Posted inଜାତୀୟ

୧୫ ଦିନରେ ନୂଆ ନିୟମ ଅନୁପାଳନ ବିବରଣୀ ଦିଅ

ନୂଆଦିଲ୍ଲୀ, ୨୮।୫:କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ଫେବୃୟାରୀରେ ଜାରି ହୋଇଥିବା ନୂଆ ଡିଜିଟାଲ ମିଡିଆ ନିୟମାବଳୀ କେତେଦୂର କାର୍ଯ୍ୟକାରୀ ହୋଇଛି ୧୫ ଦିନ ମଧ୍ୟରେ ତା’ର ସବିଶେଷ ବିବରଣୀ ଦାଖଲ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଓଭର ଦି ଟପ୍‌ (ଓଟିଟି), ଡିଜିଟାଲ ନ୍ୟୁଜ୍‌ ପ୍ଲାଟଫର୍ମ ସମେତ ଡିଜିଟାଲ ମିଡିଆ ପବ୍ଲିଶରମାନଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛି। ବୁଧବାର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୨୪ ଘଣ୍ଟା ମଧ୍ୟରେ ଅନୁରୂପ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଥିଲା।
ଡିଜିଟାଲ ନ୍ୟୁଜ୍‌ ସଂସ୍ଥା, ସୋସିଆଲ ମିଡିଆ ପ୍ଲାଟଫର୍ମ, ନେଟ୍‌ଫ୍ଲିକ୍ସ ଭଳି ଓଟିଟି ଷ୍ଟ୍ରିମିଂ ସେବାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଗତ ଫେବୃୟାରୀରେ ପ୍ରଥମ ଥର ପାଇଁ ସୂଚନା ପ୍ରଯୁକ୍ତି (ମଧ୍ୟବର୍ତ୍ତୀ ସଂସ୍ଥାଗୁଡ଼ିକ ପାଇଁ ଗାଇଡ୍‌ଲାଇନ ଓ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ନିୟମାବଳୀ, ୨୦୨୧ ପ୍ରଣୟନ କରିଥିଲେ। ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରି ସରକାର କହିଥିଲେ, ଏପରି ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯିବ, ଯେଉଁଥିରେ ନ୍ୟୁଜ୍‌ ଓ୍ବେବସାଇଟ୍‌ ଏବଂ ଓଟିଟି ପ୍ଲାଟଫର୍ମଗୁଡ଼ିକ ପାଇଁ କୋଡ୍‌ ଅଫ୍‌ ଏଥିକ୍ସ ଏବଂ ତ୍ରିସ୍ତରୀୟ ଅଭିଯୋଗ ସମାଧାନ ସଂରଚନା ରହିବ। ତଦନୁଯାୟୀ ସମସ୍ତ ଡିଜିଟାଲ ମିଡିଆ ସାଇଟ୍‌ର ଏକ ଅଭିଯୋଗ ସମାଧାନ ବ୍ୟବସ୍ଥା ରହିବ ଯେଉଁଥିରେ ଅନୁପାଳନ ଅଧିକାରୀମାନେ ଅଭିଯୋଗଗୁଡ଼ିକର ସମାଧାନ କରିବା ସହ ଅନୁଧ୍ୟାନ କରିବେ, ଆପତ୍ତିଜନକ ବିଷୟବସ୍ତୁ ହଟାଇବା ସହ ଅନୁପାଳନ ରିପୋର୍ଟ ଜାରି କରିବେ। ପୂର୍ବରୁ ଆଇନ ଡିଜିଟାଲ ନ୍ୟୁଜ୍‌ ମିଡିଆକୁ ପ୍ରେସ୍‌ କାଉନସିଲ୍‌ ନିୟମାବଳୀ ଅଧୀନକୁ ଆଣିଥିଲା। ନୂଆ ଓ୍ବେବ୍‌ସାଇଟଗୁଡ଼ିକ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସାଇଟ୍‌ରେ ପଞ୍ଜୀକରଣ ହେବା ଆବଶ୍ୟକ। ମିଥ୍ୟା ଖବରକୁ ରୋକିବା ପାଇଁ ସୋସିଆଲ ମିଡିଆ ଏବଂ ଷ୍ଟ୍ରିମିଂ କମ୍ପାନୀଗୁଡ଼ିକ ନିମନ୍ତେ ନିୟମାବଳୀକୁ କଡ଼ାକଡ଼ି କରାଯାଉଥିବା ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି।
ନୂଆ ଗାଇଡ୍‌ଲାଇନ ଅନୁଯାୟୀ ଅଭିଯୋଗ ଆସିବାର ୨୪ ଘଣ୍ଟା ମଧ୍ୟରେ ନଗ୍ନତା ସହ ସମ୍ପୃକ୍ତ ବିଷୟବସ୍ତୁ ଏବଂ ମହିଳାଙ୍କ ରୂପାନ୍ତରିତ ଚିତ୍ରକୁ ହଟାଇ ଦିଆଯିବ। ପ୍ଲାଟଫର୍ମଗୁଡ଼ିକ ନିଯୁକ୍ତ କରିଥିବା ଗ୍ରିଭାନ୍ସ ଅଫିସର ୨୪ ଘଣ୍ଟା ମଧ୍ୟରେ ଅଭିଯୋଗ ପଞ୍ଜୀକରଣ କରି ୧୫ ଦିନ ମଧ୍ୟରେ ଏହାର ସମାଧାନ କରିବେ ବୋଲି ଆଇଟି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri