ପ୍ରାସଙ୍ଗିକତା ହ୍ରାସ

ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ୩ ନଭେମ୍ବରରେ ଅନୁଷ୍ଠିତ ହୋଇଛି। ଏଥିସହିତ ମଧ୍ୟପ୍ରଦେଶର ୨୮, ଓଡ଼ିଶାର ୨ଟି ସହ ୧୦ ରାଜ୍ୟର ୫୪ ବିଧାନସଭା ଆସନର ଉପନିର୍ବାଚନ ଲାଗି ମତଦାନ ହୋଇଯାଇଛି। କୋଭିଡ୍‌-୧୯ ନିୟମ ପାଳନ କରି ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ ନିର୍ଦ୍ଦେଶ ଥିଲା। ଗଣମାଧ୍ୟମ, ସ୍ବାସ୍ଥ୍ୟକର୍ମୀ ଏବଂ ସର୍ବଉପରେ ସରକାର ବିଭିନ୍ନ ଅଭିଯାନ ମାଧ୍ୟମରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ ମଧ୍ୟ ତାହା ବିହାର ନିର୍ବାଚନ ଶୋଭାଯାତ୍ରାରୁ ଆଦୌ ଦେଖିବାକୁ ମିଳି ନାହିଁ। ସେହିପରି ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଭାରତରେ ଯେବେ କୋଭିଡ୍‌-୧୯ ମାର୍ଚ୍ଚରେ କାୟା ବିସ୍ତାର କଲା, ସେତେବେଳେ ନିର୍ବାଚନ ବିଷୟକୁ ଆଖି ଆଗରେ ରଖି ବିଶେଷଜ୍ଞମାନେ ମତ ରଖିଥିଲେ ଯେ, ଶାରୀରିକ ଦୃଷ୍ଟିରୁ ନେତାମାନେ ପ୍ରଚାର କରିବାରେ ସଫଳ ହେବେ ନାହିଁ। ସୋସିଆଲ ମିଡିଆ ଓ ପାରମ୍ପରିକ ଗଣମାଧ୍ୟମ ଶୋଭାଯାତ୍ରା ଓ ମଞ୍ଚର ସ୍ଥାନ ନେବ। କିନ୍ତୁ ନେତାମାନେ ବଡ଼ ବଡ଼ ରାଲି କରି କୋଭିଡ୍‌-୧୯ ନିୟମକୁ ସିଧାସଳଖ ଭାଙ୍ଗିଦେଇଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଚାର ଅଭିଯାନ ସମୟରେ ଅନେକ ରାଲି ଅନୁଷ୍ଠିତ ହୋଇଥିଲା, ଯାହାକୁ ଏବେ ସୁପରସ୍ପ୍ରେଡର ଆଖ୍ୟା ଦିଆଯାଉଛି। ଟ୍ରମ୍ପ୍‌ଙ୍କ ବିଭିନ୍ନ ଶୋଭାଯାତ୍ରାରେ ଯୋଗ ଦେଇଥିବା ଅନେକ ଲକ୍ଷ ଲୋକଙ୍କ ମଧ୍ୟରୁ ୫୪ ହଜାର ଲୋକ କୋଭିଡ୍‌ ସଂକ୍ରମିତ ହୋଇଥିବା ବେଳେ ୭ ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ଏହାର ମୁଖ୍ୟ କାରଣ ହେଲା ରାଷ୍ଟ୍ରପତି ଟ୍ରମ୍ପ୍‌ ନିଜେ ଏହି ରୋଗକୁ ଗୌଣ ଭାବେ ଆରମ୍ଭରୁ ଦେଖିଆସୁଥିଲେ। ସେଥିଯୋଗୁ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ ୯୦ ଲକ୍ଷ ୩୮ ହଜାର ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୩୨ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏଠାରେ ସ୍ବୀକାର କରିବାକୁ ହେବ ଯେ, ଅନ୍ୟ ଦେଶ ତୁଳନାରେ ଆମେରିକାର ମେଡିକାଲ ସୁବିଧା ଅଧିକ ଓ ଉନ୍ନତ। ତଥାପି କୋଭିଡ୍‌-୧୯କୁ ସମ୍ମୁଖୀନ ହେବାର ଅସଫଳତା ପାଇଁ ଦେଶର ଶାସକମାନଙ୍କୁ, ବିଶେଷକରି ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଦୋଷ ଦିଆଯାଉଛି। ସେହିପରି ଭାରତର ବିହାର ନିର୍ବାଚନରେ ଅସଂଖ୍ୟ ଶୋଭାଯାତ୍ରା ଓ ଭିଡ଼ ହେଉଥିବାର ପରିଲକ୍ଷିତ ହେଉଛି। କିନ୍ତୁ ଆମେରିକା ଭଳି ଭାରତରେ କେହି ତଥ୍ୟରେ ବିଶ୍ୱାସ କରୁ ନ ଥିବା ହେତୁ ବିହାରରେ ନିର୍ବାଚନ ପ୍ରଚାର ଯୋଗୁ କେତେ ସଂକ୍ରମିତ ହେଲେ ଓ ତନ୍ମଧ୍ୟରୁ କେତେ ମୃତ୍ୟୁମୁଖରେ ପଡ଼ିଲେ, ତାହା ଜାଣିବା ସମ୍ଭବପର ହେବ ନାହିଁ। କାହିଁ ଇସି ସେସବୁକୁ ନିୟନ୍ତ୍ରଣ ତ କରିପାରିଲେ ନାହିଁ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ‘ତାରକା ପ୍ରଚାରକ’ ତାଲିକାରୁ ହଟାଇବା କାମରେ ଲାଗି ପଡ଼ିଲେ। କେବଳ ସେତିକି ନୁହେଁ, ମାଗଣା ‘କୋଭିଡ୍‌-୧୯ ଟିକା’ ଦିଆଯିବାକୁ ନେଇ ଯେଉଁ ପ୍ରଚାର ଭାଜପା ତରଫରୁ କରାଗଲା ତାହା କୌଣସି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁନାହିଁ ବୋଲି ଇସି କହି ବିବାଦୀୟ ହୋଇପଡ଼ିଛନ୍ତି।
