ବିପଦସଂକୁଳ ଘରେ ରହୁଛନ୍ତି ରେମ୍ପୀ ଗ୍ରାମବାସୀ

ରାୟଗଡ଼(ଗଜପତି),୨୪ା୧୦:ଗଜପତି ଜିଲା ରାୟଗଡ଼ ବ୍ଲକ ସାନତୁଣ୍ଡି ପଞ୍ଚାୟତର ରେମ୍ପୀ ଗ୍ରାମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ବିକାଶ ପକ୍ଷରୁ ୧୯୯୮ରେ ଗ୍ରାମବାସୀଙ୍କ ଶ୍ରମଦାନରେ ପ୍ରାୟ ୩୦ଟି ପକ୍କାଘର ତିଆରି ହୋଇଥିଲା। ଉକ୍ତ ଗ୍ରାମରେ ୩୦ ପରିବାରର ପ୍ରାୟ ୨୦୮ ଜନସଂଖ୍ୟା ଥିବାବେଳେ ରହିବା ପାଇଁ ଭଲ ଘର ଖଣ୍ଡିଏ ନ ଥିବା ବେଳେ ଗ୍ରାମ ବିକାଶ ପକ୍ଷରୁ ଘର ତିଆରି ପାଇଁ ଉପକରଣ ଓ ସାମଗ୍ରୀ ମିଳିଥିବାରୁ ଲୋକଙ୍କ ଶ୍ରମଦାନରେ ଘରସବୁ ତିଆରି ହୋଇଥିଲା। ଗୃହ ନିର୍ମାଣ ସମୟରେ ଭାଗମାପରେ ଅନିୟମିତତା ଯୋଗୁ ତାହା ନିମ୍ନମାନର ହୋଇଥିଲା। ହିତାଧିକାରୀମାନେ ନିର୍ମିିତ ଘରେ ପ୍ରାୟ ୧୦ ବର୍ଷ ରହିବା ପରେ ଦିନକୁ ଦିନ ଅବସ୍ଥା ଶୋଚନୀୟ ହୋଇପଡିଛି। କାମ ଭଲ ହୋଇ ନ ଥିବାରୁ ଛାତଗୁଡିକ ବଙ୍କା ହୋଇ ଦବିଯାଇ ଫାଟିବା ସହିତ ଛାତ ଭିତରପଟୁ ପରସ୍ତ ପରସ୍ତ ବାହାରି ଲୁହାଛଡ଼ ଦେଖାଯାଉଛି। ବର୍ଷା ହେଲେ ଛାତରୁ ପାଣି ଗଳିବା ସହିତ ଘରଦ୍ୱାର ପାଣି ହୋଇଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅଧିକ ବର୍ଷା କିମ୍ବା ବନ୍ୟା ବାତ୍ୟା ହେଲେ ଘର ଛାଡ଼ି ନିକଟସ୍ଥ ସ୍କୁଲ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରରେ ଯାଇ ରହିବାକୁ ପଡୁଛି। ଏନେଇ ବାରମ୍ବାର ଜିଲା ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ, ରାଜନେତାଙ୍କୁ ଗୁହାରି କରିବା ସତ୍ତ୍ୱେ କେହି ତାଙ୍କ କଥା ଶୁଣୁ ନ ଥିବା ଗ୍ରାମର ୱାର୍ଡ଼ସଭ୍ୟା ନୀଳା କୁମ୍ଭ, ପଦ୍ମା ଭୂୟାଁ, ବିନୋଦ ଚନ୍ଦ୍ର ଗୌର, କମଳ ବସୁପତି, ନରସିଂହ ଶବର, ମୋହନ ବସୁପତି, ଦିଲେଶ୍ୱର କୁମ୍ଭଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗୃହଗୁଡିକ ବିପଦସଂକୁଳ ହୋଇଥିଲେ ବି ଆବାସ ଯୋଜନା ତଦନ୍ତ ନେଇ ଆସିଥିବା ଅଧିକାରୀମାନେ ଠିକ୍‌ ଭାବେ ନ ଦେଖି ହିତାଧିକାରୀ ତାଲିକାରୁ ବାଦ୍‌ ଦେଉଥିବା ସେମାନେ ପ୍ରକାଶ କରିଛନ୍ତି। ଏଥିସହ ରାଜନୈତିକ ପାତରଅନ୍ତର ମନୋଭାବର ଶିକାର ହେଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବିଡିଓ ରାଜା ରଞ୍ଜିତ ପ୍ରତାପ ବଳଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଏ ବିଷୟରେ ମୁଁ ବୁଝିବା ପରେ କହିବି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…

ସମସ୍ୟା ନେଇ ଏନଏସି କାର୍ଯ୍ୟାଳୟ ଯାଇଥିଲେ ଯୁବଗୋଷ୍ଠୀ: କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ଗଞ୍ଜାମ, ୨୪।୯ (ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନସ ଜେନା ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ବାତ୍ୟା ପ୍ରଭାବରେ…

ଗାଁରେ ପଶିଲା ସମୁଦ୍ର ଜୁଆର: ଅପହଞ୍ଚ ସାନ୍ତାଳୀ ଗାଁ ପାଣିଖିଆରେ ଦୁଇଟି ଘାଇ

ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?