ମୃତ ଗାଙ୍ଗେଟିକ୍‌ ଡଲ୍‌ଫିନ ଉଦ୍ଧାର

କେନ୍ଦ୍ରାପଡ଼ା ଅଫିସ/ରାଜନଗର(ଡି.ଏନ.ଏ.)/ପଟ୍ଟାମୁଣ୍ଡାଇ(ସ୍ବ.ପ୍ର.), ୨୪।୧୧: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗଙ୍ଗାରାମପୁର ପଞ୍ଚାୟତର କଇଁକୁଳା ଗଁା ନିକଟରୁ ଏକ ମୃତ ଗାଙ୍ଗେଟିକ୍‌ ଡଲଫିନ ରବିବାର ଉଦ୍ଧାର ହୋଇଛି। ଏହାର ଓଜନ ୬୦ କେଜି ଏବଂ ଲମ୍ବ ୭ ଫୁଟ ୩ ଇଞ୍ଚ। ଏହା ବିରଳ ଜାତୀୟ ଜଳଚର ପ୍ରାଣୀ ଏବଂ ସାଧାରଣତଃ ମଧୁର ଜଳରେ ରୁହନ୍ତି। ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଏମାନେ ବେଶି ଦେଖାଯାଆନ୍ତି। ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ଏମାନେ ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ ପ୍ରାଣୀ ବୋଲି ପ୍ରାଣୀ ବିଶେଷଜ୍ଞ ଶିବ ପ୍ରସାଦ ପରିଡ଼ା କହିଛନ୍ତି।
କଇଁକୁଳା ଗ୍ରାମ ନିକଟ ଭେଡିସାହି ଗାଁର ମତ୍ସ୍ୟଜୀବୀମାନେ ରବିବାର ଗୋବରୀ ନଦୀରେ ଜାଲ ପକାଇ ଉଠାଇବାବେଳେ ସେଥିରେ ଉକ୍ତ ଡଲଫିନ୍‌ଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ଜାଲକୁ ଟାଣି ଭୂମି ଉପରେ ରଖିବା ପରେ ଡଲଫିନ୍‌ଟି ମରିଯାଇଥିଲା। ମତ୍ସ୍ୟଜୀବୀମାନେ କଇଁକୁଳା ଗଁା ନିକଟ ପଡ଼ିଆରେ ତାହାକୁ ଫୋପାଡ଼ି ଦେଇଥିଲେ। ବିଳମ୍ବିତ ରାତ୍ରିରେ ରାଜନଗର ଭାରପ୍ରାପ୍ତ ରେଞ୍ଜ ଅଫିସର ଧନେଶ୍ୱର ରଥ, ଫରେଷ୍ଟର ମହନ୍ତ କୁମାର ମଲ୍ଲିକ, ଫରେଷ୍ଟ ଗାର୍ଡ ତ୍ରିଦୀପ କୁମାର ପ୍ରଧାନ, ଦେବେନ୍ଦ୍ର କୁମାର ଶତପଥୀ, ନିରୁପମା ଷଡ଼ଙ୍ଗୀ ପ୍ରମୁଖ ମୃତ ଡଲଫିନକୁ ଉଦ୍ଧାର କରି ସଂସାରଫଳସ୍ଥିତ ସେଣ୍ଟ୍ରାଲ ନର୍ସରିକୁ ଆଣିଥିଲେ। ମହାନଦୀ ଡେଲ୍‌ଟା ମୁହାଣରୁ ଏହି ଡଲ୍‌ଫିନ୍‌ଟି ଗୋବରୀ ନଦୀକୁ ପଶି ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସୋମବାର ରାଜନଗରର ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଦେବୀ ପ୍ରସାଦ କୁଣ୍ଡ ମୃତ ଡଲଫିନର ବ୍ୟବଚ୍ଛେଦ କରିଥିଲେ। ମାଂସ କଢ଼ାଯାଇ ଡିଏନଏ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଛି। କଙ୍କାଳକୁ ମଙ୍ଗଳବାର ଭିତରକନିକାର ଡାଙ୍ଗମାଳ ମ୍ୟୁଜିୟମ୍‌କୁ ପଠାଯିବ। ସେଠାରେ କାଚ ବାକ୍ସରେ ସଂରକ୍ଷିତ କରି ରଖାଯିବା ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri