ପ୍ରମାଣ ସତ୍ତ୍ୱେ ତଦନ୍ତ ପାଇଁ ପଛଘୁଞ୍ଚା

ଖୋର୍ଦ୍ଧା,୧୦ା୭(ପ୍ରଭାତ ପାଣିଗ୍ରାହୀ): ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିନା ଯୋଗ୍ୟତାରେ ଡାକ୍ତରୀ ପାଠ ପଢୁଥିବା ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ନ୍ୟାଶନାଲ କମିଶନ ଫର ଇଣ୍ଡିଆନ ସିଷ୍ଟମ ଅଫ ମେଡିସିନ(ଏନସିଆଇଏସଏମ)କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗତ ଜୁନ ୧୧ରେ ଖୋର୍ଦ୍ଧା ଗସ୍ତରେ ଆସିଥିବା ବେଳେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ମୁଞ୍ଜିପାରା ମହେନ୍ଦ୍ର ଭାଇ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ବିନା ଏନ୍‌ଇଇଟିରେ ଆୟୁର୍ବେଦ ଡାକ୍ତରୀ ପାଠ ସମ୍ପର୍କିତ ଏକ ଖବର ଧରିତ୍ର୍ରୀରେ ଗତ ଜାନୁୟାରୀ ୧୦ରେ ପ୍ରକାଶ ପାଇଥିଲା। ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତତ୍କାଳୀନ ଆୟୁଷ ନିର୍ଦ୍ଦେଶକ ଭୂପେଶ ବେହେରା କହିଥିଲେ। ପରବର୍ତ୍ତି ସମୟରେ ଆୟୁଷ ନିର୍ଦ୍ଦେଶକ କଲ୍ୟାଣ ରଥଙ୍କ ନିକଟରେ ଗତ ମେ’ ୨ରେ ୬୮ପୃଷ୍ଠା ଏବଂ ୧୯ମେ’ରେ ୧୨ପୃଷ୍ଠା ସମ୍ବଳିତ ତଥ୍ୟ ପ୍ରମାଣ ଯୁକ୍ତ ଅଭିଯୋଗ ଦାଖଲ କରାଯାଇଥିଲା। ରଥ ଏହାର ତଦନ୍ତ ଲାଗି ଆୟୁଷ ବିଭାଗର ପ୍ରଶାସନିକ ଅଧିକାରୀ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବଙ୍କୁ ମଧ୍ୟ ଚିଠି ଲେଖିଥିଲେ। ଗତ ମେ’ ୧୬ରେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ ମହାପାତ୍ର ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିଭିନ୍ନ ଡକ୍ୟୁମେଣ୍ଟ ଜବତ କରିଥିଲେ। ଏହା ପରେ ଜୁନ ୨୨ରେ ରଥଙ୍କ ଅନ୍ୟତ୍ର ବଦଳି ହୋଇଥିଲା। ପରେ ପ୍ରେମଜିତ ନାୟକ ନୂତନ ଆୟୁଷ ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ସମସ୍ତ ତଥ୍ୟ ପ୍ରମାଣ ସତ୍ତ୍ୱେ ଆୟୁଷ ନିର୍ଦ୍ଦେଶକ ନାୟକ ତଦନ୍ତ ଚାଲିଛି, ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହି ଦିନ ଗଡାଇ ଚାଲିଛନ୍ତି। ସେପଟେ ଅଫିସର ବଦଳିଲେ ତଦନ୍ତ ବାଟବଣା।
ପ୍ରକାଶ ଯେ, ଗତ ୨୦୧୬-୧୭, ୨୦୧୭-୧୮ ଏବଂ ୨୦୨୦-୨୧ ବ୍ୟାଚରେ ବିନା ଯୋଗ୍ୟତାରେ ବାହାର କଲେଜ(କୌଣସି ଆୟୁର୍ବେଦ କଲେଜରେ ନାମଲେଖାଇ ନ ଥିବା ଛାତ୍ରୀଛାତ୍ର)ଙ୍କ ଠାରୁ ମୋଟା ଅଙ୍କ ନେଇ ସେମାନଙ୍କୁ ପାଠପଢା ସୁଯୋଗ ଦିଆଯାଇଛି। ସେଥିରୁ ୨୦୧୬ରେ ବିନା ଏନ୍‌ଇଇଟିରେ ଜଣେ ଛାତ୍ରୀ ପାସ କରିସାରିଛନ୍ତି। ୨୦୧୭ରେ ଦୁଇଜଣ ହାଉସ ସର୍ଜନ ଭାବେ କାର୍ଯ୍ୟ କରୁଛନ୍ତି। ଜୁନ ମାସ ଶେଷ ସୁଦ୍ଧା ଉଭୟଙ୍କ ଏକ ବର୍ଷିଆ ହାଉସ ସର୍ଜନ ସରିବ।
ବେଆଇନ ଭାବେ ଡାକ୍ତରୀପାଠ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପାଠପଢା ସୁଯୋଗ ଦିଆଯାଉଥିବା ଏବଂ ଛାତ୍ରୀଛାତ୍ରଙ୍କ ଠାରୁ ମୋଟା ଅଙ୍କ ନେଇ ନକଲି ନିଟ୍‌ ଆପ୍ଲିକେଶନ ନମ୍ବର, ର଼୍ୟାଙ୍କ କାର୍ଡ ଓ ଓଜେଇ ଆଲାଟମେଣ୍ଟ ଲେଟର, କଲେଜ ଟ୍ରାନ୍ସଫର ସାର୍ଟିଫିକେଟ(ସିଏଲସି) ଓ ମାଇଗ୍ରେସନ ସାର୍ଟିଫିକେଟ, କଲେଜ ଟ୍ରାନ୍ସଫର ସାର୍ଟିଫିକେଟ ବ୍ୟବସ୍ଥା କରାଯାଇ ନାମଲେଖା ସୁଯୋଗ ଦିଆଯାଇଥିବା ନେଇ ଜନୈକ ଅଭିଯୋଗକାରୀ ୨୦୨୦-୨୧ ବ୍ୟାଚରେ ବିନା ଏନଇଇଟିରେ ଡାକ୍ତରୀ ପାଠ ପଢୁଥିବା ନେଇ ଆୟୁଷ ମନ୍ତ୍ରଣାଳୟ ନିକଟରେ ୨୦୨୨ ମସିହାରେ ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଗତ ଜାନୁୟାରୀ ୧୦ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୬-୧୭ ଏବଂ ୨୦୧୭-୧୮ ବ୍ୟାଚରେ ମଧ୍ୟ ଅନୁରୂପ ଭାବେ ୩ଜଣ ନାମଲେଖାଇଥିବା ନେଇ ଜଣାପଡିଥିଲା। ଏ ସଂକ୍ରାନ୍ତରେ ବିନା ଯୋଗ୍ୟତାରେ ଡାକ୍ତରୀ ଡିଗ୍ରୀ ପାଠପଢା ନେଇ ଧରିତ୍ରୀରେ ଗତ ମେ’ ୧ତାରିଖରେ ଖବର ପ୍ରକାଶ ପାଇଥିଲା।
ପର୍ଯ୍ୟାୟରେ ଏହି ନାମଲେଖାରେ କେଳେଙ୍କାରୀ ସମ୍ପର୍କରେ ଅନ୍ୟ ଜଣେ ଅଭିଯୋଗକାରୀ ଗତ ମେ’ ୨ତାରିଖରେ ସମ୍ପର୍କରେ ତଥ୍ୟ ସମ୍ବଳିତ ୬୮ପୃଷ୍ଠାର ରିପୋର୍ଟ ଦାଖଲ କରିଥିଲେ। ତେବେ ରାଜ୍ୟ ଆୟୁଷ ନିର୍ଦ୍ଦେଶକ ଏବଂ ଏନ୍‌ସିଆଇଏସଏମର ତଦନ୍ତରେ ଶୀଥିଳତାକୁ ନେଇ ପୁଣି ଥରେ ଅଭିଯୋଗକାରୀ ମେ’ ୯ତାରିଖରେ ଆୟୁଷ ମନ୍ତ୍ରଣାଳୟ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ। ଗୋପବନ୍ଧୁ ଆୟୁର୍ବେଦ କଲେଜ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହ ତଦନ୍ତ ନ ସରିବା ପର୍ଯ୍ୟନ୍ତ ଏହାର ଆଗାମୀ ନାମଲେଖା ପ୍ରକ୍ରିୟାକୁ ରଦ୍ଦ କରିବାକୁ ନିବେଦନ କରିଥିଲେ। ଆୟୁଷ ମନ୍ତ୍ରଣାଳୟ ଏହାକୁ ଗୁରୁତ୍ୱର ସହିତ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଏନ ଏନ୍‌ସିଆଇଏସଏମକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ତେବେ ୨୦୧୬/୨୦୧୭ ଏବଂ ୨୦୨୦ ବ୍ୟାଚରେ ନାମଲେଖାରେ ବ୍ୟାପକ ଅନିୟମିତା ହୋଇଥିବା ଏବଂ ମୋଟା ଅଙ୍କ ନେଇ ବାହାର କଲେଜ ପିଲାଙ୍କୁ ସୁଯୋଗ ଦିଆଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଧରିତ୍ରୀରେ ଏକାଧିକ ଖବର ପରିବେଷଣ କରାଯାଇଛି। ଏହି ନାମଲେଖା କେଳେଙ୍କାରୀ ସଂକ୍ରାନ୍ତରେ ଆମ ପ୍ରତିନିଧି ଖୋର୍ଦ୍ଧା ଠାରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମନ୍ତ୍ରୀ ଡ.ମୁଞ୍ଜିପରା ମହେନ୍ଦ୍ର ଭାଇ ଆଶ୍ଚାର୍ଯ୍ୟାନ୍ବିତ ହେବା ସହ ଏହାର ବିଧିବଦ୍ଧ ଯାଞ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, ୨୦୨୦-୨୧ ବ୍ୟାଚରେ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଖାଲିଥିବା ସିଟ୍‌ରେ ଟ୍ରାନ୍ସଫର ବେସିସ୍‌ରେ ନାମଲେଖା ଲାଗି ୧୨ଜଣ ଆବେଦନ କରିଥିବା ନେଇ କଲେଜ କର୍ତ୍ତୃପକ୍ଷ ଆୟୁଷ ବିଭାଗକୁ ଚିଠି କରିଥିଲେ। କଲେଜ ଚିଠି ପ୍ରକାରେ ଆୟୁଷ ନିର୍ଦ୍ଦେଶକଙ୍କ ସମେତ ୫ଜଣକୁ ନେଇ ଗଠିତ ଟିମ୍‌ ୫ଜଣଙ୍କୁ ନାମଲେଖା ପାଇ ଅନୁମୋଦନ କରିଥିଲେ। ତେବେ ଆୟୁଷ ବିଭାଗ ପକ୍ଷରୁ ଆସିଥିବା ନାମଲେଖା ଅନୁମୋଦିତ ଚିଠିକୁ ନକଲ କରାଯାଇ ଏହି ବ୍ୟାଚରେ ୫ଜଣ ଛାତ୍ରୀଛାତ୍ର ପରିବର୍ତ୍ତେ ୭ଜଣଙ୍କୁ ନାମ ଲେଖା ପାଇଁ ସୁଯୋଗ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?