ମଧ୍ୟପ୍ରଦେଶରେ ଉପନିର୍ବାଚନ ପ୍ରଚାର ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଇସି ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍‌ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଗ୍ବାଲିଅର ଜିଲାର ଡାବ୍‌ରା ନିର୍ବାଚନୀ ଶୋଭାଯାତ୍ରାରେ କମଲ ନାଥ ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହ୍ବାନ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଇମର୍ତ୍ତୀ ଦେବୀଙ୍କୁ ‘ଏକ ଆଇଟମ୍‌’ ବୋଲି କହିଥିଲେ। ଇମର୍ତ୍ତୀ ପୂର୍ବରୁ କମଲ ନାଥଙ୍କ ସରକାରରେ ମନ୍ତ୍ରୀ ଥିଲେ। ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶ ରାଜନୀତିରେ ଝଡ଼ ସୃଷ୍ଟି କରି ଯେଉଁ ୨୨ ଜଣ ସମର୍ଥକଙ୍କୁ ଧରି ଭାଜପାରେ ମିଶିଥିଲେ ତାଙ୍କ ଭିତରୁ ଇମର୍ତ୍ତୀ ଅନ୍ୟତମ। କିନ୍ତୁ କମଲ ନାଥ ବ୍ୟବହାର କରିଥିବା ଶବ୍ଦ ‘ଆଇଟମ୍‌’ ନିହାତି ଅଶୋଭନୀୟ ବୋଲି ମନେହୁଏ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇସିଙ୍କ କମଲ ନାଥ ବିରୋଧୀ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ (ଏସ୍‌ସି) ଖାରଜ କରିଦେଇଛନ୍ତି। ମାତ୍ର ଏହି ନିଷ୍ପତ୍ତି ଶୁଣାଇବାର ସମୟ ଅତ୍ୟନ୍ତ କୌତୂହଳପୂର୍ଣ୍ଣ। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ କହିଛନ୍ତି ଯେ, ଗୋଟେ ପାର୍ଟିରେ କିଏ ତାରକା ପ୍ରଚାରକ ହେବେ ତାହା ଇସି ସ୍ଥିର କରିବାର ଅଧିକାର ନାହିଁ। ନିର୍ବାଚନ ପ୍ରଚାର ଶେଷ ହେବା ପରେ ଏଭଳି ନିର୍ଦ୍ଦେଶ ପ୍ରକାଶ କରାଯିବା କୋର୍ଟଙ୍କ ଲକ୍ଷ୍ୟକୁ ନିଷ୍ଫଳ କରିଦେଇଛି।
ଆଜିର ସ୍ଥିତିକୁ ଦେଖିଲେ ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ସଂସ୍ଥା ଶାସକ ଦଳ ପ୍ରତି ଢଳି ରହୁଛନ୍ତି। ତାହା ନ ହୋଇଥିଲେ କୋଭିଡ୍‌-୧୯ ମାଗଣା ଟିକାକୁ ନିର୍ବାଚନୀ ପ୍ରଚାରରେ ଅନୁମତି ଦେଇ ନ ଥାଆନ୍ତେ। ଅନ୍ୟପକ୍ଷରେ ନିର୍ବାଚନ ପ୍ରଚାର ବେଳେ ନେତା ଓ ଲୋକେ କୋଭିଡ୍‌-୧୯ ନିୟମକୁ ବାରମ୍ବାର ଉଲ୍ଲଂଘନ କରିଥିଲେ ମଧ୍ୟ ସେ ନେଇ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ସର୍ବୋଚ୍ଚ ଅଦାଲତଙ୍କ କଥା ଦେଖିଲେ ଅନେକ କ୍ଷେତ୍ରରେ ବ୍ୟତିକ୍ରମ ହେଉଥିବା ଲକ୍ଷ୍ୟ କରାଯାଉଛି। ବାସ୍ତବରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଯଥା-ଇସି ଓ ଏସ୍‌ସି ସାମାଜିକ ମଙ୍ଗଳକୁ ଅଗ୍ରାଧିକାର ଦେବା ପରିବର୍ତ୍ତେ ଅସମୟରେ ଓ ଅସ୍ବାଭାବିକ ଭାବେ କେବଳ ନିର୍ଦ୍ଦେଶ ଦେଉଥିବାରୁ ସେଗୁଡ଼ିକର ପ୍ରାସଙ୍ଗିକତା ହ୍ରାସ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?