କନିକା ପ୍ରଜାମେଳିର ପୁନରାବୃତ୍ତି

କେନ୍ଦ୍ରାପଡ଼ା ଅଫିସ,୧୩।୮: କନିକା ରାଜାଙ୍କର ୬୪ ପ୍ରକାର କରକୁ ପ୍ରଜା ବହନ କରୁଥିଲେ। ଏହା ବିରୋଧରେ ୧୯୨୨ରେ ପ୍ରଜାମେଳି ହୋଇଥିଲା। ରାଜାସାହେବ ପ୍ରଜାଙ୍କ ଦମନଲୀଳା ପାଇଁ ବ୍ରିଟିଶ ପୋଲିସର ସହାୟତା ନେଇଥିଲେ। ଏହା ସତ୍ତ୍ୱେ ପ୍ରଜାଙ୍କ ବିଜୟ ହୋଇଥିଲା। ୧୦୦ ବର୍ଷରେ ଏହାର ପୁନରାବୃତ୍ତି ହୋଇଥିବା ସଂଗ୍ରାମ ସମିତିର କର୍ମକର୍ତ୍ତା କୃଷ୍ଣଚନ୍ଦ୍ର ପଣ୍ଡା କହିଛନ୍ତି। ସେ କହିଛନ୍ତି , ସେତେବେଳେ ଏହି ପ୍ରଜାମେଳି କର ପାଇଁ ହୋଇଥିବା ବେଳେ ଏବେ ମାଟି ମାଆର ସୁରକ୍ଷା ପାଇଁ ଲଢ଼େଇ ହେଉଛି। ଖରସ୍ରୋତାରୁ ପାଣି ଉଠାଗଲେ ସ୍ଥାନୀୟ ଅଞ୍ଚଳର ଜୀବନଜୀବିକା ଉପରେ ପ୍ରଭାବ ପକାଇବ। ଏଠାରୁ ସ୍ରୋତ କମିଲେ ସମୁଦ୍ରର ଲୁଣାପାଣି ମାଡ଼ି ଆସିବ। ଫଳରେ ସ୍ଥାନୀୟ ଅଞ୍ଚଳର ଚାଷ, ପାନୀୟ ଜଳ ଓ ମତ୍ସଜୀବୀଙ୍କ ସମସ୍ୟା ବଢ଼ିବ।
ଆଦାନୀଙ୍କୁ ଜଳ
ଦେବା ପାଇଁ ମସୁଧା
ଆନ୍ଦୋଳନରେ ଭାଗ ନେଇଥିବା ଲିପ୍‌ସା ନାୟକ କହିଛନ୍ତି, ଭଦ୍ରକର ପାନୀୟ ଜଳ ପ୍ରକଳ୍ପକୁ କେହି ବିରୋଧ କରୁନାହାନ୍ତି। ତେବେ ଓଡ଼ିଶାର ଏକମାତ୍ର କେନ୍ଦ୍ରାପଡ଼ା ଜିଲାକୁ କେନ୍ଦ୍ର ସରକାର ଜଳ ସଙ୍କଟ ଜିଲା ଭାବେ ଚିହ୍ନଟ କରି ଜଳଶକ୍ତି ସଂରକ୍ଷଣ ଅଭିଯାନ ଚଳାଇଛନ୍ତି। ଖରସ୍ରୋତାରୁ ଅତ୍ୟଧିକ ପାଣି ଉଠାଣକୁ ସନ୍ଦେହ କରାଯାଉଛି। ଏହି ପ୍ରକଳ୍ପ ଅଧୀନରେ ୬,୧୮,୨୫୩ ଜଣ ଲୋକ ଅଛନ୍ତି। ରାଜୀବ ଗାନ୍ଧୀ ଡ୍ରିଙ୍କିଙ୍ଗ୍‌ ୱାଟର ମିଶନ ଅନୁଯାୟୀ ଗ୍ରାମାଞ୍ଚଳର ଜଣେ ବ୍ୟକ୍ତିଙ୍କ ଦୈନିକ ଖର୍ଚ୍ଚ ବା ପିଇବା ପାଇଁ ୩ ଲିଟର, ରୋଷେଇରେ ୫ ଲିଟର, ଗାଧୋଇବାରେ ୧୫ ଲିଟର, ଘର ଓ ଧୁଆଧୋଇରେ ୭ ଲିଟର, ଅନ୍ୟ ଖର୍ଚ୍ଚ ପାଇଁ ୧୦ ଲିଟର ମୋଟ ୪୦ ଲିଟର ପାଣି ଆବଶ୍ୟକ। ଏହି ହିସାବରେ ଦୈନିକ ପ୍ରାୟ ୨୫ ମିଲିୟନ ଲିଟର ଉଠିବା କଥା। ତେବେ ଏହି ପ୍ରକଳ୍ପରୁ ଦୈନିକ ୧୪୨ ମିଲିୟନ ଲିଟର ଉଠାଯିବ ବୋଲି ଡିପିଆର୍‌ ହୋଇଛି। ଅବଶିଷ୍ଟ ଜଳ ଧାମରାସ୍ଥିତ ଆଦାନୀ କମ୍ପାନୀ ଛଡ଼ା ଅନ୍ୟ କେଉଁଠାରେ ବ୍ୟୟ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।
