ରେନଡ୍ସ ସିଣ୍ଡ୍ରୋମ୍‌

ବାରମ୍ବାର ଅଧିକ ଗରମ କିମ୍ବା ଥଣ୍ଡା ପାଣି ସଂସ୍ପର୍ଶରେ ହାତ ଆସିବା ଦ୍ୱାରା ‘ରେନଡ୍ସ ସିଣ୍ଡ୍ରୋମ୍‌’ ସମସ୍ୟା ଦେଖାଦେଇଥାଏ। ତେବେ ତୀବ୍ର ବେଗରେ ଘୂରି ବୁଲୁଥିବା ଗତିଶୀଳ ଉପକରଣ (ଡ୍ରିଲିଙ୍ଗ ମେଶିନ୍‌, ହେୟାର ଡ୍ରାୟର)ର ଅଧିକ ବ୍ୟବହାର ଦ୍ୱାରା ଏହି ସମସ୍ୟାର ସମ୍ମୁଖୀନ ହେବାର ଅଧିକ ଆଶଙ୍କା ରହିଛି। ଏହି ରୋଗରେ ବ୍ୟକ୍ତିର ହାତ, ଗୋଡ ଆଙ୍ଗୁଠିର ଧମନୀ ସିଧାସଳଖ ଭାବେ ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ହାତ ଓ ଗୋଡକୁ ରକ୍ତ ଏବଂ ଅମ୍ଳଜାନ ସଞ୍ଚାଳନ ବନ୍ଦ ହୋଇଯିବା ଦ୍ୱାରା ରକ୍ତ ଜମାଟ ବାନ୍ଧି ଆଙ୍ଗୁଠିର ରଙ୍ଗ ବଦଳି ନୀଳ ହୋଇଯାଏ। ଧୀରେ ଧୀରେ ତାହା ହଳଦିଆ ଏବଂ ଲାଲ ରଙ୍ଗରେ ପରିଣତ ହୋଇଯାଏ। ଏହି ରୋଗ ଏତେ ଭୟଙ୍କର ହୋଇ ନ ଥିଲେ ମଧ୍ୟ ବାରମ୍ବାର ହାତର ରଙ୍ଗ ପରିବର୍ତ୍ତନ ହେବା ଯୋଗୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଅନ୍ୟପକ୍ଷରେ ଅନେକ ସମୟରେ କାନ୍ଧର ମାଂସପେଶୀ ଉପରେ ଅଧିକ ଚାପ ପଡିଲେ ରେନଡ୍ସ ସିଣ୍ଡ୍ରୋମ ହେବାର ଭୟ ଥାଏ। ଅନେକ ସମୟରେ ଟାଇପିଙ୍ଗ ମେଶିନ୍‌ରେ କାମ କରୁଥିବା ବ୍ୟକ୍ତିମାନଙ୍କୁ ବେଳେବେଳେ ଏହି ରୋଗର ସମ୍ମୁଖୀନ ହେବାର ଆଶଙ୍କା ମଧ୍ୟ ଥାଏ। ଖାସ୍‌ କଥା ହେଲା ଏପରି ରୋଗଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଯେତେସମ୍ଭବ ଦୂରେଇ ରଖନ୍ତୁ। ତା’ ସହ ଥଣ୍ଡା ଏବଂ ଡିଟରଜେଣ୍ଟ ଏବଂ ସାବୁନ ବ୍ୟବହାର ଯେତେ କମ କରିବେ ସେତେ ଭଲ। ବାସନ କିମ୍ବା ସିଙ୍କ୍‌ ସଫା କରିବା ସମୟରେ ଗ୍ଲୋଭସର ବ୍ୟବହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ କେକ୍‌ କାଟୁଥିଲେ ହୋଇଥାଏ…

ଆଜିକାଲି ଅଧିକାଂଶ ଜନ୍ମଦିନ ହେଉ କିମ୍ବା ବିବାହ ବାର୍ଷିକୀ ସବୁଥିରେ କେକ୍‌ କଟାଯାଉଛି। କେକ୍‌ କାଟିବା ପୂର୍ବରୁ ମହମବତୀ ଫୁଙ୍କି ଲିଭାଯିବାର ପରମ୍ପରା ମଧ୍ୟ ଚଳିଆସୁଛି।...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି ପରିବା…

ସବୁଜ ପନିପରିବା ଦେହ ପାଇଁ ଉପକାରୀ । ଡାକ୍ତରମାନେ ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି। କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ।...

ଶପିଂ କରୁଥିଲେ

ବର୍ତ୍ତମାନ ସମସ୍ତ ଦୋକାନ ବଜାର ଖୋଲା। ନା ଅଛି କରୋନା କଟକଣା, ନା ଅଛି ସନ୍ଧ୍ୟା ପୂର୍ବରୁ ଦୋକାନ ବନ୍ଦ ହୋଇଯିବାର ଟେନ୍‌ସନ୍‌। ତେଣୁ ସବୁଠି...

ଜାଣନ୍ତୁ କେମିତି କିଣିବେ ଛତା

ବର୍ଷାରୁ ରକ୍ଷା ପାଇବା ଲାଗି ଛତା ସଭିଙ୍କୁ ଲୋଡ଼ା। ତେବେ ଅନେକେ ଛତା କିଣିବା ବେଳେ ଏହାର କଲର ଏବଂ ଆକର୍ଷଣୀୟ ଡିଜାଇନ୍‌କୁ ଅଧିକ ଗୁରୁତ୍ୱ...

ଶ୍ରାବଣରେ ମହାଦେବଙ୍କ କୃପା ପାଇବାକୁ ଚାହାନ୍ତି କି, ଏପରି ରଙ୍ଗର ପୋଷାକ ପିନ୍ଧି କରନ୍ତୁ ପୂଜା

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟଶାଳୀ ହୋଇଥାନ୍ତି ପୁରୁଷ; ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଉଚ୍ଚରକ୍ତଚାପ ନିୟନ୍ତ୍ରଣ କରେ ମୂଳା

ସାଲାଡ୍‌ ହେଉ କି ତରକାରୀ ଅଧିକାଂଶ ଲୋକେ ଏସବୁରେ ମୂଳା ପକାଇବାକୁ ପସନ୍ଦ କରନ୍ତି। ଏହାର ସେବନ ଦ୍ୱାରା କେବଳ ପାଟି ସୁଆଦ ବଢ଼ିଥାଏ ତା’ନୁହେଁ,...

କଲରାର ଉପକାରୀ ଗୁଣ

କଲରା ପାଟିକୁ ପିତା ଲାଗୁଥିଲେ ବି ଏହା ଶରୀର ପାଇଁ ଖୁବ୍ ଉପକାରୀ । ଏଥିରେ ପ୍ରୋଟିନ, କ୍ୟାଲସିୟମ, କାବ୍ରୋହାଇଡ୍ରେଟ୍ସ, ଫସଫରସ୍ ଓ ଭିଟାମିନ୍ ମିଳିଥାଏ...

Advertisement
Archives

Model This Week