Posted inଜାତୀୟ

୧୦ ବର୍ଷ ପରେ ବନ୍ଦ ଘରୁ ଉଦ୍ଧାର

ଅହମଦାବାଦ୍‌, ୨୯ା୧୨: ଗୁଜରାଟର ରାଜକୋଟରେ ଏକ ଘରେ ୧୦ ବର୍ଷ ଧରି ବନ୍ଦ ରହିଥିବା ୩ ଭଉଣୀଭାଇଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ନାମ ଅମରେଶ(୪୨), ଭବେଶ(୩୯) ଓ ମେଘ୍ନା ବୋଲି ଜଣାପଡିଛି। ଏକ ସ୍ବେଚ୍ଛାସେବୀ ସଙ୍ଗଠନ ସେମାନଙ୍କ ବାପାଙ୍କ ସହାୟତାରେ ଉକ୍ତ ଘରକୁ ଖୋଲିଥିଲା। ସେମାନେ ନିଜେ ନିଜକୁ ଦୀର୍ଘ ବର୍ଷ ଧରି ବନ୍ଦ କରି ରଖିଥିଲେ। ଘରର କବାଟ ଭାଙ୍ଗିଲା ପରେ ତାହା ଭିତର ସମ୍ପୂର୍ଣ୍ଣ ଅନ୍ଧକାରମୟ ଏବଂ ଏଣେତେଣେ ଖବରକାଗଜ ଓ କିଛି କଞ୍ଚା ଖାଦ୍ୟ ପଡିଥିବା ଦେଖିବାକୁ ମିଳିଥିଲା। ମା’ଙ୍କ ମୃତ୍ୟୁ ପରେ ସେମାନଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଥିଲା। ପରେ ୩ ଜଣ ଯାକ ସମସ୍ତଙ୍କଠାରୁ ଦୂରେଇ ରହିଥିଲେ। ବହୁ ଉଦ୍ୟମ ସତ୍ତ୍ୱେ ସେମାନଙ୍କ ବାପା ୩ ଜଣଙ୍କୁ ଏଭଳି ସ୍ଥିତିରୁ ବାହାରକୁ ଆଣିବାରେ ସଫଳ ହୋଇ ନ ଥିଲେ। କେବଳ ପ୍ରତିଦିନ କବାଟ ପାଖରେ କିଛି ଖାଦ୍ୟ ରଖି ଦେଉଥିଲେ। ୩ ଜଣଙ୍କ ମାନସିକ ସ୍ବାସ୍ଥ୍ୟ ସୁଧାରିବା ପାଇଁ ଚିକିତ୍ସା ଜରୁରୀ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେତୃତ୍ୱ ପରିବର୍ତ୍ତନ ପତ୍ରର ସମୟକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ

ନୂଆଦିଲ୍ଲୀ,୨୪।୮: କଂଗ୍ରେସର ନୂଆ ଅଧ୍ୟକ୍ଷ ପଦକୁ ନେଇ ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ବସିଛି। ଏତିକି ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ...

ପରିବାର ଲୋକେ ନୃତ୍ୟ ଶିଖିବାକୁ ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ୧୦ମ ଣ୍ରେଣୀ ଛାତ୍ରୀ

ଜୟପୁର, ୮।୧: ରାଜସ୍ଥାନର ଧୋଲପୁର ଜିଲାର ଏକ ସରକାରୀ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ନିଜ ଘରେ ନୃତ୍ୟ ଅଭ୍ୟାସ କରୁଥିଲେ। ଏ ନେଇ ମା’ବାପା...

ଡେରିରେ ଆସିଲେ, ଅଧାରୁ ଉଠିଲେ

କୋଲକାତା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗକୁ ସାମୁଦ୍ରିକ ଝଡ଼ ‘ୟାସ୍‌’ କ୍ଷୟକ୍ଷତିର ସମୀକ୍ଷା ପାଇଁ ଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ତାଙ୍କୁ ଅଧଘଣ୍ଟା...

ଭାରତରେ ପିଆଜ କିଲୋ ୫୦: ଜାଣନ୍ତୁ ବାଂଲାଦେଶ, ପାକିସ୍ତାନରେ କେତେ ରହିଛି ଦାମ୍‌

ନୂଆଦିଲ୍ଲୀ,୭।୧୦: ଗତ କିଛି ଦିନ ଧରି ଅହେତୁକ ଭାବେ ବଢୁଥିବା ପିଆଜ ଦର ଏବେ କିଲୋ ପିଛା ୫୦ ଟଙ୍କା ଟପିଛି। ଫଳରେ ସରକାର ଅନ୍ୟ...

ସ୍ବାମୀଙ୍କୁ ଜେଲ୍‌ ପଠାଇବା ପାଇଁ ଫିଲ୍ମ ଷ୍ଟାଇଲ୍‌ରେ ମିଛ ଆତ୍ମହତ୍ୟା କଲେ ସ୍ତ୍ରୀ; ବେଙ୍ଗାଲୁର୍‌ରୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୦।୭: ସ୍ବାମୀଙ୍କୁ ଜେଲ୍‌ ପଠାଇବା ପାଇଁ ଜଣେ ସ୍ତ୍ରୀ ଫିଲ୍ମ ଷ୍ଟାଇଲ୍‌ରେ ମିଛ ଆତ୍ମହତ୍ୟା କରିଥିଲେ। ତେବେ ପରେ ପୋଲିସ ତାଙ୍କୁ ବେଙ୍ଗାଲୁର୍‌ରୁ ଜୀବିତ ଅବସ୍ଥାରେ...

ଜୟା ଜେଟ୍‌ଲୀଙ୍କୁ ୪ ବର୍ଷ ଜେଲ

ନୂଆଦିଲ୍ଲୀ, ୩୧ା୭(ପି.ଟି.):ପ୍ରତିରକ୍ଷା ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ସମତା ପାର୍ଟିର ପୂର୍ବତନ ଅଧ୍ୟକ୍ଷା ଜୟା ଜେଟ୍‌ଲୀ ଓ ଅନ୍ୟ ଦୁଇଜଣଙ୍କୁ ଦିଲ୍ଲୀର ଏକ ଅଦାଲତ ଗୁରୁବାର ୪...

ଲାକ୍ଷାଦ୍ୱୀପ ନିକଟରେ ଆମେରିକା ନୌସେନାର ଅଭିଯାନ

ନୂଆଦିଲ୍ଲୀ, ୧୦।୪: ନୂଆଦିଲ୍ଲୀର ଅନୁମତି ନ ନେଇ ଲାକ୍ଷାଦ୍ୱୀପ ନିକଟରେ ଥିବା ଭାରତୀୟ ଅନନ୍ୟ ଅର୍ଥନୈତିକ କ୍ଷେତ୍ର (ଇଇଜେଡ୍‌)ରେ ଆମେରିକା ନୌସେନା ‘ଫ୍ରିଡମ୍‌ ଅଫ୍‌ ନାଭିଗେଶନ...

ଗୋଟିଏ ମଣ୍ଡପରେ ସ୍ତ୍ରୀ ଓ ଗର୍ଲଫ୍ରେଣ୍ଡକୁ ବିବାହ କଲେ ଯବାନ

ଜୈସପୁର,୨୧।୫: ଛତିଶଗଡ଼ର ଜୈସପୁର ଜିଲାର ବ।ଘଡୋଲରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଉକ୍ତ ଗାଁର ଜଣେ ସିଆରପିଏଫ୍‌ ଯବାନ ୨ଜଣ ମହିଳାଙ୍କ ସହ ଏକା...

Advertisement


Archives

Model This Week

Why Dharitri