ପରିବେଶବିତ୍‌ଙ୍କ
ଅନଶନ ତୃତୀୟ ଦିନରେ
ଖରସ୍ରୋତା ନଦୀରୁ ପାଣି ଉଠାଗଲେ ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ଉପରେ ପ୍ରଭାବ ପକାଇବ। ମଧୁରଜଳ ସ୍ରୋତ ଆର୍ଦ୍ରଭୂମିରେ ପହଞ୍ଚତ୍ ପାରିବନି। ଫଳରେ ହେନ୍ତାଳ ବଣ ଧ୍ୱଂସ ହୋଇଯିବ। ପରିବେଶ ପ୍ରତି ବିପଦ ସମ୍ପର୍କରେ ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ କରାଯାଉ ଦାବି କରି ମଙ୍ଗଳବାରଠାରୁ ପରିବେଶବିତ୍‌ ତଥା ଭିତରକନିକା ଇକୋ ସେନ୍‌ସେଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ ଆମରଣ ଅନଶନରେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସିଛନ୍ତି। ଏ ସମ୍ପର୍କରେ ସେ କହିଛନ୍ତି, ପ୍ରକଳ୍ପ ସ୍ଥାନ ନୂଆହାଟ ଓ ପାଣିଉଠା ସ୍ଥାନ ବରୁଣାଡିହା ଇକୋ ସେନ୍‌ସେଟିଭ ଜୋନ୍‌ ମଧ୍ୟରେ ଅଛି। ପ୍ରକଳ୍ପ ପାଇଁ ହୋଇଥିବା ରିଜୋଲ୍ୟୁଶନରେ ଅନିୟମିତତା ହୋଇଥିବା ଜିଲାପାଳ, ଡିଏଫ୍‌ଓଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଚିଠି ହୋଇଛି। ଏହାସତ୍ତ୍ୱେ ଠିକା ସଂସ୍ଥା ଦ୍ୱାରା ଏକ ମିଛ ପରିବେଶ ଅନୁଧ୍ୟାନ ରିପୋର୍ଟକୁ ଦର୍ଶାଇ ଜିଲା ପ୍ରଶାସନ ପ୍ରକଳ୍ପ କାମକୁ ଜୋର ଜବରଦସ୍ତ କରିବାକୁ ଚାହୁଁଛନ୍ତି। ତେବେ କନିକା ମାଟିର ସନ୍ତାନମାନେ ଏଥିପ୍ରତି ସଜାଗ ରହିଛନ୍ତି। ଏକ ବିଶେଷଜ୍ଞ କମିଟି ଭିତରକନିକା ଅଞ୍ଚଳ ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହୁ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri