ଏହି ଅଭିନେତ୍ରୀଙ୍କ ପାଇଁ ଶୁଟିଂ ସେଟ୍‌ରେ ପ୍ରବଳ ରାଗି ଯାଇଥିଲେ ରେଖା

ମୁମ୍ବାଇ: ବଲିଉଡ୍‌ର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ରେଖା ହେଉଛନ୍ତି ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ମୁହଁରେ ଆଜି ବି ଚମକ ଅକ୍ଷୁଣ୍ଣ ରହିଛି। ତାଙ୍କ ସମୟରେ ତାଙ୍କର ଅଭିନୟ ଏବଂ ଚେହେରା ଉଭୟ ଚର୍ଚ୍ଚାରେ ଥିଲା। ଅନ୍ୟପକ୍ଷରେ ଅଭିନେତ୍ରୀ ରୀନା ରାୟ ମଧ୍ୟ ସେହି ସମୟରେ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ହିରୋଇନ ଥିଲେ। ରେଖା ଏବଂ ରୀନା ଉଭୟ ପ୍ରସିଦ୍ଧ ଅଭିନେତ୍ରୀ। ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି ଏହି ଦୁଇ ଅଭିନେତ୍ରୀ। ୧୯୭୬ ଫିଲ୍ମ ‘ନାଗିନ୍‌’ରେ ଦୁହେଁ ଏକାଠି ସ୍କ୍ରିନ ଶେୟାର କରିଥିଲେ। କିନ୍ତୁ ଶୁଟିଂ ସେଟ୍‌ରେ ଏପରି କିଛି ଘଟିଥିଲା। ଯେଉଁଠି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

रेखा-रीना रॉय

ରେଖା ଏବଂ ରୀନାଙ୍କ ଅଭିନୀତ ଫିଲ୍ମ ‘ନାଗିନ୍‌’ ରାଜକୁମାର କୋହଲିଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ଫିଲ୍ମରେ ରେଖା ଏବଂ ସୁନୀଲ ଦତ୍ତଙ୍କ ଉପରେ ଏକ ଗୀତ ଶୁଟିଂ କରାଯାଇଥିଲା। ଗୀତର ଲିରିକ୍ସ ହେଲା- ‘ତେରେ ଇସ୍କ କା ମୁଝ୍‌ପେ ହୁଆ ୟେ ଅସର ହୈ।’ ଏହି ଗୀତ ପାଇଁ ଅନେକ ଡ୍ରେସ୍‌ ପ୍ରତ୍ୟାଖ୍ୟାନ କରିବା ପରେ ରେଖା ନିଜ ପାଇଁ ଏକ ଡ୍ରେସ୍‌ ଚୂଡାନ୍ତ କରିଥିଲେ। କୌଣସି କାରଣରୁ ରେଖାଙ୍କ ଗୀତ ପୂର୍ବରୁ ରୀନା ଏବଂ ଜିତେନ୍ଦ୍ରଙ୍କ ଉପରେ ‘ତେରେ ସଙ୍ଗ ପ୍ୟାର୍‌ ମୈ ନହିଁ ତୋଡ୍‌ନା’ ଗୀତ ଶୁଟିଂ ଆରମ୍ଭ ହୋଇଥିଲା। ଗୀତଟି ଶୁଟିଂ ହେବାକୁ ଥିବା ସମୟରେ ରେଖା ମଧ୍ୟ ଉପସ୍ଥିତ ଥିଲେ। ରେଖା ଲକ୍ଷ୍ୟ କରିଥିଲେ, ରୀନା ପିନ୍ଧିଥିବା ଡ୍ରେସ ତାଙ୍କ ଡ୍ରେସ୍‌ ଅପେକ୍ଷା ବହୁତ ଭଲ। ସେ ଏଥିରେ ପ୍ରବଳ ରାଗି ଯାଇଥିଲେ।

ରେଖା ଏତେ ରାଗି ଯାଇଥିଲେ ଯେ, ସେ ସିଧା ନିର୍ମାତା ରାଜକୁମାର କୋହଲିଙ୍କ ନିକଟକୁ ଯାଇଥିଲେ। ରାଗିଯାଇ ରେଖା ତାଙ୍କୁ କହିଥିଲେ, ମୋର ଡ୍ରେସ୍‌ ବଦଳାନ୍ତୁ। ନିର୍ମାତା ଆଶ୍ଚର୍ଯ୍ୟ ହୋଇ ତାଙ୍କୁ କହିଥିଲେ, ‘ତୁମର ଡ୍ରେସ୍‌ ତିଆରି ହୋଇସାରିଛି। କିନ୍ତୁ ରେଖା ସ୍ପଷ୍ଟ ଭାବରେ କହିଥିଲେ ‘ମୁଁ ସେହି ଡ୍ରେସ୍‌ରେ ଶୁଟିଂ କରିବି ନାହିଁ। ତୁମେ ମୋ’ ଅପେକ୍ଷା ରୀନାଙ୍କୁ ଏକ ଭଲ ଡ୍ରେସ୍‌ ଦେଇଛ। ମୋତେ ତାଙ୍କଠାରୁ ଏକ ସୁନ୍ଦର ଡ୍ରେସ୍‌ ଦିଅ। ନଚେତ ଏହି ଗୀତର ଶୁଟିଂ ପାଇଁ ଆଉ କାହାକୁ ଆଣ। ଶେଷରେ ରେଖାଙ୍କ କଥା ମାନି ଆଉ ଏକ ଭଲ ଡ୍ରେସ୍‌ ଆଣିଥିଲେ ଫିଲ୍ମ ନିର୍ମାତା। ପରେ ଗୀତର ଶୁଟିଂ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଭୁଲରେ ବି ଏହି ଲୋକ ରଖନ୍ତୁନି ଜନ୍ମାଷ୍ଟମୀ ବ୍ରତ? ଉପବାସ ପୂର୍ବରୁ ଜାଣନ୍ତୁ ଜରୁରୀ କଥା…

ବୈଦିକ ପଞ୍ଜିକା ଅନୁଯାୟୀ, ସେପ୍ଟେମ୍ୱର ୪ ତାରିଖରେ ଦେଶବ୍ୟାପୀ ଉତ୍ସାହର ସହ ଜନ୍ମାଷ୍ଟମୀ (Janmashtami 2026) ପର୍ୱ ପାଳିତ ହେବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା-ଆରାଧନା…

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ…

ଜନ୍ମାଷ୍ଟମୀରେ ମହାଲକ୍ଷ୍ମୀ ରାଜଯୋଗ: ସେପ୍ଟେମ୍ୱର ୪ରୁ ଗରିବ ରହିବେନି ୪ ରାଶି, ବଢିବ ଆୟ…

ଏହି ବର୍ଷ ଜନ୍ମାଷ୍ଟମୀ ପର୍ୱ ସେପ୍ଟେମ୍ୱର ୪ ତାରିଖରେ ପାଳନ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ‘ଜନ୍ମାଷ୍ଟମୀ’ର ପବିତ୍ର ପର୍ୱର ଠିକ ପରଦିନ, ଅର୍ଥାତ ସେପ୍ଟେମ୍ୱର ୫…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

PM ମୋଦିଙ୍କ ଜନ୍ମଦିନକୁ ନେଇ ବଡ଼ ପ୍ରସ୍ତୁତି: ୨୫ ରାଜ୍ୟର CM କରିବେ…

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ଦେଶବ୍ୟାପୀ ଏକ ମାସ ଧରି ଚାଲିବାକୁ ଥିବା ‘ସେବା ସଙ୍କଳ୍ପ’ ଅଭିଯାନ ପାଇଁ…

ଦଶହରାରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୩ ଗୁଣ ବଢ଼ିପାରେ ବୋନସ ଲିମିଟ, ଖାତାକୁ କେତେ ଟଙ୍କା ଆସିବ ଜାଣନ୍ତୁ…

ନୂଆଦିଲ୍‌ଲୀ,୨।୯: ପାର୍ୱଣ ଋତୁ ଆରମ୍ଭ ହେବା ପୂର୍ୱରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇବା ଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟାସନାଲ କାଉନସିଲ ଅଫ…

ଭାଗ୍ୟରେ ଲାଗିବ ଚାରିଚାନ୍ଦ! ୭ ସେପ୍ଟେମ୍ବରରୁ ୪ ରାଶିଙ୍କୁ ଅପାର ଧନଲାଭ ସହ ନୂଆ ଚାକିରି ସୁଯୋଗ

ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ରମା ଓ ଗୁରୁଙ୍କ ଯୁତିରୁ ଗଠିତ ହେଉଥିବା ଗଜକେସରୀ ଯୋଗକୁ ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ। ଯେଉଁ ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri