ଧର୍ମୀୟ ସ୍ୱାଧୀନତା

ଭାରତୀୟମାନଙ୍କର ଧର୍ମୀୟ ସ୍ୱାଧୀନତା ଅଛି କି? ଅର୍ଥାତ୍‌ ସେମାନେ ଅନ୍ୟମାନଙ୍କୁ ସେମାନଙ୍କର ଧର୍ମକୁ ନିମନ୍ତ୍ରଣ କରିବାର ଅଧିକାର ଏବଂ ସେମାନଙ୍କର ଧର୍ମକୁ ସହଜରେ ଛାଡ଼ିବାର ଅଧିକାର ଅଛି କି? ଉତ୍ତରରେ ସମ୍ବିଧାନ ହଁ କହେ, କିନ୍ତୁ ଆଇନଗୁଡ଼ିକ ନା କହେ। ଭାରତ ଏକ ଅଦ୍ଭୁତ ଦେଶ, ଯେଉଁଠି ପ୍ରୋପାଗେଶନ ବା ପ୍ରଚାର ହେଉଛି ଉଭୟ ମୌଳିକ ଅଧିକାର ଏବଂ ଆପରାଧିକ ଦୋଷ। ନିର୍ଦ୍ଦିଷ୍ଟ କରାଯାଇଥିବା ଏକ ମୌଳିକ ଅଧିକାର ଦେଶ ବା ବ୍ୟବସ୍ଥାର ଅନଧିକାର ହସ୍ତକ୍ଷେପରୁ ଉଚ୍ଚ ସ୍ତରର ସୁରକ୍ଷା ଉପଭୋଗକୁ ଦର୍ଶାଏ। କିନ୍ତୁ ଭାରତରେ ଧାରା ୨୫ (ଧର୍ମକୁ ସ୍ୱାଧୀନ ଭାବରେ ସ୍ବୀକାର ଏବଂ ପ୍ରଚାର କରିବା ଅଧିକାର) ଏପରି ସୁରକ୍ଷା ଧାରଣ କରେ ନାହିଁ। ପ୍ରକୃତରେ ସମ୍ବିଧାନ କହେ, ପ୍ରଚାର କରିବା ଆମର ସ୍ୱାଧୀନତା। କିନ୍ତୁ ଆମେ ଯେତେବେଳେ ତାହା କରୁ ପୋଲିସ ପହଞ୍ଚତ୍ ଆମକୁ ସେଠାରୁ ତଡ଼ିଦିଏ। ଚଳିତ ବର୍ଷ ୧୧ ଜୁଲାଇରେ ଏକ ଖବର ପ୍ରକାଶ ପାଇଥିଲା, ଯେଉଁଥିରେ ଆଲ୍ଲାହାବାଦ ହାଇକୋର୍ଟ ଶ୍ରୀନିବାସ ରଭ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଜାମିନକୁ ଖାରଜ କରି କହିଥିଲେ ଯେ, ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ଧର୍ମ ଗ୍ରହଣ, ପାଳନ ଏବଂ ପ୍ରଚାର କରିବାର ମୌଳିକ ଅଧିକାର ପ୍ରଦାନ କରେ। ତଥାପି ନୈତିକ ବିଚାର ଏବଂ ଧର୍ମୀୟ ସ୍ବଧୀନତାର ବ୍ୟକ୍ତିଗତ ଅଧିକାରକୁ ଧର୍ମ ପରିବର୍ତ୍ତନ କରିବାର ସାମୂହିକ ଅଧିକାର ଗଠନ ପାଇଁ ବିସ୍ତାର କରାଯାଇପାରିବ ନାହିଁ।
ନେପାଳ ଧର୍ମ ପରିବର୍ତ୍ତନକୁ ଅନୁମତି ଦେଇ ନ ଥିବାବେଳେ ପାକିସ୍ତାନରେ ଭାରତ ଭଳି ସମାନ କଟକଣା ସହ ସମାନ କଥା କୁହାଯାଇଛି। ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ପାକିସ୍ତାନରେ ପ୍ରକୃତରେ ଧର୍ମୀୟ ସ୍ବାଧୀନତା ନାହିଁ, ଯେପରି ସଚ୍ଚୋଟ ପର୍ଯ୍ୟବେକ୍ଷକ ସିଦ୍ଧାନ୍ତ ଯେ ଭାରତରେ ତାହା ନାହିଁ। କିନ୍ତୁ ଯେଉଁମାନେ ସମ୍ବିଧାନ ଲେଖିଥିଲେ ସମାନଙ୍କର ଏହି ଉଦ୍ଦେଶ୍ୟ ନ ଥିଲା। ୬ ଡିସେମ୍ବର ୧୯୪୮ରେ ଧର୍ମୀୟ ସ୍ବାଧୀନତା ଉପରେ ସମ୍ବିଧାନ ସଭାରେ ବିତର୍କ ହୋଇଥିଲା। ସଂଖ୍ୟାଲଘୁ କମିଟି ଏବଂ ମୌଳିକ ଅଧିକାର ଉପରେ ଗଠିତ କମିଟିର ବୈଠକ ପରେ ବିତର୍କ ହୋଇଥିଲା, ଯେଉଁଥିରେ ଏହି ବିଷୟରେ ବିସ୍ତୃତ ଆଲୋଚନା ହେବା ସହ ଆଜିର ଧାରା ୨୫ ଲେଖାଯାଇଥିଲା। ଏଥିରେ ଉଲ୍ଲେଖ ମୁଖ୍ୟ ଶବ୍ଦ ହେଉଛି ‘ପ୍ରଚାର’, ଯାହା ଅଭିଧାନରେ ବିସ୍ତାର ଏବଂ ପ୍ରୋତ୍ସାହନ ଓ ସୃଷ୍ଟିକୁ ଦର୍ଶାଏ। ଯେଉଁ ପ୍ରସଙ୍ଗରେ ଏହି ଶବ୍ଦ ଉପରେ ଭାରତର ସାମ୍ବିଧାନ ସଭାରେ ବିତର୍କ ହୋଇଥିଲା, ତାହା ଥିଲା ବିଶେଷ ଭାବରେ ଖ୍ରୀଷ୍ଟିଆନଙ୍କ ଦ୍ୱାରା ହେଉଥିବା ଧର୍ମ ପରିବର୍ତ୍ତନ ଉପରେ। ସାମ୍ବିଧାନିକ ଚିଠା ପ୍ରସ୍ତୁତ କରିଥିବା ଗୋଷ୍ଠୀ ମଧ୍ୟରେ ଥିବା ଗୁଜରାଟର କେ.ଏମ୍‌. ମୁନ୍‌ସୀ ‘ପ୍ରଚାର’ ଶବ୍ଦ ବିଷୟରେ କହିଥିଲେ, ‘ମୁଁ ଜାଣେ ଏହି ଶବ୍ଦ ଉପରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସର୍ବାଧିକ ଗୁରୁତ୍ୱ ଦେଇଛି। ସେମାନେ ଦୃଢ ଭାବରେ ଲୋକମାନଙ୍କୁ ପରିବର୍ତ୍ତନ କରିବାକୁ ଚାହୁଁ ଥିବା କାରଣରୁ ନୁହେଁ, ବରଂ ‘ପ୍ରଚାର’ ଶବ୍ଦଟି ସେମାନଙ୍କ ଧାରାର ଏକ ମୌଳିକ ଅଂଶ ଥିଲା ଏବଂ ଯେପର୍ଯ୍ୟନ୍ତ ଧର୍ମ ଧର୍ମ ହୋଇ ରହିଛି, ସ୍ବାଧୀନ ନୈତିକ ବିଚାର ଦ୍ୱାରା ଧର୍ମ ପରିବର୍ତ୍ତନକୁ ସ୍ବୀକାର କରିବା ଆବଶ୍ୟକ।’ ମୁନ୍‌ସୀ କହିଥିଲେ, ଯେକୌଣସି ଧର୍ମ ପରିବର୍ତ୍ତନ ହେଉଛି, ତାହା କେବଳ ପ୍ରୋତ୍ସାହନର ପରିଣାମ, ବସ୍ତୁଗତ ସୁବିଧା କାରଣରୁ ହେଉନାହିଁ। ଲକ୍ଷ୍ୟ କରନ୍ତୁ, ଧର୍ମ ପରିବର୍ତ୍ତନ ବିଷୟକୁ ସବୁବେଳେ ପ୍ରଚାରର ଏକ କାରଣ ଭାବରେ ଗ୍ରହଣ କରାଯାଇଥିଲା।
୧ ମେ ୧୯୪୭ରେ ମୌଳିକ ଅଧିକାର ସମ୍ପର୍କିତ ମଧ୍ୟବର୍ତ୍ତୀ ରିପୋର୍ଟ ଆସିଥିଲା। କମିଟି ସହ ଫ୍ରାଙ୍କ୍‌ ଆନ୍ଥୋନୀ କଥା ହୋଇଥିଲେ ଏବଂ କହିଥିଲେ ଯେ, ମୋ ସମ୍ପ୍ରଦାୟ (ସେ ଜଣେ ଆଙ୍ଗ୍ଲୋ-ଇଣ୍ଡିଆନ) ଧର୍ମ ପ୍ରଚାର କରେ ନାହିଁ। ଆମେ ଧର୍ମ ପରିବର୍ତ୍ତନ କରୁନାହୁଁ କି ପରିବର୍ତ୍ତିତ ହୋଇନାହୁଁ। ଆନ୍ଥୋନୀ ପ୍ରଚାର ଶବ୍ଦର ବିବାଦୀୟ ବିଷୟ ବଦଳରେ ଏହାକୁ ଏକ ଅଧିକାର ଭାବେ ନେଇଥିବାରୁ ସଂଖ୍ୟାବହୁଳଙ୍କୁ ଧନ୍ୟବାଦ ଦେଇଥିଲେ। ଟି.ଟି.କ୍ରିଷ୍ନାମାଚାରୀ କହିଥିଲେ, ଦଳିତମାନଙ୍କୁ ଏହା ବୈଧାନିକ ମାନ୍ୟତା ଦେଇଥିବାରୁ ସେମାନେ ଖ୍ରୀଷ୍ଟିଆନ ହୋଇଥିଲେ। ସେ କହିଥିଲେ, ହିନ୍ଦୁ ସଂସ୍କାର ଏଭଳି ଧର୍ମ ପରିବର୍ତ୍ତନକୁ ରୋକିବ ଏବଂ ପ୍ରଚାର କରିବାର ଅଧିକାର ହିନ୍ଦୁ ଓ ଆର୍ଯ୍ୟ ସମାଜବାଦୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ, ଯେଉଁମାନେ ଧର୍ମ ପରିବର୍ତ୍ତନର କାର୍ଯ୍ୟ କରିବା ପାଇଁ ଏହି ଆଇନର ଶବ୍ଦ ଅନୁଯାୟୀ ସ୍ବାଧୀନ ଥିଲେ, ଯାହାକୁ ସେମାନେ ‘ଶୁଦ୍ଧି’ ବୋଲି କହୁଥିଲେ। ଏଠାରେ କଥା ହେଉଛି , ମୁନ୍‌ସୀଙ୍କ ଭାଷାରେ ‘ପ୍ରଚାର’ ଶବ୍ଦର ଅର୍ଥ ‘ଲୋକଙ୍କୁ ସେମାନଙ୍କ ଧର୍ମରେ ଯୋଗଦେବାକୁ ପ୍ରବର୍ତ୍ତାଇବା’ ଅଧିକାର ବୋଲି ସମସ୍ତେ ବୁଝିିଥିଲେ। ତାହା ହେଉଛି, ଧର୍ମ ପରିବର୍ତ୍ତନ।
ସାମ୍ବିଧାନ ସଭାରେ କେବଳ ଓଡ଼ିଶାର ଜଣେ ୨୬ ବର୍ଷ ବୟସ୍କ ଲୋକନାଥ ମିଶ୍ର ପ୍ରଚାର ଶବ୍ଦ ହଟାଇବାକୁ ଚାହୁଁଥିଲେ। ମିଶ୍ର କହିଥିଲେ ଯେ ପ୍ରଚାର ଶବ୍ଦ ସହିତ ତାଙ୍କର କୌଣସି ଅସୁବିଧା ନାହିଁ। ଯଦି ଲୋକମାନେ ସେମାନଙ୍କର ଧର୍ମ ପ୍ରଚାର କରିବା ଉଚିତ, ତେବେ ସେମାନଙ୍କୁ ତାହା କରିବାକୁ ଦିଆଯାଉ, କିନ୍ତୁ କେବଳ ମୁଁ ଇଚ୍ଛା କରେ, ସମ୍ବିଧାନ ଏହାକୁ ଏକ ମୌଳିକ ଅଧିକାର ଭାବରେ ନ ରଖୁ ଏବଂ ଉତ୍ସାହିତ ନ କରୁ। ଡକ୍ଟର ବି.ଆର. ଆମ୍ବେଡ଼କର ଏହି ବିତର୍କରେ ଉପସ୍ଥିତ ଥିଲେ କିନ୍ତୁ ସେ କିଛି କହି ନ ଥିଲେ। ପ୍ରଚାର କରିବା ଅଧିକାରକୁ ରକ୍ଷା କରି ଅନ୍ୟମାନେ ଯାହା କହିଛନ୍ତି ସେଥିରେ ତାଙ୍କର କିଛି ଯୋଗ କରିବାର ନାହିଁ ବୋଲି ସେ କହିଥିଲେ। ମନେ ରଖିବା ଉଚିତ ଯେ ସମ୍ବିଧାନ ସଭାର କମିଟିରେ ଦାଖଲ ହୋଇଥିବା ଆମ୍ବେଡ଼କରଙ୍କ ମୂଳ ଡ୍ରାଫ୍ଟ ବା ଚିଠାରେ ‘ସାର୍ବଜନୀନ ଶୃଙ୍ଖଳା ଏବଂ ନୈତିିକତା ସହିତ ସୁସଙ୍ଗତ ସୀମା ମଧ୍ୟରେ ଗ୍ରହଣ କରିବା, ପ୍ରଚାର କରିବା ଏବଂ ପରିବର୍ତ୍ତନ କରିବାର ଅଧିକାର’ କଥା ଉଲ୍ଲେଖ ରହିଛି। ତାଙ୍କର ବିଶ୍ୱାସ ଥିଲା ଯେ ପ୍ରଚାରର ଅର୍ଥ ଧର୍ମପରିବର୍ତ୍ତନ। ସେ ନିଜେ ହିନ୍ଦୁ ଧର୍ମ ଛାଡ଼ି ୧୪ ଅକ୍ଟୋବର ୧୯୫୬ରେ ନାଗପୁରରେ ୩ ଲକ୍ଷରୁ ଅଧିକ ଦଳିତଙ୍କ ସହ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ୧୯୭୦ ଦଶକର ପ୍ରାରମ୍ଭରେ ଭାରତର ନ୍ୟାୟପାଳିକା ଏବଂ ପୋଲିସ ଅନେକ କାମ ଆରମ୍ଭ କରିଥିଲେ, ଯାହାର ଫଳସ୍ବରୂପ ଆମେ ଏବକାର ସ୍ଥିତିରେ ରହିଛୁ। ଦେଶର ସମ୍ବିଧାନ ନାଗରିକମାନଙ୍କୁ ଧର୍ମୀୟ ସ୍ବାଧୀନତା ଦେଇଥିଲେ ବି ଏହାର ବ୍ୟବସ୍ଥାରେ ଆପରାଧିକ ଆଇନର ବ୍ୟାପକ ପ୍ରୟୋଗ ଯୋଗୁ ଏହାକୁ ଅନୁମତି ଦିଆଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri