୧୫ ବର୍ଷ ପରେ ବି ବଢ଼ୁନି ଭଡ଼ା

ଜଗତସିଂହପୁର ଅଫିସ, ୯ା୫: ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ଆଦାୟ ହେଉଥିବା ରାଜସ୍ବ ମଧ୍ୟରୁ ଘର ଭଡା ଅନ୍ୟତମ। ଏହି ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ୭୫ ଘର ଭଡ଼ାରେ ଲାଗିଛି । ଏସବୁ ଘରୁ ମାସିକ ପାଖାପାଖି ୨୬ ହଜାର ଟଙ୍କା ଭଡା ଧାର୍ଯ୍ୟ କରାଯାଇଛି । ସେଥିରୁ ୪୨ ଘରୁ ମାସିକ ଘର ପିଛା ୫୦ରୁ ୧୧୦ ଟଙ୍କା ଲେଖାଏ ଭଡା ସୂତ୍ରରେ ଦିଆଯାଇଛି। ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ହେବ ଅଧିକାଂଶ ଘର ଭଡ଼ା ବୃଦ୍ଧି ହୋଇ ନ ଥିବା ଜଣାପଡ଼ିଛି। ଏହାଛଡ଼ା କେତେଜଣଙ୍କ ଉପରେ ଭଡା ବାକି ଅଛି ତାହା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଏନେଇ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ ଅସନ୍ତୋଷବ୍ୟକ୍ତ କରିବା ସହ କହିଛନ୍ତି, ଯେଉଁମାନଙ୍କୁ ଦୀର୍ଘ ବର୍ଷ ଧରି ଘର ଭଡା ଦିଆଯାଇଛି ସେମାନଙ୍କ ମଧ୍ୟରୁ ଅନେକ ଭଡା ଦେଇ ଅର୍ଥ ରୋଜଗାର କରୁଥିବା ଅଭିଯୋଗ ହେଉଛି। ଏହା ଉପରେ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆଗାମୀ ବୈଠକରେ ଭଡା ବୃଦ୍ଧି ସହ ବକେୟା ଆଦାୟ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
ଜଗତ୍‌ସିଂହପୁର ପୌର ପରିଷଦରୁ ମିଳିଥିବା ସୂଚନା ଅନୁଯାୟୀ, ଟାଉନ ହଲ୍‌ ବିଲ୍ଡିଂର ଆଗ ଓ ଉପର ମହଲାରେ ୫ଟି ଘର ଭଡ଼ାରେ ଲାଗିଛି । ସେଥିରୁ ଗୋଟିଏ ବିବାଦ ଯୋଗୁ ନ୍ୟାୟାଳୟରେ ବିଚାରାଧୀନ ରହିଛି। ଜିଲା ଅଡିଟ୍‌ ଅଫିସ ସର୍ବାଧିକ ୭,୨୭୬ ଟଙ୍କା ଭଡା ଦେଉଛି। ଅବଶିଷ୍ଟ ୩ଟିରୁ ମାସିକ ୫୦୦ ଟଙ୍କା ଲେଖାଏ ଭଡା ସ୍ଥିର ହୋଇଛି। ସେହିପରି ବଙ୍ଗଳା ଛକ ପାର୍ଶ୍ୱରେ ମୋଚିମାନଙ୍କୁ ୧୦ଟି ଘର ଭଡାରେ ଦିଆଯାଇଛି । ସେଥିରୁ ଗୋଟିଏ ୩୦୦ ଓ ୯ଟି ୨୦୦ ଟଙ୍କା ଲେଖାଏ ଭଡା ଦେବା ପାଇଁ ଧାର୍ଯ୍ୟ ହୋଇଛି। ଆଦିକବି ସାରଳା ଦାସ ସଂସ୍କୃତି ଭବନ ପାର୍ଶ୍ୱ ଅଳକାରେ ମାସିକ ୨୭୯୬ ଟଙ୍କା ଭଡ଼ା ଲାଗିଛି। ମାସିକ ବେସରକାରୀ ବସ ମାଲିକ ସଂଘ ୧୦୦୦ ଓ ଓମଫେଡ ଷ୍ଟଲଟି ୬୦୦ ଟଙ୍କା ଦେବା ପାଇଁ ସ୍ଥିର ହୋଇଛି । କଲେଜ ଛକରେ ୮ଟି ଘର ଭଡ଼ାରେ ଲାଗିଛି । ସେଗୁଡିକ ମଧ୍ୟରୁ ମାସିକ ୬୦୦ ଟଙ୍କା ହିସାବରେ ୨ଟି, ୫୦୦ ଟଙ୍କାରେ ୩ ଓ ୫୦ ଟଙ୍କା ହିସାବରେ ୨ଟି ଘର ଭଡା ଲାଗିଛି । ଜାଗଧାରୀସ୍ଥିତ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ୬ଟି ଘର ଭଡା ଲାଗିଥିବାବେଳେ ପ୍ରତ୍ୟେକରୁ ମାସିକ ୩୦୦ ଟଙ୍କା ଲେଖାଏ ଭଡା ଆଦାୟ ନିଷ୍ପତ୍ତି ହୋଇଛି । ସହରର ପ୍ରମୁଖ ସ୍ଥାନ କୁହାଯାଉଥିବା ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖ ମାର୍କେଟ୍‌ ବିଲ୍ଡିଂର ସର୍ବାଧିକ ୪୦ଟି ଘର ଭଡାରେ ଲାଗିଛି । ସେଗୁଡିକ ମଧ୍ୟରୁ ୧୨ଟିରୁ ମାସିକ ୭୦ ଟଙ୍କା (ଘର ପିଛା) ହିସାବରେ ଭଡା ଆଦାୟ ବ୍ୟବସ୍ଥା ହୋଇଛି । କେବଳ ଏତିକି ନୁହେଁ ଘର ପିଛା ୮୦ ଟଙ୍କା ହିସାବରେ ୧୬ଟି, ୯୦ ଟଙ୍କା ହିସାବରେ ୪ଟି, ୧୦୦ ଟଙ୍କା ହିସାବରେ ୨ଟି ଓ ୧୧୦ ଟଙ୍କା ହିସାବରେ ୪ଟି ଘର ଦୀର୍ଘ ବର୍ଷ ହେବ ଭଡା ସୂତ୍ରରେ ଦିଆଯାଇଛି । ଏ ସମ୍ପର୍କରେ ସ୍ଥାନୀୟ କେତେଜଣଙ୍କ କହିବା କଥା ହେଲା ଯେଉଁମାନଙ୍କୁ ଘର ଭଡା ଦିଆଯାଇଛି ପ୍ରତ୍ୟେକ ବ୍ୟବସାୟ କରୁନାହାନ୍ତି। ଭଡା ଦେଇ ଅର୍ଥ ରୋଜଗାର କରିବା ଦୁର୍ଭାଗ୍ୟଜନକ କଥା। ତେଣୁ ଏହା ଉପରେ ଅନୁଧ୍ୟାନ କରାଯାଇ, ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ଭଡା ଦେବା ପାଇଁ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ ବୋଲି ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri