ଉଦ୍ଧାର ଶିଶୁପୁତ୍ର ପାଇଲା ନୂଆ ପରିଚୟ

ବଲାଙ୍ଗୀର/ଟିଟିଲାଗଡ଼, ୧୧ା୮ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ଅର୍ଥଲୋଭରେ ଟିଟିଲାଗଡର ଏକ ଦମ୍ପତି ନିଜ ଜନ୍ମକଲା ଏକ ମାସର ଶିଶୁପୁତ୍ରକୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାରେ ବିକ୍ରି କରିବା ଏବଂ ଏହି ଶିଶୁବିକ୍ରି ଘଟଣାରେ ପିତା ସମେତ ୩ ଜଣ ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ ହେବା ଘଟଣା ଆଲୋଡନ ସୃଷ୍ଟି କରିଥିଲା। ଟିଟିଲାଗଡ଼ ପୋଲିସ ଟିମ୍‌ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରି ଉକ୍ତ ବିକ୍ରି ଶିଶୁପୁତ୍ରକୁ ଛତିଶଗଡ଼ ରାଜ୍ୟର ରାୟଗଡ ଅଞ୍ଚଳରୁ ଉଦ୍ଧାର କରିଛନ୍ତି। ଉଦ୍ଧାର କରିବା ପରେ ଟିଟିଲାଗଡ ପୋଲିସ ଟିମ୍‌ ଉକ୍ତ ଶିଶୁପୁତ୍ରକୁ ବଲାଙ୍ଗୀର ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)ରେ ଶୁକ୍ରବାର ପ୍ରଡ୍ୟୁସ(ହସ୍ତାନ୍ତର) କରିଛନ୍ତି। ସମ୍ପୃକ୍ତ ଶିଶୁପୁତ୍ର ଏବେ ପାଇଛି ନୂଆ ପରିଚୟ ଏବଂ ନୂଆ ଠିକଣା। ଗାଇଡ ଲାଇନ୍‌ ଅନୁଯାୟୀ ସିଡବ୍ଲ୍ୟୁସି ପକ୍ଷରୁ ଉକ୍ତ ଶିଶୁକୁ ଅଭିନନ୍ଦନ ନାମରେ ନାମିତ କରାଯାଇ ନୂଆ ପରିଚୟ ଦିଆଯାଇଛି। ବିକ୍ରି ଘଟଣାରେ ପୀଡିତ ଶିଶୁର ପିତାମାତାଙ୍କ ସମ୍ପୃକ୍ତି ଥିତ୍ବାରୁ ଶିଶୁର ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଇ ତାକୁ ସ୍ବତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରଠାରେ ରଖାଯାଇଛି। ଏସଂକ୍ରାନ୍ତରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ସୂଚନା ଦେଇଛନ୍ତି। ଉଦ୍ଧାର ଶିଶୁପୁତ୍ରକୁ ସିଡବ୍ଲ୍ୟୁସିରେ ପ୍ରଡ୍ୟୁସ କରାଗଲା ପରେ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡିଛି।
ଗତ ସପ୍ତାହରେ ଟିଟିଲାଗଡ ସହରର ଝାଙ୍କରପଡାରେ ରହୁଥିବା ସନ୍ତୋଷ ପୁଟେଲଙ୍କ ସ୍ତ୍ରୀ ପୁଷ୍ପା ପ୍ରାୟ ଏକମାସ ତଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ହୋଟେଲରେ କାମ କରୁଥିବା ସନ୍ତୋଷ ଓ ପୁଷ୍ପା ଘୋର ଆର୍ଥିକ ଅନଟନରେ ଗତି କରୁଥିଲେ। ସନ୍ତୋଷଙ୍କ ପଡୋଶୀ ରମଜାନ୍‌ ଖାନ୍‌ ପଡୋଶୀ ସନ୍ତୋଷଙ୍କୁ ଆର୍ଥିକ ଅନଟନରୁ ମୁକୁଳିବାର ବାଟ ବତାଇବାକୁ ଯାଇ ନିଜର ଚତୁର୍ଥ ଶିଶୁପୁତ୍ରକୁ ବିକ୍ରି କରିଦେବାକୁ କହିଥିଲେ। ଏଥିରେ ସନ୍ତୋଷ ଏବଂ ପୁଷ୍ପା କୁଆଡେ ରାଜି ହୋଇଯାଇଥିଲେ। ଏହାପରେ ରମ୍‌ଜାନ୍‌ ଖାନ୍‌ କଳାହାଣ୍ଡି ଜିଲାର ରାଜା ଦୁର୍ଗାଙ୍କ ସହ ଭେଟ କରାଇ ଦେଇଥିଲେ। ସମସ୍ତ ଯୋଜନା ଅନୁଯାୟୀ ସନ୍ତୋଷ, ରମ୍‌ଜାନ୍‌ ଏବଂ ରାଜା ଦୁର୍ଗା ଭବାନୀପାଟଣାର ବିକ୍ରମ ମହାନନ୍ଦ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୨.୨୦ ଲକ୍ଷ ଟଙ୍କାରେ ଶିଶୁପୁତ୍ରକୁ ବିକ୍ରି କରିଦେଇଥିଲେ। ଏହି ଘଟଣା ଜଣାପଡିବା ପରେ ଟିଟିଲାଗଡ ପୋଲିସ ଘଟଣାର ଗୁରୁତ୍ୱ ଉପଲବ୍ଧତ୍ କରି ତଦନ୍ତ ଆରମ୍ଭ କରିଥିଲେ ଏବଂ ରାୟଗଡ ଅଞ୍ଚଳର ଜଣେ ଦମ୍ପତିଙ୍କଠାରୁ ଉକ୍ତ ଶିଶୁପୁତ୍ରକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଟିଟିଲାଗଡ଼ ପୋଲିସର ଏକ ଟିମ୍‌ ଶିଶୁ କିଣିଥିବା ଉକ୍ତ ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ସେମାନଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟିଟିଲାଗଡ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି। ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରୀଙ୍କ ପରାମର୍ଶ କ୍ରମେ ଟିଟିଲାଗଡ ସ୍ବତନ୍ତ୍ର ପୋଲିସ ଟିମ୍‌ ଏହି ଆନ୍ତଃରାଜ୍ୟ ଶିଶୁବିକ୍ରି ଘଟଣାର ପର୍ଦ୍ଦାଫାଶ କରିବା ସହ ସୁରକ୍ଷିତ ଭାବେ ଶିଶୁପୁତ୍ରକୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ପ୍ରଡ୍ୟୁସ୍‌ କରିଥିବାରୁ ବିଭିନ୍ନ ମହଲରୁ ପୋଲିସକୁ ପ୍ରଶଂସା କରାଯାଇଛି। ଏହି ଘଟଣାରେ ଖୋଦ୍‌ ଜନ୍ମକଲା ପିତାମାତା ଅଭିଯୁକ୍ତ ଥିବାରୁ କିଭଳି ଭାବେ ଶିଶୁପୁତ୍ର ଅଭିନନ୍ଦନ ସୁରକ୍ଷିତ ରହିବ ସେଦିଗରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?