ଷ୍ଟୋକ୍‌ ପାର୍କକୁ ନେଇ ରିଲାଏନ୍ସର ବିଜ୍‌ନେସ ପ୍ଲାନ

ନୂଆଦିଲ୍ଲୀ, ୮।୧୧: ଲଣ୍ଡନର ଷ୍ଟୋକ୍‌ ପାର୍କକୁ ନେଇ କ୍ରୀଡା ଏବଂ ଆତିଥେୟତା କ୍ଷେତ୍ରରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏକ ନୂଆ ଯୋଜନା ରଖିଛନ୍ତି। ଏହି ପ୍ଲାନ ସମ୍ପର୍କରେ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ପ୍ରପର୍ଟିରେ ଅମ୍ବାନୀଙ୍କ ପରିବାର ରହିବେ ବୋଲି ପୂର୍ବରୁ ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଥିଲ। ଏହାକୁ ନେଇ ରିଲାଏନ୍ସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଅମ୍ବାନୀଙ୍କ ପରିବାର ଭାରତ ଛାଡ଼ିବେ ନାହିଁ ବୋଲି ଗ୍ରୁପ ପକ୍ଷରୁ କୁହାଯାଇଥିଲା। ଲଣ୍ଡନରେ ଅବସ୍ଥିତ ୩୦୦ ଏକରର ନୂଆ ସମ୍ପତ୍ତିରେ ରିଲାଏନ୍ସ ଆଗାମୀ ଦିନରେ କ୍ରୀଡା ଏବଂ ହସ୍ପିଟାଲିଟି କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବ। ଏହି ପ୍ରପର୍ଟିରେ ହୋଟେଲ, ସ୍ପୋଟର୍‌ସ ଇନଫ୍ରାଷ୍ଟ୍ରକ୍‌ଚର, ୟୁରୋପର ସବୁଠାରୁ ଅଧିକ ରେଟିଂ ଲାଭ କରିଥିବା ଗଲ୍ଫ କୋର୍ସ ରହିଛି। ଏହି ପ୍ରପର୍ଟି ଦ୍ୱାରା ସ୍ପୋଟର୍‌ସ ଏବଂ ହସ୍ପିଟାଲିଟି କ୍ଷେତ୍ରକୁ କମ୍ପାନୀ ପ୍ରୋତ୍ସାହିତ କରିବାକୁ ଯୋଜନା ରଖିଛି।
ରିଲାଏନ୍ସ ପୂର୍ବରୁ ମୁମ୍ବାଇର ଓବରୟ ହୋଟେଲ ଗ୍ରୁପରେ ନିବେଶ କରିଛି। ବଜାର ବିଶେଷଜ୍ଞଙ୍କ କହିବା ମୁତାବକ, ଅମ୍ବାନୀ ଏଭଳି ବିଭିନ୍ନ କ୍ଷେତ୍ରଗୁଡ଼ିକରେ ଧ୍ୟାନ କେନ୍ଦ୍ରିତ କରିବେ। ମାତ୍ର କିଛି ବଛା ବଛା କ୍ଷେତ୍ର ଉପରେ ରିଲାଏନ୍ସ ଫୋକସ କରିବାକୁ ଚାହିଁବ। ସ୍ପୋଟର୍‌ସ ସହ ଗ୍ରୁପର ପୁରୁଣା ସମ୍ପର୍କ ରହି ଆସିଛି। ଭାରତରେ ଆଇପିଏଲ୍‌ ଦ୍ୱାରା ଏ କ୍ଷେତ୍ରରେ କମ୍ପାନୀ ଉପସ୍ଥିତ ରହିଛି। ଗୋଆରେ ମଧ୍ୟ ଫୁଟବଲ ଖେଳାଳିଙ୍କୁ କମ୍ପାନୀ ଉତ୍ସାହିତ କରୁଛି। ବ୍ରିଟେନରେ ଗଲ୍ପର ଲୋକପ୍ରିୟତା ରହିଥିବାରୁ ଉକ୍ତ ପ୍ରପର୍ଟିକୁ ଏଭଳି କ୍ଷେତ୍ରରେ ବ୍ୟବହାର କରିବାକୁ କମ୍ପାନୀ ଚାହୁଁଥିବା କୁହାଯାଉଛି। ପ୍ରପର୍ଟିରେ ଷ୍ଟୋକ୍‌ ପାର୍କ ହୋଟେଲ, ଗଲ୍ଫ କୋର୍ସ, ଟେନିସ କୋର୍ଟ ରହିଛି। ଏହି କ୍ରୀଡା ଏଠାରେ ଆୟୋଜନ କରିବା ସହଜ ହେବ। ଏଠାରେ ରହିବା ସହ ଅନ୍ୟ ସୁବିଧା ମଧ୍ୟ ଗ୍ରୁପ ପ୍ରଦାନ କରିପାରିବ। ସିନେମା ଶୁଟିଂ ଏବଂ ଆଓ୍ବାର୍ଡ କାର୍ଯ୍ୟକ୍ରମ ଏଠାରେ ମଧ୍ୟ ଆୟୋଜନ କରାଯାଇପାରେ। ବାଣିଜି୍ୟକ ଦୃଷ୍ଟିକୋଣରୁ ଏହି ପ୍ରପର୍ଟି ବ୍ୟବହାର କରାଯିବ ବୋଲି ଗ୍ରୁପ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri