କାମ ଦେଉନି ଅକ୍ଷୟ ଶକ୍ତି ନୀତି

ଭୁବନେଶ୍ୱର, ୮ା୧୦(ବ୍ୟୁରୋ):ଦେଶ ତଥା ରାଜ୍ୟରେ ଶକ୍ତି ଚାହିଦା ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ପାରମ୍ପରିକ ଶକ୍ତିଗୁଡ଼ିକ ଉପରେ ଚାପ ବୃଦ୍ଧି ପାଇବା ସହ ଉତ୍ପାଦନ ଖର୍ଚ୍ଚ ବଢୁଥିବାରୁ ବିକଳ୍ପ ଭାବେ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ଶକ୍ତି, ସୌର, ପବନ, ବାୟୋଗ୍ୟାସ୍‌ ଭଳି ଅକ୍ଷୟ ଶକ୍ତି ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ମଧ୍ୟ ଏଭଳି ଶକ୍ତି ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ହେଲେ ବିଭାଗୀୟ ଉଦାସୀନତା ଯୋଗୁ ଏହି ଶକ୍ତି ଉତ୍ପାଦନ ବାଟବଣା ହୋଇଛି। କେବଳ ସେତିକି ନୁହେଁ ପ୍ରକଳ୍ପ ପାଇଁ ସମ୍ପୂର୍ଣ୍ଣ ରିପୋର୍ଟ (ଡିପିଆର୍‌)ପ୍ରସ୍ତୁତ କରିବା ଏବଂ ଜମି ଯୋଗାଡ଼ କରିବାରେ ଅକ୍ଷମତା ଯୋଗୁ କେନ୍ଦ୍ରୀୟ ସହାୟତା ମଧ୍ୟ ହରାଇବାକୁ ପଡିଛି। ଦୀର୍ଘ ବର୍ଷ ଧରି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ। ରାଜ୍ୟ ସରକାର ଅକ୍ଷୟ ଶକ୍ତିର ବିକାଶ ପାଇଁ ଅକ୍ଷୟ ଶକ୍ତି ବିକାଶ ନୀତି-୨୦୧୬ କାର୍ଯ୍ୟକାରୀ କରିଥିଲେ ମଧ୍ୟ ତାହା ଫଳପ୍ରଦ ହେଉ ନାହିଁ। ଅକ୍ଷୟ ଶକ୍ତି ବିକାଶ ସଂସ୍ଥା(ଓରେଡା) ଏବଂ ସବୁଜ ଶକ୍ତି ନିଗମ(ଜେଡ୍‌କଲ)ର ଉଦାସୀନତା ଯୋଗୁ ରାଜ୍ୟରେ ଅଣପାରମ୍ପରିକ ଶକ୍ତିର ବିକାଶ ହେଉ ନ ଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ତାଙ୍କ ଅଡିଟ୍‌ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ଅକ୍ଷୟ ଶକ୍ତି ବିକାଶ ପାଇଁ ରାଜ୍ୟ ସରକାର ଅକ୍ଷୟ ଶକ୍ତି ନୀତି -୨୦୧୬ କାର୍ଯ୍ୟକାରୀ କରିଥିଲେ । ସମଗ୍ର ଦେଶରେ ୮,୯୧,୬୦୧ ମେଗାଓ୍ବାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନ ସମ୍ଭାବନା ଥିବା ବେଳେ ଓଡ଼ିଶାରେ ୨୭, ୭୨୭ ମେଗାଓ୍ବାଟ୍‌ ଉତ୍ପାଦନ ସୁଯୋଗ ରହିଛି। ସେଥିରୁ ରାଜ୍ୟରେ ସୌର ଶକ୍ତି ୨୫.୭୮୦, ପବନ ୧୩୮୪, କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ(ଏସ୍‌ଏଚ୍‌ଇପି) ୨୯୫, ବାୟୋମାସ ୨୪୬ ଏବଂ ବର୍ଜ୍ୟବସ୍ତୁରୁ ଶକ୍ତି(ଡବ୍ଲ୍ୟୁଟିଇ)୨୨ ମେଗାଓ୍ବାଟ୍‌ ଉତ୍ପାଦନ ଆକଳନ କରାଯାଇଛି। ଅକ୍ଷୟ ଶକ୍ତି ନୀତି ଅନୁଯାୟୀ ୨୦୨୨ ସୁଦ୍ଧା ୨୭୫୦ ମେଗାଓ୍ବାଟ୍‌ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ୨୦୧୮ ଶେଷ ସୁଦ୍ଧା ମାତ୍ର ୧୯୫ ମେଗାଓ୍ବାଟ୍‌ ଉତ୍ପାଦନ ହୋଇଛି। ଅର୍ଥାତ୍‌ ଲକ୍ଷ୍ୟର ମାତ୍ର ୭.୦୯ ପ୍ରତିଶତ ଉତ୍ପାଦନ ହୋଇପାରିଥିଲା। ଅନ୍ୟ ପକ୍ଷରେ ୨୦୧୪ରେ ଦେଶରେ ସୌର ଶକ୍ତି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ କେନ୍ଦ୍ର ସରକାର ସୋଲାର ପାର୍କ ଓ ଅଲଟ୍ରା ସୋଲାର ପାଓ୍ବାର ପ୍ରକଳ୍ପ ଆରମ୍ଭ କରିଥିଲେ। ରାଜ୍ୟରେ ଏହି ପ୍ରକଳ୍ପ ସ୍ଥାପନ କରି ରାଜ୍ୟ ସରକାର ଘରୋଇ ସଂସ୍ଥା ଜରିଆରେ ୫୦୦ ମେଗାଓ୍ବାଟ୍‌ ସୌର ଶକ୍ତି ଉତ୍ପାଦନ କରି ଥାଆନ୍ତେ। କେନ୍ଦ୍ର ସରକାର ଏଥିପାଇଁ ପ୍ରତି ମେଗାଓ୍ବାଟ୍‌କୁ ୨୦ ଲକ୍ଷ ଅର୍ଥାତ୍‌ ପ୍ରକଳ୍ପ ପାଇଁ ୩୦ ପ୍ରତିଶତ ଟଙ୍କା ପ୍ରଦାନ କରିଥାନ୍ତେ। ଅନୁମୋଦନ ହେବାର ୧୮ ମାସ ମଧ୍ୟରେ ପ୍ରକଳ୍ପ ଆରମ୍ଭ କରିବା କଥା। କେନ୍ଦ୍ର ସରକାର ୨୦୧୫ରେ ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ୨୦୧୮ରେ ଜେଡ୍‌କଲ ୨୭୫ ମେଗାଓ୍ବାଟ୍‌ ସୌର ଶକ୍ତି ପ୍ରକଳ୍ପ ପାଇଁ ରିପୋର୍ଟ ପ୍ରସ୍ତୁତ କରିଥିଲେ। ୩୫ ମାସ ପରେ ମଧ୍ୟ ଏହି ପ୍ରକଳ୍ପ ପାଇଁ ଜମି ଯୋଗାଡ଼ ହୋଇ ନ ଥିଲା। ଫଳରେ ରାଜ୍ୟରେ ଏହି ପ୍ରକଳ୍ପ ହୋଇ ପାରି ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
କେବଳ ସେତିକି ନୁହେଁ ଗ୍ରୀଡ୍‌ ସଂଯୁକ୍ତ ଅକ୍ଷୟ ଶକ୍ତି ପ୍ରୋତ୍ସାହନ ପାଇଁ ୨୦୧୫ରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ୩୮.୧୦ କୋଟି ଟଙ୍କା ପ୍ରଦାନ କରିଥିଲେ। ଓଡ଼ିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ୍‌ (ଓପିଟିସିଏଲ୍‌) ଏବଂ ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ ଲିମିଟେଡ୍‌(ଓଏଚ୍‌ପିସିଏଲ୍‌)ର ୭ଟି ଗ୍ରୀଡ୍‌ ସବ୍‌ଷ୍ଟେଶନ ଓ ଶକ୍ତି ଉତ୍ପାଦନ ସ୍ଥାନରେ ୧୬.୪ ମେଗାଓ୍ବାଟ୍‌ କ୍ଷମତାବିଶିଷ୍ଟ ସୋଲାର ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରକଳ୍ପର ଟେଣ୍ଡର କାର୍ଯ୍ୟ ଜେଡ୍‌କଲ ଉପରେ ନ୍ୟସ୍ତ କରାଯାଇଥିଲା। ତେବେ ଜେଡ୍‌କଲ ସୌର ପ୍ରକଳ୍ପ ସ୍ଥାପନ ପାଇଁ କୌଣସି ପଦକ୍ଷେପ ନ ନେବାରୁ ତାହା କାର୍ଯ୍ୟକାରୀ ହୋଇ ପାରି ନାହିଁ। ଫଳରେ ଗତ ୩ ବର୍ଷ ଧରି ଉକ୍ତ ଅର୍ଥ ବିନିଯୋଗ ନ ହୋଇ ପଡି ରହିଥିବା ସିଏଜି ରିପୋର୍ଟରେ କହିଛନ୍ତି। ସେହିପରି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାରେ ବିଳମ୍ବ ଯୋଗୁ ଭୁବନେଶ୍ୱରରେ ଆଦର୍ଶ ସୌର ସହର କାର୍ଯ୍ୟକ୍ରମ ଆରମ୍ଭ ହୋଇ ପାରି ନ ଥିଲା। ତାହା ସରକାରଙ୍କ ନାଲିଫିତା ତଳେ ରହିଯାଇଛି। କେବଳ ସୌର ଶକ୍ତି ନୁହେଁ ପବନ, କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଏବଂ ବାୟୋମାସ ପ୍ରକଳ୍ପ ମଧ୍ୟ ଅନ୍ଧକାର ଭିତରକୁ ଚାଲିଯାଇଛି। ୨୦୨୨ ସୁଦ୍ଧା ରାଜ୍ୟରେ ପବନ ଶକ୍ତିରୁ ୨୦୦ ମେଗାଓ୍ବାଟ୍‌ , କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ୧୫୦ ଏବଂ ବାୟୋମାସରୁ ୧୬୦ ମେଗାଓ୍ବାଟ୍‌ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ଓରେଡା ଏବଂ ଶକ୍ତି ବିଭାଗର ଉଦାସୀନତା ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ରାଜ୍ୟ ସରକାର ଅକ୍ଷୟ ଶକ୍ତି ପ୍ରକଳ୍ପର ସମୀକ୍ଷା କରବା ପାଇଁ ୨୦୧୭ ଜାନୁୟାରୀରେ ଅକ୍ଷୟ ଶକ୍ତି କ୍ଷମତାସମ୍ପନ୍ନ କମିଟି ଗଠନ କରିଥିଲେ। ଏହା ଗଠନ ହେବା ପରଠାରୁ ଥରୁଟିଏ ମଧ୍ୟ ବସି ନାହିଁ। ଏପରି କି ଜେଡ୍‌କଲ ଏବଂ ଓରେଡା ମଧ୍ୟ ନିଜର ଲକ୍ଷ୍ୟ ନେଇ କୌଣସି ନୀତି ନିର୍ଦ୍ଧାରଣ କରି ନ ଥିବା ସିଏଜି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?