ଧର୍ମୀୟ ସ୍ୱାଧୀନତା

ଭାରତୀୟମାନଙ୍କର ଧର୍ମୀୟ ସ୍ୱାଧୀନତା ଅଛି କି? ଅର୍ଥାତ୍‌ ସେମାନେ ଅନ୍ୟମାନଙ୍କୁ ସେମାନଙ୍କର ଧର୍ମକୁ ନିମନ୍ତ୍ରଣ କରିବାର ଅଧିକାର ଏବଂ ସେମାନଙ୍କର ଧର୍ମକୁ ସହଜରେ ଛାଡ଼ିବାର ଅଧିକାର ଅଛି କି? ଉତ୍ତରରେ ସମ୍ବିଧାନ ହଁ କହେ, କିନ୍ତୁ ଆଇନଗୁଡ଼ିକ ନା କହେ। ଭାରତ ଏକ ଅଦ୍ଭୁତ ଦେଶ, ଯେଉଁଠି ପ୍ରୋପାଗେଶନ ବା ପ୍ରଚାର ହେଉଛି ଉଭୟ ମୌଳିକ ଅଧିକାର ଏବଂ ଆପରାଧିକ ଦୋଷ। ନିର୍ଦ୍ଦିଷ୍ଟ କରାଯାଇଥିବା ଏକ ମୌଳିକ ଅଧିକାର ଦେଶ ବା ବ୍ୟବସ୍ଥାର ଅନଧିକାର ହସ୍ତକ୍ଷେପରୁ ଉଚ୍ଚ ସ୍ତରର ସୁରକ୍ଷା ଉପଭୋଗକୁ ଦର୍ଶାଏ। କିନ୍ତୁ ଭାରତରେ ଧାରା ୨୫ (ଧର୍ମକୁ ସ୍ୱାଧୀନ ଭାବରେ ସ୍ବୀକାର ଏବଂ ପ୍ରଚାର କରିବା ଅଧିକାର) ଏପରି ସୁରକ୍ଷା ଧାରଣ କରେ ନାହିଁ। ପ୍ରକୃତରେ ସମ୍ବିଧାନ କହେ, ପ୍ରଚାର କରିବା ଆମର ସ୍ୱାଧୀନତା। କିନ୍ତୁ ଆମେ ଯେତେବେଳେ ତାହା କରୁ ପୋଲିସ ପହଞ୍ଚତ୍ ଆମକୁ ସେଠାରୁ ତଡ଼ିଦିଏ। ଚଳିତ ବର୍ଷ ୧୧ ଜୁଲାଇରେ ଏକ ଖବର ପ୍ରକାଶ ପାଇଥିଲା, ଯେଉଁଥିରେ ଆଲ୍ଲାହାବାଦ ହାଇକୋର୍ଟ ଶ୍ରୀନିବାସ ରଭ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଜାମିନକୁ ଖାରଜ କରି କହିଥିଲେ ଯେ, ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ଧର୍ମ ଗ୍ରହଣ, ପାଳନ ଏବଂ ପ୍ରଚାର କରିବାର ମୌଳିକ ଅଧିକାର ପ୍ରଦାନ କରେ। ତଥାପି ନୈତିକ ବିଚାର ଏବଂ ଧର୍ମୀୟ ସ୍ବଧୀନତାର ବ୍ୟକ୍ତିଗତ ଅଧିକାରକୁ ଧର୍ମ ପରିବର୍ତ୍ତନ କରିବାର ସାମୂହିକ ଅଧିକାର ଗଠନ ପାଇଁ ବିସ୍ତାର କରାଯାଇପାରିବ ନାହିଁ।
ନେପାଳ ଧର୍ମ ପରିବର୍ତ୍ତନକୁ ଅନୁମତି ଦେଇ ନ ଥିବାବେଳେ ପାକିସ୍ତାନରେ ଭାରତ ଭଳି ସମାନ କଟକଣା ସହ ସମାନ କଥା କୁହାଯାଇଛି। ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ପାକିସ୍ତାନରେ ପ୍ରକୃତରେ ଧର୍ମୀୟ ସ୍ବାଧୀନତା ନାହିଁ, ଯେପରି ସଚ୍ଚୋଟ ପର୍ଯ୍ୟବେକ୍ଷକ ସିଦ୍ଧାନ୍ତ ଯେ ଭାରତରେ ତାହା ନାହିଁ। କିନ୍ତୁ ଯେଉଁମାନେ ସମ୍ବିଧାନ ଲେଖିଥିଲେ ସମାନଙ୍କର ଏହି ଉଦ୍ଦେଶ୍ୟ ନ ଥିଲା। ୬ ଡିସେମ୍ବର ୧୯୪୮ରେ ଧର୍ମୀୟ ସ୍ବାଧୀନତା ଉପରେ ସମ୍ବିଧାନ ସଭାରେ ବିତର୍କ ହୋଇଥିଲା। ସଂଖ୍ୟାଲଘୁ କମିଟି ଏବଂ ମୌଳିକ ଅଧିକାର ଉପରେ ଗଠିତ କମିଟିର ବୈଠକ ପରେ ବିତର୍କ ହୋଇଥିଲା, ଯେଉଁଥିରେ ଏହି ବିଷୟରେ ବିସ୍ତୃତ ଆଲୋଚନା ହେବା ସହ ଆଜିର ଧାରା ୨୫ ଲେଖାଯାଇଥିଲା। ଏଥିରେ ଉଲ୍ଲେଖ ମୁଖ୍ୟ ଶବ୍ଦ ହେଉଛି ‘ପ୍ରଚାର’, ଯାହା ଅଭିଧାନରେ ବିସ୍ତାର ଏବଂ ପ୍ରୋତ୍ସାହନ ଓ ସୃଷ୍ଟିକୁ ଦର୍ଶାଏ। ଯେଉଁ ପ୍ରସଙ୍ଗରେ ଏହି ଶବ୍ଦ ଉପରେ ଭାରତର ସାମ୍ବିଧାନ ସଭାରେ ବିତର୍କ ହୋଇଥିଲା, ତାହା ଥିଲା ବିଶେଷ ଭାବରେ ଖ୍ରୀଷ୍ଟିଆନଙ୍କ ଦ୍ୱାରା ହେଉଥିବା ଧର୍ମ ପରିବର୍ତ୍ତନ ଉପରେ। ସାମ୍ବିଧାନିକ ଚିଠା ପ୍ରସ୍ତୁତ କରିଥିବା ଗୋଷ୍ଠୀ ମଧ୍ୟରେ ଥିବା ଗୁଜରାଟର କେ.ଏମ୍‌. ମୁନ୍‌ସୀ ‘ପ୍ରଚାର’ ଶବ୍ଦ ବିଷୟରେ କହିଥିଲେ, ‘ମୁଁ ଜାଣେ ଏହି ଶବ୍ଦ ଉପରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସର୍ବାଧିକ ଗୁରୁତ୍ୱ ଦେଇଛି। ସେମାନେ ଦୃଢ ଭାବରେ ଲୋକମାନଙ୍କୁ ପରିବର୍ତ୍ତନ କରିବାକୁ ଚାହୁଁ ଥିବା କାରଣରୁ ନୁହେଁ, ବରଂ ‘ପ୍ରଚାର’ ଶବ୍ଦଟି ସେମାନଙ୍କ ଧାରାର ଏକ ମୌଳିକ ଅଂଶ ଥିଲା ଏବଂ ଯେପର୍ଯ୍ୟନ୍ତ ଧର୍ମ ଧର୍ମ ହୋଇ ରହିଛି, ସ୍ବାଧୀନ ନୈତିକ ବିଚାର ଦ୍ୱାରା ଧର୍ମ ପରିବର୍ତ୍ତନକୁ ସ୍ବୀକାର କରିବା ଆବଶ୍ୟକ।’ ମୁନ୍‌ସୀ କହିଥିଲେ, ଯେକୌଣସି ଧର୍ମ ପରିବର୍ତ୍ତନ ହେଉଛି, ତାହା କେବଳ ପ୍ରୋତ୍ସାହନର ପରିଣାମ, ବସ୍ତୁଗତ ସୁବିଧା କାରଣରୁ ହେଉନାହିଁ। ଲକ୍ଷ୍ୟ କରନ୍ତୁ, ଧର୍ମ ପରିବର୍ତ୍ତନ ବିଷୟକୁ ସବୁବେଳେ ପ୍ରଚାରର ଏକ କାରଣ ଭାବରେ ଗ୍ରହଣ କରାଯାଇଥିଲା।
୧ ମେ ୧୯୪୭ରେ ମୌଳିକ ଅଧିକାର ସମ୍ପର୍କିତ ମଧ୍ୟବର୍ତ୍ତୀ ରିପୋର୍ଟ ଆସିଥିଲା। କମିଟି ସହ ଫ୍ରାଙ୍କ୍‌ ଆନ୍ଥୋନୀ କଥା ହୋଇଥିଲେ ଏବଂ କହିଥିଲେ ଯେ, ମୋ ସମ୍ପ୍ରଦାୟ (ସେ ଜଣେ ଆଙ୍ଗ୍ଲୋ-ଇଣ୍ଡିଆନ) ଧର୍ମ ପ୍ରଚାର କରେ ନାହିଁ। ଆମେ ଧର୍ମ ପରିବର୍ତ୍ତନ କରୁନାହୁଁ କି ପରିବର୍ତ୍ତିତ ହୋଇନାହୁଁ। ଆନ୍ଥୋନୀ ପ୍ରଚାର ଶବ୍ଦର ବିବାଦୀୟ ବିଷୟ ବଦଳରେ ଏହାକୁ ଏକ ଅଧିକାର ଭାବେ ନେଇଥିବାରୁ ସଂଖ୍ୟାବହୁଳଙ୍କୁ ଧନ୍ୟବାଦ ଦେଇଥିଲେ। ଟି.ଟି.କ୍ରିଷ୍ନାମାଚାରୀ କହିଥିଲେ, ଦଳିତମାନଙ୍କୁ ଏହା ବୈଧାନିକ ମାନ୍ୟତା ଦେଇଥିବାରୁ ସେମାନେ ଖ୍ରୀଷ୍ଟିଆନ ହୋଇଥିଲେ। ସେ କହିଥିଲେ, ହିନ୍ଦୁ ସଂସ୍କାର ଏଭଳି ଧର୍ମ ପରିବର୍ତ୍ତନକୁ ରୋକିବ ଏବଂ ପ୍ରଚାର କରିବାର ଅଧିକାର ହିନ୍ଦୁ ଓ ଆର୍ଯ୍ୟ ସମାଜବାଦୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ, ଯେଉଁମାନେ ଧର୍ମ ପରିବର୍ତ୍ତନର କାର୍ଯ୍ୟ କରିବା ପାଇଁ ଏହି ଆଇନର ଶବ୍ଦ ଅନୁଯାୟୀ ସ୍ବାଧୀନ ଥିଲେ, ଯାହାକୁ ସେମାନେ ‘ଶୁଦ୍ଧି’ ବୋଲି କହୁଥିଲେ। ଏଠାରେ କଥା ହେଉଛି , ମୁନ୍‌ସୀଙ୍କ ଭାଷାରେ ‘ପ୍ରଚାର’ ଶବ୍ଦର ଅର୍ଥ ‘ଲୋକଙ୍କୁ ସେମାନଙ୍କ ଧର୍ମରେ ଯୋଗଦେବାକୁ ପ୍ରବର୍ତ୍ତାଇବା’ ଅଧିକାର ବୋଲି ସମସ୍ତେ ବୁଝିିଥିଲେ। ତାହା ହେଉଛି, ଧର୍ମ ପରିବର୍ତ୍ତନ।
ସାମ୍ବିଧାନ ସଭାରେ କେବଳ ଓଡ଼ିଶାର ଜଣେ ୨୬ ବର୍ଷ ବୟସ୍କ ଲୋକନାଥ ମିଶ୍ର ପ୍ରଚାର ଶବ୍ଦ ହଟାଇବାକୁ ଚାହୁଁଥିଲେ। ମିଶ୍ର କହିଥିଲେ ଯେ ପ୍ରଚାର ଶବ୍ଦ ସହିତ ତାଙ୍କର କୌଣସି ଅସୁବିଧା ନାହିଁ। ଯଦି ଲୋକମାନେ ସେମାନଙ୍କର ଧର୍ମ ପ୍ରଚାର କରିବା ଉଚିତ, ତେବେ ସେମାନଙ୍କୁ ତାହା କରିବାକୁ ଦିଆଯାଉ, କିନ୍ତୁ କେବଳ ମୁଁ ଇଚ୍ଛା କରେ, ସମ୍ବିଧାନ ଏହାକୁ ଏକ ମୌଳିକ ଅଧିକାର ଭାବରେ ନ ରଖୁ ଏବଂ ଉତ୍ସାହିତ ନ କରୁ। ଡକ୍ଟର ବି.ଆର. ଆମ୍ବେଡ଼କର ଏହି ବିତର୍କରେ ଉପସ୍ଥିତ ଥିଲେ କିନ୍ତୁ ସେ କିଛି କହି ନ ଥିଲେ। ପ୍ରଚାର କରିବା ଅଧିକାରକୁ ରକ୍ଷା କରି ଅନ୍ୟମାନେ ଯାହା କହିଛନ୍ତି ସେଥିରେ ତାଙ୍କର କିଛି ଯୋଗ କରିବାର ନାହିଁ ବୋଲି ସେ କହିଥିଲେ। ମନେ ରଖିବା ଉଚିତ ଯେ ସମ୍ବିଧାନ ସଭାର କମିଟିରେ ଦାଖଲ ହୋଇଥିବା ଆମ୍ବେଡ଼କରଙ୍କ ମୂଳ ଡ୍ରାଫ୍ଟ ବା ଚିଠାରେ ‘ସାର୍ବଜନୀନ ଶୃଙ୍ଖଳା ଏବଂ ନୈତିିକତା ସହିତ ସୁସଙ୍ଗତ ସୀମା ମଧ୍ୟରେ ଗ୍ରହଣ କରିବା, ପ୍ରଚାର କରିବା ଏବଂ ପରିବର୍ତ୍ତନ କରିବାର ଅଧିକାର’ କଥା ଉଲ୍ଲେଖ ରହିଛି। ତାଙ୍କର ବିଶ୍ୱାସ ଥିଲା ଯେ ପ୍ରଚାରର ଅର୍ଥ ଧର୍ମପରିବର୍ତ୍ତନ। ସେ ନିଜେ ହିନ୍ଦୁ ଧର୍ମ ଛାଡ଼ି ୧୪ ଅକ୍ଟୋବର ୧୯୫୬ରେ ନାଗପୁରରେ ୩ ଲକ୍ଷରୁ ଅଧିକ ଦଳିତଙ୍କ ସହ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ୧୯୭୦ ଦଶକର ପ୍ରାରମ୍ଭରେ ଭାରତର ନ୍ୟାୟପାଳିକା ଏବଂ ପୋଲିସ ଅନେକ କାମ ଆରମ୍ଭ କରିଥିଲେ, ଯାହାର ଫଳସ୍ବରୂପ ଆମେ ଏବକାର ସ୍ଥିତିରେ ରହିଛୁ। ଦେଶର ସମ୍ବିଧାନ ନାଗରିକମାନଙ୍କୁ ଧର୍ମୀୟ ସ୍ବାଧୀନତା ଦେଇଥିଲେ ବି ଏହାର ବ୍ୟବସ୍ଥାରେ ଆପରାଧିକ ଆଇନର ବ୍ୟାପକ ପ୍ରୟୋଗ ଯୋଗୁ ଏହାକୁ ଅନୁମତି ଦିଆଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?