Posted inଜାତୀୟ

କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତି

ନୂଆଦିଲ୍ଲୀ,୨୯।୭: ମେଡିକାଲ ପାଠ ପଢା ପାଇଁ ଆଗ୍ରହୀ ଛାତ୍ରୀଛାତ୍ରଙ୍କୁ ବଡ ଉପହାର ଦେଇଛନ୍ତି ମୋଦି ସରକାର। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି ଯେ ଚଳିତ ଶିକ୍ଷାବର୍ଷରୁ ସ୍ନାତକୋତ୍ତର ଏବଂ ସ୍ନାତକୋତ୍ତର ମେଡିକାଲ / ଡେଣ୍ଟାଲ ପାଠ୍ୟକ୍ରମ ପାଇଁ ଅଲ ଇଣ୍ଡିଆ କୋଟା ଯୋଜନାରେ ଓବିସି ପାଇଁ ୨୭% ସଂରକ୍ଷଣ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀପାଇଁ ୧୦% ସଂରକ୍ଷଣ ପ୍ରଦାନ କରିବାକୁ ଆମ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଅଲ ଇଣ୍ଡିଆ କୋଟା ସ୍କିମ (ଏଆଇକ୍ୟୁ) ଅଧୀନରେ ଥିବା କୌଣସି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଅନୁଷ୍ଠାନ ଏହାର ଲାଭ ନିଆଯାଇପାରିବ। ପୂର୍ବରୁ ଏହା କେନ୍ଦ୍ରର ଅନୁଷ୍ଠାନଗୁଡ଼ିକରେ କାର୍ଯ୍ୟକାରୀ ହୋଇଛି। ଏହି ସ୍କିମ୍‌ ୨୦୨୧-୨୨ରୁ କାର୍ଯ୍ୟକାରୀ ହେବ। ପାଖାପାଖି ୫,୫୦୦ ଛାତ୍ରୀଛାତ୍ର ଏହାର ଲାଭ ଉଠାପାରିବେ। ପ୍ରତିବର୍ଷ ୧୫୦୦ ଓବିସି(ଏମ୍‌ବିବିଏସ୍‌)ଏବଂ ୨୫୦୦ ଓବିସି ଛାତ୍ରୀଛାତ୍ର ପୋଷ୍ଟଗ୍ରାଜୁଏସନରେ ଲାଭ ପାଇବେ। ସେହିପରି ପ୍ରତିବର୍ଷ ୫୫୦ ଆର୍ଥିିକ ଦୁର୍ବଳ ଶ୍ରେଣୀ ଛାତ୍ରୀଛାତ୍ର ଏବଂ ପୋଷ୍ଟଗ୍ରାଜୁଏସନରେ ୧୦୦୦ ଆର୍ଥିିକ ଦୁର୍ବଳ ଶ୍ରେଣୀ ଛାତ୍ରୀଛାତ୍ର ଲାଭ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭ ବଚ୍ଚନଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ,୩।୧୧- ବିବାଦରେ ଫସିଛି ଲୋକପ୍ରିୟ ଟେଲିଭିଜନ ଶୋ’ କୌନ ବନେଗା କରୋଡ ପତି ସିଜନ ୧୨। ଅକ୍ଟୋବର ୩୦ରେ ଶୋ’ର କରମବୀର ଏପିସୋଡରେ ଅଭିନେତା ଅମିତାଭ...

ଲକ୍‌ଡାଉନ୍‌ କଟକଣାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫୁ: ଆଡ଼ମ୍ବରରେ କଲେ ପୁଅର ବିବାହ

ବେଙ୍ଗାଲୁରୁ,୧୭।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିସହ ସାମାଜିକ ଦୂରତ୍ୱ...

ପ୍ରଥମେ ଅବମାନନା, ପରେ ଅସ୍ବୀକାର

ନୂଆଦିଲ୍ଲୀ,୧୭ା୨: ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳଙ୍କ ଅସହମତି ସତ୍ତ୍ୱେ ସୁପ୍ରିମକୋର୍ଟ ପୁଣି ଥରେ କେତେକ ଟୁଇଟ୍‌କୁ ବିଚାରକୁ ନେଇ ନିଜଆଡ଼ୁ ଏକ ଆପରାଧିକ ଅବମାନନା ମାମଲା...

ବିଶ୍ୱର ସବୁଠାରୁ ଉଚ୍ଚ ପୋଲିଂ ବୁଥ୍‌ରେ ହୋଇଛି ୧୪୩ ପ୍ରତିଶତ ମତଦାନ

ଶିମ୍‌ଲା,୨୦।୫: ଅବିଶ୍ୱାସ ଲାଗୁଥିଲେ ବି ସତ। ବିଶ୍ୱର ସବୁଠାରୁ ଉଚ୍ଚରେ ଥିବା ହିମାଚଳ ପ୍ରଦେଶର ତାସିଗାଙ୍ଗ ଗାଁରେ ରବିବାର ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ...

କରୋନା ଚିକିତ୍ସାରୁ ହଟିଲା ପ୍ଲାଜ୍‌ମା ଥେରାପି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ଚିକିତ୍ସା ମାର୍ଗଦର୍ଶିକାରୁ କନଭାଲସେଣ୍ଟ୍‌ ପ୍ଲାଜ୍‌ମା ଥେରାପିକୁ ହଟାଇ ଦିଆଯାଇଛି। ଆଇସିଏମ୍‌ଆର ପକ୍ଷରୁ ଏହି ନିଷ୍ପତ୍ତିି ଗ୍ରହଣ କରାଯାଇଛି। ଏଥିରୁ ସୁଫଳ ମିଳୁ...

ୱାସିମ ରିଜଭିଙ୍କୁ ତିନି ମାସ ପାଇଁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ ।୫: ସୁପିମ କୋର୍ଟ ଜିତେନ୍ଦ୍ର ନାରାୟଣ ସିଂ ଓରଫ ୱାସିମ ରିଜଭିଙ୍କୁ ୩ ମାସ ପାଇଁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି । ତ୍ୟାଗୀଙ୍କ...

ପ୍ଲାଜ୍‌ମା ଦାନ କଲେ ମିଳିବ ପୁରସ୍କାର ୫ ହଜାର

ବେଙ୍ଗାଲୁର, ୧୬।୭: ପ୍ଲାଜ୍‌ମା ଦାନ କରୁଥିବା ଲୋକଙ୍କ ପାଇଁ କର୍ନାଟକ ସରକାରଙ୍କ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ଯେଉଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେମାନଙ୍କଠାରୁ...

ନାକରେ ନେବାକୁ ପଡ଼ିବ କୋଭାକ୍ସିନ୍‌ ବୁଷ୍ଟର ଡୋଜ୍‌…

ନୂଆଦିଲ୍ଲୀ,୧୧।୧୧: ଭାରତ ବାୟୋଟେକର ମୁଖ୍ୟ ତଥା ଭାରତର ପ୍ରଥମ ଆଣ୍ଟି-କରୋନାଭାଇରସ ଟିକା କୋଭାକ୍ସିନ’ର ବିକାଶକାରୀ କୃଷ୍ଣ ଏଲ୍ଲା କହିଛନ୍ତି ଯେ କୋଭିଡ -୧୯ ଟିକାର ଦ୍ୱିତୀୟ...

Advertisement
Archives

Model This Week