ନିଖୋଜ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର: ଅଭିଯୁକ୍ତ ଗିରଫ

ବାଲିଆପାଳ,୧୪।୧୨(ସ୍ବ.ପ୍ର): ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ଜାମ୍ଭିରାଇ ଗ୍ରାମରେ ଗତ ୧୧ ତାରିଖରୁ ନିଖୋଜ ଶିଶୁକନ୍ୟାର ମୃତଦେହ ସୋମବାର ସକାଳେ ସେହି ଗ୍ରାମର ଏକ ପରିତ୍ୟକ୍ତ ହ୍ରଦ ଭିତରୁ ଉଦ୍ଧାର କରାଯାଇଛି। ଓଡ଼ିଶାରେ  ପର ନିଖୋଜ ଘଟଣା  ବେଶ  ଚର୍ଚ୍ଚା ଜୋର ଧରିଥିବା ବେଳେ  ବାଲିଆପାଳ ଥାନା ଅନ୍ତର୍ଗତ ଜମ୍ଭୀରାଇ ଗ୍ରାମର ୭ ବର୍ଷର  ଶିଶୁ କନ୍ୟା ବିଷ୍ଣୁପ୍ରିୟା ପାତ୍ରଙ୍କ ନିଖୋଜ ରହସ୍ୟ ଉପରୁ ପରଦା ହଟିଯାଇଛି। ମୃତ ଶିଶୁକନ୍ୟାଙ୍କ ବାପା  ବଳରାମ ପାତ୍ର ଜମ୍ଭୀରାଇ ଗ୍ରାମର ଭାନୁ ଚରଣ ସାହୁଙ୍କ ପାଳିତ ପୁତ୍ର ଦୀପକ ସାହୁକୁ ସନ୍ଦେହ କରି  ତାଙ୍କ ନାମରେ ଗତ ୧୩ ତାରିଖ ଦିନ ବାଲିଆପାଳ ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ। ବାଲିଆପାଳ ପୋଲିସ ଅଭିଯୋଗକୁ ଭିତ୍ତି କରି ଶ୍ରୀ ଦୀପକଙ୍କୁ ଥାନାକୁ ଅଣି ଅଟକ ରଖି ପଚରାଉଚରା କରିବା ପରେ ସୋମବାର ବାଲିଆପାଳ ପୋଲିସ ଦୀପକକୁ ଘଟଣାସ୍ଥଳକୁ ନେଇ ଜମ୍ଭିରାଈ ଗ୍ରାମର ପରିତ୍ୟକ୍ତ ନଳ ଦାମ ହ୍ରଦରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଛି। ପ୍ରଥମେ ବେକ କାଟି ମାରିବା ପରେ ମୃତଦେହକୁ ହ୍ରଦ ପକାଇଦେଇଥିବା ଶ୍ରୀ ସାହୁ ପ୍ରକାଶ କରିଥିଲେ। ପରେ ଦୀପକଙ୍କୁ ପୋଲିସ ଗିରଫ କରିଥିବାର ସୁଚନା ମିଳିଛି। ମୃତଦେହ ଉଦ୍ଧାର ସମୟରେ ବସ୍ତା ଏସ.ଡି.ପି.ଓ., ଜଳନ୍ଧର ଜାଲି, ବାଲିଆପାଳ ଆଇ.ଆଇ.ସି. ବିମଳ ନାୟକଙ୍କ ସହିତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଧଡ଼କ ଚାଲିଛି ବାଲି ଉଠାଣ

ଆରଡ଼ି, ୨।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତସ୍ଥିତ ବୋଡ଼କ ଓ ଷାଠିବାଙ୍କୁଡା ନିକଟରେ ବୈତରଣୀ ନଦୀରୁ ଭୁଟୁଭୁଟି ସାହାଯ୍ୟରେ...

ଖୁରରେ ଆକ୍ରମଣ, ଯୁବକ ଗୁରୁତର

ଦିଗପହଣ୍ଡି,୧୧ା୧୨(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ କେ. ସାମନ୍ତରାପୁର ଗାଁରେ ମଙ୍ଗଳବାର ନିରଞ୍ଜନ ରେଡ୍ଡୀଙ୍କୁ ଖୁରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏତଲା ପାଇ ପୋଲିସ ଘଟଣାର...

୧୦୮ ଆମ୍ବୁଲାନ୍ସକୁ ‘ଇଟି ଲିଡରଶିପ୍‌ ଏକ୍ସିଲେନ୍ସ ଆୱାର୍ଡସ୍‌’

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ଉଲ୍ଲେଖନୀୟ ଜରୁରିକାଳୀନ ସେବା ବିତରଣ ପାଇଁ ଓଡ଼ିଶାର ୧୦୮ ଆମ୍ବୁଲାନ୍ସ ଜାତୀୟ ସ୍ତରୀୟ ପ୍ଲାଟ୍‌ଫର୍ମରେ ଉଚ୍ଚ ପ୍ରଶଂସିତ ହେବା ସହ ପୁରସ୍କାର ପାଇଛି। ନିକଟରେ...

ଦ୍ୱିତୀୟ ସ୍ଥାନରେ ଓଏଫ୍‌ସି

ଭୁବନେଶ୍ୱର,୩।୧୨(ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ନିଜର ବିଜୟ ଧାରା ବଜାୟ ରଖିଛି। ଶୁକ୍ରବାର ଦଳ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିକୁ ୨-୧ରେ ହରାଇବା...

ଅବହେଳାରୁ ବାଘ ମୃତ୍ୟୁ

ଢେଙ୍କାନାଳ ଅଫିସ୍‌, ୨୨।୫: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ କୋଇ ସଂରକ୍ଷିତ ଜଙ୍ଗଲରୁ ଗତ ଶୁକ୍ରବାର ଏକ କଲରାପତରିଆ ବାଘର ଗଳିତ ମୃତଦେହ ଠାବ କରାଯିବା ପରେ...

୬ ବାଲ୍ୟବିବାହ ରୋକିଲା ପ୍ରଶାସନ

ଆସିକା,୭ା୧(ଡି.ଏନ୍‌.ଏ.): ଆସିକା ବ୍ଲକ ଅନ୍ତର୍ଗତ ବଡଖୋଲି ପଞ୍ଚାୟତରେ ୬ଟି ବାଲ୍ୟ ବିବାହ ଲାଗି ପ୍ରସ୍ତୁତି ଚାଲିଥିଲା ବେଳେ ସୋମବାର ପ୍ରଶାସନ ପକ୍ଷରୁ ତାହାଂକୁ ବନ୍ଦ କରାଯାଇଛି।...

ପ୍ରଶାସନ କଲାନି, ଛାତ୍ରମାନେ କଲେ ରାସ୍ତା ମରାମତି

ଅତାବିରା, ୫।୭ (ଡି.ଏନ.ଏ.)-ବରଗଡ ଜିଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ନାଇକେନପାଲି ଶ୍ରୀରାମନଗର ରାସ୍ତାକୁ ଶେଷରେ ଛାତ୍ରମାନେ ମରାମତି କରିଛନ୍ତି। ଏହି ରାସ୍ତାକୁ ମରାମତି...

୨୮,୯୭୬ ପିଲାଙ୍କୁ ଦିଆଯିବ ଜାପାନୀ ଜ୍ୱର ଟୀକା

ଭଣ୍ଡାରିପୋଖରୀ, ୨୪।୧୦ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ମଢିଆଳି ପଞ୍ଚାୟତ ମଢିଆଳି ଗ୍ରାମର ଜଣେ କଲେଜ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ...

Advertisement
Archives

Model This Week