ଅଧ୍ୟକ୍ଷା ଟିକେଟ ଲବିରେ ରେଣୁବାଳା, ସରିତା, ପୁଷ୍ପାଞ୍ଜଳି

କେନ୍ଦ୍ରାପଡା ଅଫିସ, ୨।୩: ପୌର ନିର୍ବାଚନ ପାଇଁ ବୁଧବାରଠାରୁ ନାମାଙ୍କନ ପତ୍ର ଦାଖଲ ହେବ। ଏହି ପ୍ରକ୍ରିୟା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୨୪ରେ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ପୌରାଞ୍ଚଳର ୨୧ ୱାର୍ଡର ୩୬, ୫୪୮ ଭୋଟର ୱାର୍ଡ କାଉନ୍‌ସିଲରଙ୍କ ସହ ଚେୟାରମ୍ୟାନ ନିର୍ବାଚିତ କରିବେ। ଏଥିପାଇଁ ଆଶାୟୀ ପ୍ରାର୍ଥୀ ଚଳଚଞ୍ଚଳ ହୋଇଛନ୍ତି। ଗତ ୨୦୧୬ରୁ ବିଭିନ୍ନ କାରଣରୁ ପୌର ପରିଷଦ ଗଠନ ହୋଇପାରି ନ ଥିଲା। ନିର୍ବାଚନ କମିଶନଙ୍କ ଘୋଷଣା ପରେ ବିଜେଡି ଟିକେଟ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଯାଇଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ୧୫୩ ବର୍ଷର ପୌରାଞ୍ଚଳ ବିକାଶକୁ ଏକ ପ୍ରସଙ୍ଗ କରିବେ।
ଏ ସମ୍ପର୍କରେ ସହରର ଫକୀରାବାଦସ୍ଥ ମୀର ଅବୁ ଓବେଦା, ଅମରବର ବିଶ୍ୱାଳ, ଚିତ୍ତରଞ୍ଜନ ସାହୁ ପ୍ରମୁଖ କହିଛନ୍ତି, ନିକଟରେ ପଞ୍ଚାୟତ ନିର୍ବାଚନ ସରିଛି। ଜିଲାର ୩୨ ଜୋନ୍‌ରୁ ୩୧ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ମାତ୍ର ଗୋଟିଏରେ ଭାଜପା ଆସିଛି। ଏଥିପାଇଁ ବିଜେଡିରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ। କେନ୍ଦ୍ରାପଡା ପୌରାଧ୍ୟକ୍ଷ ପଦବୀ ଚଳିତ ଥର ମହିଳାବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଅଛି। ଅଧ୍ୟକ୍ଷା ପଦ ପାଇଁ ବିଜେଡି ଟିକେଟ ଲବିରେ ରେଣୁବାଳା କର, ସରିତା ସାହୁ ଓ ପୁଷ୍ପାଞ୍ଜଳି ବସ୍ତିଆ ଆଗୁଆ ଅଛନ୍ତି। ରେଣୁବାଳା ୧୯୯୪ରେ କାଉନ୍‌ସିଲର ଥିଲେ। ସେହି ସମୟରେ ପୌରାଞ୍ଚଳର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲେ; ଯାହା ପୌରାଞ୍ଚଳବାସୀଙ୍କ ହିତରେ ଅଛି। ଏବେ ଏହି ପୌରାଞ୍ଚଳ ପାଇଁ ସମୟ ଦେବାକୁ ସେ ଆଗଭର ହୋଇଛନ୍ତି। ରଞ୍ଜିତ ସାହୁ ଏହି ପୌରାଞ୍ଚଳରେ ୩ ଥର କାଉନ୍‌ସିଲର ହୋଇଛନ୍ତି। ଭାଇଚାରା ବଜାୟ ପାଇଁ ତାଙ୍କର ଉଦ୍ୟମ ଅବ୍ୟାହତ ରହିଛି। ରଞ୍ଜିତଙ୍କ ସ୍ତ୍ରୀ ସରିତା ଅଧ୍ୟକ୍ଷା ପଦ ପାଇଁ ବିଜେଡି ଟିକେଟ ଦୌଡ଼ରେ ଅଛନ୍ତି। ପୁଷ୍ପଲତା ପୂର୍ବତନ କାଉନ୍‌ସିଲର ହିରଣ୍ୟ କୁମାର ପଣ୍ଡାଙ୍କ ସ୍ତ୍ରୀ। ୨୦୧୧ରୁ ହିରଣ୍ୟ ବିଜେଡିର ବିଭିନ୍ନ ପଦପଦବୀରେ ରହିବା ସହ ପୌରାଞ୍ଚଳବାସୀଙ୍କ ପାଇଁ ଅଦ୍ୟାବଧି କାର୍ଯ୍ୟ କରୁଛନ୍ତି। ଅଧ୍ୟକ୍ଷା ଟିକେଟ ଲବିରେ ଏହି ୩ ଆଗୁଆ ଥିବା ବେଳେ ଅନ୍ୟ ଆଶାୟୀ ଅଛନ୍ତି। ଅପରପକ୍ଷରେ କଂଗ୍ରେସ ଓ ଭାଜପା ପୌରାଞ୍ଚଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜିଲା ପରିଷଦ ନିର୍ବାଚନରେ ବିଫଳ ପରେ ସ୍ବତନ୍ତ୍ର ରଣନୀତି ହିଁ ସେମାନଙ୍କୁ ବିଜୟୀ କରିବ। ତେବେ ଚଳିତଥର ପୌର ନିର୍ବାଚନ ବିକାଶକୁ ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି ପ୍ରାଥମିକ ଆକଳନରୁ ସୂଚନା ମିଳିଛି। ରାଜ୍ୟର ସର୍ବପୁରାତନ ଏହି ପୌରାଞ୍ଚଳରେ ଅଦ୍ୟାବଧି ଟ୍ରାଫିକଠାରୁ ଆରମ୍ଭ କରି ଜଳ ନିଷ୍କାସନ ପର୍ଯ୍ୟନ୍ତ ସମସ୍ୟା ଅଛି। ଏହାକୁ ଭାଜପା ଓ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିବ। ଅପରପକ୍ଷରେ ଶାସକ ଦଳ ପକ୍ଷରୁ ବିଗତ ୨୨ ବର୍ଷର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପ୍ରାର୍ଥୀମାନେ ମତ ରଖିବେ। ଗ୍ରାମାଞ୍ଚଳ ନିର୍ବାଚନ ପରେ ପୌର ନିର୍ବାଚନ ପାଇଁ ଦଳୀୟ କର୍ମକର୍ତ୍ତାଙ୍କ ସାଙ୍ଗଠନିକ କାର୍ଯ୍ୟକ୍ରମ ଜୋରଦାର ହୋଇଛି। ବିଭିନ୍ନ ୱାର୍ଡରେ ଦଳୀୟ ନେତା ଓ ଆଶାୟୀ ପ୍ରାର୍ଥୀ ପ୍ରଚାର ଆରମ୍ଭ କରିଛନ୍ତି ବୋଲି ସେମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri