଗୀର ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ଛତିଶଗଡର ପ୍ରବାସୀ ଗର୍ଭବତୀ...

ଶ୍ରମିକ ନେତା ମାୟାଧର ନାୟକ ଗିରଫ

ଯାଜପୁର ଅଫିସ,୧୧ା୧: ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକଙ୍କ ନାମରେ ଥିବା ୩୧ ବର୍ଷ ପୁରୁଣା ଏକ ମାମଲାର ଖୋଲତାଡ କରି ସୋମବାର ତାଙ୍କୁ ଗିରଫ କରାଯାଇଥିଲା।...

ବୋହୂଙ୍କୁ ଆକ୍ରମଣ: ଶ୍ୱଶୁର, ଶାଶୁଙ୍କ ନାମରେ ମାମଲା

ଖଇରା,୨୩।୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ବର୍ତ୍ତନା ପଞ୍ଚାୟତ ଅଧୀନ ଧଳିଗଡିଆ ଗ୍ରାମର ତିଳୋତ୍ତମା ରାଉତ ନାମ୍ନୀ ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ଖଇରା ପୋଲିସ ତାଙ୍କ ଶ୍ୱଶୁର,...

ଜଙ୍ଗଲରେ ନିଆଁ ଲିଭାଇବାକୁ ଯାଇଥିବା ବନକର୍ମଚାରୀ: ଜଳିଗଲା ଜିପ୍‌

ସୁନ୍ଦରଗଡ଼,୧୪।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ଭବାନୀପୁର ଜଙ୍ଗଲରେ ମଙ୍ଗଳବାର ନିଆଁ ଲାଗିଥିଲା। ଜଙ୍ଗଲ ନିଆଁ ଲିଭାଇବାକୁ ଯାଇଥିବା ବେଳେ ବନ ବିଭାଗର ଏକ ଜିପ୍‌...

ବଢୁଛି ବାଲ୍ୟବିବାହ

ଢେଙ୍କାନାଳ ଅଫିସ, ୧୭।୧ (ରତନ ନାୟାର) : କଅଁଳ କାନ୍ଧ ବୋହୁଛି ଜଞ୍ଜାଳ। ସଂସାରର ନୀତିନିୟମ, ଚାଲିଚଳଣ ବୁଝିବା ଆଗରୁ ମୁଣ୍ଡରେ ଲଦି ଦିଆଯାଉଛି ବୋଝ। କୋମଳମତି...

Advertisement
Archives

Model This Week