ବନ୍ଦ ପ୍ରକୋଷ୍ଠରୁ ୨ ଶିଶୁ ଉଦ୍ଧାର

ପରଜଙ୍ଗ, ୨୮।୧(ଡି.ଏନ.ଏ.): ପାଳିତ ମା’ବାପାଙ୍କ ଦ୍ୱାରା ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ୨ କୋମଳମତି ଶିଶୁଙ୍କୁ ବନ୍ଦ ପ୍ରକୋଷ୍ଠରୁ ଉଦ୍ଧାର କରିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ପୋଲିସ। ଡମୋଳ ଗ୍ରାମରୁ ଆସିଥିବା ଏଭଳି ହୃଦୟ ବିଦାରକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଡମୋଳ ସରପଞ୍ଚ ସୁନୀଲ ଧଳ ଏବଂ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସରାଙ୍ଗ ଗ୍ରାମର କାଳିଆ ନାୟକ ହେଉଛନ୍ତି ସମ୍ପୃକ୍ତ ଦୁଇ ଶିଶୁଙ୍କ ପ୍ରକୃତ ବାପା। ସେମାନଙ୍କ ମଧ୍ୟରୁ ବଡ଼ ଝିଅଟିର ବୟସ ୭ବର୍ଷ ଏବଂ ସାନପୁଅର ବୟସ ୪ ବର୍ଷ। ତେବେ ସ୍ତ୍ରୀଙ୍କ ଆକସ୍ମିକ ମୃତ୍ୟୁ ପରେ ଉଭୟ ସନ୍ତାନଙ୍କୁ ଲାଳନପାଳନ କରିବାରେ ଅସମର୍ଥ ହୋଇପଡ଼ିଥିଲେ କାଳିଆ। ଏଭଳି ସ୍ଥିତିରେ ଡମୋଳ ଗ୍ରାମର ଦମ୍ପତି ଅଜୟ ସାହୁ ଓ ସୁକାନ୍ତି ସାହୁଙ୍କ ଉପରେ ଭରସା କରି ପ୍ରାୟ ୮ ମାସ ତଳେ ଉଭୟଙ୍କୁ ସେମାନଙ୍କ ହାତରେ ଟେକିଦେଇଥିଲେ। ହେଲେ ଏହାପରେ ଶିଶୁ ଦୁହିଙ୍କ ଉପରେ ପାଳିତ ମା’ବାପାଙ୍କ ଆରମ୍ଭ ହୋଇଯାଇଥିଲା ନିର୍ଯାତନା। ସେମାନଙ୍କୁ ଘର କାମ କରିବାକୁ ବାଧ୍ୟ କରୁଥିଲେ। ଠିକ୍‌ ଭାବେ ଖାଇବାକୁ ଦେଉ ନ ଥିଲେ। ସାମାନ୍ୟ ଭୁଲ୍‌ ହେଲେ ନିସ୍ତୁକ ମାଡ଼ମାରି ଘରେ ତାଲା ପକାଇ ବନ୍ଦ କରିଦେଉଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ କୌଣସି ସୂତ୍ରରୁ ସୂଚନା ପାଇ ପରଜଙ୍ଗ ପୋଲିସକୁ ଶିଶୁଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ସରାଙ୍ଗ ଫାଣ୍ଡି ଅଧିକାରୀ ପ୍ରଶାନ୍ତ ସାହୁ ପହଞ୍ଚତ୍ ଜଣେ ଶିଶୁଙ୍କୁ ବନ୍ଦ ପାଇଖାନା ଘରୁ ଏବଂ ଅନ୍ୟଜଣଙ୍କୁ ବନ୍ଦ କୋଠରିରୁ ଉଦ୍ଧାର କରିଥିଲେ। ଶିଶୁ ନିର୍ଯାତନା ଭଳି ଘଟଣାରେ ସମ୍ପୃକ୍ତ ଦମ୍ପତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ଏବଂ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପଟେ
ଶିଶୁଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପାଳିତ ମା’ବାପା ସୁକାନ୍ତି ଏବଂ ଅଜୟ। ସେମାନେ କହିଛନ୍ତି, ଶିଶୁମାନେ ଅବାଧ୍ୟ ହେଉଛନ୍ତି। ସ୍କୁଲ ଛୁଟି ପରେ ବହୁ ବିଳମ୍ବରେ ଘରକୁ ଫେରୁଛନ୍ତି। ସେମାନଙ୍କୁ ଘରେ ଛାଡ଼ି ଜରୁରୀ କାମରେ ଗଲେ କଳିଝଗଡ଼ା କରୁଛନ୍ତି। ତେଣୁ ଶୁକ୍ରବାର ଏକ କାମରେ ସରାଙ୍ଗ ଯାଇଥିବାରୁ ଖାଇବାକୁ ଦେଇ ସେମାନଙ୍କୁ ଅଲଗା ଅଲଗା ଘରେ କବାଟ ବନ୍ଦ କରି ରଖି ଯାଇଥିବା କହିଛନ୍ତି। ଏ ସଂକ୍ରାନ୍ତରେ ସରାଙ୍ଗ ଫାଣ୍ଡି ଅଧିକାରୀ କୁହନ୍ତି, ଉଦ୍ଧାର ପରେ ଦୁଇ ଶିଶୁ ଏବଂ ସେମାନଙ୍କ ପାଳିତ ମା’ବାପାଙ୍କୁ ସିଡବ୍ଲ୍ୟୁସି ନିକଟରେ ହାଜର କରାଯାଇଛି। ସିଡବ୍ଲ୍ୟୁସିଙ୍କ ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ଘଟଣା ଅତି ସମ୍ବେଦନଶୀଳ ଥିବାରୁ ଏହାର ତଦନ୍ତ କରାଯିବ ବୋଲି ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?