କନିକା ପ୍ରଜାମେଳିର ପୁନରାବୃତ୍ତି

କେନ୍ଦ୍ରାପଡ଼ା ଅଫିସ,୧୩।୮: କନିକା ରାଜାଙ୍କର ୬୪ ପ୍ରକାର କରକୁ ପ୍ରଜା ବହନ କରୁଥିଲେ। ଏହା ବିରୋଧରେ ୧୯୨୨ରେ ପ୍ରଜାମେଳି ହୋଇଥିଲା। ରାଜାସାହେବ ପ୍ରଜାଙ୍କ ଦମନଲୀଳା ପାଇଁ ବ୍ରିଟିଶ ପୋଲିସର ସହାୟତା ନେଇଥିଲେ। ଏହା ସତ୍ତ୍ୱେ ପ୍ରଜାଙ୍କ ବିଜୟ ହୋଇଥିଲା। ୧୦୦ ବର୍ଷରେ ଏହାର ପୁନରାବୃତ୍ତି ହୋଇଥିବା ସଂଗ୍ରାମ ସମିତିର କର୍ମକର୍ତ୍ତା କୃଷ୍ଣଚନ୍ଦ୍ର ପଣ୍ଡା କହିଛନ୍ତି। ସେ କହିଛନ୍ତି , ସେତେବେଳେ ଏହି ପ୍ରଜାମେଳି କର ପାଇଁ ହୋଇଥିବା ବେଳେ ଏବେ ମାଟି ମାଆର ସୁରକ୍ଷା ପାଇଁ ଲଢ଼େଇ ହେଉଛି। ଖରସ୍ରୋତାରୁ ପାଣି ଉଠାଗଲେ ସ୍ଥାନୀୟ ଅଞ୍ଚଳର ଜୀବନଜୀବିକା ଉପରେ ପ୍ରଭାବ ପକାଇବ। ଏଠାରୁ ସ୍ରୋତ କମିଲେ ସମୁଦ୍ରର ଲୁଣାପାଣି ମାଡ଼ି ଆସିବ। ଫଳରେ ସ୍ଥାନୀୟ ଅଞ୍ଚଳର ଚାଷ, ପାନୀୟ ଜଳ ଓ ମତ୍ସଜୀବୀଙ୍କ ସମସ୍ୟା ବଢ଼ିବ।
ଆଦାନୀଙ୍କୁ ଜଳ
ଦେବା ପାଇଁ ମସୁଧା
ଆନ୍ଦୋଳନରେ ଭାଗ ନେଇଥିବା ଲିପ୍‌ସା ନାୟକ କହିଛନ୍ତି, ଭଦ୍ରକର ପାନୀୟ ଜଳ ପ୍ରକଳ୍ପକୁ କେହି ବିରୋଧ କରୁନାହାନ୍ତି। ତେବେ ଓଡ଼ିଶାର ଏକମାତ୍ର କେନ୍ଦ୍ରାପଡ଼ା ଜିଲାକୁ କେନ୍ଦ୍ର ସରକାର ଜଳ ସଙ୍କଟ ଜିଲା ଭାବେ ଚିହ୍ନଟ କରି ଜଳଶକ୍ତି ସଂରକ୍ଷଣ ଅଭିଯାନ ଚଳାଇଛନ୍ତି। ଖରସ୍ରୋତାରୁ ଅତ୍ୟଧିକ ପାଣି ଉଠାଣକୁ ସନ୍ଦେହ କରାଯାଉଛି। ଏହି ପ୍ରକଳ୍ପ ଅଧୀନରେ ୬,୧୮,୨୫୩ ଜଣ ଲୋକ ଅଛନ୍ତି। ରାଜୀବ ଗାନ୍ଧୀ ଡ୍ରିଙ୍କିଙ୍ଗ୍‌ ୱାଟର ମିଶନ ଅନୁଯାୟୀ ଗ୍ରାମାଞ୍ଚଳର ଜଣେ ବ୍ୟକ୍ତିଙ୍କ ଦୈନିକ ଖର୍ଚ୍ଚ ବା ପିଇବା ପାଇଁ ୩ ଲିଟର, ରୋଷେଇରେ ୫ ଲିଟର, ଗାଧୋଇବାରେ ୧୫ ଲିଟର, ଘର ଓ ଧୁଆଧୋଇରେ ୭ ଲିଟର, ଅନ୍ୟ ଖର୍ଚ୍ଚ ପାଇଁ ୧୦ ଲିଟର ମୋଟ ୪୦ ଲିଟର ପାଣି ଆବଶ୍ୟକ। ଏହି ହିସାବରେ ଦୈନିକ ପ୍ରାୟ ୨୫ ମିଲିୟନ ଲିଟର ଉଠିବା କଥା। ତେବେ ଏହି ପ୍ରକଳ୍ପରୁ ଦୈନିକ ୧୪୨ ମିଲିୟନ ଲିଟର ଉଠାଯିବ ବୋଲି ଡିପିଆର୍‌ ହୋଇଛି। ଅବଶିଷ୍ଟ ଜଳ ଧାମରାସ୍ଥିତ ଆଦାନୀ କମ୍ପାନୀ ଛଡ଼ା ଅନ୍ୟ କେଉଁଠାରେ ବ୍ୟୟ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।
ପରିବେଶବିତ୍‌ଙ୍କ
ଅନଶନ ତୃତୀୟ ଦିନରେ
ଖରସ୍ରୋତା ନଦୀରୁ ପାଣି ଉଠାଗଲେ ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ଉପରେ ପ୍ରଭାବ ପକାଇବ। ମଧୁରଜଳ ସ୍ରୋତ ଆର୍ଦ୍ରଭୂମିରେ ପହଞ୍ଚତ୍ ପାରିବନି। ଫଳରେ ହେନ୍ତାଳ ବଣ ଧ୍ୱଂସ ହୋଇଯିବ। ପରିବେଶ ପ୍ରତି ବିପଦ ସମ୍ପର୍କରେ ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ କରାଯାଉ ଦାବି କରି ମଙ୍ଗଳବାରଠାରୁ ପରିବେଶବିତ୍‌ ତଥା ଭିତରକନିକା ଇକୋ ସେନ୍‌ସେଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ ଆମରଣ ଅନଶନରେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସିଛନ୍ତି। ଏ ସମ୍ପର୍କରେ ସେ କହିଛନ୍ତି, ପ୍ରକଳ୍ପ ସ୍ଥାନ ନୂଆହାଟ ଓ ପାଣିଉଠା ସ୍ଥାନ ବରୁଣାଡିହା ଇକୋ ସେନ୍‌ସେଟିଭ ଜୋନ୍‌ ମଧ୍ୟରେ ଅଛି। ପ୍ରକଳ୍ପ ପାଇଁ ହୋଇଥିବା ରିଜୋଲ୍ୟୁଶନରେ ଅନିୟମିତତା ହୋଇଥିବା ଜିଲାପାଳ, ଡିଏଫ୍‌ଓଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଚିଠି ହୋଇଛି। ଏହାସତ୍ତ୍ୱେ ଠିକା ସଂସ୍ଥା ଦ୍ୱାରା ଏକ ମିଛ ପରିବେଶ ଅନୁଧ୍ୟାନ ରିପୋର୍ଟକୁ ଦର୍ଶାଇ ଜିଲା ପ୍ରଶାସନ ପ୍ରକଳ୍ପ କାମକୁ ଜୋର ଜବରଦସ୍ତ କରିବାକୁ ଚାହୁଁଛନ୍ତି। ତେବେ କନିକା ମାଟିର ସନ୍ତାନମାନେ ଏଥିପ୍ରତି ସଜାଗ ରହିଛନ୍ତି। ଏକ ବିଶେଷଜ୍ଞ କମିଟି ଭିତରକନିକା ଅଞ୍ଚଳ ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହୁ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri