ଷ୍ଟୋକ୍‌ ପାର୍କକୁ ନେଇ ରିଲାଏନ୍ସର ବିଜ୍‌ନେସ ପ୍ଲାନ

ନୂଆଦିଲ୍ଲୀ, ୮।୧୧: ଲଣ୍ଡନର ଷ୍ଟୋକ୍‌ ପାର୍କକୁ ନେଇ କ୍ରୀଡା ଏବଂ ଆତିଥେୟତା କ୍ଷେତ୍ରରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏକ ନୂଆ ଯୋଜନା ରଖିଛନ୍ତି। ଏହି ପ୍ଲାନ ସମ୍ପର୍କରେ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ପ୍ରପର୍ଟିରେ ଅମ୍ବାନୀଙ୍କ ପରିବାର ରହିବେ ବୋଲି ପୂର୍ବରୁ ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଥିଲ। ଏହାକୁ ନେଇ ରିଲାଏନ୍ସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଅମ୍ବାନୀଙ୍କ ପରିବାର ଭାରତ ଛାଡ଼ିବେ ନାହିଁ ବୋଲି ଗ୍ରୁପ ପକ୍ଷରୁ କୁହାଯାଇଥିଲା। ଲଣ୍ଡନରେ ଅବସ୍ଥିତ ୩୦୦ ଏକରର ନୂଆ ସମ୍ପତ୍ତିରେ ରିଲାଏନ୍ସ ଆଗାମୀ ଦିନରେ କ୍ରୀଡା ଏବଂ ହସ୍ପିଟାଲିଟି କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବ। ଏହି ପ୍ରପର୍ଟିରେ ହୋଟେଲ, ସ୍ପୋଟର୍‌ସ ଇନଫ୍ରାଷ୍ଟ୍ରକ୍‌ଚର, ୟୁରୋପର ସବୁଠାରୁ ଅଧିକ ରେଟିଂ ଲାଭ କରିଥିବା ଗଲ୍ଫ କୋର୍ସ ରହିଛି। ଏହି ପ୍ରପର୍ଟି ଦ୍ୱାରା ସ୍ପୋଟର୍‌ସ ଏବଂ ହସ୍ପିଟାଲିଟି କ୍ଷେତ୍ରକୁ କମ୍ପାନୀ ପ୍ରୋତ୍ସାହିତ କରିବାକୁ ଯୋଜନା ରଖିଛି।
ରିଲାଏନ୍ସ ପୂର୍ବରୁ ମୁମ୍ବାଇର ଓବରୟ ହୋଟେଲ ଗ୍ରୁପରେ ନିବେଶ କରିଛି। ବଜାର ବିଶେଷଜ୍ଞଙ୍କ କହିବା ମୁତାବକ, ଅମ୍ବାନୀ ଏଭଳି ବିଭିନ୍ନ କ୍ଷେତ୍ରଗୁଡ଼ିକରେ ଧ୍ୟାନ କେନ୍ଦ୍ରିତ କରିବେ। ମାତ୍ର କିଛି ବଛା ବଛା କ୍ଷେତ୍ର ଉପରେ ରିଲାଏନ୍ସ ଫୋକସ କରିବାକୁ ଚାହିଁବ। ସ୍ପୋଟର୍‌ସ ସହ ଗ୍ରୁପର ପୁରୁଣା ସମ୍ପର୍କ ରହି ଆସିଛି। ଭାରତରେ ଆଇପିଏଲ୍‌ ଦ୍ୱାରା ଏ କ୍ଷେତ୍ରରେ କମ୍ପାନୀ ଉପସ୍ଥିତ ରହିଛି। ଗୋଆରେ ମଧ୍ୟ ଫୁଟବଲ ଖେଳାଳିଙ୍କୁ କମ୍ପାନୀ ଉତ୍ସାହିତ କରୁଛି। ବ୍ରିଟେନରେ ଗଲ୍ପର ଲୋକପ୍ରିୟତା ରହିଥିବାରୁ ଉକ୍ତ ପ୍ରପର୍ଟିକୁ ଏଭଳି କ୍ଷେତ୍ରରେ ବ୍ୟବହାର କରିବାକୁ କମ୍ପାନୀ ଚାହୁଁଥିବା କୁହାଯାଉଛି। ପ୍ରପର୍ଟିରେ ଷ୍ଟୋକ୍‌ ପାର୍କ ହୋଟେଲ, ଗଲ୍ଫ କୋର୍ସ, ଟେନିସ କୋର୍ଟ ରହିଛି। ଏହି କ୍ରୀଡା ଏଠାରେ ଆୟୋଜନ କରିବା ସହଜ ହେବ। ଏଠାରେ ରହିବା ସହ ଅନ୍ୟ ସୁବିଧା ମଧ୍ୟ ଗ୍ରୁପ ପ୍ରଦାନ କରିପାରିବ। ସିନେମା ଶୁଟିଂ ଏବଂ ଆଓ୍ବାର୍ଡ କାର୍ଯ୍ୟକ୍ରମ ଏଠାରେ ମଧ୍ୟ ଆୟୋଜନ କରାଯାଇପାରେ। ବାଣିଜି୍ୟକ ଦୃଷ୍ଟିକୋଣରୁ ଏହି ପ୍ରପର୍ଟି ବ୍ୟବହାର କରାଯିବ ବୋଲି ଗ୍ରୁପ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?