Posted inଫୁରସତ

୬ଟି ପର୍ଯ୍ୟାୟରେ ବଦଳିଥିଲା ତ୍ରିରଙ୍ଗାର ରଙ୍ଗ, ଜାଣନ୍ତୁ ପ୍ରଥମେ କେମିତି ଥିଲା…

ଭାରତ ଚଳିତବର୍ଷ ୭୫ ତମ ପୂର୍ତ୍ତି ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରତିଥର ପରି ଏଥର ଆମ ଦେଶର ଜାତୀୟ ପତାକା ‘ତ୍ରିରଙ୍ଗା’ ଗର୍ବର ସହିତ ଉତ୍ତୋଳନ କରାଯିବ। ତ୍ରିରଙ୍ଗାର ବର୍ତ୍ତମାନର ଯେଉଁ ରୂପ ରଙ୍ଗ ଦେଖୁଛନ୍ତି ତାହା ପ୍ରଥମ ନୁହେଁ, ଏହା ଜାତୀୟ ପତାକା ଆକାରରେ ଷଷ୍ଠ ରୂପ। ତେବେ ଏହା କେମିତି ଏବଂ କେବେ ବଦଳିଥିଲା ଜାଣନ୍ତୁ ସେ ସମ୍ପର୍କରେ…

ପ୍ରତ୍ୟେକ ସ୍ବାଧୀନ ରାଷ୍ଟ୍ରର ନିଜସ୍ବ ପତାକା ରହିଛି। ୨୨ ଜୁଲାଇ ୧୯୪୭ରେ ଅନୁଷ୍ଠିତ ଭାରତର ବିଧାନସଭା ବୈଠକରେ ଏହି ତ୍ରିରଙ୍ଗାକୁ ଗ୍ରହଣ କରାଯାଇଥିଲା। ବ୍ରିଟିଶମାନଙ୍କଠାରୁ ଦେଶର ସ୍ବାଧୀନତାର କିଛିଦିନ ପୂର୍ବରୁ ଏହି ବୈଠକ ହୋଇଥିଲା। ପରିଶେଷରେ ୧୫ ଅଗଷ୍ଟ ୧୯୪୭ରେ ଆମ ଦେଶ ସ୍ବାଧୀନ ହୋଇଥିଲା। ଏହି ତ୍ରିରଙ୍ଗାକୁ ୧୫ ଅଗଷ୍ଟ ୧୯୪୭ରୁ ୨୬ ଜାନୁୟାରୀ ୧୯୫୦ ମଧ୍ୟରେ ଭାରତର ଜାତୀୟ ପତାକା ଭାବରେ ଗ୍ରହଣ କରାଯାଇଥିଲା।

ସ୍ବାଧୀନତା ପାଇଁ ଆମର ଜାତୀୟ ସଂଗ୍ରାମ ସମୟରେ ଏହା ସ୍ବୀକୃତି ପାଇଥିଲା। ଭାରତୀୟ ଜାତୀୟ ପତାକା ଆଜିର ରୂପରେ ପହଞ୍ଚିବା ପାଇଁ ଅନେକ ପର୍ଯ୍ୟାୟ ଦେଇ ଗତି କରିଥିଲା। ପ୍ରଥମ ଜାତୀୟ ପତାକା ୧୯୦୬ରେ ଭାରତର ଅଣ-ସରକାରୀ ପତାକା ଭାବରେ ଗ୍ରହଣ କରାଯାଇଥିଲା। ଏହା ୧୯୦୬ ଅଗଷ୍ଟ ୭ରେ କୋଲକାତାରେ ଉତ୍ତୋଳନ କରାଯାଇଥିଲା। ଏହି ପତାକାର ରଙ୍ଗ ଲାଲ୍‌, ହଳଦିଆ ଏବଂ ସବୁଜ ଥିଲା।

ଏହା ପରେ ୫ ଥର ଜାତୀୟ ପତାକାର ରୂପ ବଦଳାଯାଇଥିଲା। ଶେଷରେ ୨୨ ଜୁଲାଇ ୧୯୪୭ରେ ବିଧାନସଭା ଏହାକୁ ମୁକ୍ତ ଭାରତୀୟ ଜାତୀୟ ପତାକା ଭାବରେ ଗ୍ରହଣ କରାଯାଇଥିଲା। ଏହାର ରଙ୍ଗ ଏବଂ ସେମାନଙ୍କର ଗୁରୁତ୍ୱ ସ୍ବାଧୀନତା ପରେ ରହିଲା। କେବଳ ପତାକା ଭିତରେ ଅରଖ ସ୍ଥାନରେ ସମ୍ରାଟ ଅଶୋକଙ୍କ ଧର୍ମଚକ୍ର ରହିଥିଲା। ଏହାର ରଙ୍ଗ ସବୁଜ, ଧଳା ଏବଂ ନାରଙ୍ଗି ରହିଲା। ସେହିଦିନଠାରୁ ଭାରତରେ ତ୍ରିରଙ୍ଗା ଉଡ଼ିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri