Posted inଜାତୀୟ

ଶଶି ଥରୁର୍‌ଙ୍କୁ ଆଶ୍ୱସ୍ତି, ସୁନନ୍ଦା ପୁଷ୍କର ମାମଲାରୁ ଖଲାସ…

ନୂଆଦିଲ୍ଲୀ,୧୮।୮: ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ତାଙ୍କୁ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦିଲ୍ଲୀ ପୋଲିସ ଧାରା ୪୯୮-ଏ ଏବଂ ୩୦୬ ଅନୁଯାୟୀ ଥରୁରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। କିନ୍ତୁ ତାଙ୍କୁ ଗିରଫ କରି ନ ଥିଲା। ୨୦୧୮ ଜୁଲାଇ ୫ରେ ଥରୁରଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଦିଲ୍ଲୀ ପୋଲିସ ଏବଂ ଥରୁରଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏପ୍ରିଲ ୧୨ରେ ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାରେ କୋର୍ଟଙ୍କର ଏହି ଆଦେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଦାଲତର ଏହି ଆଦେଶରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ସାତ ବର୍ଷ ପୁରୁଣା ମାମଲାରେ କଂଗ୍ରେସ ନେତା ଶଶି ଥରୁର ତାଙ୍କ ସ୍ତ୍ରୀ ସୁନନ୍ଦା ପୁଷ୍କରଙ୍କୁ ଆତ୍ମହତ୍ୟା କରିବା ଲାଗି ଉସୁକାଇ ନ ଥିଲେ। ୨୦୧୪ ଜାନୁୟାରୀ ୧୭ ରାତିରେ ପୁଷ୍କରଙ୍କ ଏଠାରେ ଥିବା ଏକ ହୋଟେଲରେ ମୃତଦେହ ମିଳିଥିଲା। ଥରୁରଙ୍କ ଅଫିସିଆଲ ବଙ୍ଗଳାର ସାଜସଜ୍ଜା କାର୍ଯ୍ୟ ଚାଲିଥିବାରୁ ଦୁହେଁ ସମ୍ପୃକ୍ତ ହୋଟେଲରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେହଲୁ ଖାନ୍‌ ହତ୍ୟା ମାମଲା: ପୁନଃତଦନ୍ତ ନିର୍ଦ୍ଦେଶ ଦେଲେ ଗେହଲଟ

ଜୟପୁର,୧୭ା୮: ବହୁଚର୍ଚ୍ଚିତ ପେହଲୁ ଖାନ୍‌ ଭିଡ଼ହିଂସା ମାମଲାରେ ତଳକୋର୍ଟ ସମସ୍ତ ୬ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା...

ମୋଦି ସରକାର ସୋନିଆ ଓ ରାହୁଲଙ୍କୁ ମଧ୍ୟ ମିଥ୍ୟା ଦୁର୍ନୀତି ମାମଲାରେ ଜେଲ୍‌ ପଠାଇବାକୁ ପଛାଇବେ ନାହିଁ: ଅଧୀର ରଞ୍ଜନ

ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ। ମୋଦି ସରକାର ଚାହିଁଲେ ମିଥ୍ୟା ଦୁର୍ନୀତି ମାମଲାରେ ସୋନିଆ...

ଘରକୁ ଘର ପ୍ରଚାର ଲାଗି ଭାଜପା ନେତାଙ୍କୁ କହିଲେ ନଡ୍ଡା

ନୂଆଦିଲ୍ଲୀ,୭।୧୨(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନକୁ ଆଖି ଆଗରେ ରଖି ଭାଜପାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଘରକୁ ଘର ଯାଇ ଲୋକଙ୍କ ସହ ଭାବାତ୍ମକ ସମ୍ପର୍କ...

ଚାଇନାରେ ପହଞ୍ଚିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୩୧।୧: ଚାଇନାରେ ଥିବା ଭାରତୀୟଙ୍କୁ ଆଣିବା ଲାଗି ଶୁକ୍ରବାର ସକାଳୁ ନୂଆଦିଲ୍ଲୀରୁ ଯାତ୍ରା କରିଥିବା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଚାଇନାର ଉହାନ ସହରରେ ପହଞ୍ଚିଥିବା...

ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର,୧୬।୭: ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।...

ମାଗଣା ବିଜୁଳୀ ପାଇଁ ସାତ ଦିନରେ ଲକ୍ଷେ ୩୯ ହଜାର ରେଜିଷ୍ଟ୍ରେଶନ

ଡେରାଡୁନ,୨୫ ।୭: ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ଏବେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଲାଇଛି । ରାଜଧାନୀ ଦିଲ୍ଲୀରେ ମାଗଣା ବିଜୁଳୀ...

ଆନ୍ଦୋଳନ ପାଇଁ ପଞ୍ଜାବ ଛାଡ଼ି ଦିଲ୍ଲୀ ଚାଲିଯାଅ

ଚଣ୍ଡିଗଡ଼,୧୩।୯: ଗତ ବର୍ଷ ଠାରୁ ଚାଲୁଥିବା ଚାଷୀ ଆନ୍ଦୋଳନ ଉପରେ ପ୍ରଥମ ଥର ଚିନ୍ତା ବ୍ୟକ୍ତ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ଆନ୍ଦୋଳନ କାରଣରୁ...

ପ୍ରବଳ ବର୍ଷା: ଦିନରେ ବି ରାତି ଭଳି ଅନ୍ଧାର

ନୂଆଦିଲ୍ଲୀ, ୧୯।୮: ଦେଶର ବହୁ ରାଜ୍ୟରେ ଲଗାତାର ବର୍ଷା ଲାଗି ରହିଛି। ଦିଲ୍ଲୀରେ ପ୍ରବଳ ବର୍ଷାଯୋଗୁ ଦିନରେ ମଧ୍ୟ ରାତି ଭଳି ଅନ୍ଧାର ଘୋଡ଼େଇ ହୋଇ...

Advertisement
Archives

Model This Week