ବିନା ଅନୁମତି ଯୋଗୁ ବାହାନଗା ଦୁର୍ଘଟଣା

ନୂଆଦିଲ୍ଲୀ,୨୫ା୮(ପି.ଟି.):ବାଲେଶ୍ୱର ଜିଲା ବାହାନଗା ବଜାର ରେଳ ଷ୍ଟେଶନ ନିକଟ ଲେଭଲ କ୍ରସିଂରେ ମରାମତି କାର୍ଯ୍ୟ ପୂର୍ବରୁ ବରିଷ୍ଠ ଡିଭିଜନାଲ ଏବଂ ଟେଲିକମ୍‌ ଇଞ୍ଜିନିୟରଙ୍କ ଅନୁମତି ନିଆଯାଇ ନ ଥିଲା। ଏପରି କି ଏଥିପାଇଁ କୌଣସି ସର୍କିଟ୍‌ ଡାଏଗ୍ରାମକୁ ମଧ୍ୟ ଅନୁମୋଦନ କରାଯାଇ ନ ଥିଲା। ଫଳରେ ଗତ ଜୁନ୍‌ ୨ରେ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା ବୋଲି ଏହାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କହିଛି।
ଭୁବନେଶ୍ୱରସ୍ଥିତ ଏକ ସ୍ବତନ୍ତ୍ର କୋର୍ଟରେ ସିବିଆଇ ପକ୍ଷରୁ ଗୁରୁବାର ଯୁକ୍ତି ବଢ଼ାଯାଇଛି ଯେ, ବାହାନଗା ବଜାର ଷ୍ଟେଶନ ନିକଟ ଗେଟ୍‌ ନମ୍ବର ୯୪ର ଲେଭଲ କ୍ରସିଂ(ଏଲ୍‌ସି)ରେ ମରାମତି କାର୍ଯ୍ୟ ଏହି ଦୁର୍ଘଟଣାର ଅନ୍ୟତମ କାରଣ। ବରିଷ୍ଠ ସେକ୍ସନ ଇଞ୍ଜିନିୟର (ସିଗ୍‌ନାଲ ଇନ୍‌-ଚାର୍ଜ) ଅରୁଣ କୁମାର ମହନ୍ତ ଏହି ମରାମତି କାର୍ଯ୍ୟ କରିଥିଲେ। ସେ ଏଥିରେ ଅନ୍ୟ ଏକ ଏଲ୍‌ସି ଗେଟ୍‌ ନମ୍ବର ୭୯ର ସର୍କିଟ ଡାଏଗ୍ରାମକୁ ବ୍ୟବହାର କରିଥିଲେ ବୋଲି ସିବିଆଇ କୋର୍ଟରେ ଅଭିଯୋଗ ଆଣିଛି। ଅନ୍ୟପକ୍ଷେ ଅରୁଣ ଏହି ଅଭିଯୋଗକୁ ଖଣ୍ଡନ କରି କହିଥିଲେ, କେଏମ୍‌ ୨୫୫/୧୧-୧୩ରେ ଏଲ୍‌ସି ଗେଟ୍‌ ନଂ.୯୪ ଭଲଭାବେ କାର୍ଯ୍ୟ କରୁ ନ ଥିଲା। କିନ୍ତୁ ଉଚ୍ଚ ଅଧିକାରୀମାନେ ଏଥିପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ। ଅରୁଣ ଆହୁରି କହିଥିଲେ, ଏହାର ତଦାରଖ କାର୍ଯ୍ୟ ଅନ୍ୟ କେତେଜଣ ବ୍ୟକ୍ତିଙ୍କୁ ଦିଆଯାଇଥିଲା। ତେଣୁ ଦୁର୍ଘଟଣା ପାଇଁ ସେ ଦାୟୀ ନୁହନ୍ତି।
ପ୍ରକାଶ ଯେ, ଜୁନ୍‌ ୨ରେ କରମଣ୍ଡଳ ଏକ୍ସପ୍ରେସ୍‌ ବାହାନଗା ବଜାର ଷ୍ଟେଶନରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା। ଏହାର କେତୋଟି ବଗି ଲାଇନଚ୍ୟୁତ ହୋଇ ଯଶଓ୍ବନ୍ତପୁର-ହାଓଡା ଏକ୍ସପ୍ରେସ୍‌ ସହ ଧକ୍କା ହୋଇଥିଲା। ଏହି ଟ୍ରିପଲ ଟ୍ରେନ୍‌ ଦୁର୍ଘଟଣାରେ ୨୯୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧,୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଜୁଲାଇ ୭ରେ ସିବିଆଇ ଅରୁଣଙ୍କ ସହ ରେଲଓ୍ବେର ଅନ୍ୟ ୨ ଜଣ ଅଧିକାରୀଙ୍କୁ ଗିରଫ କରିଥିଲା। ଭୁବନେଶ୍ୱରସ୍ଥିତ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ନିକଟରେ ଅରୁଣଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ସିବିଆଇ ପକ୍ଷରୁ ଦାଖଲ ତଥ୍ୟ ପ୍ରମାଣ ଉକ୍ତ ମାମଲାରେ ତାଙ୍କ ସମ୍ପୃକ୍ତିକୁ ଦର୍ଶାଉଥିବା କୋର୍ଟ କହିଥିଲେ।
ଶୁଣାଣି ବେଳେ ସିବିଆଇ ଯୁକ୍ତି ବାଢ଼ିଥିଲା, ବାହାନଗା ବଜାର ରେଳ ଷ୍ଟେଶନର ଲେଭଲ କ୍ରସିଂ ନଂ.୯୪ର ନର୍ଥ ଗୁମ୍‌ଟିରେ ଓ୍ବେରିଂ କାମ କରାଯିବା ସମୟରେ ଏଲ୍‌ସି ଗେଟ୍‌ ନଂ.୭୯ର ସର୍କିଟ୍‌ ଡାଏଗ୍ରାମକୁ ବ୍ୟବହାର କରାଯାଇଥିଲା। ଏଥିରେ ୧୧୦ ଭୋଲ୍ଟ ଏସିରୁ ୨୪ ଭୋଲ୍ଟ ଡିସିକୁ ବିଦ୍ୟୁତ୍‌ ପରିବର୍ତ୍ତନ କରାଯାଇଥିଲା। ମାନୁଏଲ୍‌ ଅନୁସାରେ ଯାଞ୍ଚ, ଟିକିନିକି ପରୀକ୍ଷା, ସିଗ୍‌ନାଲରେ ପରିବର୍ତ୍ତନ ଏବଂ ଇଣ୍ଟରଲକିଂ ଇନ୍‌ଷ୍ଟଲାଇଜେଶନ୍‌ ପାଇଁ ଅନୁମୋଦିତ ଯୋଜନା ଓ ନିର୍ଦ୍ଦେଶାବଳୀର ଅନୁପାଳନ ସୁନିଶ୍ଚିତ କରିବା ଦାୟିତ୍ୱ ଅଭିଯୁକ୍ତ ଆବେଦନକାରୀ ଅରୁଣଙ୍କୁ ଦିଆଯାଇଥିଲା। କିନ୍ତୁ ସେ ଏପରି କୌଣସି ପଦକ୍ଷେପ ନେଇ ନ ଥିଲେ। ଫଳରେ ଏହି ଦୁଃଖଦ ଦୁର୍ଘଟଣା ଘଟି ୨୯୬ ଜଣଙ୍କ ମୃତ୍ୟୁ ଘଟିଲା ବୋଲି ସିବିଆଇ କୋର୍ଟଙ୍କୁ ଅବଗତ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri