୧୫ ବର୍ଷ ପରେ ବି ବଢ଼ୁନି ଭଡ଼ା

ଜଗତସିଂହପୁର ଅଫିସ, ୯ା୫: ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ଆଦାୟ ହେଉଥିବା ରାଜସ୍ବ ମଧ୍ୟରୁ ଘର ଭଡା ଅନ୍ୟତମ। ଏହି ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ୭୫ ଘର ଭଡ଼ାରେ ଲାଗିଛି । ଏସବୁ ଘରୁ ମାସିକ ପାଖାପାଖି ୨୬ ହଜାର ଟଙ୍କା ଭଡା ଧାର୍ଯ୍ୟ କରାଯାଇଛି । ସେଥିରୁ ୪୨ ଘରୁ ମାସିକ ଘର ପିଛା ୫୦ରୁ ୧୧୦ ଟଙ୍କା ଲେଖାଏ ଭଡା ସୂତ୍ରରେ ଦିଆଯାଇଛି। ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ହେବ ଅଧିକାଂଶ ଘର ଭଡ଼ା ବୃଦ୍ଧି ହୋଇ ନ ଥିବା ଜଣାପଡ଼ିଛି। ଏହାଛଡ଼ା କେତେଜଣଙ୍କ ଉପରେ ଭଡା ବାକି ଅଛି ତାହା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଏନେଇ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ ଅସନ୍ତୋଷବ୍ୟକ୍ତ କରିବା ସହ କହିଛନ୍ତି, ଯେଉଁମାନଙ୍କୁ ଦୀର୍ଘ ବର୍ଷ ଧରି ଘର ଭଡା ଦିଆଯାଇଛି ସେମାନଙ୍କ ମଧ୍ୟରୁ ଅନେକ ଭଡା ଦେଇ ଅର୍ଥ ରୋଜଗାର କରୁଥିବା ଅଭିଯୋଗ ହେଉଛି। ଏହା ଉପରେ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆଗାମୀ ବୈଠକରେ ଭଡା ବୃଦ୍ଧି ସହ ବକେୟା ଆଦାୟ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
ଜଗତ୍‌ସିଂହପୁର ପୌର ପରିଷଦରୁ ମିଳିଥିବା ସୂଚନା ଅନୁଯାୟୀ, ଟାଉନ ହଲ୍‌ ବିଲ୍ଡିଂର ଆଗ ଓ ଉପର ମହଲାରେ ୫ଟି ଘର ଭଡ଼ାରେ ଲାଗିଛି । ସେଥିରୁ ଗୋଟିଏ ବିବାଦ ଯୋଗୁ ନ୍ୟାୟାଳୟରେ ବିଚାରାଧୀନ ରହିଛି। ଜିଲା ଅଡିଟ୍‌ ଅଫିସ ସର୍ବାଧିକ ୭,୨୭୬ ଟଙ୍କା ଭଡା ଦେଉଛି। ଅବଶିଷ୍ଟ ୩ଟିରୁ ମାସିକ ୫୦୦ ଟଙ୍କା ଲେଖାଏ ଭଡା ସ୍ଥିର ହୋଇଛି। ସେହିପରି ବଙ୍ଗଳା ଛକ ପାର୍ଶ୍ୱରେ ମୋଚିମାନଙ୍କୁ ୧୦ଟି ଘର ଭଡାରେ ଦିଆଯାଇଛି । ସେଥିରୁ ଗୋଟିଏ ୩୦୦ ଓ ୯ଟି ୨୦୦ ଟଙ୍କା ଲେଖାଏ ଭଡା ଦେବା ପାଇଁ ଧାର୍ଯ୍ୟ ହୋଇଛି। ଆଦିକବି ସାରଳା ଦାସ ସଂସ୍କୃତି ଭବନ ପାର୍ଶ୍ୱ ଅଳକାରେ ମାସିକ ୨୭୯୬ ଟଙ୍କା ଭଡ଼ା ଲାଗିଛି। ମାସିକ ବେସରକାରୀ ବସ ମାଲିକ ସଂଘ ୧୦୦୦ ଓ ଓମଫେଡ ଷ୍ଟଲଟି ୬୦୦ ଟଙ୍କା ଦେବା ପାଇଁ ସ୍ଥିର ହୋଇଛି । କଲେଜ ଛକରେ ୮ଟି ଘର ଭଡ଼ାରେ ଲାଗିଛି । ସେଗୁଡିକ ମଧ୍ୟରୁ ମାସିକ ୬୦୦ ଟଙ୍କା ହିସାବରେ ୨ଟି, ୫୦୦ ଟଙ୍କାରେ ୩ ଓ ୫୦ ଟଙ୍କା ହିସାବରେ ୨ଟି ଘର ଭଡା ଲାଗିଛି । ଜାଗଧାରୀସ୍ଥିତ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ୬ଟି ଘର ଭଡା ଲାଗିଥିବାବେଳେ ପ୍ରତ୍ୟେକରୁ ମାସିକ ୩୦୦ ଟଙ୍କା ଲେଖାଏ ଭଡା ଆଦାୟ ନିଷ୍ପତ୍ତି ହୋଇଛି । ସହରର ପ୍ରମୁଖ ସ୍ଥାନ କୁହାଯାଉଥିବା ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖ ମାର୍କେଟ୍‌ ବିଲ୍ଡିଂର ସର୍ବାଧିକ ୪୦ଟି ଘର ଭଡାରେ ଲାଗିଛି । ସେଗୁଡିକ ମଧ୍ୟରୁ ୧୨ଟିରୁ ମାସିକ ୭୦ ଟଙ୍କା (ଘର ପିଛା) ହିସାବରେ ଭଡା ଆଦାୟ ବ୍ୟବସ୍ଥା ହୋଇଛି । କେବଳ ଏତିକି ନୁହେଁ ଘର ପିଛା ୮୦ ଟଙ୍କା ହିସାବରେ ୧୬ଟି, ୯୦ ଟଙ୍କା ହିସାବରେ ୪ଟି, ୧୦୦ ଟଙ୍କା ହିସାବରେ ୨ଟି ଓ ୧୧୦ ଟଙ୍କା ହିସାବରେ ୪ଟି ଘର ଦୀର୍ଘ ବର୍ଷ ହେବ ଭଡା ସୂତ୍ରରେ ଦିଆଯାଇଛି । ଏ ସମ୍ପର୍କରେ ସ୍ଥାନୀୟ କେତେଜଣଙ୍କ କହିବା କଥା ହେଲା ଯେଉଁମାନଙ୍କୁ ଘର ଭଡା ଦିଆଯାଇଛି ପ୍ରତ୍ୟେକ ବ୍ୟବସାୟ କରୁନାହାନ୍ତି। ଭଡା ଦେଇ ଅର୍ଥ ରୋଜଗାର କରିବା ଦୁର୍ଭାଗ୍ୟଜନକ କଥା। ତେଣୁ ଏହା ଉପରେ ଅନୁଧ୍ୟାନ କରାଯାଇ, ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ଭଡା ଦେବା ପାଇଁ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ ବୋଲି ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri