Posted inଜାତୀୟ

୧୫ ଦିନରେ ନୂଆ ନିୟମ ଅନୁପାଳନ ବିବରଣୀ ଦିଅ

ନୂଆଦିଲ୍ଲୀ, ୨୮।୫:କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ଫେବୃୟାରୀରେ ଜାରି ହୋଇଥିବା ନୂଆ ଡିଜିଟାଲ ମିଡିଆ ନିୟମାବଳୀ କେତେଦୂର କାର୍ଯ୍ୟକାରୀ ହୋଇଛି ୧୫ ଦିନ ମଧ୍ୟରେ ତା’ର ସବିଶେଷ ବିବରଣୀ ଦାଖଲ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଓଭର ଦି ଟପ୍‌ (ଓଟିଟି), ଡିଜିଟାଲ ନ୍ୟୁଜ୍‌ ପ୍ଲାଟଫର୍ମ ସମେତ ଡିଜିଟାଲ ମିଡିଆ ପବ୍ଲିଶରମାନଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛି। ବୁଧବାର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୨୪ ଘଣ୍ଟା ମଧ୍ୟରେ ଅନୁରୂପ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଥିଲା।
ଡିଜିଟାଲ ନ୍ୟୁଜ୍‌ ସଂସ୍ଥା, ସୋସିଆଲ ମିଡିଆ ପ୍ଲାଟଫର୍ମ, ନେଟ୍‌ଫ୍ଲିକ୍ସ ଭଳି ଓଟିଟି ଷ୍ଟ୍ରିମିଂ ସେବାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଗତ ଫେବୃୟାରୀରେ ପ୍ରଥମ ଥର ପାଇଁ ସୂଚନା ପ୍ରଯୁକ୍ତି (ମଧ୍ୟବର୍ତ୍ତୀ ସଂସ୍ଥାଗୁଡ଼ିକ ପାଇଁ ଗାଇଡ୍‌ଲାଇନ ଓ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ନିୟମାବଳୀ, ୨୦୨୧ ପ୍ରଣୟନ କରିଥିଲେ। ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରି ସରକାର କହିଥିଲେ, ଏପରି ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯିବ, ଯେଉଁଥିରେ ନ୍ୟୁଜ୍‌ ଓ୍ବେବସାଇଟ୍‌ ଏବଂ ଓଟିଟି ପ୍ଲାଟଫର୍ମଗୁଡ଼ିକ ପାଇଁ କୋଡ୍‌ ଅଫ୍‌ ଏଥିକ୍ସ ଏବଂ ତ୍ରିସ୍ତରୀୟ ଅଭିଯୋଗ ସମାଧାନ ସଂରଚନା ରହିବ। ତଦନୁଯାୟୀ ସମସ୍ତ ଡିଜିଟାଲ ମିଡିଆ ସାଇଟ୍‌ର ଏକ ଅଭିଯୋଗ ସମାଧାନ ବ୍ୟବସ୍ଥା ରହିବ ଯେଉଁଥିରେ ଅନୁପାଳନ ଅଧିକାରୀମାନେ ଅଭିଯୋଗଗୁଡ଼ିକର ସମାଧାନ କରିବା ସହ ଅନୁଧ୍ୟାନ କରିବେ, ଆପତ୍ତିଜନକ ବିଷୟବସ୍ତୁ ହଟାଇବା ସହ ଅନୁପାଳନ ରିପୋର୍ଟ ଜାରି କରିବେ। ପୂର୍ବରୁ ଆଇନ ଡିଜିଟାଲ ନ୍ୟୁଜ୍‌ ମିଡିଆକୁ ପ୍ରେସ୍‌ କାଉନସିଲ୍‌ ନିୟମାବଳୀ ଅଧୀନକୁ ଆଣିଥିଲା। ନୂଆ ଓ୍ବେବ୍‌ସାଇଟଗୁଡ଼ିକ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସାଇଟ୍‌ରେ ପଞ୍ଜୀକରଣ ହେବା ଆବଶ୍ୟକ। ମିଥ୍ୟା ଖବରକୁ ରୋକିବା ପାଇଁ ସୋସିଆଲ ମିଡିଆ ଏବଂ ଷ୍ଟ୍ରିମିଂ କମ୍ପାନୀଗୁଡ଼ିକ ନିମନ୍ତେ ନିୟମାବଳୀକୁ କଡ଼ାକଡ଼ି କରାଯାଉଥିବା ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି।
ନୂଆ ଗାଇଡ୍‌ଲାଇନ ଅନୁଯାୟୀ ଅଭିଯୋଗ ଆସିବାର ୨୪ ଘଣ୍ଟା ମଧ୍ୟରେ ନଗ୍ନତା ସହ ସମ୍ପୃକ୍ତ ବିଷୟବସ୍ତୁ ଏବଂ ମହିଳାଙ୍କ ରୂପାନ୍ତରିତ ଚିତ୍ରକୁ ହଟାଇ ଦିଆଯିବ। ପ୍ଲାଟଫର୍ମଗୁଡ଼ିକ ନିଯୁକ୍ତ କରିଥିବା ଗ୍ରିଭାନ୍ସ ଅଫିସର ୨୪ ଘଣ୍ଟା ମଧ୍ୟରେ ଅଭିଯୋଗ ପଞ୍ଜୀକରଣ କରି ୧୫ ଦିନ ମଧ୍ୟରେ ଏହାର ସମାଧାନ କରିବେ ବୋଲି ଆଇଟି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri