Posted inଜାତୀୟ

ଆଞ୍ଚଳିକ ବୈଷମ୍ୟ କମୁଛି

ନୂଆଦିଲ୍ଲୀ,୧୫।୮: ୭୬ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରି ଭାରତରେ ଆଞ୍ଚଳିକ ବୈଷମ୍ୟ ହ୍ରାସ ପାଉଥିବା କହିଛନ୍ତି। ଆର୍ଥତ୍କ ସଂସ୍କାରମୂଳକ ପଦକ୍ଷେପ ସାଙ୍ଗକୁ ନୂତନ କଲ୍ୟାଣକାରୀ ଯୋଜନା ଯୋଗୁ ନିକଟ ଅତୀତରେ ବିଶେଷ କରି କୋଭିଡ୍‌ ମହାମାରୀ ପରେ ବିଶ୍ୱ ଏକ ନୂଆ ଭାରତ ଦେଖିଛି। ବିଶ୍ୱିକ ପ୍ରଭାବକୁ ପ୍ରତିହତ କରି ଦେଶର ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବାରେ ସରକାର ଓ ନୀତି ନିର୍ଦ୍ଧାରକମାନଙ୍କ ପଦକ୍ଷେପକୁ ରାଷ୍ଟ୍ରପତି ଭୂୟସୀ ପ୍ରଶଂସା କରିଛନ୍ତି।

ଭାରତ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ଅତିବାହିତ କରିଛି। ଏହା ଏକ ପୁରାତନ ରାଷ୍ଟ୍ର ପାଇଁ କ୍ଷଣିକ ହୋଇପାରେ, କିନ୍ତୁ ବ୍ୟକ୍ତିବିଶେଷ ଭାବେ ଆମ ପାଇଁ ଏହା ଏକ ଜୀବନକାଳ। ପ୍ରିୟ ଦେଶ ଆମକୁ ସବୁକିଛି ଦେଇଛି। ତେଣୁ ଦେଶର ନିରାପତ୍ତା, ସୁରକ୍ଷା, ପ୍ରଗତି ଓ ବିକାଶ ଲାଗି ଆମେ ସବୁ କିଛି ଦେବା ଲାଗି ପ୍ରତିଜ୍ଞା କରିବା ଆବଶ୍ୟକ। ଦେଶର ଅଭିବୃଦ୍ଧି ଅଧିକ ସମାବେଶୀ ହୋଇଛି ଏବଂ ଆଞ୍ଚଳିକ ବୈଷମ୍ୟ ହ୍ରାସ ପାଉଥିବା ରାଷ୍ଟ୍ରପତି କହିଛନ୍ତି। ସେହିପରି ଦେଶରେ ଲିଙ୍ଗଗତ ଅସମାନତା କମିବା ସହ ମହିଳାମାନେ ସବୁ କ୍ଷେତ୍ରରେ ଅଗ୍ରଗତି କରିଛନ୍ତି। ଅଧିକାଂଶ ସୁପ୍ରତିଷ୍ଠିତ ଗଣତନ୍ତ୍ରରେ ମହିଳାମାନେ ଭୋଟ ଅଧିକାର ପାଇବା ଲାଗି ଦୀର୍ଘ ସଂଗ୍ରାମ କରିବାକୁ ପଡ଼ିଥିଲା। କିନ୍ତୁ ଭାରତ ଏକ ସାଧାରଣତନ୍ତ୍ର ଭାବେ ସମସ୍ତ ସାବାଳକଙ୍କୁ ମତଦାନ ଅଧିକାର ପ୍ରଦାନ କରିଛି। ଗଣତନ୍ତ୍ରର ପ୍ରକୃତ ସାମର୍ଥ୍ୟ ଆବିଷ୍କାର ପାଇଁ ବିଶ୍ୱକୁ ଭାରତ ସହାୟତା କରିପାରିଛି।

୨୦୪୭ ବେଳକୁ ଆମେ ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ବପ୍ନକୁ ପୂର୍ଣ୍ଣ ରୂପରେ ସିଦ୍ଧ କରିପାରିବା। ଭାରତର ଷ୍ଟାର୍ଟଅପ୍‌ ବ୍ୟବସ୍ଥା ବିଶ୍ୱରେ ଶୀର୍ଷ ସ୍ଥାନରେ ରହିଛି। ଏହା ଶିଳ୍ପ ବିକାଶର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ। ଗରିବଙ୍କ ପାଇଁ ନିଜସ୍ବ ଗୃହ ଏବେ ଆଉ ସ୍ବପ୍ନ ହୋଇ ରହିନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକରୁ ଅଧିକ ଲୋକ ଘର ପାଇପାରିଛନ୍ତି। ଜଳଜୀବନ ମିଶନ ଜରିଆରେ ପ୍ରତ୍ୟେକଙ୍କ ଘରକୁ ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଦେଶ ଆଜି ବିକାଶ ପଥରେ ଯେଭଳି ଅଗ୍ରଗତି କରିଛି, ତାହାର ଶ୍ରେୟ କୃଷକ, ଶ୍ରମିକମାନଙ୍କ କଠିନ ପରିଶ୍ରମ ଏବଂ ଉଦ୍ୟୋଗୀମାନଙ୍କ ବ୍ୟବସାୟିକ ଦକ୍ଷତାକୁ ଦିଆଯିବା ଆବଶ୍ୟକ। ମହାମାରୀକୁ ପ୍ରତିରୋଧ କରିବାରେ ଆମର ସଫଳତା ବିକଶିତ ଦେଶଗୁଡ଼ିକଠାରୁ ଭଲ ରହିଆସିଛି। ସେଥିପାଇଁ ଦେଶ ଏହାର ବୈଜ୍ଞାନିକ, ଡାକ୍ତର, ନର୍ସ ଏବଂ ଟିକାକରଣ ସହ ସମ୍ପୃକ୍ତ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ନିକଟରେ କୃତଜ୍ଞ ବୋଲି ରାଷ୍ଟ୍ରପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?