Posted inଜାତୀୟ

ଆଞ୍ଚଳିକ ବୈଷମ୍ୟ କମୁଛି

ନୂଆଦିଲ୍ଲୀ,୧୫।୮: ୭୬ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରି ଭାରତରେ ଆଞ୍ଚଳିକ ବୈଷମ୍ୟ ହ୍ରାସ ପାଉଥିବା କହିଛନ୍ତି। ଆର୍ଥତ୍କ ସଂସ୍କାରମୂଳକ ପଦକ୍ଷେପ ସାଙ୍ଗକୁ ନୂତନ କଲ୍ୟାଣକାରୀ ଯୋଜନା ଯୋଗୁ ନିକଟ ଅତୀତରେ ବିଶେଷ କରି କୋଭିଡ୍‌ ମହାମାରୀ ପରେ ବିଶ୍ୱ ଏକ ନୂଆ ଭାରତ ଦେଖିଛି। ବିଶ୍ୱିକ ପ୍ରଭାବକୁ ପ୍ରତିହତ କରି ଦେଶର ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବାରେ ସରକାର ଓ ନୀତି ନିର୍ଦ୍ଧାରକମାନଙ୍କ ପଦକ୍ଷେପକୁ ରାଷ୍ଟ୍ରପତି ଭୂୟସୀ ପ୍ରଶଂସା କରିଛନ୍ତି।

ଭାରତ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ଅତିବାହିତ କରିଛି। ଏହା ଏକ ପୁରାତନ ରାଷ୍ଟ୍ର ପାଇଁ କ୍ଷଣିକ ହୋଇପାରେ, କିନ୍ତୁ ବ୍ୟକ୍ତିବିଶେଷ ଭାବେ ଆମ ପାଇଁ ଏହା ଏକ ଜୀବନକାଳ। ପ୍ରିୟ ଦେଶ ଆମକୁ ସବୁକିଛି ଦେଇଛି। ତେଣୁ ଦେଶର ନିରାପତ୍ତା, ସୁରକ୍ଷା, ପ୍ରଗତି ଓ ବିକାଶ ଲାଗି ଆମେ ସବୁ କିଛି ଦେବା ଲାଗି ପ୍ରତିଜ୍ଞା କରିବା ଆବଶ୍ୟକ। ଦେଶର ଅଭିବୃଦ୍ଧି ଅଧିକ ସମାବେଶୀ ହୋଇଛି ଏବଂ ଆଞ୍ଚଳିକ ବୈଷମ୍ୟ ହ୍ରାସ ପାଉଥିବା ରାଷ୍ଟ୍ରପତି କହିଛନ୍ତି। ସେହିପରି ଦେଶରେ ଲିଙ୍ଗଗତ ଅସମାନତା କମିବା ସହ ମହିଳାମାନେ ସବୁ କ୍ଷେତ୍ରରେ ଅଗ୍ରଗତି କରିଛନ୍ତି। ଅଧିକାଂଶ ସୁପ୍ରତିଷ୍ଠିତ ଗଣତନ୍ତ୍ରରେ ମହିଳାମାନେ ଭୋଟ ଅଧିକାର ପାଇବା ଲାଗି ଦୀର୍ଘ ସଂଗ୍ରାମ କରିବାକୁ ପଡ଼ିଥିଲା। କିନ୍ତୁ ଭାରତ ଏକ ସାଧାରଣତନ୍ତ୍ର ଭାବେ ସମସ୍ତ ସାବାଳକଙ୍କୁ ମତଦାନ ଅଧିକାର ପ୍ରଦାନ କରିଛି। ଗଣତନ୍ତ୍ରର ପ୍ରକୃତ ସାମର୍ଥ୍ୟ ଆବିଷ୍କାର ପାଇଁ ବିଶ୍ୱକୁ ଭାରତ ସହାୟତା କରିପାରିଛି।

୨୦୪୭ ବେଳକୁ ଆମେ ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ବପ୍ନକୁ ପୂର୍ଣ୍ଣ ରୂପରେ ସିଦ୍ଧ କରିପାରିବା। ଭାରତର ଷ୍ଟାର୍ଟଅପ୍‌ ବ୍ୟବସ୍ଥା ବିଶ୍ୱରେ ଶୀର୍ଷ ସ୍ଥାନରେ ରହିଛି। ଏହା ଶିଳ୍ପ ବିକାଶର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ। ଗରିବଙ୍କ ପାଇଁ ନିଜସ୍ବ ଗୃହ ଏବେ ଆଉ ସ୍ବପ୍ନ ହୋଇ ରହିନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକରୁ ଅଧିକ ଲୋକ ଘର ପାଇପାରିଛନ୍ତି। ଜଳଜୀବନ ମିଶନ ଜରିଆରେ ପ୍ରତ୍ୟେକଙ୍କ ଘରକୁ ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଦେଶ ଆଜି ବିକାଶ ପଥରେ ଯେଭଳି ଅଗ୍ରଗତି କରିଛି, ତାହାର ଶ୍ରେୟ କୃଷକ, ଶ୍ରମିକମାନଙ୍କ କଠିନ ପରିଶ୍ରମ ଏବଂ ଉଦ୍ୟୋଗୀମାନଙ୍କ ବ୍ୟବସାୟିକ ଦକ୍ଷତାକୁ ଦିଆଯିବା ଆବଶ୍ୟକ। ମହାମାରୀକୁ ପ୍ରତିରୋଧ କରିବାରେ ଆମର ସଫଳତା ବିକଶିତ ଦେଶଗୁଡ଼ିକଠାରୁ ଭଲ ରହିଆସିଛି। ସେଥିପାଇଁ ଦେଶ ଏହାର ବୈଜ୍ଞାନିକ, ଡାକ୍ତର, ନର୍ସ ଏବଂ ଟିକାକରଣ ସହ ସମ୍ପୃକ୍ତ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ନିକଟରେ କୃତଜ୍ଞ ବୋଲି ରାଷ୍ଟ୍ରପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri