ୟୁପିରେ ୭୫,୦୦୦ କୋଟି ନିବେଶ କରିବ ରିଲାଏନ୍ସ

ନୂଆଦିଲ୍ଲୀ,୧୧।୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୁକ୍ରବାର ଉତ୍ତର ପ୍ରଦେଶରେ ୭୫,୦୦୦ କୋଟି ଟଙ୍କା ନିବେଶ ସମ୍ପର୍କରେ ଘୋଷଣା କରିଛନ୍ତି। ଏହାଦ୍ୱାରା ପ୍ରାୟ ୧ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବା ସମ୍ଭାବନା ରହିଛି। ଏପରିକି ୟୁପିର ଲକ୍ଷ୍ନୌଠାରେ ଆୟୋଜିତ ‘ଉତ୍ତର ପ୍ରଦେଶ ଗ୍ଲୋବାଲ ଇନ୍‌ଭେଷ୍ଟର୍ସ ସମିଟ୍‌’ରେ ଯୋଗଦେଇ ମୁକେଶ କହିଛନ୍ତି, ଆଗାମୀ ୫ ବର୍ଷ ମଧ୍ୟରେ ୟୁପିର ଅର୍ଥନୀତି ୧ ଟ୍ରିଲିଅନ ଡଲାରରେ ପହଞ୍ଚିବ। ସେହିଭଳି ରିଲାଏନ୍ସ ଉତ୍ତର ପ୍ରଦେଶରେ ୧୦ଗିଗାୱାଟ୍‌ର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସ୍ଥାପନ କରିବ। ଏହା ଉତ୍ତର ପ୍ରଦେଶରେ ଏ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଅକ୍ଷୟ ଶକ୍ତି ପରି ଯୋଜନା ହେବ। ବିଶେଷକରି ଆର୍‌ଆଇଏଲ୍‌ ୟୁପିରେ ବାୟୋଗ୍ୟାସ୍‌ ବ୍ୟବସାୟ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଆର୍‌ଆଇଏଲ୍‌ର ଅଧ୍ୟକ୍ଷ ମୁକେଶ କହିଛନ୍ତି, ବାୟୋଗ୍ୟାସ୍‌ ଦ୍ୱାରା ପରିବେଶରେ ସୁଧାର ଆସିବ। ତାହା ସହିତ କୃଷକମାନଙ୍କୁ ମଧ୍ୟ ବଡ଼ ଲାଭ ମିଳିବ। ଆମ ଦେଶର କୃଷକମାନେ ଅନ୍ନଦାତା। ବର୍ତ୍ତମାନ ସେମାନେ ଊର୍ଜାଦାତା ପାଲଟିବେ। ଏପରିକି ରାଜ୍ୟର ଗାଁ ଏବଂ ଛୋଟ ସହରଗୁଡ଼ିକରେ ଗୁଣାମତ୍କ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ଯୋଗାଣ ପାଇଁ ରିଲାଏନ୍ସ ଜିଓ ପ୍ଲାଟ୍‌ଫର୍ମ ଜରିଆରେ ଦୁଇଟି ପାଇଲଟ ପ୍ରକଳ୍ପ ‘ଜିଓ ସ୍କୁଲ’ ଏବଂ ‘ଜିଓ-ଏଆଇ-ଡାକ୍ତର’ ସମ୍ପର୍କରେ ମଧ୍ୟ ସେ ଘୋଷଣା କରିଛନ୍ତି। ଏହା ସହିତ ଉତ୍ତର ପ୍ରଦେଶର କୃଷି ଏବଂ ଅଣକୃଷି ଉତ୍ପାଦ ସଂଗ୍ରହ ପରିମାଣ ବହୁଗୁଣ ବୃଦ୍ଧି କରିବାକୁ ମୁକେଶ ନିଜର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରକାଶ କରିଛନ୍ତି। ଏହାଦ୍ୱାରା କୃଷକ, ସ୍ଥାନୀୟ କାରିଗର, ଶିଳ୍ପକାର ଏବଂ ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଫାଇଦା ମିଳିବ। ସେହିପରି ମୁକେଶ ଅମ୍ବାନୀ ୨୦୨୩ ଶେଷ ସୁଦ୍ଧା ଉତ୍ତର ପ୍ରଦେଶର ସମସ୍ତ ସହରରେ ୫ଜି ସେବା ପ୍ରଚଳନ କରିବା ସମ୍ପର୍କରେ ମଧ୍ୟ ମତ ପ୍ରକାଶ କରିଛନ୍ତି। ସେ କହିଥିଲେ, ନୂଆ ଭାରତ ଗଠନ ନିମନ୍ତେ ଉତ୍ତର ପ୍ରଦେଶ ଆଶାର କେନ୍ଦ୍ର ପାଲଟିଯାଇଛି। ବିଶେଷକରି ନଏଡାରୁ ଗୋରଖପୁର ପର୍ଯ୍ୟନ୍ତ ଜନସାଧାରଣଙ୍କ ମଧ୍ୟରେ ଢେର ଆମତ୍ବିଶ୍ୱାସ ଓ ଉତ୍ସାହ ଦେଖିବାକୁ ମିଳୁଛି। ଆମେ ସମସ୍ତେ ସମ୍ମିଳିତ ଭାବେ ଭାରତର ସବୁଠାରୁ ଜନବହୁଳ ରାଜ୍ୟକୁ ଦେଶର ସବୁଠାରୁ ସମୃଦ୍ଧ ରାଜ୍ୟ ମଧ୍ୟରେ ଅନ୍ୟତମରେ ପରିଣତ କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?